ଚାଚା ଚୌଧୁରୀ ଓ ଶେରଲକ୍ ମିଶି ଏକାଠି ହୋଇ କେଶ୍ ସମାଧାନ
ଚାଚା ଚୌଧୁରୀ ଓ ଶେରଲକ୍ ମିଶି ଏକାଠି ହୋଇ କେଶ୍ ସମାଧାନ
ଗୋଟିଏ ଦିନ ରାତିରେ ଶେରଲକ୍ ହୋମସ୍ ଧରମଦାସଙ୍କ ଘରେ ଚୋରି ଓ ହତ୍ୟା ହୋଇଥିବା ଖବର ପାଇ ଥିଲେ।ସେହି କେଶ୍ ର ସମାଧାନ ପାଇଁ ତାଙ୍କୁ ପୋଲିସ ଡାକିଲା।
ଶେରଲକ୍ ଯାଇ ଜାଣିବାକୁ ପାଇଲେ ଯେ ଧରମଦାସଙ୍କ ଘରେ ଚୋରି ହୋଇଛି ଓ ଧରମଦାସ, ତାଙ୍କ ସ୍ତ୍ରୀ ଓ ଚାକରର ହତ୍ୟା ହୋଇଛି। ହେଲେ ଘରଟି ଭିତର ଆଡୁ ବନ୍ଦ ଅଛି।ସେହି କେଶ୍ ର ସେ ଗବେଷଣା କରୁଥାନ୍ତି। ଘରର ଚାରିଆଡେ ସେ ଅନୁଧ୍ୟାନ କରୁଥାଆନ୍ତି। ଜାଣିବାକୁ ପାଇଲେ ଯେ ଧରମଦାସଙ୍କ ପୁତ୍ରା ତପନ ଧରମଦାସଙ୍କ ସହ ରହୁଥିଲେ। ହେଲେ ହତ୍ୟା ଆଗ ଦିନ ରାତିରେ ସେ ବ୍ୟବସାୟ କାମରେ ବାହାରକୁ ଯାଇ ଥିଲେ।ଧରମଦାସଙ୍କ ପୁଅ କରନ ବାହାରେ ରୁହେ ଏବଂ ହତ୍ୟା ଖବର ପାଇ ସେ ଦିନ ଆସି ପହଞ୍ଚିଛି।
ଏତିକି ସମୟରେ ଚାଚା ଚୌଧୁରୀ ସାବୁ ଓ କୁକୁର ରକେଟ ସହ ତରଭୁଜ ଓ ଆମ୍ବ ଖାଇବାକୁ ଯାଉଥାନ୍ତି। ସେ ଭିଡ ଦେଖି ଭିତରକୁ ଗଲେ ଏବଂ ସବୁ ଜାଣିଲେ। ସବୁ ଜାଣି ସେ ଶେରଲକ୍ ଙ୍କ ସହ କଥା ହେଉଛନ୍ତି। ଶେରଲକ୍ କହିଲେ ଆଶ୍ଚର୍ଯ୍ୟ କଥା ଯେ କବାଟ ବନ୍ଦ ଥିଲା ଓ ଘରର ଦୁଇଟି ଯାକ ଚାବି ସେଟ ଘର ଭିତରେ ଥିଲା। ତେବେ ହତ୍ୟାକାରୀ କପରି ପଶି ବାହାରି ଯାଇଛି ।
ସେଇ ସମୟରେ ରକେଟ ବାହାରକୁ ଯାଇ ଭୋକିବାକୁ ଲାଗିଲା।ଶେରଲକ୍ ଓ ଚାଚା ଚୌଧୁରୀ ଦେଖିଲେ ସେଠାରେ ଘରର ଗୋଟିଏ ଚାବି ସେଟ ପଡିଛି। ଚାବିଇଟିକୁ ଶେରଲକ୍ ଲ୍ୟାବ କୁ ପରୀକ୍ଷଣ ପାଇଁ ପଠାଇ ଜାଣିଲେ ଯେ ଚାବିଟିରେ ତପନଙ୍କ ଆଙ୍ଗୁଳି ଚିହ୍ନ ଅଛି। ସେ ତପନଙ୍କୁ ପଚାରିବାରୁ ତପନ କହିଲେ ଭର ସକାଳୁ ସେ ପହଞ୍ଚି ଦେଖିଲେ ଯେ ଧରମଦାସଙ୍କ ଘରେ ହତ୍ୟା ହୋଇଛି।ଡରି ଯାଇ ସେ ଘରୁ ଲୁଚି ପଳାଇବା ସମୟରେ ଚାବିଟି ପଡି ଯାଇଛି। ଶେରଲକ୍ କିନ୍ତୁ ମାନିବାକୁ ନାରାଜ। ସେଇ ସମୟରେ ଚାଚା ଚୌଧୁରୀଙ୍କ ମନକୁ ସମ୍ପତ୍ତିର ଉତ୍ତରାଧିକାରୀ କଥା ଆସିଲା। ସେ ଶେରଲକ୍ ଙ୍କୁ ତା ଉପରେ ଅନୁଧ୍ୟାନ କରିବାକୁ କହିଲେ। ଅନୁଧ୍ୟାନରୁ ଜାଣିଲେ ଯେ ସମ୍ପତ୍ତି ତାଙ୍କ ଓକିଲଙ୍କୁ କହି ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ତାଙ୍କ ପୁତୁରା ତପନ ନାମରେ ଦଲିଲ ନାମା କରି ଥିଲେ ଏବଂ ଯେଉଁ ଦିନ ହତ୍ୟା ହୋଇ ଥିଲା ତାପର ଦିନ ସେ ଦଲିଲ ନାମା କୋର୍ଟ ରେ ଦାଖଲ ହେବା ଥିଲା। ହେଲେ ତା ଆଗରୁ ହତ୍ୟା ହେଲା।
କରନ ଓ ତପନଙ୍କୁ ଡାକି ଶେରଲକ୍ ଓ ଚାଚା ଚୌଧୁରୀ ସେ ଦଲିଲନାମା ବିଷୟରେ ପଚାରୁଥିଲେ ସେହି ସମୟରେ ସାବୁ ଗୋଟିଏ ରକ୍ତ ଲଗା ଛୁରୀ ଆଣି ପୋଲିସକୁ ଦେଲା। ପୋଲିସ ସେ ଛୁରୀକୁ ପରୀକ୍ଷଣ ପାଇଁ ପଠାଇଲେ।
କିଛି ସମୟ ପରେ ଶେରଲକ୍ କହିଲେ ପରୀକ୍ଷଣରୁ ଜଣାଗଲା ଯେ ସେହି ଛୁରୀରେ ହତ୍ୟା କରାଯାଇଛି ଏବଂ ସେଥିରେ ତପନ ଓ କରନଙ୍କ ଆଙ୍ଗୁଳି ଚିହ୍ନ ଅଛି।
ତପନ ନମ୍ର ଭାବରେ କହିଲେ ମୁଁ ହତ୍ୟା ବିଷୟରେ କିଛି ଜାଣି ନାହିଁ। ମୋତେ ଫସେଇ ଦିଆଯାଇଛି।
କିନ୍ତୁ କରନ ଜୋରରେ କହିଲେ ମିଛ କହୁଛନ୍ତି ଆପଣମାନେ। ଚାଚା ଚୌଧୁରୀ ଜୋରରେ କହିଲେ ମିଛ ନୁହେଁ ସତ ତୁମ ଆଙ୍ଗୁଳି ଚିହ୍ନ ଅଛି ସେ ଛୁରୀରେ।
ସେତେବେଳେ କରନ କହିଲେ ନା ମିଛ।ଯେଉଁ ଛୁରୀରେ ହତ୍ୟା ହୋଇଛି ମୁଁ ତାଙ୍କୁ ପୋଖରୀକୁ ଫିଙ୍ଗି ଦେଇଛି।
ଶେରଲକ୍ ଜୋରରେ ହସିବାକୁ ଲାଗିଲେ ଏବଂ ପୋଲିସଙ୍କୁ କହିଲେ କେଶ୍ ସମାଧାନ ହୋଇ ଗଲା।ଏହି ହତ୍ୟା କରନ ଦଲିଲନାମା ପାଇଁ କରିଛି ଏବଂ ତାହାକୁ ସେ ଚୋରି ବୋଲି ପ୍ରମାଣିତ କରିବାକୁ ଚାହୁଁଥିଲା।କରନ ଦୌଡ଼ି ପଳାଇବାକୁ ବାହାରୁ ଥିଲେ। ଶେରଲକ୍ ତାଙ୍କୁ ଧରି ପୋଲିସକୁ ଦେଲେ। କହିଲେ ମିଛ ଛୁରୀର ଉପାୟ ମୋତେ ଚାଚା ଚୌଧୁରୀ ଦେଇଥିଲେ।ତେଣୁ ଏତେ ସହଜରେ କେଶ୍ ଟି ସମାଧାନ ହୋଇଗଲା।
ପୋଲିସ କହିଲେ ଚାଚା ଚୌଧୁରୀ ଓ ଶେରଲକ୍ ମିଶି ଏକାଠି ହୋଇ କେଶ୍ ସମାଧାନ କଲେ।