STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ବୁଝାମଣା

ବୁଝାମଣା

1 min
59

ଗୋଠ ବାହୁଡା଼ ଦୃଶ୍ୟରେ ବିମୋହିତ ହରି ଭାବୁଥିଲା, ଆଉ ନୂଆ ପଟେ ବଳଦ ଆଣିବା କଥା। କଳା ବଳଦ ପଟେ ତା ଘରେ। ଚାଷବାସ କରିବା ପାଇଁ ପଟେ ବଳଦ ଧାର ଆଣିବାକୁ ହୁଏ। ଏଥର କିଛି ପଇସା ସଞ୍ଚୟ କରି ଆର ଗାଁର ମଧୁ ପ୍ରଧାନଠୁ ତାର ଧଳା ବଳଦ ପଟକ ଆଣିବାକୁ କେତେ କଷ୍ଟରେ ତାକୁ ରାଜି କରେଇଛି ହରି। କାଲି ଯାଇ ବାକି ଟଙ୍କା ଦେଇ ନେଇଆସିବ ମଧୁଠୁ ବୋଲି ଭାବୁଥିଲା ହରି, ଗୋଠବାହୁଡା଼ ଗାଈlଗୋରୁଙ୍କୁ ଦେଖି ଉଲ୍ଲସିତ ହେଉଥାଏ ହରି।

ସକାଳୁ ସକାଳୁ ବାହାରି ପଡିଲା ହରି, ସାଙ୍ଗରେ ନେଇଯାଇଥିଲା ଦଉଡ଼ି ଓ ଘାସ ବିଡା ସହ କୁଟା ଗୋଛାଏ। ମଧୁ ଗାଁରେ ପହଞ୍ଚି ଧଳା ବଳଦ ପାଖକୁ ଯାଇ ନେଇଥିବା ଖାଦ୍ୟ ଯେତେ ଶ୍ରଦ୍ଧା ଓ ସରାଗରେ ଦେଲେ ମଧ୍ୟ ଖାଉନଥିଲା ବଉଳା ବୋଲି , ମନଦୁଃଖ କଲା ହରି। ଆସ୍ତେ ଆସ୍ତେ ସବୁ ଠିକ ହେଇଯିବ ଭାବି ହରି ମନରେ ସାହସ ଓ ଦମ୍ଭ ଆଣି ବଉଳାବେକରେ ପଘା ପକାଇବାକୁ ଯେତେ ଚେଷ୍ଟା କଲେ ବି ପାରୁନଥିଲା ହରି। ନାତ ଖାଇ ଖାଇ ଶେଷକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲା ବଡ କଷ୍ଟରେ। ମଧୁ କାନ୍ଦିପକାଇବା ଦୃଷ୍ଟି ଗୋଚର ହେଉଥିଲା ହେଲେ ମଧୁର ଧଳି, ହରିଆର ବଉଳା ହେବାକୁ ଜମା ରାଜି ନଥିଲା। ମଧୁର ପଇସାର ଦରକାର ଓ ହରିର ପଟେ ବଳଦ ଦରକାର ଯୋଗୁଁ ଧଳି କୁ ତା ପରିଚିତ ଗୁହାଳ ଛାଡ଼ିବାକୁ ପଡ଼ିଥିଲା।

ଦିନ ସରି ସନ୍ଧ୍ୟା ହେଉଥିଲା। ନୀଡ଼ ଫେରନ୍ତା ପକ୍ଷୀ ମାନଙ୍କୁ ଦେଖି ମଧୁ ଅନ୍ୟମନସ୍କ ହୋଇ ପଡ଼ି ଭାବୁଥିଲା ଧଳି କଥା। କେମିତି ହରି, ଧଳିକୁ ନେଇ ଯାଇଥିବ ଭାବୁ ଭାବୁ ସବୁଦିନ ଭଳି ଧଳିର ଗୋଠ ବାହୁଡା଼ ହମ୍ବା ରଡ଼ିରେ, ମଧୁ ବିଚଳିତ ହେଲେ ବି ଗୁହାଳ ଭିତରେ ଧଳିକୁ ଦେଖି, ତାର ପୁଣି ଫେରିଆସିବାର ଇଚ୍ଛାରେ ମଧୁ ହରିକୁ ଟଙ୍କା ଫେରେଇ ନେବାକୁ ଅନୁନୟ କରି ମଣିଷପଣିଆର ପ୍ରମାଣକୁ ହରି ସ୍ଵାଗତ କରିଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational