STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୀବନ୍ତୀ ବେଶ୍ୟା କଥା

ଜୀବନ୍ତୀ ବେଶ୍ୟା କଥା

3 mins
7

          ଜୀବନ୍ତୀ ବେଶ୍ୟା କଥା
           ============
ପ୍ରାଚୀନ କାଳର କଥା, ଅନାଥିନୀ ଝିଅଟିଏ ଥିଲା ନାମ ତା'ର ଜୀବନ୍ତୀ l ସେ ଖୁବ୍ କଷ୍ଟ କରି ତାର ଉଦର ପୋଷଣ କରୁଥିଲା l ଦାରିଦ୍ର୍ୟତା ଭିତରେ ପେଷି ହୋଇ ତାର ଜୀବନ ଖୁବ୍ ଦୂର୍ବିସହ ହୋଇ ପଡ଼ିଲା l କଥାରେ ଅଛି, ବୁଭୁକ୍ଷିତ କିଂ ନ କରୋତି ପାପଃ l ଦାରିଦ୍ର୍ୟର କଷଣ ସହି ନ ପାରି ଶେଷକୁ ଜୀବନ୍ତୀ ବେଶ୍ୟାବୃତ୍ତିକୁ ଆପଣେଇ ନେଲା l ଜୀବନ୍ତୀର ରୂପ ଯୌବନରେ ଆକୃଷ୍ଟ ହୋଇ ବହୁ ଜାରପୁରୁଷ ଆସି, ଅର୍ଥ ବିନିମୟରେ ଉପଭୋଗ କଲେ ଜୀବନ୍ତୀ ବେଶ୍ୟାକୁ l ଧିରେ ଧିରେ ଅମାପ ଐଶ୍ୱର୍ଯ୍ୟର ଅଧିକାରୀଣି ହୋଇ ପଡ଼ିଲା ଜୀବନ୍ତି l ଦେହର କ୍ଷୁଧା ସିନା ପୂରା ହୋଇଗଲା l କିନ୍ତୁ ମନ ତାର କ୍ଷୁଧିତଥାଇ ସର୍ବଦା ବିଳାପ କରୁ ଥିଲା, ହାୟ ! ଇଏ କି ପାପ ମୁଁ କରୁଛି ! ହେ କରୁଣାମୟ ଭଗବାନ ! ଏଥିରୁ କଅଣ ମୋର ନିସ୍ତାର ନାହିଁ !
ଏପରି ଦିନ ଗଡ଼ି ଚାଲି ଥାଏ ଦିନେ ଜିବନ୍ତୀ ଦେଖିଲା ଏକ ବ୍ୟାଧ କିଛି ଶୁଆ ପଞ୍ଜୁରୀରେ ଧରି ବୁଲୁଛି ବିକ୍ରି କରିବା ପାଇଁ l ତାକୁ ଦେଖି, ଜିବନ୍ତୀର ଶ୍ରଦ୍ଧା ହେଲା l ସେ ଶୁଆ ଗୋଟିଏ କିଣି ରଖିଲା l ଶୁଆମାନେ କାଳେ କଥା କହି ପାରନ୍ତି ବୋଲି ସେ ଜାଣିଥିଲା l ସେ ସେହି ଶୁଆଟିକୁ ନିଜର ପୁତ୍ର ପରି ପାଳିଲା ଓ ତାକୁ ମିଠା ମିଠା ଫଳ ଆଣି, ଖାଇବାକୁ ଦେଲା l କିଛି ଦିନ ପରେ ଶୁଆଟି ବୋଲ ମାନିଗଲା l ସେ କହୁଥିବା କଥାକୁ ବି ଅନୁକରଣ କଲା l ଏଥର ତାକୁ ଜିବନ୍ତୀ ରାମ ନାମ ଶିଖାଇଲା l ଅଳ୍ପଦିନ ପରେ ଶୁଆଟି ମଧୁର ସ୍ଵରରେ ରାମ ନାମ ରଟିବା ଆରମ୍ଭ କଲା l ଶୁଆଟିର ରାମ ନାମ ଉଚ୍ଚାରଣରେ ଜୀବନ୍ତୀ ଏତେ ଭାବ ବିହ୍ବଳ ହୋଇ ପଡ଼ିଲା ଯେ, ବେଳେ ବେଳେ ସେ ଆସି ତା' ପାଖରେ ବସି ତା' ସହିତ ରାମ ନାମ ଜପିବାରେ ଲାଗିଲା l କ୍ରମେ ମନରେ ତାର ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଜାଗରୁକ ହୋଇ ଉଠିଲା, ସେ ନିରନ୍ତର ରାମ ନାମ ଜପିଲା।
ଜୀବନ୍ତୀ ପୋଷି ଥିବା ଶୁଆଟି ମଧ୍ୟ ପୂର୍ବ ଜନ୍ମରେ ଏକ ପାପି ଥିଲା l ଜିବନ୍ତୀର ମୃତ୍ୟୁ କାଳ ଉପସ୍ଥିତ ହେଲା l ଯୋଗକୁ ଏକା ଦିନରେ ସେ ଦୁହେଁ ଦେହ ତ୍ୟାଗ କଲେ l ତାଙ୍କୁ ଘେନି ଯିବା ପାଇଁ ଯମଦୂତ ମାନେ ଆସି ପହଁଚିଲେ ଓ ତାଙ୍କୁ କାଳ ଫାଶୀରେ ବାନ୍ଧି ପକାଇଲେ l ସେହି ସମୟରେ ଶଙ୍ଖ, ଚକ୍ର ଗଦା ପଦ୍ମଧାରୀ ବିଷ୍ଣୁ ଦୂତମାନେ ଆସି ଚକ୍ରରେ ତାଙ୍କ କାଳ ପାଶକୁ କାଟି ପକାଇ କହିଲେ, ତୁମେ ଗୁଡ଼ା କିଏରେ l ହରି ଭକ୍ତ ଏହି ନିର୍ଦ୍ଦୋଷ ପ୍ରାଣୀଙ୍କୁ ପୀଡ଼ା ଦେଉଛ। ଯମ ଦୂତଙ୍କ କାର୍ଯ୍ୟରେ ଏମାନେ ବାଧା ଦେବାରୁ ତାଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହେଲା l ଯୁଦ୍ଧରେ ପରାସ୍ତ ହୋଇ ଯମଦୂତ ମାନେ ସେନାପତି ଚଣ୍ଡକୁ ଧରି ଯମପୁରକୁ ପଳାଇଗଲେ l ଏପଟେ ଶୁଆ ଓ ଜୀବନ୍ତୀ ବେଶ୍ୟାକୁ ଧରି ବିଷ୍ଣୁଦୂତ ମାନେ ବିଷ୍ଣୁ ଲୋକକୁ ଯାତ୍ରା କଲେ। ପରାଜିତ ଯମଦୂତ ମାନେ ଯମପୁର ଫେରି ଯାଇ ଯମଙ୍କୁ ସମସ୍ତ ଘଟଣା କହିଲେ l ତାହା ଶୁଣି ଯମ କହିଲେ, ଦୂତମାନେ ଯେ ହେତୁ ସେମାନେ ମରଣ କାଳରେ ମୁଖରେ ରାମ ନାମ ଧରିଛନ୍ତି, ସେମାନେ ବିଷ୍ଣୁ ଲୋକର ଅଧିକାରୀ l ଆମର ତାଙ୍କ ଉପରେ କୌଣସି କର୍ତ୍ତୁତ୍ତ୍ଵ ନାହିଁ। ଭଲ ହୋଇଛି, ସେଠାରୁ ତୁମେ ମାନେ କିଛି ଗୋଳ ନକରି ପଳାଇ ଆସିଛ l ତୁମେମାନେ ଜାଣି ରଖ, ସଂସାରରେ ଏପରି କିଛି ପାପ ନାହିଁ, ଯାହା ରାମ ନାମର ପ୍ରଭାବ ଦ୍ୱାରା ନଷ୍ଟ ହେବ ନାହିଁ l ଯମ ରାଜଙ୍କ କଥା ଶୁଣି ଦୂତମାନେ ରାମ ନାମର ମହିମା ବୁଝି ଗଲେ l
ବାସ୍ତବରେ, ରାମ ନାମର ମହିମା ଅପାର l ରାମ ନାମ ସକଳ ଅମଙ୍ଗଳ ନାଶକାରୀ l ମୋକ୍ଷ ଗତି ପ୍ରଦାନକାରୀ l ରାମ ନାମର ପ୍ରଭାବ ଜାଣନ୍ତି ପ୍ରଭୁ ମହାଦେବ l ରାମନାମ ହେଉଛି, 'ମଙ୍ଗଳ ଭବନ ଅମଙ୍ଗଳ ହାରୀ' l ଜୀବନ୍ତୀ ବେଶ୍ୟା ଆଖ୍ୟାନର ଏହା ହିଁ ଶିକ୍ଷା l ରାମ ନାମର ପ୍ରଭାଵ ସମ୍ବଧରେ ମହାମୁନି ବ୍ୟାସ, ତାଙ୍କ ପ୍ରିୟଶିଷ୍ୟ ଜୈମିନୀଙ୍କୁ ଥରେ କହିଥିଲେ:-
   ମୃତ୍ୟୁକାଳେ ଦ୍ୱିଜଶ୍ରେଷ୍ଠ
           ରାମେତି ନାମ ଯ ସ୍ମରେତ୍।
   ସ ପାପାତ୍ମାପି ପରମଂ
          ମୋକ୍ଷମାପ୍ନୋତି ଜୈମିନେ ।।
               🙏🙏🙏
                  ଅର୍ଜୁନୀ
                --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational