Disambar Meher

Inspirational

3  

Disambar Meher

Inspirational

ବସି ଖାଏଲେ ନଏଦ ବାଏଲ୍ ଭି ସର୍ସୀ

ବସି ଖାଏଲେ ନଏଦ ବାଏଲ୍ ଭି ସର୍ସୀ

2 mins
11.7K



କନ୍ଧ ବୁଢ଼ା ଆସୁଛେ ବେଲେ ସଭେଁ କବାଟ୍ କନେ ଲୁକି ଦେସନ ।ଛୋଟ୍ ମୋଟ୍ ଲୋକ୍ ତାର୍ ପାସେ କଥା କହି ନି ପାରେ । ତାର୍ ଗରଜନ୍ ସିହଁ ବାଗିର୍ ଆଏ । ଦଦଲ୍ ମସଲ୍ ଚେହେରା, ମେଛା ମୁଡି କରି ଜଙ୍ଗେ ହାତ୍ ପିଟିକରି ଗାଁ ଖୁଲି ନେ ରଡି ଛାଡସି । ସାନେ ସୁରୁ ,ଜୁଆନ୍ ସିଆନ୍ ସଭେଁ ଗହଁଟିଆ ବୁଢ଼ା ବଲି ଡରସନ୍ ।ଆସ୍ ପାସ୍ ୫ଖଣ୍ ଗାଁ ଲୋକ୍ ତାଖେ ଖାତିର୍ କରସନ୍ ଆର୍ ମହାପୁରୁ ଲେଖେ ପୂଜା କରସନ୍ । ଧନ୍ ସଂପତ୍ତି କେତନି କେତେ,ଏକର୍ ଏକର୍ ଜମିନ୍ ବାଡି ,ବନ୍ଧ ଖମନ୍ ।

ବୁଢାର୍ ଗୁଟେ ବଲି ପୋ ମହେନ୍ଦ୍ର । ଛୁଆ ବେଲୁ ଖୁବ୍ ଲାଡ୍ ଗେଲ୍ ନେ ବଢିଛେ । ମାତର୍ ସେ ତାର୍ ବାପ୍ ନୁ ଅଲଗ୍ ପରକୁତିର୍ ଲୋକ୍‌ ଆଏଁ । ସରଲ୍ ଜୀବନ୍ ଜିଇଁବାକେ ସେ ପସନ୍ କରସି । ପାଠ୍ ପଢାନେ ଖୁବ୍ ମନ୍ ଆର୍ ପରିଶ୍ରମି ଲୋକ୍ ଆଏ । ବୁଆ କେ ଲୋକ୍ ମାନେ ସଭେଁ ଡରସନ୍ ହେତିର୍ ଲାଗି ମହେନ୍ଦ୍ର ସଙ୍ଗେ କଥା ଲାଗବାକେ କିହେ ଭି ସାହାସ୍ ନେଇଁ କରନ୍ ।

ଦିନେକ୍ ମହେନ୍ଦ୍ରର୍ ଚାକ୍ରି ଲାଗି ଚିଠି ଗୁଟେ ଆସ୍ଲା । ମହେନ୍ଦ୍ର ଖୁସ୍ ହେଇ କରି ବୁଆକେ କହେଲା । ବୁଢ଼ା ମହୁଲି ଢକେ ପି ଦେଇ ଥେ ।ଚାକ୍ରି କଥା ସୁନି କରି ରାଗେ ପୁଡିଗଲା ଆର୍ କହେଲା କାଏଁ ଚକ୍ରି ରେ କନିଆଁ ର୍ ପୋ ? କହ ତ । ମହେନ୍ଦ୍ର ଡରିଡରି କରି କହେଲା -ଫରେଷ୍ଟର୍ ଗୋ ବୁଆ ।ବୁଢ଼ା କଏଁରା ମେଛା ମୁଡିକରି କହେଲା ଇ ଚାକ୍ରି କରବୁ । ତୋର୍ ବୁଆକେ ଏନ୍ତା ଅଫିସର୍ ଆସ୍ଲେ ମୁଡିଆ ମାରସି । ଅଫିସର୍ କାଏଟା ଖାଏସି ରେ ? ଦେଖ୍ ମୁଇଁ ମଦ୍ ଶିକାର୍, ହେରନା କୁଟ୍ରା, କୁକ୍ରା ପରୁଆ ଖଇଛେ ସୁଖେ ରହୁଛେ ‌।ଜମି ବାଡ଼ି ବନ୍ଦ ସର୍ କେତନି କେତେ ଅଛେ ।ଚାଷ ବାସ୍ କର କମେଇ ଖା ବେଲା ଆର୍ ମହେନ୍ଦ୍ର କେ ଚାକ୍ରି ଲାଗି ମନା କରିଦେଲା ।ସକାଲୁ ବେଲବୁଢା ପତେ କନ୍ଧ ବୁଢ଼ା ଖାଲି ମହୁଲି ମଦ଼ ପିଇକରି ଦିନ୍ କାଟୁଥିଲା ।ଗୁଟେ ବଛର୍ ପାଏନ଼ ବର୍ଷା ନେଇଁ ହେଲା ,ଚାଷ ବାସ୍ ବୁଡି ଗଲା। କନ୍ଧ ବୁଢ଼ା ଘରେ ବି ସେ ବଛର୍ ପସେକ୍ ଅଢିଆ ମିଲବାର୍ ମୁସକିଲ୍ ହେଲା । ବୁଢ଼ା ମାତର୍ ହେ ଟେକେ ମଦ଼ କୁକ୍ରା ,ଏସ୍ ଆରମ୍ ନେ ଦିନ୍ କାଟୁଥାଏ ।ଘରର୍ ସୁନା ରୁପା କେ ବନ୍ଧାକରିକରି ସେ ଆରମ୍ ନେ ଭୋଗ୍ ଚଲୁଥାଏ। ହେନ୍ତା କରିକରି ଘରର୍ ସବୁ ପଏସା ପତର୍ ସେ ସରେଇ ଦେଲା । ଦିନକେ ଦିନ଼ ବୁଢାର୍ ଦିହେ ବିଗଡିଗଲା । ଡାକ୍ତରଖାନା ନେଲାକେ ଡାକ୍ଟର୍ କିଡନି ଫେଲ୍ ବେଲେ । ମହେନ୍ଦ୍ର ର୍ ବୁଦ୍ଧି ହଜି ଗଲା । ଲୋକର ବାକ୍ କେ ପଏସା ପତର୍ ମାଗ୍ଲା କେ କିହେ ଅନେକ୍ ନାଇଁ ଦେଲେ । ଶେଷେ ସବୁ ଜମିନ଼ ପତର୍ କେ ବିକି ଦେଲା ।ଆର୍ ବୁଢାର୍ ଉଷୋ କଷା କଲା । ବୁଢ଼ା ଖଣେକ୍ ବନେ ହେଲାକେ ଫେର୍ ମଦ୍ ପିଇ ବସ୍ଲା ।ଶେଷକେ ଖଟେ ପର୍ଲା ସେ ଆଉ ନାଇଁ ଉଠି ପାର୍ଲା । ଉଷୋ କଷା, ବଇଦ୍ ଗୁନିଆ,ଦେ ଦିହାରି ଜେତେ ଜାହା କଲେ ଖଣେ ଅସର୍ ନାଇଁ ପର୍ଲା।ସବୁ ଟଁକା ପଏସା ଖତମ୍ ହେଇଗଲା ଆର୍ କନ୍ଧବୁଢା ସରଗ୍ ପୁରକେ ପଲାଲା ।ଜିବାର୍ ଆଗର୍ ନୁ ପୋ କେ ପଦେକ୍ କହେଲା -ବୁଆ ରେ ମୋର୍ ବାଗିର୍ କରମ୍ କୁଢିଆ ନେଇଁ ହେବୁ । ମୋର୍ ଭୁଲ୍ ଲାଗି ଆଏଜ୍ ମୁଇଁ ଇ ଦୁଖ୍ ଭୁଗୁଛେ ବେଲା ଆର୍ ଆଏଁଖ୍ ଲିମି ଦେଲା ।


Rate this content
Log in

Similar oriya story from Inspirational