STORYMIRROR

Akhay Kumar Nayak

Tragedy

2  

Akhay Kumar Nayak

Tragedy

ବିଚିତ୍ର ଏ ସମ୍ପର୍କ

ବିଚିତ୍ର ଏ ସମ୍ପର୍କ

3 mins
183


ବନ୍ଧୁ ଦୁଇ ଅକ୍ଷରରେ ଗୋଟିଏ ଶବ୍ଦ । ହେଲେ ଏହି ବନ୍ଧୁ ଶବ୍ଦକୁ ବୁଝିବା ଯେତିକି କଷ୍ଟ ବୁଝେଇବା ମଧ୍ୟ ସେତିକି କଷ୍ଟ । ଯେ କୌଣସି ବିପଦ ଆସିଲେ ଯିଏ ତୁମପାଖକୁ ବିପଦର ଖବର ଶୁଣି ଦୌଡ଼ି ଆସେ ସେ ହିଁ ପ୍ରକୃତ ବନ୍ଧୁ । ବନ୍ଧୁତା ଆଗରେ ଦୁନିଆର ସବୁ ସମ୍ପର୍କ ତୁଚ୍ଛ । କେହି ଜଣେ କହିଛନ୍ତି ଯେତେ ସମ୍ପର୍କୀୟ ଥାଇ କିଛି ଲାଭ ନାହିଁ ଯଦି ଜଣେ ହୃଦୟକୁ ବୁଝିଲା ଭଳି ବନ୍ଧୁଟିଏ ନାହିଁ । ଦୁନିଆରେ ବହୁତ ଲୋକ ଅଛନ୍ତି ,ତାଙ୍କ ଭିତରେ ଈଶ୍ୱର ଆମକୁ ଏମିତି କିଛି ଲୋକଙ୍କ ସହ ମିଶେଇ ଥାଆନ୍ତି ଯାହାକୁ କେବେ ପର କରି ହୁଏନା ।


 କାହାଣୀ ଆରମ୍ଭ ହୁଏ ଏକ ଗୋପବନ୍ଧୁ ଚୌଧୁରୀ ସରକାରୀ ମହାବିଦ୍ୟାଳୟରୁ । ଅକ୍ଷୟ ମାନେ ମୁଁ ନିଜେ +୨ ବିଜ୍ଞାନରେ ନାମ ପଞ୍ଜୀକରଣ କରେ। ଭଲ ପଢୁଛି ସେଇଥିପାଇଁ ମୋର ପିତାମାତା ମୋତେ ଗୋଟେ ଘରୋଇ ଟ୍ୟୁସନର ବ୍ୟବସ୍ଥା କରାଇଲେ । ରାତି ପାହିଲେ ମୁଁ ଟ୍ୟୁସନ ଯିବି ମୋ ସାଂଗମାନଂକ ସହ । ସେଇଥି ପାଇଁ ତାକୁ ରାତି ସାରା ନିଦ ନଥାଏ । ସକାଳୁ ସକାଳୁ ଟ୍ୟୁସନରେ ପହଁଚି ଯାଇଛି । ବିଳମ୍ବରେ ଟ୍ୟୁସନ ଯାଇଛି । ତେଣୁ ପାଠପଢା କିଛି ଆଗେଇ ଯାଇଥାଏ । 

 ସେଠାରେ ମିରା ନାମରେ ଗୋଟେ ଝିଅ ଶ୍ରେଣୀରେ ସାଧାସିଧା ପିଲା ପ୍ରବେଶ ଦେଖି ତା ସାଂଗମାନଂକ ସହ ମିଶି କମେଣ୍ଟ ମରା ହସ ହସି ଦିଏ ।

+୨ ସରିଛି ,+ ୩ ଆରମ୍ବ ହେଇଛି। ଦୁଇ ଜଣ ଗୋଟିଏ ସମ୍ମାନ(honours)ରେ ପାଠ ଆରମ୍ଭ କରନ୍ତି ।

 

ଝିଅ ପିଲାଙ୍କ ସହ ମୁଁ କେବେ କଥା ହୁଏନା । ଏମିତି +୩ରେ ବି ମୁଁ ଆଉ ମିରା ଗୋଟିଏ ଜାଗାରେ ଟ୍ୟୁସନ ଆରମ୍ଭ କରିଥିଲୁ । ମୋର ଆଗ ଧାଡିରେ ମିରା ସବୁ ବେଳେ ବସି ଥାଏ । ମିରା ଟିକେ ଗପୁଡି ସ୍ଵଭାବର ।ଏହାକୁ ଦେଖି ପ୍ରଥମେ ପ୍ରଥମେ ଚିଡ଼େ । କାରଣ ମିଳାମିଶା ତାଙ୍କ ସହ ନଥାଏ । ସବୁଦିନ ସାର ଆସିବା ପୂର୍ବରୁ ତାର ସାଙ୍ଗମାନଙ୍କସ ହ ଗପର ପେଡି ଖୋଲି ଦେଇ ଥାଏ। 

ଏମିତି କିଛି ଦିନ ଗଲା ପରେ ଦୁଇଜଣ ମୋବାଇଲ ନମ୍ବର ଦିଆ ନିଆ ହେଇଛନ୍ତି । ଯେହେତୁ ୩ ବର୍ଷ ଏକାଠି ପଢିବେ ।ଏମିତି ମିଳାମିଶାରେ ସମାନ ରୁଟ୍ ହେଇଥିବାରୁ ମୁଁ ଆଉ ତାର କିଛି ସାଙ୍ଗ ମିରାକୁ ଅପେକ୍ଷା କରୁ ମଲ୍ଲିଆ ଘାଇ ପାଖରେ । ପୁଅ ପିଲା ହିସାବରେ ମୁଁ ଏପଟରୁ ସେମାନଙ୍କ ସହ ଏକା ଯାଏ ସେଥି ପାଈଁ ମିଳାମିଶା ଅଧିକା ବଢିଲା । ସାଙ୍ଗମାନଙ୍କ କଂଫେରେନ୍ସ କଲ

ଆଉ ମିଳା ମିଶା ସମ୍ପର୍କକୁ ମଜଭୁତ କରିଦେଲା। ମୁଁ ମିରାକୁ ମଝିରେ ମଝିରେ ଫୋନ କରେ। ଏମିତି କିଛି ଦିନ ଚାଲିଲା ପରେ +୩ ସରିଗଲା।



ସମୟ ଅତିକ୍ରାନ୍ତ ଭିତରେ ମୁଁ ଆଉ ମିରା ବହୁତ ଭଲ ସାଙ୍ଗ ହେଇ ଯାଇଛନ୍ତି। ମୁଁ ସବୁ ଦିନ ଏମିତି ଫୋନ କରୁ କରୁ ତାକୁ ନିଜର ବେଷ୍ଟ ବନ୍ଧୁ ଭାବରେ ଦେଖେ । ଦିନର ଯାହା ଘଟେ ତାହା ସବୁ କୁହେ ମିରା ବି ସେପଟରୁ କୁହେ । ଦିନେ କଥା ନହେଲେ ଯେମିତି ଭାତ ହଜମ ହଉନି ସେମିତି । ମୁଁ ଭଗବାନଙ୍କୁ ତାକୁ ଆଉ ତାଙ୍କ ପରିବାରକୁ ନିଜ ପରିବାର ଭଳି ଭାବି ଖୁସି କାମନା କରିଥାଏ ।

କଥା କିଛି ନଥିଲେ ମଧ୍ୟ ସବୁ ଦିନ ଟିକେ ଝଗଡା ନହେଲେ ଭାତ ହଜମ ହୁଏନା । ପ୍ରତିବର୍ଷ ଜନ୍ମଦିନରେ ମିରା ସର୍ବ ପ୍ରଥମେ ଫୋନ ଯୋଗେ ଶୁଭେଚ୍ଛା ଜଣାଏ । ହସ ମଜା ଥଟ୍ଟାରେ ଚାଲିଥାଏ ଏ ଜୀବନ । ମିରାର ଘର ଲୋକେ ବି ଜାଣି ଯାଇଥିଲେ କି ମୁଁ ଆଉ ମିରା ଭଲ ବନ୍ଧୁ । ଏମିତି ବହୁତ କିଛି ଅଭୁଲା ସ୍ମୃତି ସବୁ ଏହି ଛୋଟ ଗଳ୍ପ ଆକାରରେ ଲେଖିବା ସମ୍ଭବ ନୁହେଁ।


ସମୟ ଅତିକ୍ରାନ୍ତ ଭିତରେ କିଛି ବର୍ଷ ଗଲା ପରେ କାହାର ନଜର ଲାଗିଗଲା ବୋଧେ ମୋର ଆଉ ମିରା ମଧ୍ୟେ ଟିକେ ମତାନ୍ତର ହେଲା। ଫୋନ ଆଉ ମେସେଜରେ ଆଦାନପ୍ରଦାନ କମିଗଲା।

ଏଗୁଡା ଅକ୍ଷୟକୁ ବହୁତ କଷ୍ଟ ଦେଉଥାଏ। ଏ କଥା ଅକ୍ଷୟ ମିରାକୁ କହିଥାଏ। କଣ ପାଇଁ ସେ ଏମିତି ପରିବର୍ତ୍ତନ ହେଇଚି ଜାଣିବାକୁ ଚେଷ୍ଟା କରୁଥାଏ । ସମୟ ଏମିତି ଆସିଲା ଯୋଉ ପିଲା ରାତି ଅନିଦ୍ରା ହୋଇ ମୋତେ ଶୁଭେଚ୍ଛା ଜଣାଏ ସେଦିନ ଅନ୍ଲାଇନ୍ ରହି ମଧ୍ୟ ଶୁଭେଚ୍ଛା ଜଣାଇଲା ନାହିଁ । ହେଲେ ସବୁଦିନ ମୁଁ ନିଜକୁ ପଚାରେ କାହିଁକି ଏମିତି ପରିବର୍ତ୍ତନ ଘଟିଛି ? ହେଲେ ଖୋଜି ପାଏ ନାହିଁ ।ବହୁତ ଥର ଚେଷ୍ଟା କରିଛି ଜାଣିବା ପାଇଁ ହେଲେ ଜାଣିପାରିନାହିଁ । ଆତ୍ମା ମନା କରୁଥାଏ ଏତେ ଥର କାହିଁକି ପଚାରୁଛୁ ? ଯାହାର ଛାଡିଯିବାର ଥିବ ଦିନେ ସେ ପଳେଇବ । ହେଲେ ବିବେକ ସବୁବେଳେ କହୁଥାଏ ଏତେ ବର୍ଷର ସଂପର୍କ କଣ ଏତେ ଜଲଦି ଭାଙ୍ଗି ଦେଇ ଚାଲିଯିବ । ମୁଁ ମୋ ତରଫରୁ ବହୁତ ଚେଷ୍ଟା କରିଛି ହେଲେ ହାରି ଯାଇଛି ।

ଭଗବାନ ବୋଧହୁଏ ଏତିକି ଦିନ ପାଇଁ ସମ୍ପର୍କ ଯୋଡିଥିଲେ ।

ଏତିକି ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ତାକୁ ଆଉ ତାଙ୍କ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ।

ଜୟ ଜଗନ୍ନାଥ ।



Rate this content
Log in

Similar oriya story from Tragedy