STORYMIRROR

RAJENDRA DASH

Tragedy

2  

RAJENDRA DASH

Tragedy

The Gentle Woman

The Gentle Woman

4 mins
83



"ରାଜେନ୍ଦ୍ର ଭାଇ ସୁଟରେ ତୁମେ ପୁରା gentleman ଦେଖାଯାଉଛ ପୁରା ସ୍ମାର୍ଟ many many congratulations "।

 ମୋ ବିଭାଘର ଭୋଜିରେ ବାଗ୍ମୀ ତରଫରୁ ମୋ ପାଇଁ ଦିଆଯାଇଥିବା ଅଭିନନ୍ଦନର କିଛି ବାକ୍ୟ ଥିଲା ଏହା । gentleman ଓ smart ଶବ୍ଦ ଦୁଇଟି ମୋତେ ଅତୀତକୁ ଫେରିଯିବାକୁ ବାଧ୍ୟ କରିଥିଲା ।

ଇଞ୍ଜିନିୟରିଂ କଲେଜରେ ପଢିଲା ବେଳେ ବାଗ୍ମୀ ସହ ଦେଖା ମୋର । ମୋରି batch ର  ଥିଲା ସେ । ଆମେ ଦୁହେଁ ଭିନ୍ନ ଭିନ୍ନ ଶାଖାର ପାଠ୍ୟ କ୍ରମରେ ଅନ୍ତର୍ଭୁକ୍ତ ଥିଲେ ବି ତାକୁ ଜାଣିବାର ମାଧ୍ୟମ ହୋଇଥିଲା ଅନୁଷ୍ଠାନର ସାମାଜିକ କାର୍ଯ୍ୟ ପାଇଁ ନିୟୋଜିତ group ଟି । 

ତଥାକଥିତ ସମାଜର smart ଏବଂ gentle ଦୁଇଟି ଶବ୍ଦର ସଂଜ୍ଞା ର ବିପରୀତ ଗାମୀ ଥିଲା ସେ । ସାଧାରଣ ଚେହେରା , ଶ୍ୟାମଳ ବର୍ଣ୍ଣ , କଥାରେ ଖାଣ୍ଟି ଗାଉଁଲି ଭାଷାର ଝଲକ ଝଟକେ ଏବଂ ସହପାଠିନୀ ମାନ ଙ୍କ ମଧ୍ୟରେ ସେ ଜଣା ଯାଉଥିଲା ମଫ ହିସାବରେ । 

ତେବେ ନିଜକୁ ସ୍ମାର୍ଟ କରି ଗଢି ତୋଳିବାର ସବୁ ପ୍ରସ୍ତୁତି କରି ସାରିଥିଲା ସେ ଉପଯୁକ୍ତ ପ୍ରସାଧନ ସାମଗ୍ରୀ ବେଶ ଭୁଷା ସହ ସେ ନିଜକୁ ସହରୀ ଢାଞ୍ଚାରେ ଆପଣେଇନେବାକୁ ଚେଷ୍ଟା କରୁଥିଲା । ଏପରିକି କଲେଜରେ ହେଉଥିବା ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରୁଥିଲା । ନୃତ୍ୟ ନିପୁଣା ଥିଲା ସେ । ଏପରିକି rampରେ ଚାଲିଲା ବେଳେ ସେ କଲେଜର ବହୁ ସୁନ୍ଦର ଚେହେରା କୁ ବି ପଛରେ ପକେଇ ଦେଉଥିଲା । କିନ୍ତୁ କହିବା ବାହୁଲ୍ୟ ଯେ ଏ ସବୁ ସତ୍ବେ ବି କଲେଜରେ ଥିବା ସେଇ କିଛି gentleman ମାନଙ୍କ ଦ୍ଵାରା smart ହେବାର ଉପାଧି ମିଳି ନଥିଲା ତାକୁ । ବରଂ ଶୁଣିବାକୁ ମିଳିଥିଲା , 

"ଦେହେ ମନ୍ଦାକିନୀ ରଜ ଲଗାଇ,

ଗ୍ରାମ ଶୁକରୀ କି ହୋଇବ ଗାଈ"

 ମୁଁ ବୁଝି ପାରୁ ନଥାଏ ପ୍ରତିଭାର ନିର୍ଣ୍ଣୟ ପାଇଁ ସୁନ୍ଦର ଚେହେରା ଟିଏ ହେବାର ଅବା କି ପ୍ରୟୋଜନ ? 

ଏଇଠି କହିରଖେ ପୁରୁଷ ପ୍ରାଧାନ୍ୟ ଆମ ଏଇ ଦେଶରେ ନାରୀ ସ୍ଵାଧୀନତା ନାରୀ ସମାନତାର ଡିଣ୍ଡିମ ଯେତେ ପିଟା ହେଲେ ମଧ୍ୟ କେବେ ବି ନାରୀ ଆନ୍ତରିକ ଭାବେ ସ୍ଵାଧୀନ ନୁହେଁ କି ସମାନ ନୁହେଁ । ନାଁ , କେବଳ ପୁରୁଷ ଯେ ଦାୟୀ ଏଥିରେ କେବେ ସହମତି ନୁହେଁ ମୁଁ । ନାରୀ ଟିଏ ବି ସମ ଭାବେ ଦାୟୀ ଏଥି ପାଇଁ । ପୁରୁଷ ଟିଏ ଯେବେ ଏକାଧିକ ସଙ୍ଗୀ ର ଅଧିକାରୀ ହୋଇଥାଏ ।ସେଠାରେ ତା ପୌରୁଷତ୍ଵକୁ ପ୍ରଶଂସା କରାଯାଏ ; ତାର ବଳିଷ୍ଠ ବାହୁ ମନୋରମ ଚେହେରା ଆକର୍ଷଣୀୟ ବ୍ୟକ୍ତିତ୍ବ କୁ ପ୍ରଶଂସା କରାଯାଏ । କିନ୍ତୁ ନାରୀ ଟିଏ ଯଦି ନିଜ ଇଚ୍ଛାରେ ଜଣେ ବ୍ୟତିରକେ ଅନ୍ୟ ଜଣେ ସାଥି ଟିଏ ପାଇଁ ଆଶାୟୀ ମଧ୍ୟ ହୁଏ । ତାର ସତୀତ୍ଵ ପ୍ରତି ପ୍ରଶ୍ନ ଉଠା ଯାଏ ,ତାର ଚାରିତ୍ରିକ ତ୍ରୁଟି ଖୋଜା ଯାଏ । ବାଗ୍ମୀ ମଧ୍ୟ ବଞ୍ଚି ନଥିଲା ଏ ଆରୋପରୁ ସ୍ବଚ୍ଛ ହୃଦୟ ଟେ ଖୋଜୁ ଖୋଜୁ ଯେତେବେଳେ ଶାରୀରିକ ତୃଷ୍ଣା ମେଣ୍ଟେଇବାର ଲୋଲୁପ ଆଖି ମାନଙ୍କ ଠାରୁ ସେ ଯେବେ ନିଜକୁ ଦୂରେଇରଖିଥିଲା ନେପଥ୍ୟ ରେ ଏଇ gentle man ମାନେ ତାକୁ ବେଶ୍ୟାର ଆସନରେ ବସେଇବାକୁ ବି ପଛେଇ ନଥିଲେ ।

ମନେ ପଡେ ପୁଣି ଯେବେ ଝିଅ ମାନଙ୍କ ବସ୍ତ୍ର ବେଶ ଭୁଶା ଉପରେ ଯେବେ କଲେଜ ତରଫରୁ ଲଗାମ ଲଗେଇବାକୁ ଚେଷ୍ଟା କରାଯାଇଥିଲା । ଛାତ୍ରାବାସରେ ଅନେକ ଛାତ୍ରୀ ସତ୍ୟାଗ୍ରହୀ ପଛକୁ ହଟି ଯାଇଥିଲେ , ସେ ହଟି ନଥିଲା । ଆପାଦ ମସ୍ତକ ବସ୍ତ୍ରାବୃତା ହେଇ ବି ହଷ୍ଟେଲ ପ୍ରାଙ୍ଗଣରେ ଭୟ ଶୂନ୍ୟ ହୋଇ ନ ବୁଲି ପାରିବା , ସ୍ନାନାଗାରରେ ଝିଅ ମାନଙ୍କର ଏକ ଅଜଣା ଆଖି ନଜର ର ଡର । ମଧ୍ୟରାତ୍ରରେ girls hostel ଆଗରେ ମାତାଲ ହୋଇ ଅଶ୍ରାବ୍ୟ ଭାଷା ସହ ପୌରୁଷତ୍ଵର ପରିଚୟ ଦେବାକୁ କରାଯାଉଥିବା କୁକର୍ମ ଏବଂ ମାର୍କ ବଢାଇବାର ଲାଳସା ଦେଖାଇ ଛାତି ଉପରୁ ବସ୍ତ୍ର କାଢିଦେବାକୁ ବାଧ୍ୟ କରାଯାଉଥିବାର ବିବଶତା ଏ ସମସ୍ତ ବିଷୟ ବସ୍ତୁ କୁ ଖୋଲା ଖୋଲି ଭାବେ ସମାଲୋଚନା କରିଥିଲା ସେ । ଉତ୍ତରରେ ପ୍ରଶ୍ନ ଉଠା ଯାଇଥିଲା ତାର ପାରିବାରିକ ସଂସ୍କାର ଉପରେ, ବରିଷ୍ଠ gentle man ମାନଙ୍କ ଦ୍ଵାରା । 

କିନ୍ତୁ ଏ ସବୁ ପ୍ରଶ୍ନ ତାର ପ୍ରତିଭା ମାନଙ୍କୁ ପ୍ରସ୍ଫୁଟିତ ହେବାରୁରୋକି ପାରି ନଥିଲା ରକ୍ତ ଦାନ ଶିବିର ହେଉ ଅବା , ଛୋଟ ପିଲା ମାନକୁ କିଛି ନୂଆ କରି ପଢେଇବାର ଦାୟିତ୍ଵ , ହେଉ ଅବା ସାମାଜିକ ସଚେତନତା କାର୍ଯ୍ୟକ୍ରମ , ସବୁଥିରେ ନିଜର ଆନ୍ତରିକ ନିଷ୍ଠା ଦେଖେଇବା ସହ ନିଜକୁ ବଞ୍ଚେଇରଖୁଥିଲା କ୍ୟାମେରା ଦ୍ଵାରା ନିଜ ଯଶ ପ୍ରଚାର କରୁଥିବା ମିଥ୍ୟା photographyରୁ , ଯାହା ଅନ୍ୟ smart ଝିଅ ଙ୍କ ଏକ ବିଶେଷ କଳା ଭାବେ ପରିଗଣିତ ହେଉଥିଲା ।  


.......

ଅନେକ ବର୍ଷ ପରେ ଆଜି ପୁଣି ତା ସହ ଦେଖା ସାକ୍ଷାତ ମୋର । ସେମିତି ହସ ହସ ଚେହେରା ସହ ଅଭିବାଦନ କରିଥିଲା ସେ ମୋତେ , କିନ୍ତୁ ହାତରେ ଥିଲା ଏକ ନିରୀହ ଶିଶୁ ଟିଏ ,

ପରେ ଅବଶ୍ୟ ମୁଁ ସେ ପ୍ରଶ୍ନ ପଚାରିଥିବାରୁ ନିଜକୁ କ୍ଷମା କରି ପାରି ନଥିଲି , କିନ୍ତୁ ସେଇ ସମୟରେ ମୋ ମୁହଁରୁ ସ୍ବତଃପ୍ରବୃତ ଭାବେ ବାହାରି ପଡିଥିଲା ,"ସାର , ଆସିନାହାନ୍ତି କି ?" 

"ସାର ? ମୁଁ ଏ ଯାଏଁ ବିବାହ କରିନି ରାଜେନ୍ଦ୍ର ଭାଇ "

ଶିଶୁ କୁ ଦେଖି ପ୍ରଶ୍ନୀଳ ହୋଇ ଉଠିଥିବା ମୋ ଆଖିର ଠାର ହୁଏତ ସେ ଠଉରେଇ ନେଇଥିଲା । 

"ସ୍ଵେଚ୍ଛାସେବୀ ସଂଗଠନରେ ଯୋଗ ଦେବା ପରେ ଦିନେରାସ୍ତା କଡରେ ଶିଶୁ ଟିକୁ ପାଇଲି ଅଳିଆ ଗଦା ପାଖରେ । ହୁଏତ ଆଉ କିଛି କ୍ଷଣ ପ୍ରକାରନ୍ତେ କୁକୁର ଙ୍କ ଆହାର ହୋଇଥାନ୍ତା , ଦେହ ସହିଲାନି ରାଜେନ୍ଦ୍ର ଭାଇ , ନେଇ ଆସିଲି । କିନ୍ତୁ ଘରେ ରୋକଠୋକ ମନା କରିଦେଲେ , କାହା ଛୁଆ କାହା ପାପ କୁ ନେଇ କିଏ ରାସ୍ତାରେ ଛାଡି ଦେଇ ଯାଇଛି ବୋଲି ମୁଁ କଣ ନେଇ ଆସିବା ଜରୁରୀ ବୋଲି ପଚରା ଯାଇଥିଲା ମୋତେ । ପୁଣି ସେଇ ରାସ୍ତାରେ ଛାଡି ଦେଇ ଆସିବାକୁ ବାପା କହିଲେ, ପାରିଲିନି । ଘରେ ରହିବାକୁ ସ୍ଥାନ ନଥିଲା ମୋ ପାଇଁ । ଆଉ ଏଇ ଦୁନିଆର କୌଣସି ବି ଜେଣ୍ଟଲ ମ୍ୟାନ ମୋତେ ବିବାହ କରିବାକୁ ପ୍ରସ୍ତୁତ ନୁହେଁ ଆଜି । ପ୍ରଶ୍ନ କରୁଛନ୍ତି ମୋ ଚରିତ୍ର ଉପରେ, ମୋ ସତୀତ୍ଵ ଉପରେ , ବଞ୍ଚିଯିବି ଭାଇ, ନୂଆଁ ନୁହେଁ ଏ ସବୁ ମୋ ପାଇଁ , ଏମିତି ଅନେକ ପିଲାଙ୍କୁ ଆମ ସଂଗଠନ ଆଶ୍ରୟ ଦେଇ ତାଙ୍କ ଭରଣ ପୋଷଣ କରୁଛି, ଶିକ୍ଷା ବ୍ୟବସ୍ଥା କରିଛି । ଏଇ ମାନଙ୍କୁ ଚାହିଁ ବଞ୍ଚି ଯିବି ମୁଁ "


ବାଗ୍ମୀ ଚାଲିଗଲାଣି କେତେବେଳୁ...କିନ୍ତୁ ମୁଁ ଏବେ ବି ଅନ୍ୟମନସ୍କ , ପିଲା ବେଳୁରାଜୁ ବନ ଗୟା gentleman ରାଜୁ ବନ ଗୟା gentleman ବୋଲି ବହୁତ ଶୁଣି ଆସିଛି । କିନ୍ତୁ କେବେ ଶୁଣି ନାହିଁ କେଉଁ ଝିଅ gentle woman ବୋଲି । ମୋ ପାଇଁ ବାଗ୍ନୀ ଥିଲା ଜଣେ gentle woman । ଆପଣ ଙ୍କ ପାଇଁ ?


Rate this content
Log in

Similar oriya story from Tragedy