STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବୋଝ

ବୋଝ

2 mins
163

  ଝିଅଟି ଥିଲା ସୁନ୍ଦର ଶିକ୍ଷିତ ଓ ମର୍ଯ୍ୟାଦାବନ୍ତ। ପରିବାବାଲା, ମାଛବାଲା, ବା ଯେକୌଣସି ବାଲା ବୋଝ ଥୋଇ ବିକ୍ରୀ କରିସାରିଲା ପରେ, ଓଜନିଆ ବୋଝଟିକୁ ଉଠେଇଦେବାକୁ ଅନୁରୋଧ କରୁଥିବା ବେଳେ , ମୁହଁ ବୁଲେଇ ସମସ୍ତେ ପଳେଇଯାଉଥିବା ବେଳେ ଝିଅଟି ନିଜ ଦୁଆର ହେଉ ବା ପର ଦୁଆର ହେଉ, ବୋଝିଆ ବା ବୋଝିଆଣୀଙ୍କ ବୋଝ ଉଠେଇଦିଏ। ଖାଲି ସେତିକି ନୁହେଁ ସ୍କୁଲ ଗଲାବେଳେ କୋଉ ପିଲା ଯଦି, ସ୍କୁଲ ବ୍ୟାଗ ପରି ବୋଝ ବୋହି ଯାଇପାରୁନଥାଏ, କୋଉ ବୁଢା ବା ବୁଢୀ ଯଦି ତା ବୋଝ ଭଳି ବ୍ୟାଗ ବୋହି କଷ୍ଟେ ମଷ୍ଟେ ଯାଉଥାଏ, ତ ଝିଅଟି ଆସି ସାହାଯ୍ୟ କରେ ବୋଝ ବୋହିବାରେ ସମସ୍ତଙ୍କ ପାଇଁ।

ସେ କିନ୍ତୁ ନିଜେ ବୋଝ ହୋଇଗଲା ସେଦିନ, ଯୋଉଦିନ, ଏକତରଫା ପ୍ରେମ କରି ଭଲପାଉଥିବା ଯୁବକକୁ ବିବାହ କରିବାକୁ ସେ ମନା କରିଦେଲା, ତ ଯୁବକ ପ୍ରେମରେ ଅନ୍ଧ ହେଇ ବା ନିଜ ଜିଦକୁ ବଜାୟ ରଖିବାକୁ ଝିଅଟି ମୁହଁରେ ଏସିଡ ଢାଳିଦେଲା। ପ୍ରଥମରୁ ଅସନ୍ତୁଷ୍ଟ ପିତା ତାକୁ ହସ୍ପିଟାଲ ନେବ କଣ ଝିଙ୍ଗାସି କରି କଟୁକଥା ସହ କଳଙ୍କିନି ଆଖ୍ୟା ଦେଇ, ଝିଅର କୌଣସି ବୋଝ ଉଠାଇବାକୁ ରାଜି ହେଲା ନାହିଁ। ମାଆ ଯାହା ହେଲେ ଜନ୍ମଦାତ୍ରୀ, ସର୍ଵଂସହା ଧରିତ୍ରୀ ପରି। ସାହସ ଯୁଟାଇଲା, ଆକୁ ମାଗି ତାକୁ ମାଗି, ନିଜ ଗହଣା ବିକି ଝିଅର ସୁଶ୍ରୁଷା କଲା ବେଳେ ବାପା ମାଆକୁ ସର୍ବସମକ୍ଷରେ ଗହଣା କାହିଁ ବିକିଲୁ କହି ଅକଥନୀୟ ଗାଳିମନ୍ଦ ଓ ମାଡ ମାରିବାକୁ ପଛେଇ ନଥିଲା। ଏସବୁ ଦେଖି ସେହି ହସ୍ପିଟାଲରେ କାର୍ଯ୍ୟରତ ଜନଜାତିର ପିଲାଟିଏ, ଯିଏ କମ୍ପାଉଣ୍ଡର ହିସାବରେ କାମ କରୁଥିବା ଅବିବାହିତ ପୁଅଟି ସବୁ ଦେଖି ଶୁଣି ସାହାଯ୍ୟର ହାତ ବଢ଼ଇବାକୁ ପଶ୍ଚାତାପ ନକରି ଲାଗିପଡିଲା ଝିଅଟିର ଆରୋଗ୍ୟ ପାଇଁ, ଆଉ ଭଲ କରିବା ପରେ ମାଆର ଦୁଃଖ ଦେଖି, ଝିଅଟିକୁ ଅନ୍ୟ କେହି ବାହା ହେବାକୁ ରାଜି ନହେବାରୁ, ଆଦିବାସୀ, କମ୍ପାଉଣ୍ଡର ପୁଅଟି ନିଜ ଆଡୁ ବିବାହ ପ୍ରସ୍ତାବ ଦେଇଥିଲା। ମାଆ ରାଜି ହୋଇ ମନ୍ଦିରରେ ବିବାହ କରାଇଥିଲେବି, ବାପା ଘୋର ପାଟିତୁଣ୍ଡ କରିଥିଲେ।

ଏବେ କିନ୍ତୁ ଝିଅଟି ବାପା ମାଆଙ୍କୁ ବୋଝ ନମଣି, ଶାଶୁ ଶଶୁରଙ୍କ ସହ ବାପା ମାଆଙ୍କୁ ମଧ୍ୟ ଗିରିଜନ ପୁଅଟିର ଅନୁରୋଧ କ୍ରମେ ସମସ୍ତେ ଏକାଠି ରହୁଛନ୍ତି। ସିଲେଇ ମେସିନଟିଏ ପକାଇ କିଛି ରୋଜଗାର କରି ଝିଅଟି ନିଜେ ଆଉ କାହାର ବୋଝ ହୋଇନଥିଲେ ବି ସ୍ଵାମୀ ଗିରିଜନ ହୋଇଥିଲେ ବି ତାଙ୍କ ସିଦ୍ଧାନ୍ତ ତଥା ମଣିଷପଣିଆ ଆଗରେ ନତମସ୍ତକ ଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational