The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

2  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

ଦାୟିତ୍ୱ

ଦାୟିତ୍ୱ

2 mins
481


ଭଗବାନ ବୁଦ୍ଧ ଲୋକଙ୍କ ଭିତରେ ବିଛେଦ ସୃଷ୍ଟିକରିବା ପାଇଁ ସେମାନଙ୍କ ପାଖକୁ ବାରମ୍ବାର ଯାଉଥିଲେ l ସେମାନଙ୍କୁ ସତସଙ୍ଗ ମାଧ୍ୟମରେ ବୁଝାଉ ଥିଲେ l ଭକ୍ତମାନଙ୍କର ନିମନ୍ତ୍ରଣ ରକ୍ଷାକରି ସେମାନଙ୍କ ଘରକୁ ଯାଉଥିଲେ l

     ଏମିତି ଭାବରେ ଥରେ ଜଣେ କୃଷକ ତାଙ୍କୁ ନିଜ ଗାଁକୁ ନିମନ୍ତ୍ରଣକୁ ସ୍ୱୀକାର କଲେ, କହିଲେ, “ଠିକ୍ ଅଛି ମୁଁ ଆସନ୍ତା ସପ୍ତାହରେ ଅବଶ୍ୟ ତୁମ ଗାଁକୁ ଯିବି l”

     ଠିକ୍ ସମୟରେ ବୁଦ୍ଧ ଯାଇ କୃଷକର ଗାଁରେ ପହଞ୍ଚିଲେ l ଗାଁ ଲୋକମାନେ ଭଗବାନଙ୍କ ଠାରୁ କିଛି ଶୁଣିବାପାଇଁ ବହୁ ସଂଖ୍ୟାରେ ରୁଣ୍ଡ ହୋଇଥାନ୍ତି l ଏକ ପ୍ରବଚନ ସଭାର ଆୟୋଜନ ମଧ୍ୟ କରିଥାନ୍ତି l ଏହା ଦେଖି ବୃଦ୍ଧ ଖୁସିହେଲେ ଏବଂ ପ୍ରବଚନ ଦେଲେ l

     ହଠାତ୍ ସେଇ କୃଷକଟିର ଗୋଟାଏ ବଳଦର ଦେହ ଖରାପ ହୋଇଗଲା l କୃଷକ ଜଣକ ବଳଦଟିର ସେବା କରିବାକୁ ଲାଗି ପଡିଲା l ଓୌଷଧ ପତ୍ରର ବ୍ୟବସ୍ଥା କରିବାକୁ ଲାଗିଲା l ଯାହା ଫଳରେ ବୁଦ୍ଧଦେବଙ୍କ ପ୍ରବଚନ ସ୍ଥଳରେ ପହଞ୍ଚି ପାରିଲା ନାହିଁ l

     ମନରେ ତାର ଭୀଷଣ ଦୁଃଖ l ଭଗବାନ ନିଜେ ତା ପାଖକୁ ଆସିଛନ୍ତି l ଅଥଚ ତାଙ୍କ ସହିତ ମିଶିବାର ଅବସର ସେ ପାଇପାରୁନାହିଁ l ଅସୁସ୍ଥ ବଳଦଟିକୁ ସେ ମଧ୍ୟ ସେ ଛାଡିଯାଇ ପାରୁନାହିଁ l ଠିକ୍ ସମୟରେ ଠିକ୍ ଭାବରେ ଚିକିତ୍ସା ନକଲେ ବଳଦଟା ମରିଯିବ l

     ଯାହା ହେଉ ଉଚିତ୍ ଚିକିତ୍ସା ଫଳରେ ବଳଦଟି ସୁସ୍ଥ ହୋଇ ଉଠିଲା l ଏହାପରେ କୃଷକ ଜଣକ ପ୍ରବଚନ ସ୍ଥଳକୁ ଗଲା l କିନ୍ତୁ କଣ ହେବ, ସେତେବେଳକୁ ବୁଦ୍ଧଙ୍କର ପ୍ରବଚନ ଶେଷ ହୋଇଯାଇଥାଏ l କୃଷକ ଜଣଙ୍କ ପ୍ରବଚନ ଶେଷରେ ପହଞ୍ଚିବାର ଦେଖି ତାର ଅନ୍ୟ ସାଙ୍ଗମାନେ ତାକୁ ଗାଳିଦେଲେ l ଏମିତିକି କେତେ ଜଣ ବୁଦ୍ଧଙ୍କ ଆଗରେ ଅଭିଯୋଗକରି କହିଲେ, “ଦେଖନ୍ତୁ ଲୋକଟା କେତେ ସ୍ୱାର୍ଥପର, ସେ ନିଜେ ଆପଣଙ୍କ ପ୍ରବଚନର ସବୁ ପ୍ରକାର ଆୟୋଜନ କଲା କିନ୍ତୁ ନିଜେ ରହିଲା ନାହିଁ l

     ଏହା ଶୁଣି କୃଷକ ଜଣଙ୍କ ହାତଯୋଡି ନିଜର ସମସ୍ୟା ସମ୍ପର୍କରେ କହିଲା l ବଳଦର ଜୀବନ ରକ୍ଷା କରିବା ନିହାତି ଦରକାର ପଡିବାରୁ ସେ ବାଧ୍ୱ ହୋଇଥିଲା ରହିବା ପାଇଁ l

     ସବୁକଥା ଶୁଣିସାରିଲା ପରେ ଭଗବାନ ବୁଦ୍ଧ କହିଲେ, “ଏଇ କୃଷକ ଜଣକ ପ୍ରବଚନ ଶୁଣିବା ଅପେକ୍ଷା ନିଜର ଦାୟୀତ୍ଁକୁ ଅଧିକ ମହତ୍ୱ ଦେଲା l ଜଣକର ଜୀବନ ରକ୍ଷା କଲା l ସେ ମୋର ପ୍ରବଚନ ଶୁଣିବାକୁ ନଆସି ଭଲ କରିଛି l

     ଯଦି ବଳଦଟି ମରି ଯାଇଥାଆନ୍ତା, ତେବେ କୃଷକଟିର ପ୍ରବଚନ ଶୁଣିବା ବେକାର ହୋଇଯାଇଥାନ୍ତା l ମୋ ପ୍ରବଚନର କୌଣସି ମୂଲ୍ୟ ରହି ନଥାନ୍ତା l ଜ୍ଞାନ ପ୍ରାପ୍ତି ର ଅର୍ଥ ଜୀବନରେ ଦାୟୀତ୍ୱରୁ ପଳାୟନ କରିବା ନୁହେଁ, ବରଂ ଦାୟୀତ୍ୱକୁ ଠିକ୍ ଭାବରେ ବୁଝିବା ଏବଂ ତାହାକୁ କାର୍ଯ୍ୟରେ ଲଗାଇବା ସବୁ ସମୟରେ ବ୍ୟକ୍ତି ନିଜର ବିବେକ ବୁଦ୍ଧି ଅନୁସାରେ କାର୍ଯ୍ୟ କରିବା ଦରକାର l”

     ଏକଥା ଶୁଣି ଉପସ୍ଥିତ ଲୋକମାନେ ବୁଦ୍ଧଙ୍କ ପ୍ରବଚନର ଅଭିପ୍ରାୟ ବୁଝିପାରିଲେ l


Rate this content
Log in

Similar oriya story from Abstract