ଚକା ଚକା ଭଉଁରୀ
,,,,,,,,,,,,,,,,,,,,,,,,,,,,,,,,
ପ୍ରାକୃତିକ ପରିବେଶ ଦୃଷ୍ଟିରୁ ଗାଁ ଟି ଖୁବ ସୁନ୍ଦର. ଏପଟେ କଇଁ ପୋଖରୀକୁ ସେପଟେ ପଦ୍ମପୋଖରୀ. ବୟସ୍କ ଲୋକମାନେ କହନ୍ତି ଆମ ଗାଁ ପରି ଏ ଖଣ୍ଡ ମଣ୍ଡଳରେ ଗାଁ ଖଣ୍ଡେ ପାଇବନି. ଏଠିକା ଗଛର ଛାଇରେ ଶୁଭେ ଶ୍ରୀକୃଷ୍ଣଙ୍କ ବଂଶୀର ମୂର୍ଚ୍ଛନା. ଆମ ଗାଁ ଲୋକଙ୍କ ଭିତରେ ଭାଇଚାରା ସୁସ୍ପଷ୍ଟ. ଝିଅ ବୋହୁ ଆମର ସତୀ ସାବିତ୍ରୀ. ଯୁବକଗୋଷ୍ଠୀଙ୍କ ଯୋଗୁଁ କଇଁ ଫୁଟୁଥିବା କଇଁ ଗଡିଆ ଓ ପଦ୍ମ ଫୁଟୁଥିବା ପଦ୍ମ ଗଡିଆରେ କାଚକେନ୍ଦୁ ପରି ନିର୍ମଳ ଜଳ ଆଉ ଟୁଙ୍ଗୀ ଘରୁ ଶୁଭେ ଓଁ ଧ୍ୱନି ସହିତ ଗୀତା ଭାଗବତର ଝଙ୍କାର. ଦ୍ୱାରେ ଦ୍ୱାରେ ପୁର୍ଣ୍ଣକୁମ୍ଭ ଓ ତା ଚାରିପଟେ ରଙ୍ଗୋଲି ସୂଚେଇ ଦିଏ ସୁଚି ଓ ପବିତ୍ରତା. ତା ଭିତରେ ପବିତ୍ରା, ଡାକ ନାମ ଫୁଲ ପାଠ ପଢିବାକୁ ସହରକୁ ଯାଇ ନିଖୋଜ ହେଇଯିବା ଯେତିକି ଉଦ୍ଦୀପନା ଭରିଦେଇ ନଥିଲା ତାଠୁ ବଳି ତାଳ ବଣ ଭିତରେ ପଡି ରହିଥିବା ନାହି ନାଡ଼ ଲାଗିଥିବା ସଦ୍ୟ ଜନ୍ମିତ କନ୍ୟାଟିକୁ ପଦ୍ମ ପତ୍ର ଉପରେ କିଏ ରଖିଦେଇ ଯିବା ଥିଲା ଅଧିକ ଉଦ୍ଦୀପନାର ବିଷୟ. ଟୋକାମାନେ କଇଁ ଗଡିଆ ଓ ପଦ୍ମ ଗଡିଆ ଜଳକୁ ଦିଫାଳ କରି କିଛି ସନ୍ଧାନ କରୁଥିଲେ ତ ବୁଢା ବୁଢ଼ୀ ମାନେ ଝିଅ ବୋହୁଙ୍କୁ ଆକଟି ପକାଉଥିଲେ ଓ କହୁଥିଲେ ଆମ ଗାଁକୁ ଆସି ଅବୈଧ ସନ୍ତାନ ରଖି ଯିବା ଭଳି ସାହାସ କିଏ କରିପାରେ!ରାତି ସାରା ନେପାଳି ପୋଲିସର ହୁଇସିଲ ଶୁଣି ଚୋର ତ ଚୋର ଯମ ବି ପଶିବେନି ଏ ଗାଁରେ.
ନ୍ୟାୟ ନିଶାପ ପାଇଁ ମୁରବୀମାନେ ଜମିଦାଙ୍କ ଦୁଆରେ ଉପସ୍ଥିତ ହେଲା ପରେ ସେ ଯେମିତି ସବୁ ପ୍ରଶ୍ନର ଉତ୍ତର ଖଞ୍ଜି ରଖିଥିଲେ ତ ଆଗ ମାଧବ ନାହାକକୁ ତା ଝିଅ କଥା ପଚାରି ବସିଲେ. ଚମକି ପଡିଲା ମାଧବ, ଏଯାଏଁ ସେ ଝିଅକୁ ପାଉନି ବୋଲି କାହାକୁ କହିନି ଯଦିଓ ମାଆ କମଳୀ ଢେର ରାତି ଯାଏଁ କାନ୍ଦେ ତୁନି ତୁନି. ଯଦି ଜମିଦାର କଥାଟା ଜାଣିଲେଣି ତେବେ ଖୋଲି ଦେଲା ମାଧବ. କହିଲା ବାବୁ ଆମେ ମୁରୁଖ ଦି ପ୍ରାଣୀଙ୍କର ସେଇ ଏକମାତ୍ର ଶଙ୍ଖାଳି ଆପଣଙ୍କ ପୁଅ କି ଗୁଣ ଦେଖିଲେ ମୋ ଝିଅ ପାଖେ କହିଲେ ପଢୁ ସେ ସହରରେ. ତା ଭଳି ଝିଅର ଭବିଷ୍ୟତ ଉଜ୍ଜ୍ଵଳ ହେବାର ସମ୍ଭାବନା ଅଧିକ. ଜମିଦାର ମାଧବ କଥା ଛଡେଇ କହିଲେ ଆରେ ସେ କଥା ଠିକ ଯେ ହେଲେ ଆଜିକାଲି ଝିଅମାନେ ଏ ଡିଜିଟାଲ ପ୍ରେମରେ ପଡି ଦେଖୁନୁ ଦେଶଦ୍ରୋହ ଭଳି କାମ ଗୁଡା କରିପକାଉଛନ୍ତି ଆଉ ତୋ ଝିଅ ସେମିତି କୋଉଥିରେ ଫସି ଯାଇନଥିବ ବୋଲି କିଏ କହିବ. ଟିକେ ପାଠ ଶାଠ ପଢିଲେ ଆଖି ଫିଟିବ ବୋଲି ଦିବାସ୍ବପ୍ନ ଦେଖି ନିଜ ଅସ୍ତିତ୍ୱ, ପରମ୍ପରା, ଗାଁ ମାଟି, ବଡ଼ ସାନ ଓ ପିତା ମାତାଙ୍କ ସମ୍ମାନ ଭୁଲିଯାଉଛନ୍ତି ଏ ଗାଁ ଝିଅଗୁଡା. ହଉ କାନକୁ ଦିକାନ ନକରି ପଡ଼ିଥିବା ଝିଅଟାକୁ କୋଳକୁ ନେଇ କମଳୀ କୋଳକୁ ଟେକିଦେ. ଦିନ କେଇଟାରେ ସେ ପରା ତୋ ଝିଅ ଫୁଲ ରୂପରେ ଉଭା ହେବ. ସମସ୍ତେ ଧନ୍ୟ ଧନ୍ୟ କଲେ ଜମିଦାଙ୍କୁ. କି ସୁନ୍ଦର ବୁଝାମଣା.ମାଧବ ଆମରି ଭାଇ ହୋଇ ସବୁ ଲୁଚାଇଥିଲା ହେଲେ ଜମିଦାବାବୁଙ୍କ ଉଦାରତା ଗାଁର କେଡେ ବଡ଼ ଉଦ୍ଦୀପନାକୁ ବାଏ ବାଏ ଉଡାଇଦେଲା. ଜମିଦାରବାବୁ ତୁମର ଯଶ ରହୁ.
ମାଧବ ଦୌଡ଼ିଥିଲା ତାଳତୋଟା ମାଳ ଭିତରକୁ. ତା ପୂର୍ବରୁ ଜମିଦାରଙ୍କପୁଅ ଅଶୋକ ସେଇଠି ପହଁଞ୍ଚି ପଡ଼ିରହିଥିବା ଓ ଜୀଵନ ଥିବା ଝିଅଟିକୁ କୋଳକୁ ନେଇ ଅପଲକ ଆଖିରେ କଣ ଦେଖୁଥିଲେ କେଜାଣି ମାଧବ ହାତକୁ ଟେକି ଦେଇ କହୁଥିଲେ ପୁରା ଫୁଲର ପିଲାଦିନ ତ. ମାଧବ ପଛରେ ଥିବା ଗାଁ ଲୋକ ଜମିଦାରଙ୍କ ସହିତ ଜମିଦାରଙ୍କ ପଢୁଆ ପୁଅର ଜିନ୍ଦାବାଦରେ ରୋଳ କଲାବେଳେ କମଳୀ, ଝିଅକୁ କୋଳକୁ ନେଇ ଝିଅ ଅଣ୍ଟାରେ ବନ୍ଧା ହୋଇଥିବା କାଗଜ ଫିଟେଇ ଦେଖୁଥିଲା.ଫୁଲ ସହ ଜମିଦାରଙ୍କ ପୁଅ ଅଶୋକ ଓ ଜଣେ ଡାକ୍ତରଙ୍କ ଫୋଟୋ. ତା ତଳକୁ କେତେ କଣ ଲେଖା ପଢିନପାରି କମଳୀ କହୁଥିଲା ଦେଖିଲ ଦେଖିଲ କଣ ଲେଖା ହୋଇଛି. ଦେଖି କହି ଅଶୋକ ହାତେଇ ନେଇଥିଲା କାଗଜ ଖଣ୍ଡକୁ ତ ଲୋକଙ୍କ ନାରାରେ କମଳୀ ଓ ମଦନାଙ୍କ ପ୍ରଶ୍ନର ଉତ୍ତର ଉଦ୍ଦୀପନା ହୋଇ ଛାତି ଚିରି କରତି କରି ପକାଉଥିଲା ବାପା ମାଆ ଦିଟାଙ୍କର.ଝିଅଟି କିନ୍ତୁ କୋଳରୁ କୂଳ ପ୍ରଦୀପ ହୋଇ ବଢୁଥିଲା ଆଶାବାଡି ସାଜି ଓ ପୁଅ କଢେଇ ଝିଅ ଆଭା ଭାଇ ଆଣିଥିଲା ତା ତଳକୁ.ମାଆ କମଳୀ କିନ୍ତୁ ଚାଲିଗଲେ ଆରପାରିକୁ.
ଆଜି ରାସ୍ତାରେ ଏକୁଟିଆ ଚାଲୁଥିଲା ଝିଅଟି ଆଭା. ତାକୁ ଅନେକ ଦୂର ଅତିକ୍ରମ କରିବାର ଥିଲା ତ କିଛି ବାଟ ପଛକୁ କିଛି ବାଟ ଆଗକୁ ଥିବା ଭିତରେ ଅର୍ଥାତ ମଝି ରାସ୍ତାରେ ଝିଅଟିକୁ ଲାଗିଲା କେହି ତାକୁ ଅନୁସରଣ କରୁଛି ତ ଝିଅଟି ସାହାସୀ ଥିବାରୁ ଭୂତ ପ୍ରେତ ଭୟ ଛାଡି ପଛକୁ ଚାହିଁ ଚମକି ପଡିଲା କାରଣ ପଛରେ ତିନି ଜଣ ଯୁବକ ତାକୁ ଅନୁସରଣ କରୁଥିଲେ. ଝିଅଟି ଡରିଯିବା ପୂର୍ବରୁ ସେ ତିନି ଯୁବକ ପଛପଟକୁ ବୁଲି ପଡି ଆଗକୁ ଅର୍ଥାତ ଝିଅଟିର ବିପରୀତ ଦିଗରେ ଚାଲିବାକୁ ଲାଗିଥିଲେ . ଆଭା ଏଥର ଡରି ଯାଇଥିଲା ତ ସତର୍କରେ ଆଗକୁ ବଢୁ ବଢୁ ପଛକୁ ବୁଲି ଚାହିଁ ଦେଖିଥିଲା ସେ ତିନି ଯୁବକ ପୁଣି ସେମିତି ଆଗକୁ ବଢୁଥିଲେ ତ ଝିଅଟି ଏଥର ଜୋର ଜୋର ଚାଲିବା ଭିତରେ ଭାଇ ସମ୍ବୋଧନ କରି ଫୋନ କରି ନିଜ ଅସୁବିଧା କଥା ସବୁ ଜଣେଇଥିଲା କାରଣ ସେତେବେଳକୁ ସନ୍ଧ୍ୟା ଯାଇ ଅନ୍ଧାର ଆସିସାରିଥିଲା ଓ ଘର ତଥାପି ଦୂର ଥିବା ବେଳେ ରାସ୍ତା ଥିଲା ନିଛାଟିଆ.
ଝିଅଟି ଆଭା ଭାବୁଥିଲା ଭାଇକୁ ତାର ଜ୍ୱର ବୋଲି ସେ ତା ନିଜ ସହରରୁ ଟିକେ ଦୂର ନିଛାଟିଆ ଜାଗାରେ ଥିବା ଜଗନ୍ନାଥ ମନ୍ଦିରକୁ ଭାଇର ଶୀଘ୍ର ଜ୍ୱର ଭଲ ହୋଇଯିବା କାମନା କରି ଆସୁ ଆସୁ ତିନି ରଥ ନିର୍ମାଣର କାରିଗରୀ କୌଶଳ ସନ୍ଦର୍ଶନ ସହ ନବଯୌବନ ଦର୍ଶନ ପାଇଁ ଧାଡ଼ିରେ ଯାଇ ଓ ଭାଇ ପାଇଁ ଫୁଲ ଚଢେଇ, ନଡ଼ିଆ ଭାଙ୍ଗି ଭୋଗ କରି ଫେରୁ ଫେରୁ ସନ୍ଧ୍ୟା ହୋଇଯାଇଥିଲା. ଭାଇର ସେବା ପାଇଁ ବାପା ବ୍ୟସ୍ତତା ଭିତରେ ଥିବେ ତେଣୁ ତାଙ୍କୁ ଫୋନ ନକରି ନିଜର ଜଣେ ଝିଅ ସାଙ୍ଗଙ୍କୁ ଭାଇ ସମ୍ବୋଧନ କରି ଚୁମ୍ବକରେ ସବୁକଥା ଜଣେଇ ଦେବା ପରେ ସେହି ସାଙ୍ଗର ଭାଇ ବାଇକ ଧରି ଆଭା ପାଖରେ ପହଁଞ୍ଚିଯିବା ପରେ, ବହୁ ଦିନରୁ ଆଭା ପ୍ରତି ତା ମନରେ ଥିବା ପ୍ରେମ ଭାବନାକୁ ବ୍ୟକ୍ତ କରିବା ଦ୍ୱାରା ଦୁହିଁଙ୍କ ଭିତରେ କଥା କଟାକଟି ହେବା ଦେଖି ସେହି ତିନିଜଣ ଯୁବକ ଆସି ଅରୁଣର କଲର ଧରି ତାକୁ ତୁମେ ଏ ଝିଅର କଣ ପ୍ରକୃତରେ ଭାଇ ବୋଲି ପଚାରିବା ସହ ଆଭାକୁ ଏକୁଟିଆ ରାସ୍ତାରେ ଯାଉଥିବାରୁ ତାକୁ କାଳେ କୌଣସି ବିପଦର ସାମ୍ନା କରିବାକୁ ପଡିପାରେ ଆଶଙ୍କାରେ ଆମେ ତାଙ୍କ ପଛେ ପଛେ ସୁରକ୍ଷା ଦେଇ ଚାଲିବା ଭିତରେ ସେ ଭାଇଙ୍କୁ ଫୋନ କରିବା ଶୁଣିଛୁ କିନ୍ତୁ ତୁମେ ତ ତା ଭାଇ ପରି ମୋଟେ ଲାଗୁନ କହି ଅରୁଣକୁ କାବୁ କରିନେଇ ଝିଅଟିକୁ ନିର୍ଭୟରେ ଘରକୁ ଯିବାକୁ କହିଥିଲେ. ଘରେ ପହଁଞ୍ଚି ଆଭା ଦେଖିଥିଲା ଭାଇ ସୁସ୍ଥ ହୋଇ ବାପାଙ୍କ ସଙ୍ଗେ ଘରକୁ ଫେରି ଆସିଥିବା ଦେଖି ଖୁବ ଖୁସି ହୋଇଯାଇଥିଲା କିନ୍ତୁ ଏବର୍ଷ ରଥଯାତ୍ରାରେ ସେ ସେହି ତିନିଜଣଙ୍କୁ ଖୁବ ଖୋଜୁଥିଲା ଭିଡ଼ ଭିତରେ. ବାପା ଭାଇର ସିକଲ ସେଲ ରୋଗରୁ ଜ୍ୱର ମୁକ୍ତ ହେବାପାଇଁ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କଲାବେଳେ ଝିଅ ଆଭା କାହାକୁ ଖୋଜୁଛି ପଚାରି ସବୁ ଶୁଣିଲା ପରେ କହିଥିଲେ ସେ ତିନିହେଁ ତ ରଥଉପରେ ମାଆ ଆଉ ପଥରେ ତତେ ସେହି ତିନିହେଁ ହିଁ ରକ୍ଷା କରିଛନ୍ତି.ସେଇ ଭାଗ୍ୟବିଧାତା ତୋ ପାଇଁ ଭଲ ବର ଓ ଘର ଠିକ କରିଦେବା ସହ ତୋ ଭାଇକୁ ଭଲ କରିଦେଇଛନ୍ତି. ଏହା ପରେ ବାପା ନିଜେ ଅରୁଣ ସହ ବିବାହ ପ୍ରସ୍ତାବ ଭାଙ୍ଗି ନିଜ ମନୋନୀତ ପୁଅ ବିଶ୍ୱଙ୍କ ସହ ଝିଅର ବିବାହ ସାରିଥିଲେ. ଆଭା ଏଯାଏଁ ସେଦିନ ଏକୁଟିଆ ରାସ୍ତାର ସେ ଅନୁଭୂତିକୁ ନେଇ କାହାଣୀଟିଏ ଲେଖିବାକୁ ଭାବି ଲେଖିପାରିନଥିଲା ବେଳେ ତାଙ୍କର ବିବାହ ହୋଇ ଯାଇଥିଲା କିନ୍ତୁ ପିଲାଟିଏ ତାଙ୍କ କୋଳକୁ ଆସିନଥିଲା ଏଯାଏଁ.
ସେଦିନ ଅନ୍ଧାର ଭିତରେ ବି ରାସ୍ତାରେ ଗୋଟେ ଚମକ ଅପେକ୍ଷା କରିଥିଲା ଆଭାଙ୍କ ପାଇଁ. ସେ ଚମକର ଝଲକରେ ସ୍ୱାମୀ ବିଶ୍ୱ ଆଗକୁ ବଢିବା ପୂର୍ବରୁ ତାଙ୍କ ନିଜ ବାଇକ ଅଟକି ଯାଇଥିଲା. ପଛରେ ବସିଥିବା ସ୍ତ୍ରୀ ଆଭା ବି ଚମକି ଉଠିଲେ. ରାସ୍ତାର ଅନ୍ଧାର ଚିରି ମୃତା ବାୟାଣୀମାଆ କୋଳରୁ ଜୀବିତ କନ୍ୟାକୁ ଉଠେଇ ଆଣିଲେ କୋଳକୁ. ବାୟାଣୀର ଶବ ସତ୍କାର ଓ ଶୁଦ୍ଧି ଘର ମଧ୍ୟ କରାଇଲେ.ଝିଅର ନାଁ ଦେଲେ ଶ୍ରଦ୍ଧା . ଦିନକୁ ଦିନ ଉଦିଆ ଶରଗଶଶୀ ପରି ବଢୁଥିଲା ଶ୍ରଦ୍ଧା . ଆଜି ପହିଲି ରଜରେ ତିନିବର୍ଷର ଝିଅ ଶ୍ରଦ୍ଧାକୁ ଚନ୍ଦନ ପାଟି କରୁ କରୁ ଚମକି ପଡିଲେ ଆଭା. ଝିଅର ନାକ ଆଖି, ଓଠ, ଭ୍ରୂଲତା ସବୁ ବିଶ୍ବଙ୍କ ପରି ଥିଲା. ମନରେ ଉଠିଥିବା ଚମକ ଛାତିରେ ଛନକା ହୋଇ ମନେ ପକାଇ ଦେଉଥିଲା ସେସବୁ ଦିନର କଥା. ଶାଶୁଙ୍କ ଏକାଜିଦ ପୁଅ ହେଉ ଅବା ଝିଅ ତାଙ୍କର ଏ ସଂସାରକୁ ସନ୍ତାନଟିଏ ଆସିବା ଦରକାର. ଚାହିଁ ଚାହିଁ ଦଶ ବର୍ଷ ଅତିକ୍ରମ କଲାଣି ଏ ଭିତରେ ବିଶ୍ୱ ଓ ଆଭାଙ୍କ ବାହାଘରକୁ . ତେଣୁ ଶାଶୁମାଆଙ୍କ ଆଦେଶରେ ସେଦିନ ଅନେକ ଝିଅଙ୍କର ଫଟୋ ଭିତରୁ କାହାକୁ ପସନ୍ଦ କରିବାକୁ ଏକା ଜିଦ କରୁଥିଲେ ଆଭା ତ ସ୍ୱାମୀ ବିଶ୍ୱ କହିଥିଲେ ମୋର ତ ତମେ ହିଁ ସବୁଠାରୁ ବଡ଼ ସନ୍ତାନ ଆଉ ତମେ ବି ଜାଣ ସନ୍ତାନ ନହେବା କାରଣ ହିଁ ମୋ ଆଡ଼େ ତେବେ ସବୁ ଜାଣିଶୁଣି ମାଆ କଥାରେ ମତେ ବାଧ୍ୟ କରୁଛ ଯେ କଣ ତୁମେ ଏଘରକୁ ସଉତୁଣୀ ଆଣି ବେଶି ଖୁସି ହେବ ନା କଣ!ସେହିଦିନ ହିଁ ସ୍ୱାମୀ ସ୍ତ୍ରୀ ଯାଇଥିଲେ ରଜ ଡାକରାରେ ଶଶୁର ଘରକୁ ବାପାଙ୍କ ପାଖକୁ. ଖିଆପିଆ ଓ ମଉଜ ମସ୍ତି ଭିତରେ ସେଦିନ ଅନ୍ଧାରରେ ଫେରୁଥିବା ବେଳେ ଗାଁ ପାଖାପାଖି ରାସ୍ତା ପାର୍ଶ୍ୱରୁ କୁଆଁ କୁଆଁ କାନ୍ଦର ଚମକ ଓ ଝିଅକୁ ମୃତ ପାଗେଳୀମାଆ କୋଳରୁ ଉଠେଇ ଆଣିବା, ଏସବୁ ଯେତିତି ଅବୋଧ ଲାଗିଲା ସେତିକି ଐଶ୍ୱର୍ଗିକ ମଧ୍ୟ ଲାଗିଥିଲା. ସେହି କନ୍ୟା ଆଜି ତାଙ୍କ ପରିପୂର୍ଣ୍ଣ ସଂସାରର ଏକମାତ୍ର ସମ୍ବଳ ହୋଇଥିଲା ବେଳେ ରଜ ସଂକ୍ରାନ୍ତି ଦିନ ତା ମୁଣ୍ଡରୁ ଲିଭି ଲିଭି ଆସୁଥିବା ଚନ୍ଦନକୁ ଆଉଥରେ ଚମକ ଦେବାକୁ ଯାଇ ଝିଅର ଆଖି, ଭ୍ରୂଲତା, ନାକ, ଓଠ ତଥା ପାଟି ଦେଖି ଏମିତି ଚମକ ଖୋଜୁ ଖୋଜୁ ଆଭା ଅଚେତ ହେଲେ, ମୁଣ୍ଡ କଣ ହୋଇ ବାନ୍ତି କରିପକେଇଲେ କିନ୍ତୁ ଡାକ୍ତର ଯେବେ କହିଲେ ଆଭା ଗର୍ଭବତୀ ହେବାକୁ ଯାଉଛନ୍ତି ବୋଲି ସ୍ୱାମୀ ବିଶ୍ୱ ଚମକି ପଡିଲେ. ଶାଶୁ ସିନା ଖୁସିରେ କହୁଥିଲେ ସବୁ ମୋ ଶ୍ରଦ୍ଧା ପାଇଁ. ଶିଶୁ କନ୍ୟା ମାଆ ଦୁର୍ଗାଙ୍କର ପ୍ରତୀକ. ତା ପ୍ରତି ଆଦର,ଯତ୍ନ, ସ୍ନେହର ପରିମାଣ ହିଁ ଏହି ସୁଖଦ ଖବର କହି ଶାଶୁ ଠାକୁର ଘରେ ଜଗନ୍ନାଥଙ୍କ ଶରଣ ପଶୁଥିଲା ବେଳେ ଶ୍ରଦ୍ଧା ପ୍ରତି ଅଶ୍ରଦ୍ଧା ସେତିକି ବଢୁଥିଲା ଆଭାଙ୍କର କିନ୍ତୁ ବିଶ୍ୱଙ୍କ ଆଖିରେ ଚମକ. ଏହା କେମିତି ସମ୍ଭବ ଯେ ସେ ବାପା ହେବେ!
ପୁଅ ଦୁନିଆଁକୁ ଆସିବା ପରେ ପୁଅ କଢେଇ ଝିଅ କହି ଶ୍ରଦ୍ଧାକୁ ଶାଶୁମାଆ ଯେତିକି ସ୍ନେହ ଶ୍ରଦ୍ଧା କରୁଥିଲେ ମାଆ ଆଭା କିନ୍ତୁ ସେତିକି ହତାଦାର ଓ ଅନାଦାର କରୁଥିଲେ ଛୋଟ ଝିଅ ଶ୍ରଦ୍ଧାକୁ. ତେଣେ ସ୍ୱାମୀଙ୍କୁ ପୁଅର ଚେହେରାରେ କେଵେ ଘରକୁ ଆଜି ପର୍ଯ୍ୟନ୍ତ ଯିବା ଆସିବା ଲାଗିରହିଥିବା କ୍ଷୀର ଵାଲା, ପେପରଵାଲା, ଇଲେକ୍ଟ୍ରିସିଆନ, ପଡୋଶୀ ପୁରୁଷମାନଙ୍କର ଚେହେରାର ଚମକର ଝଲକ ଦେଖାଯିବା ଦ୍ୱାରା ଆଭା ସନ୍ଦେହ ପରିସର ଭିତରକୁ ଆସିସାରିଥିଲେ ସ୍ୱାମୀ ବିଶ୍ୱଙ୍କ ଆଖି ଚମକରେ ତ ଦୁହିଁଙ୍କ ଦାମ୍ପତ୍ୟ ଜୀଵନ ଭଲ ନଥିଲା. ଆଭା ଏଣିକି ସ୍ୱାମୀଙ୍କର ଉଦାସୀନତାକୁ ରୋଗ ଭାବି ଡାକ୍ତରଙ୍କ ପାଖକୁ ନେଇଥିଲେ ତାଙ୍କୁ . ମନସ୍ତତ୍ଵବିତ ଡାକ୍ତର ସମ୍ପୂର୍ଣ୍ଣ କେଶ ହିଷ୍ଟ୍ରି ଜାଣିସାରିବା ପରେ ବୁଝିପାରିଥିଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ସନ୍ଦେହର ଚମକକୁ. ତ ପ୍ରସ୍ତାବ ଦେଇଥିଲେ ଡି. ଏନ ପରୀକ୍ଷା କରିବା ପାଇଁ ଓ ରିପୋର୍ଟ ଆସିବା ପରେ ଜାଣିଥିଲେ ସନ୍ଦେହ ସମ୍ପୂର୍ଣ୍ଣ ଅମୂଳକ କାରଣ ଶିଶୁକନ୍ୟା ଶ୍ରଦ୍ଧା ପାଖରେ ବାପା ମାଆଙ୍କ ଡି. ଏନ ମିଶୁନଥିବା ବେଳେ ପୁଅର ଡି. ଏନ ମିଶିଯାଉଥିଲା ତ ବିଶ୍ୱ ଚମକି ପଡ଼ିଥିଲେ କିନ୍ତୁ ଡାକ୍ତର କହିଥିଲେ ଏହା ଐଶ୍ଵର୍ଗିକ ମିରାକିଲ ଭାବିପାରନ୍ତି. ଶିଶୁକନ୍ୟା ଦେବୀମାଆଙ୍କର ଅମୃତ ସନ୍ତାନ ହୋଇଥିବାରୁ ତିନିବର୍ଷ ତଳେ ଏଇ ରଜରେ ତାକୁ ତା ବା୍ୟାଣୀମାଆ କୋଳରୁ ଉଠେଇ ପୁନ୍ନଜନ୍ମ ଦେଇଥିବାରୁ ଆପଣଙ୍କ ପାଖରେ ଏହି ଐଶ୍ବର୍ଗୀକ ଚମକ ବା ଇଶ୍ୱରୀୟ ମିରାକିଲ ଆସିଛି. ଆଭା ନିଷ୍କଳଙ୍କ ହୋଇଥିବାରୁ ସେ ଝିଅକୁ ଯେମିତି ସନ୍ଦେହ କରିଛନ୍ତି ସେମିତି ଆପଣ ପୁଅକୁ ସନ୍ଦେହ ଦୃଷ୍ଟିରେ ଦେଖିଆସୁଛନ୍ତି . ଏବେ ଆପଣଙ୍କ ଖୁସିର ସମୟ. ସଂସାର ଆଗକୁ ବଢିବାର ଚମକ ନେଇ ଘରକୁ ଯାଆନ୍ତୁ କହୁଥିଲେ ଡାକ୍ତର ଓ ଘରେ ପହଁଞ୍ଚି ମାଆ ଆଭା ଝିଅ ଶ୍ରଦ୍ଧା ଓ ବାପା ନିଜ ପୁଅ ଅଭିକୁ କୁଣ୍ଢାଇ ପକାଇଥିଲେ ଖୁସିରେ.ପରେ ଜଣା ପଡିଥିଲା ବିବାହ ପୂର୍ବରୁ ସେହି ଛୋଟ ଆକ୍ସିଡେଣ୍ଟର ରିପୋର୍ଟ ଭୁଲ ଥିଲା ଯେ ବିଶ୍ୱ ଆଉ ବାପା ହୋଇପାରିବେନି. ଏସବୁ କଥା ଜଣା ପଡିବା ପରେ ବିଶ୍ୱର ମାଆ ଓ ଆଭାର ବାପା ଓ ଭାଇଙ୍କ ସହ ମିଶି ଝିଅ ଶ୍ରଦ୍ଧା ଓ ପୁଅ ଅଭି ସହ ସମସ୍ତେ ଏବର୍ଷ ରଥଯାତ୍ରାରେ ସାମିଲ ହୋଇ ରଥ ଦଉଡି ଭିଡି ନେଉଥିଲେ ଗୁଣ୍ଡିଚା ବାଡ଼ି.
ଏବେ ଏବେ ଅବସର ପରେ ନୂଆ ଜୀଵନ ଆରମ୍ଭ କରିବାକୁ ଭାବି ଆଭା ତିକ୍ତତା ଅନୁଭବ କରୁଥିଲେ. ପୁଅ ଅଭି ନେଇଗଲା ବୋହୁକୁ. ଜୋଇଁ ନେଇଗଲେ ଝିଅ ଶ୍ରଦ୍ଧାକୁ. ଏଡ଼େ ବଡ଼ ଘର ସମ୍ଭାଳିବାକୁ ସ୍ୱାମୀ ବିଶ୍ୱ ବୁଝିକି ଆଣିଦେଇଥିଲେ ରମା ନାମ୍ନୀ ସ୍ତ୍ରୀ ଲୋକଟିକୁ ଯେ ପ୍ରତି ଦିନ ତାର କିଛି ଗୋଟେ ମାଗି ନେବା ଅଭ୍ୟାସରେ ଦିକଦାର ଲାଗିଲାଣି. ସବୁଦିନ କିଛି କିଛି ମାଗିବ. ମାଗିବ ତ ମାଗିବ ପୁଣି ଥର୍ମୋପ୍ଳାସ, ପ୍ରେସରକୁକୁର, ପୁରୁଣା ଫ୍ରିଜ, ପୁରୁଣା ୱାସିଙ୍ଗ ମେସିନ ଭଳି ବଡ଼ ବଡ଼ ଜିନିଷ ସାଥିରେ କୋଉଦିନ ଚପଲ ତ କୋଉଦିନ ଛତା ତ କୋଉଦିନ ଚାଦର ପୁଣି ନୂଆ ହେଇଥିବା ଦରକାର. ଦିକଦାର ଲାଗିଲେ ବି ଉପାୟ ନାହିଁ. ସ୍ୱାମୀଙ୍କର ଘର କରିବା ନିଶା ସାଙ୍ଗକୁ କେଵେ ରଙ୍ଗକାମ ତ କେଵେ କାଠ କାମ, କେଵେ ଜାଫ୍ରିର ଗ୍ରିଲ କାମ ତ କେଵେ ପ୍ଲାଏ କାମ. କହିଲେ କହିବେ ତୁମକୁ ତ କରିବାକୁ ପଡୁନି, ରମା କରିବ. ରମା ଯାହା କରୁଛି ମାଆ ଗଙ୍ଗେଇଙ୍କୁ ଜଣା ବୋଲି ନା କହିହଉଛି ନା ନୂଆ କାମବାଲି କେହି ମିଳୁଛନ୍ତି!ଆଭା ଡାକୁଥିଲେ ଭୋ ଦେଵୀ ରାଧେ ରାଧେ. ସବୁ ଦେବାଦେବୀ ଙ୍କ ଉପରେ କିଛି କିଛି ବିଶ୍ୱାସ ଥିଲେ ବି ଏଇଠା ସ୍ଥାନର ମହାତ୍ମ୍ୟ ତ ସ୍ୱୟଂ ଶ୍ରୀକୃଷ୍ଣ ତଥା ରାଧାମାତା. ତେଣୁ ପ୍ରତ୍ୟେକଙ୍କ ଓଠରୁ ପାଟି ଟପି ହୃଦୟରୁ ଶୁଭେ ରାଧେ ରାଧେ ତ ତାଙ୍କୁ ଡାକୁଥିଲେ ମାତେ ବିଦାୟ ଦିଅ ମତେ. ପାଟି ଶୁଭିଲା ରମାର.ଶିଡ଼ି ପାହାଚରେ ସୁନା ପାଉଁଜି ପଡିଛି ଦେଖି ଡାକ ଛାଡୁଥିଲା ଓ କହୁଥିଲା ମୁଁ ଚୋରଣୀ ନୁହେଁ ମାଆ. ଯାହା ନେବି ମାଗିକି. ଏ ସୁନା ପାଉଁଜି ନେଇ ମୁଁ କଣ କରିବି! ନିଅ ନିଅ ଯତ୍ନରେ ରଖ ଆକୁ. ଆଭା କହୁଥିଲେ ଆଲୋ ମୁଁ କଣ ଦେବୀ ନା ରାଜାଝିଅ ନା ରାଣୀ ଯେ ସୁନାପାଉଁଜି ପିନ୍ଧିବି!ଗିଲ୍ଟି ଗହଣା ସେଇଟା. ସୁନା ଭଳି ଚକ ଚକ କରୁଥିବା ସବୁ ଜିନିଷ ସୁନା ନୁହେଁ. ହଉ ସୁନା ହେଉ କି ନହେଉ ତୁମେ ରଖ ମୋର କାମ ସରିଲାଣି ମୁଁ ଯାଉଛି. ଆଭା ସୁନା ପାଉଁଜିଟିକୁ ହାତରେ ଧରି ଭାବୁଥିଲେ କେତେ ଛାତ୍ରଙ୍କ ସଙ୍ଗେ ଛାତ୍ରୀସବୁ ସ୍ୱାମୀଙ୍କ ପାଖେ ପାଠ ବୁଝିବାକୁ ଆସନ୍ତି. ସେହି ଝିଅ ମାନଙ୍କ ଭିତରୁ କାହାର ହୋଇଥିବ ଏଇ ପଟକ. ଖୋଜୁ ନେବ!
ମନେପଡ଼ିଗଲା ଆଭାଙ୍କର. କାଲି ଜଣେ ସ୍ତ୍ରୀ ଲୋକ ଆସି ତାଙ୍କୁ କାମ ମାଗୁଥିଲା. ତାକୁ ଦେଖି ତଟସ୍ଥ ହୋଇ ରହିଗଲେ ଆଭା. ମୁଣ୍ଡରେ କି ସୁନ୍ଦର ଜୁଡ଼ା ଓ ଜୁଡ଼ା ଚାରିପଟେ ରଜନୀଗନ୍ଧା ଫୁଲର ମାଳ.ଦେହରୁ ମୁଣ୍ଡ ଯାଏଁ ଫୁଲର ବାସ ସାଙ୍ଗକୁ କେତେ ଗହଣା. କାମ ମାଗୁଛି ପୁଣି ଏତେ ବେଶବାସ ପକେଇ ଆସିଛି ଭାବି ଆଭା କହିଲେ ତୁମେ କି କାମ କରିବ ଯେ! ତୁମ ରଙ୍ଗ ଢଙ୍ଗ, ବେଶ ପୋଷାକ, ଚାଲି ଓ ବୋଲି ଦେଖି ମତେ ଲାଗୁନି ତୁମେ କାମ କରିପାରିବ. ତେବେ ମୁଁ ଯାଉଛି ମାଆ. ତୁମର ଯେଉଁ କଥା ନା ମାଆ ଏଣେ ଜପୁ ଥିବ ରାଧେ ରାଧେ ତେଣେ ଦେଖାଦେଲେ କହିବ ଦରକାର ନାହିଁ. ଶୁଣ ଶୁଣ ତୁମେ କିଏ କି ମୋ ମନକଥା ଏମିତି ପଢିପାରିଲ!ପଢିପାରିବି ନାହିଁ? ଏଠି ରାଧେ ରାଧେ ଡାକି ଡାକି ଲୋକଙ୍କର ପ୍ରାଣ ଯାଏ. ଏତେ ବରାଦ ଫେରାଦ ସବୁ ସେହି ରାଧା ମାଆଙ୍କୁ ଗୁହାରି ଆଉ ଜାଣିପାରିବିନି କେମିତି!ତୁମ କଥା ମୁଁ ଜାଣେ ଗୋ ମାଆ. ଦେଉଳ ସିନା ଯାଅନି ହୃଦୟରେ ଜପୁଥାଅ ରାଧେ ରାଧେ. ତୁମେ ଏତେକଥା କେମିତି ଜାଣିଲ ପଚାରୁ ପଚାରୁ ଫେରିପଡ଼ି ଚାଲି ଯାଉ ଯାଉ ସ୍ତ୍ରୀ ଲୋକଟି କହୁଥିଲା ମୁଁ କଣ ଶୁଣୁନି ନା ଦେଖୁନି. କୋଉଠୁ, କାହାଠୁ ଶୁଣିଲ କଣ ଦେଖିଲ, କୋଉଠି ତୁମ ଘର ପଚାରୁ ପଚାରୁ ସ୍ତ୍ରୀ ଲୋକଟି ଫେରି ପଡି ଚାଲି ଯାଉଥିଲା. କାମର ଭାର ପ୍ରବଳ ତ ଭୁଲି ଯାଇଥିଲେ ସେହି ସ୍ତ୍ରୀ ଲୋକ କଥା. ଏବେ କିନ୍ତୁ ମନେ ହେଲା ସେହି ସ୍ତ୍ରୀଲୋକର ଏହି ପାଉଁଜି ପଟକ ନୁହେଁ ତ!ଆଜିକାଲି ଝିଅ ବୋହୁଙ୍କର ଗିଲ୍ଟି ଗହଣାରେ ଭାରି ଆଦର ନା!
କେମିତି କୋଉଠୁ ଖୋଜିବେ ସେ ସ୍ତ୍ରୀ ଲୋକକୁ ଭାବି ଗିଲ୍ଟି ସୁନାପାଉଁଜିଟିକୁ ପକେଇ ଦେଇଥିଲେ ଝିଅ ବୋହୁଙ୍କ ଗିଲ୍ଟି ଗହଣା ପରିପୂର୍ଣ୍ଣ ଡବାରେ. ସ୍ଥାନୀୟ ଅଁଳା ନବମୀ ବେଳେ ଠାଵ କରିବେ ସ୍ତ୍ରୀ ଲୋକଟିକୁ ଭାବି ରମାକୁ ମଧ୍ୟ କହିପାରିନଥିଲେ ସ୍ତ୍ରୀ ଲୋକଟି ଏମିତି ଆସି କହୁଥିଲା ବୋଲି କାରଣ ସେ ଭାବିବ ତାକୁ ଘରୁ ବିଦା କରିବା ଯୋଜନା ଚାଲିଛି. ସତରେ ଆଭା ଭାବୁଥିଲେ ସେ କେଡେ ବୋକି. ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ନ୍ୟାୟରେ ତାଙ୍କୁ ରମା ମିଳିଯାଇଛି ନହେଲେ ତାଙ୍କ ଅବସ୍ଥା କଣ ହୁଅନ୍ତାଣି!ଦୁଇ ଦୁଇଟା ଜିନିଷ ଦେଖିବାରୁ ଗୋଟେ ମାଗିଦେଉଛି. ଦେଲେ ଦେବ ନଦେଲେ କଣ ଫାସୀ କରିବ ସେ!ଏକଥା ସବୁ ଭାବି ରମା ପାଇଁ ଚା ବସାଉ ବସାଉ ରମା ପହଁଞ୍ଚି ଯାଇ କହୁଥିଲା ମାଆ ମୁଁ ପାଇଥିବା ସେ ସୁନା ପାଉଁଜି ପଟକ ଦେଲ ମୁଁ ବଣିଆଁ ସଙ୍ଗେ କଥା ହୋଇଛି ସୁନା କି ନୁହେଁ ସେ କହିଦେବ. ତୋର ଆଉ କିଛି କାମଧନ୍ଦା ନାହିଁ!ମୋ ଘରେ ଯେତେ ଯାହା ଏଠି ସେଠି ପଡିବ ତୁ ଗୋଟେଇ କହିବୁ ପାଇଛୁ. ଭଲ!ଯା ଯା ବାସନ ପଡିଛି ଏଯାଏଁ.ମତେ ସେମିତି କହିବନି ମାଆ ତୁମ ଭଲ ପାଇଁ କହୁଥିଲି. ନହେଲେ ଅଁଳା ନବମୀ ପାଇଁ ମୋ ଦୁଆରେ କେତେ କିଏ କାମ ପାଇଁ ଆସି ଡାକୁଛନ୍ତି ଖାଲି ସବୁଦିନିଆଁ କାମ ଛାଡିପାରିବିନି କହି ସେମାନଙ୍କୁ ନାହିଁ କରିବା କଥା. ତା ଛଡା ତୁମ ହାତ ପିଠା ଓ ତୁମ ଘର ମିଠା କୋଉଠୁ ପାଇବି!ଆଭା ମଧ୍ୟ ଭାବୁଥିଲେ ନଉ ପଛେ ଯାହା ମାଗିକି ଚୋରି ତ କରୁନି!ତା ଛଡା ସେ ନଆସିଲେ ଜୀ ଥାଉ ଥାଉ ମରିବା ସାର ହେବ.ଆଭା ଫୁଲ ତୋଳି ମନ୍ଦିର ଯାଆନ୍ତି ବୋଲି ସବୁଦିନ ତାଙ୍କୁ ରମା କହୁଥାଏ ମୁଁ ନଆସିଲେ ତୁମେ ସବୁଦିନ ମନ୍ଦିର ଯାଇପାରିବନି ମାଆ. କେଡେ ବଡ଼ କଥା ବଢ଼ି ବଢ଼ି କହୁଛୁ ବୋଲି ଭାବିଲେ ମଧ୍ୟ ତୁନି ପଡନ୍ତି ଆଭା. ଆଲୋ ସଖି ଆପଣା ମହତ ଆପେ ରଖି ଚାଲିବାକୁ ଶିଖିଥିବା ଆଭା ମନ୍ଦିରରେ ରାଧା ଓ କୃଷ୍ଣଙ୍କୁ ଫୁଲ ହାର ଚଢେଇ ନନାଙ୍କଠାରୁ ତୁଳସୀ ଓ ଚନ୍ଦନ ନେଲାବେଳେ ସେ କହୁଥାନ୍ତି ରାଧେ ରାଧେ.ମାଆ ସବୁ ଭଲତ? ଉତ୍ତରରେ ରାଧେ ରାଧେ କହି ସୁଖ ଦୁଃଖ ଦୁଇପଦ ହୋଇ ମନ ହାଲୁକା କଲା ବେଳେ ବାଟରେ ଆଭାଙ୍କର ମନେ ପଡେ ସେହି ସ୍ତ୍ରୀ ଲୋକ କଣ ଏହି ନନାଙ୍କ ଘର ପାଖର କି ସମ୍ପର୍କୀୟ କି!ଏମିତି ମନକୁ ଆସିବାର କାରଣ ଆଭା ନନାଙ୍କୁ ହିଁ କାମବାଲୀ ବୁଝି ଦେବାକୁ କହିଥିଲେ ନା!ତା ଆରଦିନ ନନାଙ୍କ ଠାରୁ ବୁଝିନେବେ ଭାବିଲା ବେଳକୁ ନାନା ଖୁବ ବ୍ୟସ୍ତ ଥାଇ କହୁଥିଲେ ମାଆ ରାଧରାଣୀଙ୍କର ସୁନାପାଉଁଜି ପଟେ ବାସି ଫୁଲ ସଙ୍ଗେ କୁଆଡେ ଫିଙ୍ଗି ଦେଲି କି କଣ ମାଆ ପାଉନି. ସୁନା ରେଟ ଯାହା ହେଲାଣି କେମିତି ଭରଣା କରିବି ଭାବୁଛି. ସେହି ମାଆ ରାଧାରାଣୀ ରକ୍ଷା କରିବେ. ଆଭା କହୁଥିଲେ ଛଡା ତୁଳସୀ ଭିତରୁ ମୁଁ ପାଇଛି ନାନା, ବ୍ୟସ୍ତ ହୁଅନ୍ତୁ ନାହିଁ ଗିଲ୍ଟି ଗହଣା ଭାବିଲେ ମଧ୍ୟ ଫିଙ୍ଗିନାହିଁ ରଖିଛି. ନାନା ଆଭାଙ୍କ ଗୋଡ଼ ତଳେ ପଡ଼ିବାକୁ ଉଦ୍ୟତ ହେଲା ବେଳେ ଆଭା କହୁଥିଲେ ମୋ ଗୋଡତଳେ ନୁହେଁ ନନା, ସେଇ ରାଧରାଣୀଙ୍କ ଗୋଡ଼ ତଳେ ପଡନ୍ତୁ ମତେ ବି ପଡ଼ିବାକୁ ଦିଅନ୍ତୁ. ନନା ପାଉଁଜିଟି ପାଇ ଭୋ ଭୋ ହୋଇ କାନ୍ଦି କହୁଥିଲେ ମାଆ ତୁମ ଘର ପାଇଁ କାମବାଲୀ ବୁଝିଦେବି ନିଶ୍ଚୟ ନହେଲେ ରୁମ ଋଣ ଶୁଝିବି କେମିତି!ଆଭା କହୁଥିଲେ ନାହିଁ ରମା ଅଛିତ ଥାଉ. ନନା କାବା ହୋଇ ଚାହିଁଥିଲେ ଆଭାଙ୍କୁ!
ରାକ୍ଷୀ ପୂର୍ଣ୍ଣମୀ ପାଇଁ ଛୁଟିରେ ଅଜା ଆଈ ତଥା ଜେଜେ ଜେଜେମାଙ୍କ ଘରକୁ ବୁଲିବାକୁ ଆସିଥିବା ପୁଅ ଅଭିର ପୁଅ ବାବା ଓ ଝିଅ ଶ୍ରଦ୍ଧାର ଝିଅ ଡୁଗୁ ସେଦିନ ଭାଇ ଭଉଣୀ ଗପସପ ହେଉଥାଆନ୍ତି. ଟିକେ ଦୂରରେ ବସି ଜେଜେମା ଆଭା ଶୁଣଥାଆନ୍ତି. ଡୁଗୁ ଦିଦି ସାନ ଭାଇ ହାତରେ ବାନ୍ଧିଥିବା ସୁନା ରାକ୍ଷୀ ହଜେଇବୁନି କି ଚୋରି ହେବାକୁ ଦେବୁନି କହି ଗପଟିଏ କହି ଚାଲିଥାଏ. ଗୋଟେ ଦେଶର ରାଜା ଝିଅଙ୍କର ଥରେ ତାଙ୍କ ସୁନା ପାଉଁଜି ହଜିଯିବାରୁ ରାଜା ଘୋଷଣା କଲେ ଚୋର ବା ଚୋରଣୀକୁ ଯିଏ ଧରିପାରିବ ସେ ତାକୁ ଏକଶତ ସ୍ବର୍ଣ୍ଣମୁଦ୍ରା ପ୍ରଦାନ କରିବେ. ଚୋର ବା ଚୋରଣୀ ଧରିବାକୁ ଯିଏ ଆସି ସବୁ ବିଷୟ ଶୁଣିଲା ତାଙ୍କ ଭିତରୁ କିଏ କହିଲା ବଗିଚାରେ ହଜିଛି ତ କିଏ କହିଲା ଜେମାଦେଇ ଗାଧୋଉଥିବା ପୋଖରୀରେ ପଡିଯାଇଛି.କିଏ ପୁଣି କହୁଥିଲା ମାଛ ଗିଳି ଦେଇଛି ତ କିଏ ପୁଣି କହୁଥିଲା ବଗିଚାରେ ଥିବା ଗୋଲାପ ଫୁଲ ସହ ସୁନାପାଉଁଜିଟି ମାଳି ନେଇଛି. ଏସବୁ କିନ୍ତୁ ମିଥ୍ୟା ଥିଲା କାରଣ ମାଳି କେହି ଆସୁନଥିଲା ବଗିଚାକୁ କି ପୋଖରୀରେ ଜେମା ଗାଧେଇ ନଥିଲେ. ତ ଶେଷକୁ ଜଣେ ଯୁବ ପଣ୍ଡିତ ଆସି କହିଲେ ସେ କହିଦେବେ କିନ୍ତୁ ସର୍ତ୍ତ ସେ ହିଁ ଜେମା ଦେଇଙ୍କୁ ବିବାହ କରିବେ. ତାଙ୍କ ପ୍ରସ୍ତାବରେ ରାଜା ଓ ରାଜକୁମାରୀ ଦୁହେଁ ରାଜି ହୋଇଗଲେ.
ସେହି ବିଜ୍ଞ ଵ୍ୟକ୍ତି ଜଣଙ୍କ ଉଆସରେ ଜେମାଙ୍କ ପାଖରେ ନିକଟତମ ହୋଇ କାମ କରୁଥିବା ସାତ ଜଣ ପରିଚାରିକାଙ୍କୁ ଡକେଇ ପଠେଇଲେ. ସେମାନଙ୍କୁ ପ୍ରତ୍ୟେକଙ୍କୁ ସାତ ଖଣ୍ଡ ଲେଖାଏଁ ଏକା ସାଇଜର ଲୁହା ଛଡି ଦେଇ କହିଲେ ତୁମେ ସମସ୍ତେ ବ୍ୟକ୍ତିଗତ ଭାବେ ଏହି ଲୁହା ଛଡି ଗୁଡିକୁ ସିନ୍ଦୂର, ଚନ୍ଦନ, କସ୍ତୁରୀ, କୁଙ୍କୁମ ସହିତ ଘିଅ ଦୀପ, ଧୂପ, ଝୁଣା ଦେଇ ପୂଜା କରିବ. ଯାହାର ଛଡିଗୁଡିକ ବଢ଼ି ଥିବ ସେ ନିର୍ଦୋଷ କିନ୍ତୁ ଯାହାର ଛଡିଗୁଡିକ ବଢ଼ନଥିବ ସେ ହିଁ ରାଜଜେମାଙ୍କ ସୁନପାଉଁଜି ନେଇଛି ବୋଲି ଜଣା ପଡିବ. ସମସ୍ତ ପୂଜା ଉପକରଣ ସହ ସାତ ଗୋଟି ଲେଖାଏଁ ଛଡି ନେଇ ସାତ ଜଣାଯାକ ନିର୍ଦେଶ ଅନୁଯାୟୀ ସାତ ଦିନ ପରେ ଆସି ଦେଖାଦେଲେ.ସମସ୍ତ ଛଅ ଜଣ ପରିଚାରିକାଙ୍କ ଛଡି ବଢ଼ି ନଥିବା ବେଳେ ଜଣଙ୍କର ଛଡି ସାତୋଟିଯାକ ବଢିଯାଇଥିଲା ତ ବିଜ୍ଞ ଵ୍ୟକ୍ତି ତାକୁ ହିଁ ଚୋରଣୀ ବୋଲି ସାବ୍ୟସ୍ତ କରିବା ସମସ୍ତଙ୍କୁ ଚକିତ କଲା. ସେ ହିଁ କିନ୍ତୁ ସୁନା ପାଉଁଜି ଚୋରି କରିଥିଲେ.ଆଗରୁ ସେହି ବିଜ୍ଞ ଵ୍ୟକ୍ତି ଜାଣିଶୁଣି ଚାଲାକିରେ ସେମିତି ମିଛ କହିଥିଲେ. ଛଡି କେଵେ ବଢେ ନାହିଁ କିନ୍ତୁ ଚୋରି କରିନଥିବା ଛଅଜଣଯାକ ପରିଚାରିକା କେବଳ ପୂଜା କରୁଥିବା ବେଳେ ଚୋରଣୀ ପରିଚାରିକା କମାର ପାଖକୁ ଯାଇ ନିଜ ଛଡି ସାତୋଟି ଦେଇ ତାଙ୍କଠାରୁ ବଡ଼ ବଡ଼ ଏକା ସାଇଜର ସାତୋଟି ଛଡ଼ି ଆଣିବା କଥା କମାର ମଧ୍ୟ ମାନିଥିଲେ. ଗପ ଶୁଣି ବାବା ଠୋ ଠୋ ହସୁଥିଲା ବେଳେ ଆଭା ଓ ଜେଜେ ବିଶ୍ୱ କହୁଥିଲେ ଜାଣିନ କି ରାଜା ସିନା ପୂଜା ପାଏ ନିଜ ରାଇଜରେ... ଗୁଣୀ ବା ବିଜ୍ଞ ଜନ ପୂଜା ପାଏ ଦେଶ ବିଦେଶରେ.ଜେଜେ ସିନା ଏକଥା କହୁଥିଲେ କିନ୍ତୁ ରମା ସେହିଦିନଠାରୁ କାମକୁ ଆସୁନଥିବାରୁ ଜେଜେମା ଆଭା କାନ୍ଦିଲା ବେଳେ ଜେଜେ ଯେତେ ବୁଝେଇ କହୁଥିଲେ ନୂଆ କାମବାଲୀ ମାଉସୀ ଆଣିବା ତ ଆଭା ଜମା ବୁଝୁନଥିଲେ.
,,,,,,,,,,,,,,,,,,,,,,,,,,,