ବୂଝି ବିଚାରି କାମ ନ କଲେ...
ବୂଝି ବିଚାରି କାମ ନ କଲେ...
ଆଖି ସହ ଆଖି ମିଶିଗଲେ ଯେମିତି ଚାହାଣୀ କଥା କୁହେ ,ମନ ସହ ମନ ମିଶିଗଲେ ସେମିତି କାହାଣୀ ଲେଖାହୁଏ । ଯେମିତି ଏକ ପ୍ରେମ କାହାଣୀ ଲେଖିଥିଲେ ଏକଲପୁର ଗାଁର ବୁଢା ବୁଢୀ ଦୁହେଁ । ନିଇତି ଭିକ ମାଗିଆଣିଲେ କମଳା ବୁଢା ସରାଗରେ ରୋଷେଇକରିଥାଏ କମଳୀ ବୁଢୀ ।
ବୟସର ଅପରାହ୍ଣରେ ଉଭୟେ ଉପନୀତ ହେଲେ ବି ଦୁହେଁ ବେଶ ଖୁସିରେ କାଳ କାଟୁଥିଲେ । ଯାହାକି ବାସ୍ତବ ପ୍ରେମ ଓ ଉତ୍ତମ ବୁଝାମଣାର ନିଚ୍ଛକ ପ୍ରତିଛବି ଟିଏ । ସନ୍ଧ୍ୟାରେ ଚୁଲି ମୁଣ୍ଢରେ ବସି ଟୁପୁରା ଟାପୁରି କଥା ଦିପଦ ହୋଇଗଲା ପରେ ନିଜ ନିଜର ଦୁଃଖଭୁଲିଯାନ୍ତି ସେମାନେ ।ଦିନକର ଘଟଣା କମଳା ବୁଢୀ ସ୍ନାନ ସାରି ଫେରିବାବେଳେ ଶୁଣିଲା,ବାବା ବାଲୁଙ୍କେଶ୍ଵରଙ୍କ ପାଖରେ ଅଧିଆ ପଡିଲେ ବାବା ଭକ୍ତଙ୍କ ମନୋବାଞ୍ଛା ପୂରଣ କରନ୍ତି । ସେଦିନ ରାତିରେ ଏ କଥା ବୁଢୀ କହିଲା ବୁଢା କୁ ।ବୁଢା ବି ଆଗ୍ରହ ସହ ପ୍ରେମିକାର କଥା ଗ୍ରହଣ କରି ସକାଳୁ ସ୍ନାନ ଶୌଚ ସାରି ଆସି ବାବାଙ୍କ ମନ୍ଦିରରେ ଅଧିଆ ପଡିଲା । ରାତିରେ ବାବା ବାଲୁଙ୍କେଶ୍ଵର ବୁଢା ର ଭକ୍ତି ରେ ପ୍ରସନ୍ନ ହୋଇ କହିଲେ ,ବୁଝିଲୁ ବାପା କମଳା , ଏବର୍ଷ ତୋତେ ବର ଦେବା ପାଇଁ ମୋ ବଜେଟରେ ନାହିଁ ।ଅତିରିକ୍ତ ବଜେଟରେ ଏ ତିନୋଟି କାଠି ଦେଉଛି ,ନେ ଯାହା ମାନସିକ କରି ଗଡାଇବୁ ତାହା ପୂରଣ ହେବ । ବୁଢା କାଠିକୁ ଧୋତିରେ ଗୁଡାଇ ପ୍ରଭୁଙ୍କୁ ପ୍ରଣାମ କରି ଘରକୁ ଫେରିଲା। ।ଚାତକ ପରି ଅନେଇ ରହିଥିଲାବୁଢୀ ଯେମିତି ତାଙ୍କର ମନ ଦେବତାଙ୍କୁ ପାଇ ଯାଇଛନ୍ତି ଆଙ୍କିଦେଇଛନ୍ତି ବୁଢାର ଗଣ୍ଡଦେଶରେ ଅଜସ୍ର ଚୁମ୍ବନ।ଦୁଇ ବାହୁରେ ଆଲିଙ୍ଗନ କରି ପଚାରିଲେ କଣ ସ୍ବାମୀ, ପ୍ରଭୁ ବର ଦେଲେ ତ? ବୁଢା କାଠି ତକ ଧରାଇ ଦେଇ କହିଲେ ଏତକ ରଖ ,ମୁଁ ସ୍ନାନ ସାରି ଆସେ ,ବୁଝି ବିଚାରି କି କାଠି ଗଡେଇବା ।ପ୍ରଭୁ ଆମର ମନସ୍କାମନା ପୂରଣ କରିବେ ।ବୁଢା ଘରୁ ଗୋଡ କାଢିଲା ପରେ ବୁଢୀ ରାଗରେ କହିଲା କୋତରା ବୁଢା ,ଶୁଖିଲା କାଠିଯାକ ଆଣି କହୁଛି ଈଶ୍ୱର ବର ବୋଲି ।ଦେଖି ବା ଟିକେ ଗୋଟେ କାଠି ଗଡେଇକି ।ବୁଢ଼ୀ ଗୋଟାଏ କାଠି ଧରି ସୁନାଚୁଡୀ ମାନସିକ କରି ଗଡେଇ ଦେଇଛି ଏବଂ ତତ୍ କ୍ଷଣାତ୍ ବୁଢୀର ସୁନାଚୁଡି ହେଇଯାଇଛି ।ବୁଢା ଆସି ବୁଢୀର ଏପରି କାର୍ଯ୍ୟ ଦେଖି ପୁରା ରାଗି ଆଉ ଗୋଟିଏ କାଠି ଧରି ଚୋପାଟା ହେଵ ବୋଲି କହି ଗଡାଇ ଦେଲା ୍। ସାଙ୍ଗେ ସାଙ୍ଗେ ବୁଢାବୁଢୀର ଦେହସାରା ଆଳୁ ଚୋପା କଦଳୀ ଚୋପା ପିଆଜ ଚୋପା ଇତ୍ୟାଦି ଲାଖିଗଲା ।ବୁଢା ବୁଢ଼ୀ ଦୁହେଁ ଲାଜରେ ପଦାକୁ ବାହାରିଲେନି ।ଶେଷରେ ଦୁହେଁ କଥାବାର୍ତ୍ତା ହୋଇ ଇଶ୍ବର ପ୍ରଦତ୍ତ ଶେଷ କାଠି ଗଡେଇ ଦେହକୁ ଚୋପା ଶୂନ୍ଯ କଲେ ।ବୁଝିବିଚାରି କାମ ନ କରିବାରୁ ବୁଢା ବୁଢୀ ସେମିତି ପୂର୍ବବତ୍ ଭିକ ମାଗି କାଳ କାଟିଲେ ।