Sangita Mishra Satapathy

Children

3.9  

Sangita Mishra Satapathy

Children

ବୁଦ୍ଧିମତୀ ତିତିଲି

ବୁଦ୍ଧିମତୀ ତିତିଲି

2 mins
254


ତିତିଲି ନଅ/ଦଶ ବର୍ଷର ଝିଅଟିଏ । ଶ୍ରଦ୍ଧାସମସ୍ତେ ଡାକନ୍ତି "ତି" । ଭାରି ବୁଦ୍ଧିମତୀ ଝିଅ ତି । ପାଠରେ ଯେମିତି ଶାଠରେ ବି ସେମିତି । ତିତିଲି ଘର ଠାରୁ ସ୍କୁଲର ଦୂରତା ପ୍ରାୟ ୪କି.ମି. । ସେ ପ୍ରତିଦିନ ଅଟୋରିକ୍ସାରେ ସ୍କୁଲ ଯାଏ । 

   ଅଟୋରେ ପ୍ରାୟ୧୫/୧୭ ଜଣ ପିଲା ଖୁନ୍ଦା ଖୁନ୍ଦି ହୋଇ ଯାଆନ୍ତି । ପ୍ରତିଦିନ ତି ଖୁବ୍ କଷ୍ଟରେ ଖୁନ୍ଦି ହୋଇ ବାହାର ପାଖକୁ ବସେ । ବେଳେବେଳେ ଗୋଟେ ପାଦ ସଂମ୍ପୂର୍ଣ୍ଣରୂପେ ବାହାରକୁ ବାହାରି ଥାଏ । ହମ୍ପସ୍ ପଡିଲେ କି ଅଟୋ ହଠାତ୍ ବ୍ରେକ୍ ଦେଲେ

 ତିତିଲିର ମୁଣ୍ଡ ମାଡ ହୁଏ । ସେ ଅଟୋ ଅଙ୍କଲ୍‌ଙ୍କୁ କହିଲେ ବି ସେ ଶୁଣନ୍ତି ନାହିଁ । କେବେକେବେ ମଧ୍ୟ ବିରକ୍ତ ହୋଇ କହନ୍ତି ତୋର ଅସୁବିଧା ହେଲେ ତୁ ଘରେ ରହିଯାଆ । ତୋର ସ୍କୁଲ ଆସିବା ଦରକାର ନାହିଁ । ସ୍କୁଲ ନ ଯିବା କଥା ଶୁଣି ତିତିଲି ଡରିଯାଏ । ଅଟୋ ନ ଆସିଲେ ସେ ସ୍କୁଲ୍ ଯିବ କେମିତି?ତା ବାପା ତ ଦୂର ସହରରେ ଚାକିରି କରନ୍ତି । ପ୍ରତି ଶନିବାର ଦିନ ଆସି ପୁଣି ସୋମବାର ଦିନ ଅଫିସ୍‌କୁ ଚାଲି ଯାଆନ୍ତି । ତେଣୁ ଅଟୋରେ ବସିବା କାରଣରୁ ହେଉଥିବା ଅସୁବିଧାକୁ ସେ ଘରେ ମଧ୍ୟ କହେ ନାହିଁ । 

ଥରେ ଶ୍ରେଣୀରେ ଗୁରୁମା ଟ୍ରାଫିକ୍‌ ନିୟମ ବିଷୟରେ ପଢାଉଥାନ୍ତି । ଟ୍ରାଫିକ୍‌ ପୋଲିସ୍ କିପରି ଭିଡ ନିୟନ୍ତ୍ରଣ କରନ୍ତି ଫଳରେ ଯାନବାହାନଗୁଡିକ ନିରାପଦରେ ଯାଇପାରେ । ରାସ୍ତା ପାରିହେବା ସମୟରେ ଅସୁବିଧାରେ ପଡିଥିବା ଦିବ୍ୟାଙ୍ଗ, ବୁଢାବୁଢୀ ଓ ଛୋଟ ପିଲାମାନଙ୍କୁ ବି ରାସ୍ତା ପାରି କରାଇ ଦିଅନ୍ତି । କଥାଗୁଡିକ ତିତିଲି ମନକୁ ଛୁଇଁ ଥିଲା । 

  ପ୍ରତିଦିନ ପରି ଥରେ ତିତିଲି ସ୍କୁଲ୍ ଯାଉଥାଏ । ଆଗ ଭଳି ଅଟୋରେ ପୂର୍ବରୁ ପିଲା ଥିବାରୁ ଅଟୋ ବାହାରପଟେ ବସିଥାଏ ତି । ହଠାତ୍ ଅଟୋ ବ୍ରେକ୍ ମାରିବାରୁ ତିତିଲି ପୁରା ବାହାରକୁ ଖସି ଆସିଲା ଅଟୋ ଚାଳକଙ୍କୁ କହିଲେ ମଧ୍ୟ ରାସ୍ତା ଗହଳି କାରଣରୁ ସେ ତା କଥା ଶୁଣିପାରିନଥିଲେ । ବହୁତ କଷ୍ଟରେ ଭାରସାମ୍ୟ ରକ୍ଷା କରି ଅଟୋର ରଡ୍ ଧରିଥାଏ ତି । ବାହାର ପଟକୁ ଅଧାରୁ ଅଧିକ ଓହଳିଥାଏ ତି । ଆଗକୁ ଟ୍ରାଫିକ ପୋଷ୍ଟଟିଏ ଆସିବ ଜାଣିଥାଏ ତି । ହଠାତ୍ ବୁଦ୍ଧି ଖଟାଇ ଗୋଟିଏ ହାତରେ ଅଟୋ ରଡ୍ ଧରି ଅନ୍ୟ ହାତରେ H ଲେଖିଦେବା ପାଇଁ ସାଙ୍ଗକୁ କହିଲା । H ଅର୍ଥାତ HELP ଅର୍ଥାତ ମୋତେ ଦୟାକରି ସାହାଯ୍ୟ କର । ସାଙ୍କେତିକ ଭାବେ ଟ୍ରାଫିକ୍‌ ପୋଷ୍ଟରେ ହାତଟି ଦେଖାଇଦେଲା । ଅଟୋ ତ ଟ୍ରାଫିକ୍‌ ପୋଷ୍ଟ ଡେଇଁ ଚାଲିଗଲା । ଟ୍ରାଫିକ୍‌ ପୋଲିସ୍ ଅଟୋ ମଧ୍ୟରୁ ଛୋଟ ଝିଅ ହାତର ସାଙ୍କେତିକ Hକୁ ବୁଝି ଆଗ ପୋଷ୍ଟରେ ଥିବା ଟ୍ରାଫିକ୍‌ ପୋଲିସକୁ ଫୋନ୍ କରି ଜଣାଇଦେଲେ । ଆଗ ଛକରେ ଟ୍ରାଫିକ୍‌ ପୋଲିସ୍ ଅଟୋକୁ ଅଟକାଇଲେ । ଅଟୋ ଚାଳକଙ୍କୁ ଅସାବଧାନତା ପାଇଁ ଗାଳି କରିବା ସହ ସଚେତନ ମଧ୍ୟ କରାଇଲେ । ତିତିଲିର ଉପସ୍ଥିତ ବୁଦ୍ଧି ପାଇଁ ତାକୁ ପ୍ରଶଂସା ବି କଲେ । 

  ତିତିଲି ପରି ଆମେ ସମସ୍ତେ ସଚେତନ ରହିଲେ ଆମ ଧନ ଜୀବନ ସୁରକ୍ଷିତ ରହିପାରିବ । ଆଉ ଆମେମାନେ ଦୁର୍ଘଟଣାରୁ ରକ୍ଷା ପାଇ ପାରିବା । 

 " ହୋଇବା ଯଦି ସଚେତନ

 ସୁରକ୍ଷିତ ହେବ ଧନ ଜୀବନ" । 



Rate this content
Log in

Similar oriya story from Children