Pallabi Das

Inspirational Tragedy

3  

Pallabi Das

Inspirational Tragedy

ଚିଠି ଟିଏ ତୁମ ନାମରେ

ଚିଠି ଟିଏ ତୁମ ନାମରେ

6 mins
774


ସକାଳ ପ୍ରାୟ ପାଞ୍ଚଟା ବାଜିଥିବ, ସ୍ମିତା ଆଜି ଚଞ୍ଚଳ ହୋଇ ଉଠିଛି କାରଣ ଆଜି ତା ଝିଅର ପ୍ରଥମ ଦିନ ସ୍କୁଲରେ |  ପାର୍ଥ ଥିଲେ ସବୁ କିଛି କେତେ ସୁନ୍ଦର ସେ ସଜାଇ ଦିଅନ୍ତି, ସବୁ କାମ ସୁରୁଖୁରୁ ରେ ହୋଇଯାଏ |  ଝିଅର ହଜାରେ ନଖରା, ଠିକ୍ ପାର୍ଥଙ୍କ ପରି ଦୁଷ୍ଟ ଆଉ ବୋହୁତ୍ ସାହସୀ ମଧ୍ୟ |   ଝିଅ ସ୍କୁଲ ଯିବା ପରେ ଘର ର ସବୁ କାମ ପାଇଟି ସାରି ସ୍ମିତା ପୁଣି ଆସି ବସି ଗଲା ଟେବୁଲ୍ ଆଗରେ,  ବୋଧ ହୁଏ କିଛି ଲେଖିବାକୁ ଚାହୁଁଥିଲା | ଟେବୁଲ୍ ଉପରେ ଥିବା ମୋଟା ଡାଇରି ଟା ଖୋଲି ଦେଲା   ଆଉ ପେନ୍ ଷ୍ଟାଣ୍ଡ ରୁ ପାର୍ଥଙ୍କ ପକେଟରେ ରହୁଥିବା କଲମ ଟା ବାହାର କରି ଲେଖିବା ଆରମ୍ଭ କଲା |

   

  ପ୍ରିୟ ପାର୍ଥ ,


  ତମେ ଖୁସି ରେ ଅଛ ତ ? ଆଶା କରେ ତମେ ବୋହୁତ୍ ଖୁସିରେ ଥିବ |  ମାଆ ଆଉ ବାପା ସମସ୍ତେ ଭଲରେ ଅଛନ୍ତି | ମାଆ ଆଉ ତମକୁ ବେଶି ଝୁରୁ ନାହାନ୍ତି, କାରଣ ତାଙ୍କ ଅଧା ସମୟ ତମ ଗେହ୍ଲି ପାର୍ଥବି ସହ ବିତୁଛି |  ବାପା ସମସ୍ତଙ୍କ ଆଗରେ ଗର୍ବ ରେ ଫାଟି ପଡୁଛନ୍ତି, କାରଣ ତାଙ୍କ ପୁଅ ଯ ସହିଦ୍ ହୋଇଛି |   କିନ୍ତୁ ରାତି ଅଧରେ ତାଙ୍କ କାନ୍ଦିବା ସ୍ଵର ମତେ ଏବେ ବି ଆର ଘରୁ ଶୁଣାଯାଉଛି |   ଚେଷ୍ଟା କରୁଛି ଗୋଡ଼ ଘସିବା ବାହାନା କରି ତାଙ୍କ ଶୋଇବା ଆତେ ଦୁହିଁଙ୍କ ପାଖରେ ଜଗି ରହିବାକୁ |   ବାପା ମାଆ ଏବେ କିଛି ଦିନ ପାଇଁ ଚାରି ଧାମ ତୀର୍ଥରେ ବୁଲିବାକୁ ଯାଇଛନ୍ତି ବୋଲି ଘର ଟା ଖାଁ ଖାଁ ଲାଗୁଛି |  ତମେ ସତ କହୁଥିଲ ବୟସ ବଢ଼ିବା ସହ ବଡମାନେ ଦିନକୁ ଦିନ ଛୁଆଙ୍କ ପରି ଜିଦ୍ କରନ୍ତି,  ଠିକ୍ ସେମିତି ତମ ବାପା ମାଆ ଆଉ ମୋ ବାପା ମାଆ ପୁଣି ଥରେ ମୋ ବାହାଘର ପାଇଁ ଜିଦ୍ ଧରି ବସିଛନ୍ତି |  ତମେ କୁହ ତ ପାର୍ଥ, ତମେ ଦେଇଥିବା ଏତେ ସୁନ୍ଦର ସଂସାର ଛାଡ଼ି ମୁଁ ପୁଣି ଆଉ ଗୋଟେ ନୁଆ ଦୁନିଆ କେମିତି ବସେଇବି ଯ !   ଆଉ ମୋ ଗର୍ଭ ରେ ଥିବା ତମ ପାଞ୍ଚ ମାସର ଶିଶୁଟି ଏଯାଏ ଜାଣିନି ତା ବାପା ଆଉ ଏ ଦୁନିଆ ରେ ନାହାଁନ୍ତି ବୋଲି ,   ତମେ ବ୍ୟସ୍ତ ହବନି ମୁଁ ତା ଦାୟିତ୍ଵ, ବାପା ଆଉ ମାଆ ଦୁହିଁଙ୍କ ପରି ଭଲ ରେ ନେବି ଆଉ ତାକୁ ତମ ପରି ସୈନିକ କରିବି |  ସେ ପୁଅ ହୁଏ ଅବା ଝିଅ ତାକୁ କିଛି ନା କିଛି ଦେଶ ସେବା ରେ ନିହାତି ଲଗେଇବି, ତେଣିକି ତା କର୍ମ |   ପାର୍ଥ ସତ କହିବ କି, ତମର କ'ଣ ମୋ କଥା ଜମା ମନେ ପଡୁନି ! କାହିଁ କିଛି ଦିନ ହବ ତ, ମୋ ନିଦ ରେ ତୁମେ ଆଉ ଆସୁନାହଁ,  ମୋ ଉପରେ ରାଗିଚ କି ତମ ପାର୍ଥବି କୁ ମାରୁଚି ବୋଲି ! କୁହ ତ, କେମିତି ସମ୍ଭାଳିବି ତା ଦୁଷ୍ଟାମି |

  କେବେ କୋଉ ଗଛରେ ଚଢ଼ିକି ବସୁଛି ତ କେବେ ପାଚେରି ଉପରୁ କୁଦା ମାରୁଛି,  ପୁଣି କେବେ କେବେ ରାସ୍ତା ରେ ଏକା ଏକା ଦୌଡୁଛି, ବେଳେ ବେଳେ ବୋହୁତ୍ ଡର ଲାଗୁଛି,  କାଳେ ତାକୁ ହରେଇ ଦେବି ତମ କୁ ହରେଇବା ପରି ସେଥିପାଇଁ ସବୁ ବେଳେ ତା ଉପରେ ନଜର ରଖୁଛି,  ଆଉ ସେ ଭାବୁଛି ମାଆ ମୋତେ ନିର୍ଯାତନା ଦଉଛି | 

  ଅଜା ଆଉ ଜେଜେ ହେଲେ ତା complain box,   ଖନେଇ ଖନେଇ ପାଟି କରି ମୋ ନାଁ ରେ କେତେ କ'ଣ ଫେରାଦ ଦେଇ ଦଉଛି,  ଆଉ ତୁମ ମାଆ ମତେ ରୋଷେଇ ଘରୁ ତାଗିଦ୍ କରୁଛନ୍ତି - "ସ୍ମିତା, ତୁ ମୋ ପାର୍ଥବି ଦେହରେ ହାତ ଲଗେଇ ବୁନି" |  ବେଳେ ବେଳେ ବହୁତ ବ୍ୟସ୍ତ ଲାଗୁଚି ତା ଭବିଷ୍ୟତ ପାଇଁ | କିନ୍ତୁ ତମେ ବ୍ୟସ୍ତ ହୁଅନି ମୁଁ ଜମା ଥକିବିନି ସମସ୍ତଙ୍କୁ ଖୁସି ରେ ଚଳେଇ ନେବି,  ଆଉ ତମ ଛୁଆ ଦୁଇଟାଙ୍କୁ ଭଲରେ ମଣିଷ କରିବି, ଠିକ୍ ତମ ପରି |  ବେଳେ ବେଳେ ମୋ ମାଆ ମନ ଦୁଃଖ କରି କାନ୍ଦି କାନ୍ଦି କହୁଛି ,- "ଝିଅ ଲୋ, ତୋ ସୁନ୍ଦର ଦୁନିଆ ଉଜୁଡ଼ି ଗଲା"|   ଆଉ ମୁଁ ତା ଲୁହ ପୋଛି କହୁଛି-" ମାଆ ଲୋ, ସେ ଏବେ ବି ମୋ ସାଥିରେ ଅଛନ୍ତି ଆଉ ଆଗକୁ ବି ଥିବେ ତୁ ବ୍ୟସ୍ତ ହବୁନି ଜମା ମୋ ପାଇଁ ,   ଆମେ ଦୁହେଁ long distance relationship ରେ ବନ୍ଧା ହୋଇ ଅଛୁ |   ବେଳେ ବେଳେ ଆମ ପୁରୁଣା ସାଙ୍ଗ ସାଥି ସବୁ ଆସିଯାନ୍ତି ଆଉ ଘଣ୍ଟା ଘଣ୍ଟା ଆଲୋଚନା ଚାଲେ ଆଉ ସବୁ ସ୍ମୃତି ପୁଣି ଜୀବନ୍ତ ହୋଇ ଉଠେ |  ତମ ସାଥିରେ ବିତାଇଥିବା ପ୍ରତିଟି ଦିନ ପୁଣି ଥରେ ଆଖି ଆଗରେ ଜଳ ଜଳ ହୋଇ ଭାସି ଯାଏ |  ସମୟ ବଦଳି ଯାଏ ସତ କିନ୍ତୁ ପ୍ରକୃତ ପ୍ରେମ କେବେ ବଦଳେନା ,  ଦିନ କୁ ଦିନ ବଢ଼ିବାକୁ ଲାଗେ ଠିକ୍ ଯେମିତି ତମ ପାଇଁ ଥିବା ଭଲ ପାଇବା ମୋର ଆହୁରି ବଢ଼ି ଯାଇଛି |   ପ୍ରାୟ ତିନି ବର୍ଷ ର ପ୍ରେମ ସମ୍ପର୍କ ତା ପରେ ବାହାଘର କିନ୍ତୁ ତମେ କେବେ ଗୋଟେ ଥର ମତେ ଭଲ ପାଅ ବୋଲି କହିନଥିଲ |

  କିନ୍ତୁ ବାହାଘର ପରେ ଯେତେ ଥର ମତେ ଛାଡ଼ି ଯୁଦ୍ଧ କୁ ଯାଇଛ ସେତେ ଥର ମତେ ଆଲିଙ୍ଗନ କରି କହି ଦିଅ କେତେ ଭଲ ପାଅ ବୋଲି |   ପ୍ରକାଶ କରିବା ଜରୁରୀ ନଥାଏ, ବାସ୍ ଆପେ ଆପେ ଅନୁଭବ କରି ହୁଏ ତମ ଭଲ ପାଇବାକୁ |  ଯେତେ ଦିନ ଘରେ ରୁହ, ନିତି ମୋତେ ମୋ ଅଫିସ୍ ରୁ ଆଣିବା ଆଉ ଛାଡ଼ିବା ବାଦ ମୋ ସହ 

  ଖାଇବା ଆଉ ଖାଲିପାଦରେ ରେ ସମୁଦ୍ର କୂଳ ରେ ମୋ ହାତ ଧରି ସୂର୍ଯ୍ୟ ଅସ୍ତ ଦେଖିବା ଆଉ ଘରକୁ ଫେରି ସାଙ୍ଗ ସାଥୀଙ୍କ ସାଥିରେ ଆସାର ଜମେଇବା,

  ନୁଆ ନୁଆ ରୋଷେଇ ଶିଖେଇବା, ନକହି ବି ତମ ର ସବୁ କିଛି ଗୁଣ ମତେ କହି ଦିଏ ଯ ତମେ କେତେ ଭଲ ପାଅ ଆମକୁ |   ସବୁଠାରୁ ବେଶି ହସ ଲାଗେ, ତମେ ଯେବେ ମାଆ ବାପାଙ୍କ ଆଗରେ ମତେ ଚିଡାଅ ଆଉ ପୁଣି ରାତି ଅଧରେ ମତେ ନିଜ ଆଡକୁ ଟାଣି ନେଇ କଣ୍ଢେଇ ପରି କୁଣ୍ଢେଇ ଶୋଇବାକୁ ଚେଷ୍ଟା କର ଆଉ   ମୁଁ ମିଛ ଅଭିମାନ କରି ତମ ଶକ୍ତ ଆଲିଙ୍ଗନରୁ ବାହାରିବାକୁ ଚେଷ୍ଟା କରି କରି ଥକି ଯାଇ ଶୋଇପଡ଼େ, କୁନି ଛୁଆଙ୍କ ପରି ତମ ହାତର ଘେର ଭିତରେ |   କେବେ ମୁହଁର ମୁଚୁକୁନ୍ଦ ହସ ତ କେବେ ମିଠା ସ୍ପର୍ଶ ଆଉ ପୁଣି କେବେ ମିଛ ଅଭିମାନ ସହ ମିଛ କଳି ଝଗଡ଼ା |   ସବୁ ର ସମ୍ମିଶ୍ରଣରେ ମୋ ନିଶ୍ଵାସ ରେ ତମ ନିଶ୍ଵାସ ମିଶେଇବା ର ଖୁସି | ଦୁହେଁ ଦୁହିଁଙ୍କ ଆସିବା ବାଟକୁ ଚାହିଁ ରହିବା ଆଉ ଦୂରରୁ ଆସୁଥିବାର ଦେଖି ଲାଜ ମିଶା ମୁଚୁକୁନ୍ଦ ହସ ,  ସାଥୀ ହୋଇ ଗୋଟେ ଥାଳିରେ ଦୁହେଁ ଦୁହିଁଙ୍କୁ ବଳେଇ ବଳେଇ ଖୋଇବା ଆଉ ଶେଷ ରେ ବଳି ପଡ଼ିଥିବା ଟିକେ ଖାଦ୍ୟକୁ ବି ଅଧା ଅଧା କରି ଭାଗ ବାଣ୍ଟି ଖାଇବା, ସବୁ ମତେ ଆଜି ବୋହୁତ୍ ମନେ ପଡୁଛି |  ବେଳେ ବେଳେ ତମକୁ କ'ଣ ହୁଏ ଯ ଖାଇବା ପରେ ଜିଦ୍ କର ପୁଣି ଥରେ ସମୁଦ୍ର କୂଳ ରେ ଚାଲିବାକୁ, ଆଉ ରାତି ଅଧରେ ସବୁ ଶୋଇଯିବା ପରେ ବୋହୁତ୍ ଥର ତମ ହାତ ଧରି ମୁଁ ସେ ସମୁଦ୍ର କୂଳ ରେ ଚାଲିଛି ଆଉ ଥଣ୍ଡା ବାଲି ରେ ବସି ତମ କାନ୍ଧରେ ମୁଣ୍ଡ ରଖି ଜହ୍ନ କୁ ଦେଖିଛି |   କାହିଁକି କେଜାଣି ତମେ ସାଙ୍ଗରେ ଥିଲାବେଳେ ଜହ୍ନ ଟା ଆହୁରି ସୁନ୍ଦର ଦେଖା ଯାଏ |

  ଏବେ ସେ ସବୁ ଆଉ କିଛି ନାହିଁ,ଏବେ ମୁଁ ଡରୁଚି, ରାତି ଅଧରେ ଏକା ବାହାରକୁ ଯିବାକୁ କିନ୍ତୁ ପୁଣି ସାହସ ବାନ୍ଧି ଏକା ଚାଲି ଯାଉଛି, କାଳେ ତମେ ଅପେକ୍ଷା କରିଥିବ ଭାବି |   କିଛି ସମୟ ସେ ସମୁଦ୍ର କୂଳ ରେ ବସି ପୁଣି ଫେରି ଆସୁଛି ଏକା ଏକା, ଆଉ ତମ ମାଆ ଜାଣି ପାରି ମତେ ଆସି କୁଣ୍ଢେଇ ପକେଇ କୁହନ୍ତି -

  "ଏକା ପଳେଇଲୁ ଆର ପାଳି ମତେ ନବୁ ସାଙ୍ଗରେ ,ପାର୍ଥ ନଥିଲେ କ'ଣ ହେଲା ଆମେ ତ ଅଛୁ" |  ସତରେ ପାର୍ଥ , ଆଶା କରୁଛି ତୁମେ ବୋହୁତ୍ ସୁନ୍ଦର ଦୁନିଆରେ ଥିବ, ଆଉ ବେଶ୍ ଖୁସି ରେ ଥିବ |   ସ୍ଵର୍ଗ ନିଶ୍ଚିତ ପ୍ରାପ୍ତ ହେଇଥିବ ତମକୁ କାରଣ ତୁମ ଗୁଣ ଗୁଡା ଯ ସେଇ ଯୋଗ୍ୟ |  ଶୁଣ, ଖବରଦାର ଯଦି କୋଉ ରମ୍ଭା କି ମେନକି ଅପସରିଙ୍କୁ ଦେଖି ମତେ ଭୁଲିଯାଇଥିବ |   ବୋହୁତ୍ ଶୀଘ୍ର ମୁଁ ତୁମେ ଛାଡ଼ି ଯାଇଥିବା ସବୁ କାମ ସାରି ତୁମ ପାଖକୁ ଫେରି ଯିବି, ମୋ ପାଇଁ ଅପେକ୍ଷା କରିବ |

  ଆଶା କରେ ସମୟ ବାହାର କରି ନିତି ମୋ ସ୍ଵପ୍ନ ରେ ଆସିବ ମତେ ଠିକ୍ ରାସ୍ତା ଦେଖେଇବାକୁ ଆଉ ଟିକେ ଭଲ ପାଇବାକୁ |  Maternity leave ରେ ମୁଁ ଏବେ, ଦିନ ରାତି ତମ ସହ କଥା ହେବି ଏଥର, କାଲି ତ ବାହାର କରିଛି ନୁଆ ବର୍ଷରେ ତମେ ଦେଇଥିବା ଡାଇରି ଟା |   ଦେଖ, ଆମ ଛୁଆ ପୁଣି ମୋ ପେଟରେ ରହି, ଇସାରା ଦେଲାଣି ତାକୁ ଭୋକ ଲାଗିଲାଣି ବୋଲି, ମୁଁ ଯାଏ କିଛି ଖାଇ ଦିଏ ତା ପରେ ତମ ପାର୍ଥବି ଆସିଯିବ, ଘର ଉଠେଇବ ପକେଇବ | ତମେ ବି ଲାଗିଯା କାମ ରେ, ସ୍ଵର୍ଗ କୁ ନିତି ଟିକେ ଟିକେ ସଜାଉଥା ମୁଁ ଗଲେ ମତେ ପାଛୋଟି ନବ ଠିକ୍ ଯେମିତି ବାହାଘର ପରେ ତମ ଘର କୁ ମତେ କେତେ ସୁନ୍ଦର ଭାବରେ ପାଛୋଟି ଆଣିଥିଲ |


  ଇତି


  ତୁମର ସ୍ମିତା


  ଡାଇରି ଟାକୁ ବନ୍ଦ କରି Table drawer ଭିତରେ ତାକୁ ସାଇତି ଦେଇ, ପାର୍ଥ ର କଲମ ଟାକୁ ଦେଖି ଟିକେ ହସି ଦେଇ ତାକୁ ପୁଣି ଟେବୁଲ 

  ଉପରେ ଥିବା ଷ୍ଟାଣ୍ଡ ରେ ସଜେଇ ଦେଇ ରୁମ୍ ରୁ ବାହାରକୁ ବାହାରିଗଲା ସ୍ମିତା |  ଆଖି କୋରଡ ରେ ଜକେଇ ଆସୁଥିବା ଲୁହ କୁ ପୋଛି ଶାଶୁଙ୍କ ତାଗିଦ୍ କରିବା କଥା ମନେ ପକେଇ ନିଜକୁ କହୁଥିଲା,-"କେତେ ଆଉ କାନ୍ଦିବୁ ଯ କାନ୍ଦୁରି ମାଆ, ଛୁଆ ପୁଣି ତୋ ଠାରୁ କ'ଣ ଶିଖିବେ "| 

  ପୁଣି ଟିକେ ପାର୍ଥଙ୍କ ଫଟୋ ଟାକୁ ଦେଖି ମନେ ମନେ କହି ଦେଲା ପାର୍ଥ ଉଦ୍ଦେଷ୍ୟରେ -"କାହିଁକି ମତେ ଏତେ ଭଲ ପାଇଲ ଯ, ସବୁ ଶିଖେଇ ଦେଲା ତୁମ ପ୍ରେମ | 

  ରୁହ ଯ , ମୁଁ ବୁଝୁଛି ତୁମ କଥା ଖାଲି ଯାଏ ତୁମ ପାଖକୁ ", ମନେ ମନେ ଟିକେ ହସି ଦେଇ ପୁଣି କାମ ରେ ନିଜକୁ ବ୍ୟସ୍ତ କରିଦେଲା |


Rate this content
Log in

Similar oriya story from Inspirational