STORYMIRROR

Seetaram Dash

Abstract

4.5  

Seetaram Dash

Abstract

ବୋଉ

ବୋଉ

1 min
1.7K




ରଘୁଆ ସ୍କୁଲରୁ ଫେରୁଥାଏ। କିଛି ସାଙ୍ଗ ବାଟରେ ମାରଧର କଲେ। ସମସ୍ତେ ଦ୍ୱିତୀୟ ଶ୍ରେଣୀ ଛାତ୍ର। ଧାନ ବିଲର କାଦୁଅ ପଙ୍କ ରାସ୍ତା। ବୋଉ ସବୁଦିନ ପରି ଆଜି ବି ଦୂରରୁ ପୁଅର ଫେରିବା ବାଟକୁ ଅନେଇ ରହିଥାନ୍ତି। ବୋଉ ଭାରି ସ୍ନେହି, କେବେ ବି ପିଲାଙ୍କୁ ମାରନ୍ତି ନାହିଁ। ଆଉ ନିଜକୁ ରୋକି ପାରିଲେନି। ସ୍ଥାନ କାଳ ପ୍ରାତ୍ର ଭୁଲି ଦୌଡ଼ିଲେ ପୁଅ ପାଖକୁ। ଦେହ ମୁଣ୍ଡ ସାରା କାଦୁଅ। ମାରୁଥିବା ପିଲାଙ୍କ ଠାରୁ ବାଡି ଛଡାଇ, ରଘୁଆ ହାତକୁ ଦେଲେ, କହିଲେ "ତତେ ଯେମିତି ବାଡେଇ ଥିଲେ ସେମିତି ବାଡ଼ା, କିଏ କଣ କରିବ ମୁଁ ଦେଖିବି"। ରଘୁଆ ଭାରି ସାଧାରଣ। କାହାକୁ ମାରିଲାନି। ସେଦିନ ସମସ୍ତଙ୍କ ଆଗରେ ଖରାପ ହୋଇ ଯାଇଥିଲେ ବୋଉ।


ଚାଳିଶ ବର୍ଷ ପରେ। ସମସ୍ତେ ବିରକ୍ତ ହେଉଛନ୍ତି ବୋଉ ଉପରେ। ବୋଉର ବାହାରେ କାହା ସହିତ କଣ ଟିକେ କଳି ହେଉଥିଲା। ରଘୁଆ ବୋଉ ପାଖକୁ ଯାଇ ବହୁତ ବିରକ୍ତ ହେଲା । କହିଲା କାମ କରିବାକୁ ବଳ ପାଉନି, କଳି କଲାବେଳେ ତ ଭଲ ବଳ ପାଉଛି। ତୁ ବାହାର ଲୋକଙ୍କ ଠାରୁ ମାଡ଼ ଖାଇଲେ ଚେତିବୁ। ଗାଁ ସାରା ରଘୁଆକୁ ଭଲ କହିଲେ କିନ୍ତୁ ବୋଉକୁ କହିଲେ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract