Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Akshayakumar Dash

Inspirational

3.5  

Akshayakumar Dash

Inspirational

ଚେତନା

ଚେତନା

1 min
166


ସାଙ୍ଗ ଦୁଇଜଣ ବସି ଗପୁଥିଲା। ଜଣେ କହିଲା ତୁ ଜାଣିଛୁ ପୃଥିବୀକୁ ବିପଦ ମାଡ଼ିଆସିବାର କାରଣ କଣ? ଆରସାଙ୍ଗଟି ହେତୁବାଦୀ ।ତେଣୁ ତାର ବିଚାରରେ କହିଲା ,ପରିବେଶ ସନ୍ତୁଳନତା ହେଉନାହିଁ ।ଫଳରେ ଏସବୁ କାରଣ। କିନ୍ତୁ ପ୍ରଶ୍ନ କରିଥିବା ସାଙ୍ଗଟି ତାର ଉତ୍ତରରେ ସନ୍ତୁଷ୍ଟ ହେଲା ନାହିଁ ।ସେ ତାର ନିଜସ୍ୱ ମତ ଦେଲା ପରିବେଶ ସନ୍ତୁଳନ ତ କାରଣ, ପରନ୍ତୁ ଏହି ପରିବେଶ ସନ୍ତୁଳନ ହେବାର ଦାୟୀ ମଣିଷ। ଏକଥାରେ ବୋଧେ ତୁ ରାଜି ହେବୁନୁ । ମଣିଷ ତାର ସ୍ୱାର୍ଥ ପାଇଁ ଯାହା ସବୁ କାର୍ଯ୍ୟ କରୁଛି ତାହାସବୁ ଆମ ଦୂରଦୃଷ୍ଟି ଅଭାବ। ଭାରତର ପ୍ରାଚୀନ ତତ୍ୱ ଯାହା ଈଶ୍ୱର ବାଦ ଉପରେ ଆଧାରିତ। ସୃଷ୍ଟିର ପ୍ରତେକ ବସ୍ତୁକୁ ଉପଯୁକ୍ତ ସମ୍ମାନ ଦେବା ଆମ ସଭ୍ୟତାର ଅଙ୍ଗ । ବନ୍ଧୁ ଜଣକ ନିରବ ରହିଲେ। ତେଣୁ ଆଲୋଚନା ଆଗକୁ ନନେଇ ସାଙ୍ଗ ଜଣକ ବି ନିରବ ରହିଲେ ।


ନୀରବତା ଭଙ୍ଗ କରି ସାଙ୍ଗ ଜଣକ କହିଲେ। ଆରେ ସେ ଚୀନ ର କରୋନା ଭୂତାଣୁ କଥା ଜାଣିଥିବୁ । ହଁ ,ତେବେ ତାର ବିଭୀଷିକା ବି ଏବେ ଦେଖ ,ସାରା ବିଶ୍ୱକୁ କବଳିତ କଲାଣି । ତାର ଔଷଧ ବି ନାହିଁ । କେବଳ ବିଶ୍ୱ ସ୍ୱାସ୍ଥ୍ୟ ପରିଷଦ କହୁଛି ସାମାଜିକ ସମ୍ପର୍କକୁ ବିଛିର୍ଣ୍ଣ କରିବାକୁ ପ୍ରାଧନ୍ୟ ଦେଉଛନ୍ତି । ସମଗ୍ର ବିଶ୍ୱ ଆଜି ଆତଙ୍କିତ ।ପୁଣି ସାଙ୍ଗ ଜଣକ ଦୋହରାଇ କହିଲେ ଏସବୁ ପ୍ରାକୃତିକ ନା ମଣିଷ କୃତ ।


ଦୁଇସାଙ୍ଗ ଏକ ସିଦ୍ଧାନ୍ତକୁ ଆସିଲେ । ମନୁଷ୍ୟର କୃତକର୍ମର ପରିଣତି ହେଇପାରେ ବି ପରନ୍ତୁ ସାରା ବିଶ୍ୱରେ ତାର କାୟା ବିସ୍ତାର କରୁଥିବା କରୋନା ଏକ ପ୍ରାକୃତିକ ବିପଦ । ଏଥିରୁ ବିଶ୍ୱକୁ ଶିକ୍ଷା ମିଳେ ମନୁଷ୍ୟ ହାତରେ ଥିଲାପଯ୍ୟନ୍ତ ବିଜ୍ଞାନ ଯାହା ମନୁଷ୍ୟର ଶକ୍ତିର ବାହାରେ ତାହା ହିଁ ଈଶ୍ୱର ।ହେତୁବାଦୀ ସାଙ୍ଗ ଜଣକ ନିରବତା ଭିତରେ ସମର୍ଥନ କଲେ ।


Rate this content
Log in

More oriya story from Akshayakumar Dash

Similar oriya story from Inspirational