ସେ ମୋର ସାଧାରଣ ବନ୍ଧୁ ନଥିଲା, ସେ ବହୁତ ନିଜର ଥିଲା ।
ସେ ମୋର ସାଧାରଣ ବନ୍ଧୁ ନଥିଲା, ସେ ବହୁତ ନିଜର ଥିଲା ।


ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ,
ସେ ମୋର ବହୁତ ନିଜର ଥିଲା ।
କଲେଜ ଯିବା ହୋଉ କି ଟୁଇସନ ଅପେକ୍ଷା କରିବା।ପାଖା ପାଖି ବସିବା ହସିବା , କଲେଜ ବେଳରୁ ବୋହୁତ ସ୍ମୃତି ମନେ ରଖିବା ।
ହଁ ସେ ମୋର ସାଧାରଣ ବନ୍ଧୁ ନୁହେଁ, ସେ ମୋର ବୋହୁତ ନିଜର ଥିଲା ।
ଭାଇ ଭଉଣୀ ପରି ସବୁବେଳେ ଖୁମ୍ପା ଖୁମ୍ପି ହେବା ।ଦୁହେଁ ଦୁହିଁଙ୍କୁ ଇନସଲ୍ଟ କରିବା ।ହେଲେ ଅନ୍ୟ କେହି ଟିକେ ତା ନା ରେ କହିଦେଲେ ଝଗଡା କରି ଦେବା ।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ,ସେ ମୋର ବହୁତ ନିଜର ଥିଲା।
କଲେଜ ଜୀବନ ସରିବା ତା ପରେ ୭ ବର୍ଷ ସବୁଦିନ ଯୋଗାଯୋଗ ରେ ରହିବା।
ସବୁଦିନ ଦୁହେଁ ଦୁହିଁଙ୍କୁ ହସାଇବା।ମିଳିମିଶି ଉଭୟ ଉଭୟଙ୍କୁ ଚିଡ଼େଇବା।ହେଲେ କେବେ ମତାନ୍ତର ହେଉନଥିଲା।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ ,ସେ ମୋର ବହୁତ ନିଜର ଥିଲା ।
ସବୁଦିନ ଜଲଦି ଜଲଦି ସୋଇପଡୁଥିବା ପିଲା ତାର ଜନ୍ମ ଦିନକୁ ସ୍ପେସିଆଲ କରିବା ପାଇଁ ପ୍ରତିବର୍ଷ ୧୨:୦୦ଘଟିକା ସମୟରେ ଜନ୍ମଦିନର ଶୁଭେଚ୍ଛା ଜଣଉଥିଲା,ପୁରୁଣା ସ୍ମୃତି ସବୁ କୁ ଯୋଡି ଭିଡ଼ିଓ କରୁଥିଲା।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ,
ସେ ମୋର ବହୁତ ନିଜର ଥିଲା।
ସେ ଏକୁଟିଆ ଥିବା ବେଳେ ଡର ଲାଗିବ ବୋଲି ଅଧିକ ରାତି ଯାଏ କଥା ହେବା ପାଇଁ ମତେ କହୁଥିଲା। ତଥାପି ଶେଷକୁ ଭୁତ କଥା କହି ଫୋନ ବନ୍ଦ କରିଦଉଥିଲି ।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ ,ସେ ମୋର ବହୁତ ନିଜର ଥିଲା ।
ଜ୍ୱର ହେଲେ ମେଡ଼ିସିନ ଖାଇବାକୁ ଘୃଣା କରୁଥିବା ପିଲା କୁ ମେଡିସିନ ଖାଇବାକୁ ବାଧ୍ୟ କରୁଥିଲି।ମେଡିକାଲ ଯିବା ତାରିଖ ମନେ ପକୋଉଥିଲି
ତା ର ଭଲ ଜାଗାରେ ଚାକିରୀ ଆଉ ବିବାହ ହେଉ ସେଥି ପାଇଁ ଦୀପ ଜାଳୁଥିଲି।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ ,ସେ ମୋର ବହୁତ ନିଜର ଥିଲା।
ବେଶି ରାତି ଯାଏ ବାହାରେ ବୁଲିବାକୁ ସବୁବେଳେ ବାରଣ କରୁଥିଲି ।ସବୁବେଳେ ସୁରକ୍ଷିତ ରହିବାକୁ ପରାମର୍ଶ ଦଉଥିଲି।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ,ସେ ମୋର ବହୁତ ନିଜର ଥିଲା।
କଥା ହୋଉ ହୋଉ ଯା ପଢ଼ିବୁ ବୋଲି କହୁଥିଲା ତାର ଭବିଷ୍ୟତ ବିଷୟ ରେ ବି ଭାବୁଥିଲି ।
ହଁ ସେ ସାଧାରଣ ବନ୍ଧୁ ନୁହେଁ
ସେ ମୋ ପାଇଁ ବୋହୁତ ନିଜର ଥିଲା ।
ୱାଟସଆପ ରେ ୭-୮ ଘଣ୍ଟା ଅଫଲାଇନ ଥିଲେ ମନ ବ୍ୟାକୁଳ ହେଇଜାଉଥିଲା ।
ଅନଲାଇନ ହେଉ କି ଅଫଲାଇନ ହେଉ
ଗୋଟେ ହାୟ ବୋଲି ମେସେଜ କରି ଦଉଥିଲି ।
ହଁ ସେ ମୋର ସାଧାରଣ ବନ୍ଧୁ ନୁହେଁ ,ମୋର ବୋହୁତ ନିଜର ଥିଲା ।
ଯେ କୌଣସି କଥା ତାକୁ କହୁଥିଲି ।ସୋସିଆଲ ଇସୁସ ଉପରେ ସବୁଦିନ ଆଲୋଚନା କରୁଥିଲି ।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ, ସେ ମୋର ବୋହୁତ ନିଜର ଥିଲା।
ହଁ ମୁଁ ମଣିଷ ଥିଲି ଭଗବାନ ନଥିଲି ।ଭୁଲ ତ କରି ଦଉଥିଲି,ଭାବିଚିନ୍ତି କେବେ କିଛି କହୁ ନଥିଲି।ସେଥି ପାଇଁ ବୋଧେ ସେ ସବୁଦିନ ପାଇଁ ଭୁଲି ଗଲା।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ, ମୋ ପାଇଁ ବହୁତ ନିଜର ଥିଲା ।
ଝଗଡା ହେଲେ ବି କଥା ବାର୍ତା ବେଶି ଦିନ ବନ୍ଦ ହୋଇଗଲେ ସମ୍ପର୍କ ଭାଙ୍ଗିଯିବ ସେହିକଥା ଭାବି ଆବେଗପୁର୍ଣ୍ଣ ସନ୍ଦେଶ ଦଉଥିଲି,ସବୁବେଳେ ସରି କହୁଥିଲି ।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ,ସେ ବୋହୁତ ନିଜର ଥିଲା।
ବନ୍ଧନ ର ଭାବ ଏମିତି ଥିଲା ତା ସହ ବନ୍ଧୁତା କରିବା ପାଇଁ ମନ ବ୍ୟାକୁଳ ଥିଲା ।
ସେଥିପାଇଁ ବୋଧେ ଆପେ ଆପେ ଆଖି ରୁ ଲୁହ ଝରି ଯାଉଥିଲା ।
ହଁ ସେ ମୋ ପାଇଁ ସାଧାରଣ ବନ୍ଧୁ ନୁହେଁ,ସେ ମୋର ବହୁତ ନିଜର ଥିଲା।
ସବୁବେଳେ ସେ ମୋତେ ତାର ବେଷ୍ଟଫ୍ରେଣ୍ଡ କହୁଥିଲା ତାର ପରିବାର ର ସମସ୍ତଙ୍କୁ ଚିହ୍ନଇଥିଲା । ହଁ ସେ ବି ମତେ ନିଜର ଭାବୁଥିଲା।
ସଂସାର ର ସବୁଠୁ ମୂଲ୍ୟବାନ ଜିନିଷ ସମୟ ସେ ମତେ ଦେଇଥିଲା ।
ତାର ଅମଙ୍ଗଳ କରିବା ମୋ ସ୍ବପ୍ନ ରେ କେବେ ଆସିନଥିଲା ।
ହଁ ସେ ମୋର କେବଳ ବନ୍ଧୁ ନୁହେଁ ବୋହୁତ ନିଜର ଥିଲା ।
ଶେଷ ରେ ମଣିଷ ମାନେ ମଣିଷ ପ୍ରତି ଭଲ ପାଇବା କୁ ପ୍ରେମ ର ଆଖ୍ୟା ଦେଇଦେଲା ।
ସେ ମୋର ସାଧାରଣ ବନ୍ଧୁ ନୁହେଁ ସେ ମୋର ବହୁତ ନିଜର ଥିଲା।
ଅତି ନିଜର ଭାବି ଦେଇଥିଲି ସେଥିପାଇଁ କେତେ ବେଳେ ବାଧୀଲା ଭଳି କଥା କହି ଦେଇଥିଲି ଜାଣିପାରିନଥିଲି,କେତେବେଳେ ମନରେ ଜେଲସ ଫିଲ ହୋଇଯାଏ ଜାଣି ନପାରି କଣ କହି ଦେଇଥାଏ । ସେଥି ପାଇଁ ସେ ସବୁଦିନ ପାଇଁ ସମ୍ପର୍କ ତୁଟେଇ ଛାଡି ଚାଲିଗଲା ।।
ତଥାପି ଆଜି ବି ମନ ବ୍ୟାକୁଳ ହୁଏ ସେ ପୁରୁଣା ସ୍ମୃତି ପୁରୁଣା କଥା ପୁରୁଣା ବନ୍ଧୁ ପୁରୁଣା ପଟର ପଟର ପାଇଁ ।ବେଳେ ବେଳେ ଲାଗେ ଭଗବାନ ନାହାନ୍ତି ।
ମୋର ତ ନିଃସ୍ୱାର୍ଥପର ଭଲ ପାଇବା ଥିଲା ହେଲେ ଅଲଗା କାହିଁକି କରିଦେଲେ ।
ସେ ବହୁତ ଭଲ ଥିଲା ହେଲେ କେମିତି ଭୁଲି ଗଲା ।।
ସେ ମୋର ସାଧାରଣ ବନ୍ଧୁ ନୁହେଁ ସେ ମୋର ବହୁତ ନିଜର ଥିଲା।
ମିସ ୟୁ ୟାର......