ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ବୋତାମ

ବୋତାମ

5 mins
138


           ଫ୍ୟାମିଲି କୋର୍ଟ ବାରଣ୍ଡାରେ ଲମ୍ବା କାଠ ବେଞ୍ଚରେ ଆଉଜି ପଡ଼ି ବସିଥାନ୍ତି ସୀମା ପଣ୍ଡା l ଥରକୁ ଥର ଦେଖିଥାନ୍ତି ହାତଘଣ୍ଟାକୁ l କେତେ ବେଳେ ଓକିଲ ଆସି ତାଙ୍କ ସପକ୍ଷରେ ଯୁକ୍ତି ବାଢିବେ l ଅବଶ୍ୟ ସହରରେ ଜଣେ ନାଁ କରା ମହିଳା ଓକିଲ l ଅନ୍ୟ ଓକିଲଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ l ଅପେକ୍ଷା କରି ବ୍ୟତିବ୍ୟସ୍ତ ହେଉଥିବା ବେଳେ ନଜରରେ ଆସିଲେ ତାଙ୍କ ସ୍ଵାମୀ ଅନନ୍ତବାବୁ ସେଇ କେଶ୍ ର ପ୍ରତିପକ୍ଷ ଓକିଲଙ୍କ ସହ କଥା ବାର୍ତ୍ତା ହେଉଛନ୍ତି l ତାଙ୍କୁ ଦେଖି ମନ ଭିତରେ ଅନେକ ଭୟ ସଞ୍ଚାରିତ ହେଲା କାହିଁକି ନା, ଅପରପକ୍ଷ ଓକିଲ ସତକୁ ମିଛ, ମିଛକୁ ସତ କରି ଦିଅନ୍ତି ଆପଣା ଅମୂଳକ ଓ ଅବାଞ୍ଛିତ ଯୁକ୍ତିରେ l ସତରେ ସେ କଣ ଫସି ଯିବେ ମିଛ କେଶ୍ ରେ ???

 ଯଦିଓ ସହରରେ ଚାରିଆଡ଼େ ତାଙ୍କ ନାଁ ଚର୍ଚ୍ଚା ,ସେ ଭ୍ରୁକ୍ଷେପ କରନ୍ତି ନି l ଘରୁ ବାହାରିଲେ ଲୋକମାନେ ତେରେଛା ନଜର ଦେଇ କେତେ କଣ କୁହାକୁହି ହୁଅନ୍ତି, ନା ଏଥିରେ ଭାଙ୍ଗି ନ ପଡି ଦମ୍ଭ ଧରିବାକୁ ହେବ ବୋଲି ଭାବି ମନକୁ ବୁଝେଇ ଦିଅନ୍ତି ସେ lଏଇ ସମୟରେ ସବୁ ଭାବନାର ଅନ୍ତ ଘଟାଇ ନିର୍ଦ୍ଧାରିତ ସମୟରେ ପହଞ୍ଚିଲେ ତାଙ୍କ ସପକ୍ଷ ଓକିଲ l

ଦୁଃଖିତ ମାମ୍, ରାସ୍ତାରେ ଆସିଲା ବେଳେ ଟ୍ରାଫିକ ପୁରା ଜାମ୍ l ବହୁ କଷ୍ଟରେ ଗଲି ରାସ୍ତାରେ ଆସିବାକୁ ବାଧ୍ୟ ହେଲି l

ଅବଶ୍ୟ ସମ୍ବାଦପତ୍ର, ଟିଭିରୁ ସବୁ କଥା ଜାଣିଛି ହେଲେ ଆପଣଙ୍କ ମୁହଁରୁ ସବିଶେଷ ତଥ୍ୟ ନ ଜାଣିବା ଯାଏଁ କେଶ୍ କୁ ପ୍ରୋଗ୍ରେସ କରି ହେବନି l ଏଣୁ ପ୍ରକୃତ ଘଟଣାଟି କଣ?

ଆପଣଙ୍କୁ କହିବାକୁ ପଡ଼ିବ l


     ସୀମା ଆରମ୍ଭ କଲେ " ରେଲୱେ ଷ୍ଟେସନ୍ ପାଖରେ ଥିବା ଗ୍ରିନ୍ ଭାଲିରେ ଚାଲିଥିଲା ବେଧଡକ୍ ଦେହ ବେପାର l ଯାହାର ମାଷ୍ଟର ମାଇଣ୍ଡ ଥିଲେ ସେଇ ଘରର ମାଲିକ ଓ ତାଙ୍କ ସ୍ତ୍ରୀ l

 ସୁଦୂର, ବେଙ୍ଗଲ କାଶ୍ମୀର ଅଂଚଳରୁ ବହୁ ଯୁବତୀମାନଙ୍କୁ ଆଣି ସହରର ବଡ ବଡ ଅଫିସର, ଠିକାଦାରମାନଙ୍କୁ ସେଇ ଘରେ ସେମାନଙ୍କୁ ଭେଟି ଦେଉଥିଲେ l ସବୁଠୁ ଆଶ୍ଚର୍ଯ୍ୟ କଥା ସେଇ ବିଲ୍ଡିଂରେ ବିଭିନ୍ନ ବ୍ୟାଙ୍କର ଏ ଟି ଏମ୍, ପାର୍ଲର, ମେଡିସିନ ଷ୍ଟୋର ଆଦି ଅନେକ ଦୋକାନ ଥିଲା l କିନ୍ତୁ ସେ ବିଷୟରେ ସମସ୍ତେ ଅଜ୍ଞ ଥିଲେ l

ପୁଣି ସେଇ ସ୍ବାମୀ ସ୍ତ୍ରୀ ଉଭୟେ ଗୋଟେ ପ୍ରତିଷ୍ଠିତ ଏନ୍ ଜି ଓ ଚଲେଇ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ ସହ ସମାଜସେବା କରିଥାନ୍ତି l କୌଣସି ସୂତ୍ରରୁ ସ୍ଥାନୀୟ ପୋଲିସ୍ ଖବର ପାଇ ସେଦିନ ରୁମ୍ ନମ୍ୱର୍ ୨୬ ରୁ ଆଠ ଜଣ ଯୁବତୀଙ୍କୁ ଧରିବାରେ ସକ୍ଷମ ହେଲା l ଖବରପାଇ ମୁଁ ମଧ୍ୟ ପହଞ୍ଚିଗଲି ଖବର ସଂଗ୍ରହ୍ ପାଇଁ l ଯେହେତୁ ସେଇ ଘଟଣାରେ କର୍ପୋରେଟରଙ୍କ ପୁଅ, ଏମ୍ ପି ଙ୍କ ବଡ ଭାଇ ଆଦି ଅନେକ ବ୍ୟକ୍ତି ସଂପୃକ୍ତି ଥିଲେ l ସେମାନେ ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କଲେ l ସେଇ କଳା କାରନାମାର ସମ୍ପୁର୍ଣ୍ଣ ଖବର ମୁଁ ସମ୍ବାଦ ପେପରରେ ଛାପିବାରୁ ମୋର ସ୍ଵାମୀ ମୋ ଉପରେ ଖଅପା ହେଲେ l ସେ କହିଲେ ଛି ଛି, ତମକୁ ଆଉ କିଛି ଖବର ମିଳିଲା ନାହିଁ l ତମକୁ ଆଗରୁ କହିଛି ଏ ଲାଇନ୍ ଛାଡ଼ି ଦିଅ, ନଚେତ୍ ଲୋକ ସମସ୍ୟା ଭିତ୍ତିକ ସମ୍ବାଦ ପରିବେଷଣ କର l

ମୁଁ କଥାକୁ ବଢେଇ କହିଲି ଏଇ ଖବର କଣ ସାମାଜିକ ବାର୍ତ୍ତା ଦେଉନାହିଁ l ଏହା ପରେ

ମୋତେ ସେଇ ଯୁବତୀଙ୍କ ତୁଳନା କଲେ ତା ସହ 

ଘଟଣାକୁ ଚପେଇ ଦେବାକୁ କହିଲେ l କାହିଁକି ନା ମୁଁ ସେଠାକୁ ଯାଇଥିବା ବେଳେ ଅଜାଣତରେ ମୋ ପରିଚୟ ପତ୍ରଟି ଖସି ପଡ଼ିଥିଲା l ପୋଲିସ୍ ହାତରେ ପଡିଗଲା ଯେତେବେଳେ ସ୍ପେସିଆଲ ସ୍କୁଆର୍ଡ ଇନିଭେଷ୍ଟିଗେସନ୍ ଆସିଥିଲେ l ମୁଁ ଆସିଗଲି ସମସ୍ତଙ୍କ ସନ୍ଦେହ ଘେରରେ l ଯଦିଓ ପୋଲିସ ଏବଂ ମୋ ସ୍ୱାମୀ ଜାଣିଥିଲେ ଯେ ମୁଁ ଏଥିରେ ଇନଭଲଭ ନୁହେଁ l ତଥାପି କାଳେ କଥାଟି ଓଲଟି ଯିବ ସେଇ ଭୟରେ ମୋତେ ସେଇ ଖବରର ପ୍ରମାଣ ସବୁ ନଷ୍ଟ କରିଦିଅ ବୋଲି କହିଲେ l

ମୁଁ ସେଥିରେ ରାଜି ନ ହେବାରୁ ମୋ ସହ ନାନା ପ୍ରକାର ଯୁକ୍ତି କଲେ l ସେଇ ଦିନ ଠୁ ଆମ ଦୁହିଙ୍କ ଭିତରେ ଫାଟ ସୃଷ୍ଟି ହେଲା l ଗୋଟେ ଘରେ ରହୁଥିଲେ ସୁଦ୍ଧା ଆମେ ଦୁହେଁ କେହି କାହାର ଛାଇ ମାଡ଼ିଲୁ ନାହିଁ l କିନ୍ତୁ ବହୁତ୍ ଥର ମୁଁ ତାଙ୍କ ମନ ବୁଝାଇବାକୁ ଚେଷ୍ଠା କରିଛି l

 ହେଲେ ସେ ଜମା ବୁଝିକେନି ମୋତେ କିଛି କଥା କହିଲେ ନାହିଁ l

ଭାଗ୍ୟକୁ ଆଦରି ପଡି ରହିଲି l 

କିନ୍ତୁ ତାଙ୍କର କିଛି ଖଳ ପ୍ରକୃତିର ବନ୍ଧୁଙ୍କ କଥାରେ ମୋତେ ଡାଇଭର୍ସ ଦେବାକୁ ନିଷ୍ପତି ହେଲେ l"

 ଏଇ ପ୍ରକାର ସବୁ କଥା ଶୁଣି ଓକିଲ ଦୁଃଖରେ ଭାଙ୍ଗି ପଡି କହିଲେ ମନ ଦୁଃଖ କରନାହିଁ l

ହଉ ଚାଲନ୍ତୁ...ଏଇଠି ଦସ୍ତଖତ କର କେସ ପ୍ରୋଗ୍ରିସଭ ପାଇଁ l ଦସ୍ତଖତ କଲେ ସୀମା ପଣ୍ଡା l


ବିଚାର ଆରମ୍ଭ ହେଲା ...

ବିଭାଗୀୟ ଜଜ୍ଙ୍କ ସମ୍ମୁଖରେ । ପ୍ରତିପକ୍ଷ ଓକିଲ ସୀମାଙ୍କୁ ଜଣେ ସ୍ୱେଚ୍ଛାଚାରିଣୀ, ଜିଦଖୋର୍, ଉଗ୍ରଚଣ୍ଡୀ ସ୍ଵଭାବର ଆଖ୍ୟା ଦେଲେ, ପୁଣି ସାମ୍ବାଦିକତା କରିବା ନାଆଁରେ ସେ ରାତି ଅଧରେ ଅନ୍ୟମାନଙ୍କ ସହ ଅବାଧ ମିଳାମିଶା କରନ୍ତି ବୋଲି ସଫେଇ ଦେଲେ l ସେ ସ୍ବାମୀଙ୍କୁ ବାରବାର ମାନସିକ ନିର୍ଯାତନା ଦେଇଚଳିଛନ୍ତି l ଏଇ ସବୁ ଭିତ୍ତିକୁ ଆଧାର କରି ସୀମା ପଣ୍ଡାଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କଲେ l

 ଏଭଳି ମିଥ୍ୟା, ଅବାନ୍ତର ଓ ଅମୂଳକ ଯୁକ୍ତିରେ ବିଚଳିତ ହୋଇ ଉଠିଲେ l ଅପରପକ୍ଷରେ ସୀମା ପଣ୍ଡାଙ୍କ ସପକ୍ଷ ଓକିଲ ମୁଚୁକୁନ୍ଦା ହସରେ ଯୁକ୍ତି ବଢ଼ିଲେ,

ଅଭେଜେକ୍ସନ ୟୋର୍ ଅନର୍... 

ସ୍ବାମୀ ସ୍ତ୍ରୀ ଭିତରେ ଉଠିଥିବା ଫାଟ କ୍ଷଣ ସ୍ଥାୟୀ l ହୋମନିଆଁକୁ ସାକ୍ଷୀ ରଖି ଜନ୍ମ ଜନ୍ମାନ୍ତର ଯାଏ ସାଥୀ ହେବାକୁ ଶପଥ ନିଅନ୍ତି ଉଭୟ l

କିନ୍ତୁ....

କିନ୍ତୁ ..

କିନ୍ତୁ.... ମୋ ମତରେ ମାନ୍ୟବର ଅଦାଲତ ମହୋଦୟ ଉଭୟଙ୍କ ଭିତରେ ଉତ୍ତମ ବୁଝାମଣା ସୃଷ୍ଠି କରିବାକୁ ଅନୁରୋଧ କରୁଛି l ଅତଏବ ଗୋଟେ ମାସ ସମୟ ଦିଅନ୍ତୁ ଉଭୟଙ୍କୁ l ଏଇ ସମୟ ଭିତରେ ଦୁହେଁ ଭାବ ବିନିମୟ ପାଇଁ କାଗଜରେ ଭାବ ଲେଖି ଟେବୁଲ୍ ଉପରେ ଧୋଇଦେବେ l "

ଅବଜେକ୍ସନ୍ ଗ୍ରାଣ୍ଟେଡ ହେଲା ଅଦାଲତ ଦ୍ବାରା l l

ସେଦିନ କୋର୍ଟରୁ ଫେରି ଆସିଲେ ଦୁହେଁ l

  ଏମିତି କିଛି ଗଡି ଚାଲିଲା l ସୀମା ପଣ୍ଡା ସ୍ବାମୀଙ୍କ ମନ ମୁତାବକ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ହେଲେ ଅନନ୍ତ ବାବୁ ନିଜେ ନିଜ ପାଇଁ ରୋଷେଇ କରନ୍ତି, କେବେ କେବେ ହୋଟେଲ ଯାଇ ଖାଇଦିଅନ୍ତି l ଏମିତି ବି ହୁଏ ବେଳେ ବେଳେ ମନ ଦୁଃଖରେ ନ ଖାଇ ପିଇ ଶୋଇ ଯାଆନ୍ତି l କୋର୍ଟ ନିଷ୍ପତ୍ତି ଅନୁସାରେ ଗୋଟାଏ ମାସ ପୁରିବାକୁ ଆଉ ସାତଦିନ ବାକି ଥାଏ l ସବୁ ଦିନ ପରି ରୋଷେଇ କାମ ସାରି ଟେବୁଲ୍ ଉପରେ ଖାଦ୍ୟ ଅଛି ଖାଇଦେବ ବୋଲି ଲେଖି ସଜବାଜ ହେଲେ "ଶ୍ରେଷ୍ଠ ଓଡ଼ିଆଣୀ_ ଫାଇନାଲ ଅଡିସନ୍" କୁ ଯିବା ପାଇଁ l ସେଇଥିପାଇଁ ଆଲମିରାରେ ଥୁଆ ହୋଇଥିବା ବହୁ ଦିନର ବମକେଇ ପାଟ ଶାଢ଼ୀ ଦେହରେ ପକେଇ ତାଙ୍କ ଗହମ ରଙ୍ଗ ଦେହକୁ ଖୁବ୍ ମାନିବ ଭାବି ନିଖୁଣ ଭାବେ ପିନ୍ଧି ଦେଲେ l

ତା ସାଙ୍ଗକୁ ଅଡିସନରେ ଆହୁରି ନିଜର ବେଷ୍ଟ ଦେବା ପାଇଁ ବମକେଇ ପାଟକୁ ମ୍ୟାଚ୍ କରିବା ପାଇଁ ବ୍ଲାଉଜ୍ ପିନ୍ଧିଲେ l କିନ୍ତୁ ପଛ ପାଖ ବଟମଟି ଦେଇ ପାରିଲେ ନାହିଁ l କାହିଁକି ନା ଦୀର୍ଘ ଦୁଇ ବର୍ଷ ହେବ ରିପୋର୍ଟ୍ ଲାଇନ୍ ରେ ପାଦ ଦେଇ ସେ ଶାଢ଼ୀ ପିନ୍ଧା ଛାଡ଼ି ଦେଇଥିଲେ l ସବୁ ବେଳେ ଜିନ୍ସ, ଟପ୍ l ୟାରି ଭିତରେ ଶରୀର ଆକାର ଟିକେ ବଢ଼ି ଯାଇଥିଲା l ଆଗରୁ ସବୁ ପ୍ରସ୍ତୁତ କରିପାରିଥାନ୍ତେ କିନ୍ତୁ ପାରିବାରିକ ସମସ୍ୟାରେ ମନ ଖଟା ହେବା ଯୋଗୁଁ ସେ ଏଥି ପ୍ରତି ଧ୍ୟାନ ଦେଇ ନ ଥିଲେ l

ମନେ ମନେ କହୁଥାନ୍ତି ସୀମା, ଶେଷରେ ଏଇ ବ୍ଲାଉଜ୍ ଟା ବି ଦେହକୁ ହେଉନି l ପାଖରେ ଆଉ ସମୟ ନାହିଁ, ନତୁବା ସିଲେଇ ଫିଟାଇ ଆବଶ୍ୟକ ଅନୁଯାୟୀ ଢିଲା କରି ଦିଅନ୍ତେ l ସେତେବେଳକୁ ଦୁଇ ହାତରେ ପଛ ପାଖ ବୋତାମ ଦେଇ ନ ପାରି ମୁଖ ମଣ୍ଡଳରେ ବିରକ୍ତି ପ୍ରକାଶ କରି ସାରିଲେଣି l

ନା,...,ଆଜି ଆଡିସନ ବି ଯାଇ ହେବନି । "

କିଛି ସମୟ ପରେ କେହି ଜଣେ ପଛ ପାଖରେ ଠିଆ ହୋଇ ବ୍ଲାଉଜ୍ ବୋତାମକୁ ସ୍ପର୍ଶ କଲେ l ଦେହରେ ଖେଳି ଗଲା ଅପୁର୍ବ ଶିହରଣ l

କିଏ ସେ ହୋଇପାରନ୍ତି ଏଇ ସମୟରେ ସାହାର୍ଯ୍ୟ କରିବାକୁ l

ପଛକୁ ବୁଲି ଦେଖନ୍ତି ତ ଅନନ୍ତ ବାବୁ l କିଛି କହି ପାରିଲାନି ସୀମା ପଣ୍ଡା l 

ସେଇଠି ତୁଟି ଗଲା ବିଗତ ଦିନର ରାଗଋଷା,ମାନ ଅଭିମାନ l ସୀମା ପାର ହେଇଗଲେ ଅନନ୍ତ ସତ୍ତା ଯାଏଁ l

ଯେଉଁଠି ଖିଲି ଖିଲି ହୋଇ ହସି ଉଠୁଥିଲା କୋର୍ଟର ନାଲି ଫିତାଟି l


Rate this content
Log in

Similar oriya story from Tragedy