ପିଲା ବେଳର ଝଗଡା
ପିଲା ବେଳର ଝଗଡା


କାହାଣୀ ବହୁତ ପୁରୁଣା।ମୁଁ ମାନେ ଅଶୋକ ଆଉ ବିଶ୍ୱଜିତ ବହୁତ ଭଲ ସାଙ୍ଗ ଥିଲୁ। ଆମର ଚତୁର୍ଥ ଶ୍ରେଣୀ ହୋଇଥାଏ। ସବୁବେଳେ ଟୁଇସନ ଆଉ ସ୍କୁଲରେ ପାଖାପାଖି ବସୁ। ସେ ବହୁତ ଭଲ ପିଲା ଥିଲା ।ପରୀକ୍ଷା ହୋଉ ବା ଅନ୍ୟ ଯାହା ସବୁଥିରେ competition ହୁଏ।ବିଶ୍ୱଜିତର ମା ମଧ୍ୟ ମୋତେ ବହୁତ ଭଲ ପାଉଥିଲେ।ଛୁଟି ହେବା କ୍ଷଣି ତାଙ୍କ ଘରକୁ ଧାଇଁ ଯାଏ ତା ସହ ଖେଳିବା ପାଇଁ । ସାର ଆମକୁ ବହୁତ ଭଲ ପାଉଥିଲେ।
କାହାଣୀରେ ଏମିତି ମୋଡ ଆସିଲା। ୨୦୦୩ ରେ କ୍ରିକେଟ ବିଶ୍ୱକପ ଆରମ୍ଭ ହୋଇଥାଏ। ସେହି ସମୟରେ ଥରେ ବିଶ୍ୱଜିତ ଏକ ବିଶ୍ୱକପର ଚିତ୍ର ଅଙ୍କନ କରିଥାଏ। ସେହି ଚିତ୍ରକୁ କୁନା ବୋଲି ପିଲାଟିଏ ତା ପାଖରୁ ଆଣି ମତେ ଦେଇଦେଲା। ବିଶ୍ୱଜିତ ମତେ ମାଗିଲା ସେଇଟା ଦେବା ପାଇଁ ହେଲେ ମୁଁ ଦେଇନଥିଲି କାରଣ ସେତେବେଳେ ସେଇଟା ମତେ କୁନା ଦେଇଥିଲା,ଏମିତି ମନୋଭାବ ଥିଲା। ଏମିତି ମାଗିବା ଭିତରେ ସେଇ ଚିତ୍ରକୁ ଛଡା ଛଡି ଚାଲିବା ଭିତରେ ଚିତ୍ର ଟି ଛିଡ଼ି ଯାଇଥିଲା। ସେଇ ଦିନ ଠାରୁ କେବେ ଦୁହେଁ ଆଉ କଥାବାର୍ତା ହେଲୁନାହୁଁ ।କଥା ହେବାକୁ ବହୁତ ଇଛା ଥିଲେ ମଧ୍ୟ ଆମର ନିଜର ego ପାଇଁ କଥା ହୋଉନଥିଲୁ।ମୁଁ କାହିଁକି ପ୍ରଥମେ କଥା ହେବି ସେ ହୋଉନି ଏମିତି ମନୋଭାବ ଥିଲା । ମୋର ସାଙ୍ଗ ମାନେ ମଧ୍ୟ ବହୁତ ବୁଝେଇଛନ୍ତି ହେଲେ କେହି କାହା ସହ ଆଗେ କଥା ବାର୍ତା ହେବାକୁ ନାରଜ ।ସମୟର ପରିବର୍ତନ ଘଟିଛି। ବିଶ୍ୱଜିତ ଚାକିରୀ କରିଛି । ତା ପରେ ମୋ ସହ ସେ କଥା ଆରମ୍ଭ କରିଛି । ସେବେଠୁ ମୁଁ ଭାବିଛି କେତେ ଛୋଟ କଥା ପାଇଁ ଦୀର୍ଘ ୧୨ ବର୍ଷ ଆମେ କଥା ହେଇନୁ। ଭାବିଲେ ବହୁତ ଦୁଃଖ ଲାଗେ । ଖୁସି ଲାଗେ ବି ଯୋଉଠି ଝଗଡା ନାହିଁ ସେଇଥି ବନ୍ଧୁତା ନାହିଁ। ସବୁବେଳେ ମନେ ରଖିବ ରାଗ ରୁଷା ଅଭିମାନ କରିବ ହେଲେ ମନରେ କେବେ ଅହଂକାର ରଖିବନି କାରଣ ଅହଙ୍କାର ଯେତେ ବଡ଼ ସଂପର୍କ କୁ ନିମିଷକେ ମଧ୍ୟରେ ଭାଙ୍ଗି ଦିଏ ।