Bishwaranjan Tripathy

Abstract Romance Classics

4.0  

Bishwaranjan Tripathy

Abstract Romance Classics

ଡିଜିଟାଲ ଲଭ

ଡିଜିଟାଲ ଲଭ

7 mins
221


ସେଦିନ ସକାଳୁ ସୀମା ତରତର ହୋଇ ଉଠି ଗାଧୁଆ ପାଧୁଆ ଶେଷକରି ବାହାରିପଡେ ଇଣ୍ଟରଭିଉ ପାଇଁ। କାରଣ ଥିଲା ବହୁତ ଚେଷ୍ଟା କରିବାପରେ ମଧ୍ୟ କୌଣସି ପ୍ରକାରେ ଚାକିରୀ ମିଳୁନଥାଏ। ହେଲେ ସେଦିନ ତାର ବହୁତ ଆଶା ଥାଏ ଚାକିରୀଟି ପାଇଁ। କାରଣଥିଲା ସୀମାର ସବୁପ୍ରକାର ଯୋଗ୍ୟତା ଥିଲା ସେହି ପୋଷ୍ଟଟି ପାଇଁ। ସେ ଯାହାହେଉ ସୀମା ସଠିକ ସମୟରେ ଯାଇ ପହଂଚିଯାଏ ଇଣ୍ଟରଭିଉ ରେଓ ସଫଳତା ପୂର୍ବକ ଚାକିରୀଟି ବି ତାକୁ ମିଳିଯାଏ।

ଇଣ୍ଟରଭିଉରେ ସଫଳତା ପରେ ସୀମା ବହୁତ ଖୁସିଥାଏ କାରଣ ତାକୁ ତା ଜୀବନର ପ୍ରଥମ ଚାକିରୀ ମିଳିଯାଇଥିଲା। ବହୁତ ଖୁସି ହୋଇ ଆସି ଘରେ ପହଞ୍ଚେ ଆଉ ଚାକିରୀରେ ଯୋଗ ଦେବାପାଇଁ ନିଜକୁ ପ୍ରସ୍ତୁତ କରେ। ଏପଟେ ସୀମାର ମା ବି ବହୁତ ଖୁସି ହଉଥାନ୍ତି ଯେ ତାଙ୍କ ଝିଅ ଚାକିରୀ ପାଇଛି ହେଲେ ଆଉ ଏକ ଚିନ୍ତା ତାଙ୍କ ମୁଣ୍ଡକୁ ଖାଇଯାଉଥାଏ। କାରଣ ତାଙ୍କ ଝିଅ ସୀମା ଆଗରୁ କେବେବି ଏକୁଟିଆ ବାହାରେ ରହୀନଥିଲା। ସେଥିରେ ପୁଣି ଭୁବନେଶ୍ୱର ସହରରେ ଏକିଟିଆ କେମିତି ରହିବ କଣ ଖାଇବ,ଏସବୁ ଭାବି ଚିନ୍ତାରେ ଥାନ୍ତି।

ଚାକିରୀରେ ଯୋଗ ଦେବାର ଗୋଟେ ଦିନ ପୂର୍ବରୁ ସୀମା ଯାଇ ପହଂଚିଯାଏ ଭୁବନେଶ୍ୱରରେ । ପୂର୍ବରୁ ବୁଝିଥିବା ଏକ ହଷ୍ଟେଲରେ ଯାଇ ରୁହେ। ପରଦିନ ସକାଳୁ ଉଠି ନିତ୍ୟକର୍ମ ସାରି ସଠିକ ସମୟରେ ସୀମା ଯାଇ ଅଫସିରେ ପହଂଚିଯାଏ। ଦେଖିବାକୁ ବହୁତ ସୁନ୍ଦରୀ ସହ ନିଜର ବେଶ ପୋଷାକ ପ୍ରତି ବହୁତ ଯତ୍ନଶୀଳ ଥିଲା ସୀମା। ତେଣୁ ଅଫସିର ସମସ୍ତ ଷ୍ଟାଫଙ୍କ ଭିତରେ ସୀମାକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଥାଏ। ହେଲେ ସେସବୁ ସୀମାର ଅଜ୍ଞାତରେ। ଏପଟେ ସୀମା ତାର କାମକୁ ସଠିକ ଭାବେ ତୁଲୋଉଥାଏ।

ଏମିତି ଭାବରେ କିଛିଦିନ ବିତିଯାଏ । ସେଦିନ ତାଙ୍କ ଅଫସିକୁ ତାଙ୍କ ଜୋନାଲ ମ୍ୟାନେଜର ରାହୁଲ ମହାନ୍ତି (୩୨) ଆସିଥାନ୍ତି ତେଣୁ ଅଫସିରେ କୋକୁଆ ଭୟ ସେ କୁଆଡେ ବହୁତ ଷ୍ଟ୍ରିକ୍ଟ। ଅବିବାହିତ ଓ ଦେଖିବାକୁ ବି ବହୁତ ହ୍ୟାଣ୍ଡସମ ଓ କାମ ବି ସେମିତି କରନ୍ତି।ସମସ୍ତ ଷ୍ଟାଫଙ୍କ କାମର ପର୍ଯ୍ୟାଲୋଚନ କରୁଥାନ୍ତି। ଏହିଭିତରେ କିଛି ଷ୍ଟାଫଙ୍କୁ ଗାଳି ବି ଦଉଥାନ୍ତି ରାଗରେ, ସେସବୁ ଦେଖି ସୀମା ମନେ ମନେ ଡରିଯାଇଥାଏ ଓ ଭାବୁଥାଏ ସେମାନେ ସମସ୍ତେ ଏତେ ପୁରୁଣା ହୋଇକି ବି ଗାଳି ଖାଉଛନ୍ତି ମୁଁ ତ ନୂଆ ଆଜି ମୋର ବେଳା ଖରାପ ନିଶ୍ଚିତ।

ଏହି ଭିତରେ ସୀମାକୁ ଡାକରା ଆସିଲା ଚାମ୍ବର କୁ ଯିବାପାଇଁ। ସୀମା ସଙ୍ଗେ ସଙ୍ଗେ ତାର ଫାଇଲ ପତ୍ର ଧରି ଭିତରକୁ ଯାଏ...

ସୀମା: ହେଲୋ ସାର, ଗୁଡ଼ ଆଫଟର ନୁନ। ଆଇ.ଆମ ସୀମା ସାହୁ।

ରାହୁଲ: ୟେସ, କମ ଇନ... ଆଣ୍ଡ ସିଟ ଦେୟାର। ଆଇ ଥିଙ୍କ ୟୁ ଆର ନିଉ।

ସୀମା: ୟେସ ସାର।

ରାହୁଲ: ହସିକି, ଓକେ ଗିଭ ଇଓର ଫାଇଲ।

ସୀମା ଯାଇ ଚେୟାରରେ ବସିଯାଏ ସଂଗେ ସଂଗେ ନେଇଥିବା ଫାଇଲଗୁଡିକୁ ବଢ଼େଇଦିଏ ରାହୁଲ ହାତକୁ। ଫାଇଲ ସବୁକୁ ସୀମା ହାତରୁ ନେଇ ରାହୁଲ ଖୋଲିକି ତନ ତନ କରି ଦେଖେ ଦେଖିବା ଭିତରେ କିଛି କିଛି ଭୁଲ ଭାଲ ବି ଦେଖେ ହେଲେ ସମସ୍ତଙ୍କୁ ଯେମିତି ଉଚ୍ଚ ସ୍ୱରରେ ତାଗିଦ କରି କହୁଥିଲା ସୀମା ବେଳକୁ କିନ୍ତୁ ସେମିତି କିଛିନଥିଲା। ପୁରା ଧୀରସୁସ୍ଥେ ଆରାମରେ ବୁଝଉଥିଲା। ତା ସହ ତାଗିଦ ବି କରିଥିଲା କି ଏମିତି ଭୂଲ ଯେମିତି ଆଗକୁ ଯେମିତି ନ ହୁଏ। ଆଉ ଯଦି କିଛି ଅସୁବିଧା ହୁଏ କାମରେ ତେବେ ସିଧା ମୋର ପରାମର୍ଶ ନେଇପାରିବ ବିନା କୌଣସି ଦ୍ଵିଧାରେ। ଆଉ ହଁ ମୁ ଜ୍ୟୋତିକୁ କହିଦେବି ସେ ତୁମକୁ କାମରେ ସାହାଯ୍ୟ କରିବ। ସୀମା ବି ରାହୁଲ କଥାରେ ହଁ ଭରେ।

ସେପଟେ ଅଫସିର ଅନ୍ୟ ଷ୍ଟାଫ ମାନେ କଥା ହେଉଥାନ୍ତି କି ଆଜି ସୀମାର ବେଳା ଖରାପ ପଡିଯିବ କାରଣ ଆମେ ଏତେ ଅଭିଜ୍ଞ ହେଇକି ବି ଶୁଣିଲେ, ଆଉ ୟେ ସୀମା ଟା ନୂଆ ଆସିଛି ନିଶ୍ଚିତ ଟୁଇସନ ହବ ଭଲରେ। ଜ୍ୟୋତି କହୁଥାଏ କଣ ପାଇଁ ସେ ବିଚାରି ପଛରେ ପଡିଛ? ଏଇ ଟ୍ରେଣ୍ଡ କଣ ଏମିତି ଚାଲିବ? ମୁଁ ଆସିଲା ବେଳେ ଏମିତି ବି ଫେସ କରିଥିଲି ଖାଲି ଅଭୟ ଥିଲେ ବୋଲି ନହେଲେ ମୋର ଅବସ୍ଥା କଣ ହେଇଥାନ୍ତା। ସେହି ଭିତରେ ଜଣେ କହୁଥାଏ ଆରେ ଏତେ ସହଜରେ କଣ ସବୁ ହେଇଯିବ ସେ ଟିକେ ନୂଆ ଚାକିରିର ଅନୁଭୂତି ନଉ। ଏଇ ଭିତରେ ସୀମା ହସି ହସି ରାହୁଲର ଚାମ୍ବର ଭିତରୁ ବାହାରି ଆସେ। ସୀମାର ହସ ହସ ମୁହଁ ଦେଖି ଏମାନେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାନ୍ତି। ଆଉ କହୁଥାନ୍ତି ଆରେ ୟେ କଣ, କାନ୍ଦିବା ବଦଳରେ ହସ ମୁହଁ ଡାଲ ମେଂ କୁଛ କାଲା ତୋ ନେହି? ଏହି ଭିତରେ ରାହୁଲ ଜ୍ୟୋତିକୁ ଫୋନ କରି କହିଦିଏ କି ସୀମାକୁ ଟିକେ କାମରେ ସାହାଯ୍ୟ କରିବାପାଇଁ।


ଏମିତି କିଛିଦିନ ବିତିଯାଏ, ଧୀରେ ଧୀରେ ସୀମା ଭଲରେ କାମ କରିବାକୁ ଲାଗେ ପୁରା ମନପ୍ରାଣ ଦେଇ ସେ କାମ କରୁଥାଏ। ସୀମାର କାମପ୍ରତି ଥିବା ମନୋଭାବ ଦେଖି ତାକୁ ଗୋଟେ ବର୍ଷ ଭିତରେ ପଦୋନ୍ନତି ବି ମିଳିଯାଏ। ସେହିବର୍ଷ ତାକୁ ତାଙ୍କ ଜୋନର ୟଙ୍ଗ ଇମର୍ଜିଙ୍ଗ ଏମ୍ପ୍ଲୟି ଆୱାର୍ଡ ମିଳେ। ସେହି ଆୱାର୍ଡ ସେରିମୋନିରେ ରାହୁଲ, ସୀମାର ଆହୁରି ଅଧିକ କ୍ଲୋଜ ହେବାର ସୁଯୋଗ ପାଏ। ସୀମାର ସଫଳତା ଦେଖି ରାହୁଲ ତାର ଖୁସି ବ୍ୟକ୍ତ କରେ ଆଉ କୁହେ ତୁମେ ବହୁତ ଆଗକୁ ଯିବ।

ପୁରଷ୍କାର ସମାରୋହ ସରିବାପରେ ସେହି ସନ୍ଧ୍ୟାରେ ସୀମା ଘରକୁ ଫେରିବା ପାଇଁ ଜଲ୍ଦିରେ ବାହାରି ଆସେ, ଆସି ଦେଖେ ତ ତାର ସ୍କୁଟି ପଂକ୍ଚର ହୋଇଯାଇଛି। ମନ ଦୁଃଖରେ ସେଇଠୁ ଚାଲି ଚାଲି ଫେରୁଥାଏ। ସେହି ସମୟରେ ରାହୁଲ ତାର କାର ଧରି ଘରକୁ ବାହାରୁଥାଏ ହଠାତ ଦେଖିଲା ସୀମା ସେହି ପାର୍କିଂ ଏରିଆରେ ଚାଲି ଚାଲି ଯାଉଛି। ସଂଗେ ସଂଗେ କାରକୁ ରଖି ତାର ପାଖକୁ ଆସି ପଚାରେ ଚାଲି ଚାଲି ଯାଉଛ ଯେ? ସ୍କୁଟି ଆଣିନ କି,ନା କିଛି ଅସୁବିଧା ଅଛି। ସୀମା ସଂଗେ ସଂଗେ କୁହେ କି ତାର ସ୍କୁଟି ରେ ହାୱା ନାହିଁ ତେଣୁ ଚାଲିକି ଯାଉଛି ଆଗ ଛକରୁ ଅଟୋରେ ଚାଲିଯିବି।

ଆରେ ନାଇଁ ଅଟୋରେ ଯିବା କିଛି ଦରକାର ନାହିଁ ଆସ ମୋ କାରରେ ତୁମକୁ ତୁମ ଘରେ ଛାଡ଼ିଦେବି ଆଉ ଗାଡିକୁ ଘରେ ପହଞ୍ଚେଇବାର ବ୍ୟବସ୍ଥା ମୁଁ କରିଦେବି। ସୀମା ନାଇଁ ନାଇଁ କରୁଥାଏ ବହୁତ ବାଧ୍ୟ କରିବାରୁ ସୀମା ଯାଇ କାରରେ ବସେ। ଉଭୟ ସାଙ୍ଗ ହୋଇ ଘରକୁ ଫେରନ୍ତି। ବାଟରେ ଫେରିଲା ସମୟରେ ଉଭୟ ଉଭୟଙ୍କ ବିଷୟରେ ବହୁତ ସାରା କଥା ହଉଥାନ୍ତି। ସୀମାର ସରଳତା,କର୍ମଠତା ଦେଖି ରାହୁଲ ସୀମାକୁ ପ୍ରଶଂସା କରିବାକୁ ଲାଗେ। ଏହି ଭିତରେ ସୀମାର ଘର ଆସିଯାଏ ତେଣୁ ସୀମା କୁହେ, ସାର... ଏଇଠି ରଖନ୍ତୁ, ମୋ ଘର ଏଇ ପାଖରେ। ସୀମାଠୁ ସାର ଡାକ ଶୁଣି ରାହୁଲକୁ ଭଲ ଲାଗୁନଥାଏ ତେଣୁ ସେ କୁହେ କି କେବଳ ଅଫିସରେ ସାର ବାହାରେ ରାହୁଲ କହି ଡାକିଲେ ଚଳିବ। ସୀମା ପୁଣି କୁହେ ଓକେ ସାର। ଉଭୟ ହସିବାକୁ ଲାଗନ୍ତି। ତାପରେ ଉଭୟ ଉଭୟଙ୍କୁ ବିଦାୟ ଦେଇ ଘରକୁ ଫେରନ୍ତି।

ଏପଟେ ସୀମା ଫେସବୁକରେ ପ୍ରାୟ ବର୍ଷେ ହବ ଏକ ଫେକ ଆଇଡ଼ି କରି ଗୋଟେ ପୁଅ ସହ କଥା ହଉଥାଏ ଓ ତାକୁ ମନେ ମନେ ଭଲପାଉଥାଏ। ଯେହେତୁ ଫେକ ଆଇଡ଼ି କରିଥିଲା ତେଣୁ ସେ ତାର ଫୋନ ନମ୍ବର ଦେଇନଥିଲା। ସେ ପୁଅ ବହୁତ ବାଧ୍ୟ କରିବା ସତ୍ୱେ ବି। ସେଦିନ ରାତିରେ ଘରକୁ ଫେରିବା ପରେ ସୀମାକୁ ତାର ମାଙ୍କ ଠାରୁ ତାର ବିବାହ ବିଷୟରେ ଶୁଣି ଟିକେ ଚିନ୍ତିତ ହୋଇଯାଏ। ସୀମା ତା ମା'ଙ୍କ ପ୍ରଶ୍ନର କିଛି ଉତ୍ତର ନଦେଇ ଶୋଇବାପାଇଁ ଘର ଭିତରକୁ ଚାଲିଯାଏ। ସେହି ରାତିରେ ସୀମା ଯେଉଁ ପୁଅ ସହ ଫେସବୁକରେ କଥା ହେଉଥାଏ। ତାକୁ ତାର ମନର କଥା ଖୋଲିକୁହେ। ଆଉ ତାର ଫେକ ଆଇଡ଼ି ବିଷୟରେ ସତ କଥା କହିବା ସହ ନିଜର ଅସଲ ପରିଚୟ ବି ଦିଏ। ଘରେ ତାଙ୍କର ବିବାହ ପାଇଁ ଜୋର ଦେଉଛନ୍ତି। ତେଣୁ ସେ ତାର ମତାମତ ମାଗେ। ପୁନଶ୍ଚ ତାର ଫୋନ ନମ୍ବର ପ୍ରଥମଥର ତାକୁ ଦିଏ। ସେ ପୁଅ ସେଦିନ ସୀମାର ଅସଲ ପରିଚୟ ପାଇବା ପରେ ଆଶ୍ଚର୍ଯ୍ୟ ଚକିତ ହୁଏ ହେଲେ ବି ଭାବେ ଯେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳପାଇଁ।

ସେପଟେ ଯେଉଁ ପୁଅ ସହ ସୀମା କଥା ହେଉଥିଲା ସେ ବି ଏକ ଫେକ ଆଇଡ଼ି କରି ସୀମା ସହ କଥା ହେଉଥିଲା। କିଛିଦିନ ପରେ ସେ ପୁଅ ବି ତାର ନିଜର ପ୍ରକୃତ ପରିଚୟ ଦିଏ ହେଲେ ନିଜର ନେମ କୁ କହିନଥାଏ। ଖାଲି କହିଥିଲା କି ସେଇଟା ଥିଲା ଏକ ଫେକଆଇଡ଼ି। ପୁନର୍ବାର ସୀମାକୁ ତାର ଅଫସି ଠିକଣା ଦେଇ କୁହେ ଦେଖା କରିବା ପାଇଁ। କାରଣ ଶନିବାର ଓ ରବିବାର ଲକ ଡାଉନ ଥିଲା। ସୀମା ସେ ପୁଅର କଥା ଶୁଣି ଭାବେ ଯେ ସେ ଅଫିସରେ ତ ରାହୁଲ ସାର ଜବ କରୁଛନ୍ତି। ହେଲେ ମୁଁ ଯାହାଙ୍କ ସହ କଥା ହଉଛି ସେ କିଏ? ମୁଁ ତ କେବେ ତାଙ୍କୁ ଦେଖିନି କି ସେମିତି ନାମରେ ଥିବା ଲୋକ କିଏ ଜାଣିନି। ଏମିତି କିଛି ସମୟ ଭାବିବା ପରେ ସେ ପୁଅର କଥାରେ ରାଜି ହୋଇଯାଏ ସୀମା। ପରଦିନ ସେ ପୁଅର କଥା ଅନୁସାରେ ସୀମା ଯାଏ ତାକୁ ଦେଖା କରିବା ସହ ଅଫସିର ବାକିଥିବା କିଛି କାର୍ଯ୍ୟ କରିବାପାଇଁ।

ପରଦିନ ଅଫସି ଆଗରେ ପହଂଚି ସୀମା କଲ କରିଲା ସେ ପୁଅକୁ। ସେ ପୁଅ ଫୋନ ଉଠେଇ କହିଲା, ବହୁତ ଜଲ୍ଦି ପଳେଇଆସିଲ ହଉ ଏବେ ଆସ ଅଫସ ଆଗରେ ଥିବା ସେ ପଡ଼ିଆକୁ। ସୀମା ସେ ପଡିଆକୁ ଯାଇ ଦେଖେ ଜଣେ ହଟା କଟା ଯୁବକ ପଡ଼ିଆର ଅପର ପାର୍ଶ୍ୱକୁ ଚାହିଁ ରହିଛନ୍ତି। ଚତୁର୍ଦିଗକୁ ଚାହିଁଲା କେହି କୁଆଡେ ଦିଶୁନଥିଲେ। ତେଣୁ ସେ ଭାବିନେଲା ଯେ ସେ ହିଁ ହଉଛି ତାକୁ ଡାକିଥିବା ଓ ସେ ଭଲପାଉଥିବା ପୁଅ।ସେ ତାଙ୍କ ପାଖରେ ଯାଇ ପହଁଚି ଡାକିଲା। ସେ ପୁଅ ସେମିତି ଅପର ପାର୍ଶ୍ୱକୁ ଚାହିଁରହି କହିଲା, ମତେ ଦେଖିଲେ ଆଶ୍ଚର୍ଯ୍ୟ ହବନି ତ? ଆଉ ମୋ ପ୍ରତି ଥିବା ତୁମ ମନରେ ଭଲପାଇବା କମ ହବନି ତ?

ସୀମା ଏତିକି କଥା ଶୁଣି ମନେ ମନେ ଭାବୁଥାଏ, ଏ ସ୍ୱର କୋଉଠି ଶୁଣିଲା ଶୁଣିଲା ପରି ଲାଗୁଛି। ହଉ ଠିକ ଅଛି ଆପଣ ଏପଟକୁ ବୁଲନ୍ତୁ।

ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅ। ତାପରେ ନିଶ୍ଚିତ ବୁଲିବି।

ଆପଣ ରାହୁଲ ସାର ନା?

ହଁ ମୁଁ ରାହୁଲ, ହେଲେ ତୁମେ କେମିତି ଜାଣିଲ?

ମୁଁ ତୁମ ସ୍ୱର ଶୁଣି ଜାଣିଲି ଆଉ ସେଦିନ ରାତିରେ ତୁମ କଥା ଶୁଣି ମୋର ସନ୍ଦେହ ହିଇଥିଲା।

ତାପରେ ଉଭୟ ସେଦିନ ଆଉ ଅଫସ ନଯାଇ ଲଙ୍ଗଡ୍ରାଇଭରେ ଯାଇଥିଲେ ଓ ବହୁତ ଏନଜୟ ବି କରିଥିଲେ। ଆଗରୁ ବହୁତ ଥର ମିଶିଥିଲେ ହେଲେ ଆଜି ପରସ୍ପର ସହ ପ୍ରଥମ ଥର ପାଇଁ ପ୍ରେମିକ ଓ ପ୍ରେମିକା ଭାବେ ମିଶିଥିବାରୁ ବହୁତ ଖୁସି ଥିଲେ। ଏମିତି କିଛିଦିନ ବିତିଯାଇଥିଲା ଉଭୟଙ୍କ ଭିତରେ ସମ୍ପର୍କ ଆହୁରି ନିବିଡ଼ରୁ ନିବିଡ଼ତର ହୋଇଯାଇଥାଏ। ଉଭୟଙ୍କ ସମ୍ପର୍କ ପ୍ରଥମେ କଲିଗରୁ ବନ୍ଧତ୍ୱ ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇସାରିଥାଏ। ଏ ଖବରକୁ ନେଇ ଉଭୟଙ୍କ ଅଜ୍ଞାତରେ ସାରା ଅଫସିରେ ଚର୍ଚ୍ଚା ଚାଲୁଥାଏ। ହେଲେ ସୀମା ସେସବୁ କଥାକୁ ଧ୍ୟାନ ନଦେଇ ସେ ତାର କାମରେ ମନୋନିବେଶ କରୁଥାଏ।

ଗୋଟେ ଦିନ ସମସ୍ତଙ୍କୁ ଚକିତ କରି ଉଭୟ କୋର୍ଟରେ ବିବାହ କରିନିଅନ୍ତି। କାରଣ ରାହୁଲ ଜାଣିଥିଲା ଯେ ତାଙ୍କ ଘରେ ରାଜି ହେବେନାହିଁ, ଯେହେତୁ ଉଭୟଙ୍କ କାଷ୍ଟ ଅଲଗା ଥିଲା। ତା ସହିତ ସୀମା ବି ୨ମାସର ଅନ୍ତସତ୍ଵା ଥିଲା। ଏସବୁ ବିଷୟରେ କେହି ଜାଣିନଥାନ୍ତି।

ହଠାତ ଉଭୟ ଏକା ସମୟରେ ଛୁଟି ନିଅନ୍ତି। ଏସବୁ ଦେଖି ଅନ୍ୟ ଷ୍ଟାଫ ମାନେ କିଛି ବି କହିପାରନ୍ତିନି କାରଣ ରାହୁଲ ଥିଲା ତାଙ୍କର ଉପରିସ୍ଥ ଅଫିସର। ୨-୩ ଦିନ ଅନ୍ତରରେ ରାହୁଲ ଓ ସୀମା ଉଭୟ ଏକ ବଡ ନୈଷ୍ୟ ଭୋଜିର ଆୟୋଜନ କରି ସମସ୍ତ ଷ୍ଟାଫଙ୍କୁ ନିମନ୍ତ୍ରଣ କରନ୍ତି। ବହୁତ ଖୁସି ଓ ଆନନ୍ଦ ସହକାରେ ସବୁ କାର୍ଯ୍ୟ ସମାପନ ହୁଏ। ଛୁଟି ସରିବା ପରେ ସୀମା ଆଉ ଅଫସିକୁ ଯାଏ ନାହିଁ କାରଣ ଥିଲା ରାହୁଲ ତାକୁ ମନା କରିଥିଲା ଆଉ ସୀମା ବି ରାହୁଲ କଥାରେ ରାଜି ହୋଇ ଘରେ ରହି ଏକ ସୁଗୃହିଣୀର ଦାଇତ୍ୱ ସୁଚାରୁ ରୁପେ ତୁଲୋଉଥିଲା।

ଉଭୟଙ୍କ ଖୁସିର ସଂସାର ରଥ ଠିକ ଠାକ ଏମିତି ପ୍ରାୟ ୮ ମାସ ଗଡିଚାଲିଲା। ଏହି ଭିତରେ ଅନ୍ତସତ୍ଵା ଥିବା ସୀମା ଏକ କନ୍ୟା ସନ୍ତାନକୁ ଜନ୍ମଦିଏ। ଝିଅ ଜନ୍ମ ହେବାପରେ ଉଭୟଙ୍କ ପରିବାର ସେମାନଙ୍କୁ ଗ୍ରହଣ ବି କରନ୍ତି ହେଲେ ରାହୁଲର ମନ ଟିକେ ଦୁଃଖ ଥାଏ। କାରଣ ଥିଲା ସେ ଆଶା କରିଥିଲା ତାର ପୁଅଟିଏ ହବ ହେଲେ ଝିଅଟିଏ ହେବାରୁ ସେ ସାମାନ୍ୟ ଦୁଃଖୀ ଅନୁଭବ କରୁଥିଲା। ସେ ଯାହାବି ହଉ ଧୀରେ ଧୀରେ ରାହୁଲର ବି ମନ ପରିବର୍ତ୍ତନ ହୁଏ। ସମସ୍ତେ ତାଙ୍କ ପରିବାରକୁ ଫେରି ପୁନର୍ବାର ଖୁସିରେ ଜୀବନ ଅତିବାହିତ କରନ୍ତି।



Rate this content
Log in

Similar oriya story from Abstract