ପ୍ରିୟଦର୍ଶିନୀ ମହାନ୍ତି

Inspirational

3  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ବୃକ୍ଷ ମାହାତ୍ମ୍ୟ

ବୃକ୍ଷ ମାହାତ୍ମ୍ୟ

3 mins
366



ଗାଁ ମୁଣ୍ଡରେ କାହିଁ କେଉଁ କାଳରୁ ଠିଆ ହେଇଛି ବରଗଛଟିଏ । ସତେ ଯେପରି ଗାଁଟିକୁ ପ୍ରହରୀ ପରି ଜଗି ରହିଛି । ଖରାଦିନେ ଗଛତଳେ ଗାଈଗୋରୁମାନେ ଆସି ବିଶ୍ରାମ ନିଅନ୍ତି । ଗୋରୁଆଳ ପିଲାମଧ୍ୟ ଗାଈଗୋଠ ସହ ବସିଯାଏ ସେହିଠାରେ । ଗଛଡ଼ାଳେ ପକ୍ଷୀମାନଙ୍କର ଛୋଟ ଛୋଟ ବସା । ଯିବା ଆସିବା ଲୋକ ସେହି ଗଛମୂଳେ ଟିକେ ବସିପଡ଼ନ୍ତି ।

ଲିପୁନ ଷଷ୍ଠ ଶ୍ରେଣୀର ଛାତ୍ର । ଲିପୁନ ଆଉ ତା' ସାଙ୍ଗମାନେ ମଧ୍ୟ ସ୍କୁଲ ସାରି ସେହି ଗଛମୂଳେ ଏକାଠି ହୋଇଯାନ୍ତି । ସାଙ୍ଗହୋଇ ଖେଳନ୍ତି । ଗଛ ଚାରିପଟେ ଦୌଡ଼ନ୍ତି, ବର ଓହଳରେ ଦୋଳି ଖେଳନ୍ତି ।


ଦିନେ ଲିପୁନ ଆଉ ତା ସାଙ୍ଗମାନେ ଗଛମୂଳକୁ ଖେଳିବାକୁ ଯାଉଥାନ୍ତି । ଦେଖିଲେ ଯେ, କିଛି ଲୋକ ଗଛପାଖେ ଠିଆହୋଇ କ'ଣ କଥା ହେଉଛନ୍ତି । କଥାବାର୍ତ୍ତା ସ୍ପଷ୍ଟ ଭାବେ ଶୁଭୁ ନ ଥାଏ । କଥା ଶୁଣିବା ପାଇଁ ଲିପୁନ ଆଉ ତା' ସାଙ୍ଗମାନେ ଲୋକଙ୍କ ନିକଟତର ହେଲେ । ଲୋକମାନେ ସେହି ଗଛଟିକୁ ହାଣିବାପାଇଁ କଥା ହେଉଥାନ୍ତି । ରାସ୍ତା ପ୍ରଶସ୍ତ କରାଯିବ । ତେଣୁ ଗଛଟିକୁ ହାଣିବାକୁ ପଡିବ । ଲିପୁନ ସେହି ଲୋକମାନଙ୍କର କଥା ଶୁଣି ଦୁଃଖିତ ହୋଇଗଲା । ତା' ପିଲାଦିନର ସାଥି ସେହି ବରଗଛ । ସଙ୍ଗସାଥୀମାନଙ୍କ ସହ ମିଶି କେତେ ଖେଳିଛି ସେହି ଗଛମୂଳେ । ଗଛ ଉପରେ ଚଢ଼ି କେତେ ମଜା କରିଛି । ଅନେକ ବର୍ଷର ଏହି ଗଛଟି ଅନେକ ଉପକାର ମଧ୍ୟ କରିଛି । ଲିପୁନ ମନଦୁଃଖ କରି ଘରକୁ ଚାଲିଗଲା ।


ନିଜ କୋଠରୀକୁ ଯାଇ କବାଟ ଦେଇ ଶୋଇରହିଲା । ତା ମା' ବାପା ଅନେକ ଡାକିଲେ ହେଲେ ସେ କିଛି ଶୁଣିଲା ନାହିଁ । ଘରଟା ଭିତରେ କଇଁକଇଁ ହୋଇ କାନ୍ଦୁଥିଲା । ଶେଷରେ ଜେଜେବାପା ଆସିଲେ । ଜେଜେବାପାଙ୍କର ଅତି ଗେଲ୍ହା ଲିପୁନ । ଜେଜେବାପା ଅତି ସ୍ନେହ ଡାକିଲେ, ଆରେ ବାବା ଲିପୁନ କ'ଣ ହେଲା? ବାହାରେ କିଏ କ'ଣ କହିଲା କି? କବାଟ ଖୋଲି ବାହାରକୁ ଆସେ । ତୋର କ'ଣ ହୋଇଛି ବୁଝାଯିବ । ଜେଜେବାପାଙ୍କ କଥା ଶୁଣି ଲିପୁନ କବାଟ ଖୋଲିଲା । ଜେଜେବାପା ପଚାରିଲେ କ'ଣ ଘଟଣା ଖୋଲିକି କହ । ଲିପୁନ ବରଗଛ ପାଖରେ ଲୋକମାନଙ୍କଠାରୁ ଶୁଣିଥିବା କଥା ସବୁ କହିଲା । ଜେଜେ ବି ଶୁଣି ମନଦୁଃଖ କରି କହିଲେ- ଗଛଟି ହଣାହେଲେ କାହାର ବା କ'ଣ ଯାଉଛି । ସେ ଗଛ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । କିଏ କ'ଣ ପାଇଁ ପ୍ରତିବାଦ କରିବ? ଗଛଟି ସରକାରଙ୍କ ଜାଗାରେ ଅଛି, ତେଣୁ ସେମାନେ ଯାହା ଚାହିଁବେ କରିପାରିବେ । ମୁଁ ମଧ୍ୟ ଗଛଟିକୁ ପିଲାଦିନରୁ ଦେଖୁଛି । ବହୁତ ପୁରୁଣା ଗଛଟିଏ । ଗାଁ ରାସ୍ତା ପ୍ରଶସ୍ତ କରାଯିବାର କିଛି ଆବଶ୍ୟକତା ନାହିଁ କିନ୍ତୁ, ଏ ମଣିଷ ଜାତି ହିଁ ସ୍ୱାର୍ଥପର । କିଛି ଅର୍ଥ ଆତ୍ମସାତ୍ କରିବା ଉଦ୍ଦେଶ୍ୟରେ ଏ ପ୍ରକାର ଯୋଜନା" ।


   ଲିପୁନ କିନ୍ତୁ କିଛି ବୁଝିବାକୁ ନାରାଜ । ଲିପୁନ କହିଲା-ଜେଜେ ଗଛ ଯୋଗୁ ଆମ ପରିବେଶର ସନ୍ତୁଳନ ରହୁଛି । ଗଛ ଯୋଗୁ ଠିକ୍ ସମୟରେ ବର୍ଷା ହେଉଛି । ଅମ୍ଳଜାନର ଯୋଗାଉଛି । ଆଉ ତୁମେ ବି ଦେଖିଥିବ ଖରାବେଳେ ତା ତଳେ ମଣିଷ ଠାରୁ ଆରମ୍ଭ କରି ପଶୁ ସମସ୍ତେ ବସି ଆଶ୍ୱସ୍ତି ଅନୁଭବ କରନ୍ତି । ସାର କହୁଥିଲେ ଗଛ ଯୋଗୁ ମୁର୍ତ୍ତିକା କ୍ଷୟ ମଧ୍ୟ ରୋକାଯାଇପାରୁଛି । ତା' ଛଡା ସେହି ଗଛରେ କେତେ ଜାତିର ପକ୍ଷୀ ଆଶ୍ରିତ । ଗଛଟି ହଣା ହୋଇଗଲେ ସେମାନେ ବେସାହାରା ହୋଇଯିବେ । ଖରା, ବର୍ଷାରୁ ବଂଚିବେ କିପରି!ବସା ଭାଙ୍ଗିଯିବା ପରେ ଛୁଆମାନେ କଣ ବଂଚିବେ!ଜେଜେ ଲିପୁନର କଥା ଶୁଣି କହିଲେ-ହଁ ରେ ନାତି ତୁ ଠିକ କହିଛୁ । ହେଲେ ଆମ କଥା କିଏ ଶୁଣିବ । ସେମାନେ ବଡ଼ ଲୋକ । ଆମ ଦୁଇ ଜଣଙ୍କ କଥାର ମୂଲ୍ୟ କିଛି ନାହିଁ ତାଙ୍କ ସାମ୍ନାରେ ।


  ଜେଜେଙ୍କ କଥା ଶୁଣି ଲିପୁନ କହିଲା- ତେବେ ଚାଲ ଜେଜେ ଆମେ ଗାଁର ସମସ୍ତଙ୍କୁ ବୁଝେଇବା । ମୁଁ ମୋ ସାଙ୍ଗ ମାନଙ୍କୁ ବି ଡାକିଦେଉଛି । ସମସ୍ତଙ୍କ ଘରେ ବୁଝେଇ ଆସିବା । ଆଉ ବେଳ ନାହିଁ । କାଲି ସକାଳ ହେଲେ ଗଛ କାଟିବା ପାଇଁ ସେମାନେ ଆସିଯିବେ ।


  ଲିପୁନର କଥା ଶୁଣି ତା' ବାପା, ବୋଉ ଜେଜେବାପା ସହ ସାଙ୍ଗମାନେ ମଧ୍ୟ ସାଥି ହୋଇ ସମସ୍ତଙ୍କୁ ବୁଝାଇଲେ । ଡେରି ରେ ହେଲେ ମଧ୍ୟ ଲୋକେ ବୁଝିପାରିଲେ ଗଛର ମାହାତ୍ମ୍ୟ । ସକାଳ ହେବା ମାତ୍ରେ ଗାଁର ସମସ୍ତେ ରୁଣ୍ଢ ହୋଇଗଲେ ଗଛ ପାଖେ । କାଠୁରିଆ ମାନଙ୍କୁ ଗଛ ହାଣିବାକୁ ଦେଲେ ନାହିଁ । ଏତେ ଲୋକ ବିରୋଧ କରୁଥିବାର ଦେଖି ସେମାନେ ମଧ୍ୟ ଡରି ଗଲେ । କାଠୁରିଆ, କଣ୍ଟ୍ରାକ୍ଟର ଏବଂ ଶ୍ରମିକ ମାନେ ଫେରିଗଲେ । ସମସ୍ତେ ଲିପୁନକୁ ସାବାସି ଦେଲେ । ବୃକ୍ଷର ମାହାତ୍ମ୍ୟ ବିଷୟରେ ସମସ୍ତେ ହୃଦୟଙ୍ଗମ କଲେ ।


   


Rate this content
Log in

Similar oriya story from Inspirational