ଛାଡପତ୍ର
ଛାଡପତ୍ର


ସକାଳ ବୁଲା ରେ ବାହରକୁ ଯାଇଥିବା ଆରତୀ ତରତର ହୋଇ କବାଟ ବନ୍ଦ କରିଦେଲା।ବୋଉ ପଚାରିଲେ ଆଲୋ ଆରତୀ କଣ ହେଲା?କାହିଁକି ଏମିତି ତରତର ହୋଇ କବାଟକୁ ବନ୍ଦ କଲୁ?ପୁଣି ତତେ କିଏ କଣ କହିଲା କି?ପଡ଼ିଶା ଘରର ମାଉସୀ ମୋତେ ଦେଖୁ ଦେଖୁ କହି ପକାଇଲେ ଅଲକ୍ଷଣିଟା ଲାଜ ସରମ କିଛି ନାହିଁ ସ୍ୱାମୀକୁ ଛାଡି ଆସି କେମିତି ହେ ହେ ହୋଇ ହସୁଛି ଲାଜ ନାହିଁ କିଲୋ ଆରତୀ ତୋ ମୁହଁକୁ? ମୋ ଝିଅ ହୋଇଥିଲେ ମୁଁ ଜମା ଘରେ ରଖନ୍ତିନି ଜାଣିନି ତୋ ମା ତତେ କେମିତି ରଖିଛି? ବୋଉ କହିଲେ ଛାଡ଼ ସେମାନଙ୍କ କଥା ମୁଁ ଚା କରୁଚି ତୁ ଯା ବାପାଙ୍କୁ ଉଠା ଚା ପିଇବେ।
ବୋଉ ଓ ବାପା ମିଶି ଡ଼ାଇନିଙ୍ଗ ଟେବୁଲରେ ବସି ଚା ପିଉଥିଲେ ଓ ମୋ କଥା ମଧ୍ୟ ହେଉଥିଲେ।ଆମ ଆରତୀର ଭାଗ୍ୟରେ କଣ ଶେଷକୁ ଏୟା ଥିଲା?ବୋଉ, ବାପାଙ୍କୁ ଦୋଷ ଦେଇ କହିଲା ସବୁ ତୁମରି ପାଇଁ ହେଲା।କାହିଁକି ତର ତର ହୋଇ ବାହାଘର ପ୍ରସ୍ତାବରେ ରାଜି ହୋଇଗଲ ସତେ ଯେମିତି ଆମ ଝିଅ ଆଉ କିଛିଦିନ ରହିଥିଲେ ବୁଢ଼ୀ ହୋଇଯାଇଥାନ୍ତା।ବୋଉଙ୍କ କଥାରେ ବାପା ପୁରା ଚୁପଚାପ ରହନ୍ତି ଆଉ ମତେ ଆସି କହନ୍ତି I am sorry ଲୋ ମା ମୋତେ କ୍ଷମା କରିଦେ ମୋରି ପାଇଁ ଆଜି ତୁ ଏମିତି କଷ୍ଟ ପାଉଛୁ।ମନ ଭିତରେ ଥିବା କୋହକୁ ଆରତୀ ଚାପି ରଖି କହେ ବାପା,ଆପଣ ବଡ ଆଉ ଯାହା ମୋ ଭାଗ୍ୟରେ ଥିଲା ହେଲା।କାହିଁକି ଆପଣ ନିଜକୁ ଦୋଷ ମନେ କରୁଛନ୍ତି।ମୁଁ ତ ବାକି ଜୀବନ ତୁମର ନାତୁଣୀ କୁହୁକୁ ଦେଖି କରିଦେବି।
ଆରତୀ ଫେରିଗଲା ତାର ଅତୀତକୁ।ସେ ମନେ ପକେଇବାକୁ ନ ଚାହିଁଲେ ବି ବାରମ୍ବାର ତାର ଅତୀତ ତା ଆଖି ଆଗରେ ନାଚି ଉଠେ।ବାହାଘରର ୫ ବର୍ଷ ପୁରିଗଲାଣି।ବାପା ବୋଉଙ୍କ ଖୁସିରେ ନିଜ ଖୁସି ଭାବି ବାପା ଠିକ କରିଥିବା ପ୍ରସ୍ତାବରେ ହଁ ଭରିଦେଲା।ଆରତୀ ଓ ଆନନ୍ଦ ଦୁହେଁ ପ୍ରଥମ ଥର ପାଇଁ ଭେଟିଥିଲେ ଆରତୀ ର ଘରେ।ଆରତୀ ଓ ଆନନ୍ଦ ର ବାହାଘର ଠିକ ହୋଇଗଲା।
ବାହାଘରର କିଛି ଦିନ ଯାଏ ସବୁ ଠିକ ଚାଲିଲା।ଶାଶୁ,ନଣଦ କଥାକୁ ଆରତୀ ଏତେ ଗୁରୁତ୍ୱ ଦେଉନଥିଲା।ସେମାନେ ବେଳେବେଳ ବହୁତ ଖରାପ କଥା କୁହନ୍ତି କିନ୍ତୁ ସବୁ ମୁଣ୍ଡପାତି ସହିଯାଏ।ଏହି କଥା ଭାବି ଯେ କେବେ ନା କେବେ ସେମାନେ ନିଜର ଭୂଲ ବୁଝିବେ।ବାହାଘରର ୬ ମାସ ବିତିଯାଇଥିଲେ ମଧ୍ୟ ଆନନ୍ଦ ତାର ଡିଉଟି ଯାଉନଥାଏ।ଥରେ ଆରତୀ ପଚାରିଲା ତୁମେ କଣ ଜବକୁ ଯାଉନ?ଆନନ୍ଦ କହିଲା ମୋର ଜବ ଚାଲିଯାଇଛି।ଏହି କଥାକୁ ନେଇ ଦୁହିଁଙ୍କ ଭିତରେ ବହୁତ ଯୁକ୍ତିତର୍କ ଲାଗିଲା।ବୋଉ ବହୁତ ବୁଜାଇଲେ ଆମ ଜ୍ବାଇଁ ଚାକିରୀ ନ କରନ୍ତୁ ତୁ ତ ମୋର ଚାକିରିଆ ଝିଅ ନା।ସେଇଟା ବି ଠିକ କଥା।ବୋଉର କଥାରେ ନିଜର ମନକୁ ବୁଝାଇ ସେମାନଙ୍କ ସହ ଖପାଖୁଆଇ ଚଳିଲା।ଚାହୁଁ ଚାହୁଁ କୁହୁକୁ ଦୁଇ ବର୍ଷ ବିତିଗଲାଣି।ଆରତୀ କେତେ ବା ସହିବ।ରାଗରେ ରାତି ଅଧରେ ମହିଳା ଥାନାକୁ ଯାଇ ଅଭିଯୋଗ ବି ଲେଖିଥିଲା ଓ divorce ପାଇଁ ଆପ୍ଲାଏ ବି କରିଥିଲା।ଆପସ ବୁଝାବଣା ହୋଇ ପୁଣି ଶାଶୁ ଘରକୁ ଫେରିଥିଲା।କିନ୍ତୁ ମଣିଷର ପ୍ରକୃତି କେବେ ମଧ୍ୟ ବଦଳେନି।
ପୁଣି ବଢି ଚାଲିଲା ଆରତୀ ଉପରେ ଅତ୍ୟାଚାର ନିଜ ଝିଅ କୁହୁକୁ ଚାହିଁ ଦିନ କାଟୁଥିଲା।ସହିବାର ସୀମା ସରିଗଲା ଆଜି ଆରତୀ ଫୋନକରି ବୋଉ ବୋଉ ବୋଲି ପାଟି କରୁଥିଲା।ବୋଉ କିଛି କହିବା ଆଗରୁ ଫୋନଟି କଟିଯାଇଥିଲା।ଆରତୀ ର କାନ୍ଦ ଶୁଣି ବୋଉ, ବାପା ଶୀଘ୍ର ଝିଅ ପାଖରେ ପହଞ୍ଚିଥିଲେ।ଦେଖିଲେ ଆରତୀ ର ମୁଣ୍ଡରୁ ରକ୍ତସ୍ରାବ ହେଉଛି।ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଆଡ଼ମିଟ କଲେ।କୁହୁକୁ ଭଗବାନ ମା ଛେଉଣ୍ଡ କରିବାକୁ ଚାହୁଁନଥିଲେ।ଧିରେ ଧିରେ ଆରତୀ ସୁସ୍ଥ ହେଲାଓ ବାପ ଘରକୁ ଫେରିଲା।ବାପା, ବୋଉ ନିଷ୍ପତ୍ତି ନେଲେ ଆରତୀ ତୁ ଆନନ୍ଦକୁ ଛାଡପତ୍ର ଦେବୁ।ଆରତୀ ବାପା ,ବୋଉଙ୍କୁ ବହୁତ ବୁଝାଇଥିଲା।କୁହୁକୁ ବାପ ଛେଉଣ୍ଡ ହେଇଯିବ, ସେ କାହାକୁ ବାପା ବୋଲି ଡାକିବ? ଏମିତି କେତେ କଣ?କିନ୍ତୁ ବାପାଙ୍କ ଶେଷ ନିଷ୍ପତି ଥିଲା ଛାଡପତ୍ର।କୁହୁ ବେଳେବେଳ ପଚାରେ ମାମା ବାବା କେବେ ଆସିବେ?ତାକୁ ବହୁତ ବାହାନା କରି ବୁଝାଇଦିଏ।ଯେବେ ବଡ ହେବ ଓ ପ୍ରଶ୍ନ କରିବ କଣ ଦେବି ତା ଉତ୍ତର।?କଣ କଣ କହି ବୁଝାଇବି ତାକୁ ?ଏହି ପ୍ରଶ୍ନ ଆଜି ବି ମନ ଭିତରେ ଉଠୁଛି।କିନ୍ତୁ, ଆରତୀ କେବେ ପଛକୁ ଫେରି ଦେଖିନି।ସମୟ ସହିତ ତାଳ ଦେଇ ଚାଲୁଚି।କେବଳ କୁହୁର ଖୁସୀ ପାଇଁ।
ସେଦିନ ଆଉ ଆଜି ଭିତରେ ବହୁତ ଫରକ ହେଇଗଲା।ସାଙ୍ଗ ସହ ମସ୍ତିରେ ଦିନ କଟୁଥିଲା ଆଉ ଆଜି ଲୋକମାନଙ୍କ ଗାଳି ରେ ଦିନ କଟୁଛି।