STORYMIRROR

Akhay Kumar Nayak

Drama Others

3  

Akhay Kumar Nayak

Drama Others

ବୁଝେନା ଏ ମନ

ବୁଝେନା ଏ ମନ

3 mins
222

ବନ୍ଧୁ ଦୁଇ ଅକ୍ଷରରେ ଗୋଟିଏ ଶବ୍ଦ । ହେଲେ ଏହି ବନ୍ଧୁ ଶବ୍ଦ କୁ ବୁଝିବା ଯେତିକି କଷ୍ଟ ବୁଝେଇବା ମଧ୍ୟ ସେତିକି କଷ୍ଟ । ଯେ କୌଣସି ବିପଦ ଆସିଲେ ଯିଏ ତୁମପାଖକୁ ବିପଦର ଖବର ଶୁଣି ଦୌଡ଼ି ଆସେ ସେ ହିଁ ପ୍ରକୃତ ବନ୍ଧୁ । ବନ୍ଧୁତା ଆଗରେ ଦୁନିଆର ସବୁ ସମ୍ପର୍କ ତୁର୍ଚ୍ଚ ।କେହି ଜଣେ କହିଛନ୍ତି ଯେତେ ସମ୍ପର୍କୀୟ ଥାଇ କିଛି ଲାଭ ନାହିଁ ଯଦି ଜଣେ ହୃଦୟକୁ ବୁଝିଲା ଭଳି ବନ୍ଧୁ ଟିଏ ନାହିଁ । ଦୁନିଆରେ ବହୁତ ଲୋକ ଅଛନ୍ତି ,ତାଙ୍କ ଭିତରେ ଈଶ୍ୱର ଆମକୁ ଏମିତି କିଛି ଲୋକଙ୍କ ସହ ମିଶେଇ ଥାଆନ୍ତି ଯାହାକୁ କେବେ ପର କରି ହୁଏନା ।


 କାହାଣୀ ଆରମ୍ଭ ହୁଏ ଏକ ଗୋପବନ୍ଧୁ ଚୌଧୁରୀ ସରକାରୀ ମହାବିଦ୍ୟାଳୟରୁ । ଅକ୍ଷୟ ନାମରେ ଗୋଟେ ପିଲା ସେଠାରେ +୨ ବିଜ୍ଞାନରେ ନାମ ପଞ୍ଜିକରଣ କରେ। ଭଲ ପଢୁଛି ସେଇଥିପାଇଁ ତାର ପିତାମାତା ତାକୁ ଗୋଟେ ଘରୋଇ ଟୁଇସନର ବ୍ୟବସ୍ଥା କରାଇଲେ ।ରାତି ପାହିଲେ ଅକ୍ଷୟ ଟୁଇସନ ଯିବ ତା ସାଂଗ ମାନଂକ ସହ ସେଇଥି ପାଇଁ ତାକୁରାତି ସାରା ନିଦ ନଥାଏ। ସକାଳୁ ସକାଳୁ ଟୁଇସନରେ ପହଁଚି ଯାଇଛି ।ବିଳମ୍ବରେ ଟୁଇସନ ଯାଇଛି ତେଣୁ ପାଠପଢା କିଛି ଆଗେଇ ଯାଇ ଥାଏ । 

 ସେଠାରେ ଏକ ମିରା ନାମରେ ଗୋଟେ ଝିଅ ଶ୍ରେଣୀରେ ସାଧାସିଧା ପିଲା ପ୍ରବେଶ ଦେଖି ତା ସାଂଗ ମାନଂକ ସହ ମିଶି କମେଣ୍ଟ ମରା ହସ ହସି ଦିଏ ।

+୨  ସରିଛି ,+ ୩ ଆରମ୍ବ ହେଇଛି। ଦୁଇ ଜଣ ଗୋଟିଏ ସଂମାନ(honors)ରେ ପାଠ ଆରମ୍ଭ କରନ୍ତି ।

 

ଝିଅ ପିଲାଙ୍କ ସହ ମୁଁଁ କେବେ କଥା ହୁଏନା । ଏମିତି +୩ ରେ ବି ମୁଁ ଆଉ ମିରା ଗୋଟିଏ ଜାଗାରେ ଟୁଇସନ ଆରମ୍ଭ କରି ଥାଉ। ମୁଁ ମିରାର ପଛ ଧାଡିରେ ସବୁ ବେଳେ ବସି ଥାଏ । ମିରା ଟିକେ ଗପୁରୀ ସ୍ଵଭାବର ।ଏହାକୁ ଦେଖି ପ୍ରଥମେ ପ୍ରଥମେ ଚିଡ଼େ ।ସବୁଦିନ ସାର ଆସିବା ପୂର୍ବରୁ ତାର ସାଙ୍ଗ ମାନଙ୍କସହ ଗପର ପେଡି ଖୋଲି ଦେଇ ଥାଏ। 


ଏମିତି କିଛି ଦିନ ଗଲା ପରେ ଦୁଇଜଣ ମୋବାଇଲ ନମ୍ବର ଦିଆ ନିଆ ହେଇଛନ୍ତି ଜେହେତୁ ୩ ବର୍ଷ ଏକାଠି ପଢିବେ ।ଏମିତି ମିଳାମିଶାରେ ସମାନ ରୁଟ ହେଇଥିବାରୁ ଅକ୍ଷୟ ଆଉ ତାର କିଛି ସାଙ୍ଗ ମିରା କୁ ଅପେକ୍ଷା କରନ୍ତି ମଲ୍ଲିଆ ଘାଇ ପାଖରେ ।ପୁଅ ପିଲା ହିସାବରେ ମୁଁ ଏପଟରୁ ସେମାନଙ୍କ ସହ ଏକା ଯାଏ ସେଥି ପାଈଁ ମିଳାମିଶା ଅଧିକା ବଢିଲା । ସାଙ୍ଗ ମାନଙ୍କ କଂଫେରେନ୍ସ କଲ ଆଉ ମିଳା ମିଶା ସମ୍ପର୍କ କୁ ମଜଭୁତ କରିଦେଲା। ଅକ୍ଷୟ ମିରା କୁ ମଝିରେ ମଝିରେ ଫୋନ କଲା। ଏମିତି କିଛି ଦିନ ଚାଲିଲା ପରେ +୩ ସରିଗଲା।



ସମୟ ଅତିକ୍ରାନ୍ତ ଭିତରେ ଅକ୍ଷୟ ଆଉ ମିରା ବୋହୁତ ଭଲ ସାଙ୍ଗ ହେଇ ଯାଇଛନ୍ତି। ଅକ୍ଷୟ ସବୁ ଦିନ ଏମିତି ଫୋନ କରୁ କରୁ ତାକୁ ନିଜର ବେଷ୍ଟ ବନ୍ଧୁ ଭାବରେ ଦେଖେ । ଦିନର ଯାହା ଘଟେ ତାହା ସବୁ କୁହେ ମିରା ବି ସେପଟରୁ କୁହେ ।ଦିନେ କଥା ନହେଲେ ଯେମିତି ଭାତ ହଜମ ହଉନି ସେମିତି ।ଅକ୍ଷୟ ଭଗବାନ ଙ୍କୁ ତାକୁ ଆଉ ତାଙ୍କ ପରିବାର କୁ ନିଜ ପରିବାର ଭଳି ଭାବି ଖୁସି କାମନା କରିଥାଏ ।

କଥା କିଛି ନଥିଲେ ମଧ୍ୟ ସବୁ ଦିନ ଟିକେ ଝଗଡା ନହେଲେ ଭାତ ହଜମ ହୁଏନା। ପ୍ରତିବର୍ଷ ଜନ୍ମ ଦିନରେ ମିରା ସର୍ବ ପ୍ରଥମେ ଫୋନ ଯୋଗେ ଶୁଭେଚ୍ଛା ଜଣାଏ ।ହସ ମଜା ଥଟାରେ ଚାଲିଥାଏ ଏ ଜୀବନ । ମିରାର ଘର ଲୋକେ ବି ଜାଣି ଯାଇଥିଲେ କି ଅକ୍ଷୟ ଆଉ ମିରା ଭଲ ବନ୍ଧୁ । ଏମିତି ବହୁତ କିଛି ଅଭୁଲା ସ୍ମୃତି ସବୁ ଏହି ଛୋଟ ଗଳ୍ପ ଆକାରରେ ଲେଖିବା ସମ୍ଭବ ନୁହେଁ।


ସମୟ ଅତିକ୍ରାନ୍ତ ଭିତରେ କିଛି ବର୍ଷ ଗଲା ପରେ କାହାର ନଜର ଲାଗିଗଲା ବୋଧେ ଅକ୍ଷୟ ଆଉ ମିରା ମଧ୍ୟେ ଟିକେ ମତାନ୍ତର ହେଲା। ଫୋନ ଆଉ ମେସେଜ ରେପଳାୟ କମିଗଲା।

ଏଗୁଡା ଅକ୍ଷୟକୁ ବହୁତ କଷ୍ଟ ଦେଉଥାଏ। ଏ କଥା ଅକ୍ଷୟ ମିରା କୁ କହିଥାଏ। କଣ ପାଇଁ ସେ ଏମିତି ପରିବତ୍ତନ ହେଇଚି ଜାଣିବାକୁ ଚେଷ୍ଟା କରୁଥାଏ।ସମୟ ଏମିତି ଆସିଲା ଯୋଉ ପିଲାରାତି ଅନିଦ୍ରା ହୋଇ ମୋତେ ଶୁଭେଚ୍ଛା ଜଣାଏ ସେଦିନ ଅନଲାଇନରେହି ମଧ୍ୟ ଶୁଭେଚ୍ଛା ଜଣାଇଲା ନାହିଁ।ହେଲେ ସବୁଦିନ ଅକ୍ଷୟ ନିଜକୁ ପଚାରେ କାହିଁକି ଏମିତି ପରିବର୍ତନ ଘଟିଛି ହେଲେ ଖୋଜି ପାଏ ନାହି ।ବହୁତ ଥର ଚେଷ୍ଟା କରିଛି ଜାଣିବା ପାଇଁ ହେଲେ ଜାଣିପାରିନାହିଁ। ଆତ୍ମା ମନା କରୁଥାଏ ଏତେ ଥର କାହିଁକି ପଚାରୁଛୁ ଯାହାର ଛାଡିଯିବାର ଥିବ ଦିନେ ସେ ପଳେଇବ ତୁ ହେଲେ ବିବେକ ସବୁବେଳେ କହୁଥାଏ ଏତେ ବର୍ଷର ସଂପର୍କ କଣ ଏତେ ଜଲଦି ଭାଙ୍ଗି ଦେଇ ଚାଲିଯିବ। ମୁଁ ମୋ ତରଫରୁ ବହୁତ ଚେଷ୍ଟା କରିଛି ହେଲେ ହାରି ଯାଇଛି ତଥାପି ଭାବେ ଆଉ ଥରେ ଚେଷ୍ଟା କରି ଦିଏ ।ହେଲେ ଉତ୍ତର ପାଏ ନାହି।

ଭଗବାନ ବୋଧେ ଏତିକି ଦିନ ପାଇଁ ସମ୍ପର୍କ ଯୋଡିଥିଲେ।

ଏତିକି ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ତାକୁ ଆଉ ତାଙ୍କ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ।

ଜୟ ଜଗନ୍ନାଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama