The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Maheswar sahoo

Inspirational

5.0  

Maheswar sahoo

Inspirational

ବନ୍ଧୁତ୍ୱରେ ନାହିଁ ଭେଦ

ବନ୍ଧୁତ୍ୱରେ ନାହିଁ ଭେଦ

6 mins
403


ମହେଶ ଓ ବବୁଲୁ ଦୁଇ ସାଙ୍ଗ । ପ୍ରଥମ ଶ୍ରେଣୀରୁ ଆସି ପଞ୍ଚମ ଶ୍ରେଣୀ ହେଲା କେବେ ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାରେ ଝଗଡ଼ା କେହି ଦେଖି ନାହାନ୍ତି । ମହେଶର ବାପା ରାମ ଗୋଛାୟତ ଜଣେ ସାଧାରଣ କୃଷକ । ଛୋଟ ଜାତି ହେଲେ ମଧ୍ୟ ପୁଅକୁ ପାଠ ପଢେଇ ବଡ଼ ମଣିଷ କରିବାର ଆଗ୍ରହରେ କଠିନ ପରିଶ୍ରମ କରନ୍ତି । ହେଲେ ବବୁଲୁର ବାପା ହରି ବାବୁ ହେଉଛନ୍ତି ଜଣେ ସରକାରୀ କର୍ମୀ । ରେଳ କର୍ମଚାରୀ ଭାବରେ ମାସକୁ ବେଶ ଦୁଇଗଣ୍ଡା ଦରମା ଓ ଉପୁରୀ ଟୁପୁରୀ କରି ଆରାମରେ ଚଳନ୍ତି । 

   ପିଲା ଦୁଇଟି ପ୍ରଥମ ଶ୍ରେଣୀରୁ ସାଥିରେ ପଢୁଥିବାରୁ ସମ୍ପର୍କ ଘନିଷ୍ଟ ହୋଇ ଯାଇଥାଏ । ହରିହର ପଣ୍ଡା, ଜାତିରେ ବ୍ରାହ୍ମଣ ତେଣୁ ବବୁଲୁକୁ ମହେଶଠାରୁ ଦୂରେଇ ରହି ଚଳିବାକୁ କୁହନ୍ତି । ବବୁଲୁକୁ ବୁଝାଇ କୁହନ୍ତି ବାପାରେ ଦେଖ ତୁ ହେଲୁ ବ୍ରାହ୍ମଣ ପିଲା, ବ୍ରତ ହୋଇ ସାରିଛୁ, ତେଣୁ ତୁ ମହେଶ ସହିତ ମିଶିବୁ ହେଲେ ତା ନାସ୍ଥା ଖାଇବୁ ନାହିଁ । ବିଦ୍ୟାଳୟରୁ ଆସିଲେ କପଡା ବାହାରେ ବଦଳେଇ ଘରକୁ ଆସିବୁ । ମହେଶ ଜାତିରେ ମେହେନ୍ତର ହରିଜନ । ତୁ ହେଲୁ ବ୍ରାହ୍ମଣ ପିଲା ବୁଝିଲୁ ।

ବବୁଲୁ କହେ ବାପା ଆପଣ ମୋତେ ଏହି କଥା କେବେ ଠାରୁ କହି ଆସୁଛନ୍ତି ଆଉ ମୁଁ ଶୁଣି ଆସୁଛି । ଜାଣିଛ ବାପା ଯୁଗ ପରା ବଦଳି ଗଲାଣି ! ଆଧୁନିକ ଯୁଗ ଆସିଯାଇଛି !

    ମହେଶ ଓ ବବୁଲୁର ଘର ଗୋଟିଏ ଗାଁରେ ହୋଇଥିବାରୁ ଦୁହେଁ ଏକା ସାଥିରେ ଛୁଟି ଦିନରେ ଖେଳନ୍ତି । ଆଜି ରବିବାର ବବୁଲୁ ମହେଶକୁ କହିଲା "ମହେଶ ଆମ ଘରକୁ ଯିବା ଚାଲ । ମୋ ମାଆ ନୁହେଁ ଆଜି ଖାଇବା ପାଇଁ ମ୍ୟାଗି କରିଛନ୍ତି । ଆମେ ଖାଇବା ଦୁଇଜଣ ଓ ଛାତ ଉପରେ ଖେଳିବା ।"

ମହେଶ,"ଥରେ ଯାଇଥିଲି ତମ ଘରକୁ, ତୋର ମନେ ନାହିଁକି କେତେ ଗାଳି ଶୁଣିଥିଲି ତୋ ଜେଜେ ଓ ଜେଜେମାଙ୍କ ପାଖରୁ ।"

ବାବୁଲ, "ଆରେ ତୁ ଚାଲ, କେହି କିଛି କହିବେ ନାହିଁ । ମୁଁ ଛୋଟ ଥିଲି ବୋଲି ତାଙ୍କୁ ବୁଝେଇ ପାରିଲି ନାହିଁ । ହେଲେ ଏବେ କିଛି କହିଲେ ବୁଝେଇ ଦେବୀ । "

ମହେଶ," ନାହିଁ ରେ ବବୁଲୁ ! ମୁଁ ପରା ଅଛୁଆଁ, ଆଉ ତମ ଘର ଲୋକ ପୁଣି ଗୋବର ପାଣି ଓ ଗଙ୍ଗା ପାଣି ପକେଇ ଘର ଧୋଇବେ । କାହିଁକି ତାଙ୍କୁ କଷ୍ଟ ଦେବୀ କହିଲୁ ।"

ବବୁଲୁ, " ଆରେ ନାହିରେ ତୁ ଚାଲ । ଆମ ବଗିଚାରେ ବୁଲିବା, ନାନା ରଙ୍ଗର ଫୁଲ ଫୁଟିଛି ଦେଖିବୁ, ମୋ ଝୁଲଣାରେ ଝୁଲିବୁ, ସୋଫାରେ ବସିବୁ ଚାଲ ନା ତୁ ।"

ମହେଶ,"ହଉ ଚାଲ ଯିବା । ହେଲେ ମୋତେ ଗାଳି ଗୋଲଜ କଲେ ମୁଁ ବହୁତ ଭାଙ୍ଗି ପଡିବି ରେ ।"

  ଦୁଇ ସାଙ୍ଗ ମିଶି ବବୁଲୁ ଘର ଆଡ଼କୁ ଚାଲିଲେ । ପଡ଼ିଆରୁ ଘର ଦେଖା ଯାଉଛି । ଘରେ ଯାଇ ପହଁଚିଲା ପରେ ଦେଖିଲେ ଜେଜେ ଓ ଜେଜେମା ପୂଜା ଘରେ ଅଛନ୍ତି । ବବୁଲୁ ସିଧା ମହେଶକୁ ନେଇ ଯାଇଥିଲା ରୋଷେଇ ଘରକୁ । ଦେଖିଲା ମାଆ ରୋଷେଇ କରୁଛନ୍ତି । ପୁରୀ, ଖିରି ଓ ମ୍ୟାଗିର ବାସ୍ନାରେ ସାରା ଘର ମହକି ଯାଉଛି । ମହେଶ ଟିକେ ସୋଫା ଉପରେ ବସି ଗଲା ଗାଦୁ କିଣା । ଏ ମାଁ କଣ ହେଇଛି ମ । କେତେ ନରମ । ତା ପରେ ଟିକେ ଝୁଲଣା ଆଡକୁ ଯାଇ ସେଥିରେ ଟିକେ ଝୁଲି ପଡିଲା । ପୁଣି ଯାଇ ବଙ୍ଗଳାରେ ଲାଗିଥିବା ଆଇନାରେ ଟିକେ ମୁହଁ ଦେଖି ହସିଦେଲା । ଚୁଟିରେ ହାତ ମାରି ଚୁଟି ସଜାଡ଼ିବାରେ ଲାଗିଲା । କପଡା ପତ୍ର ଠିକ ଅଛି ହେଲେ ଚୁଟି ଟିକେ ନୁଖୁରା ଅଛି । ହଁ ସୁନ୍ଦର ଲାଗୁଛି ଚେହରା । ମନରେ ବହୁତ ଭାବନା । କାରଣ କେବେ ବଡ଼ ଆଇନା ସମ୍ନାରେ ଠିଆ ହୋଇ ନ ଥିଲା ମହେଶ । କିଛି ସମୟ ପରେ ନଜର ପଡିଲା ଟିଭି ଉପରେ । ଏ ମାଁ କେତେ ବଡ଼ ଟିଭି କହି ଜିଭ କାମୁଡି ପକେଇଲା । ପୁଣି ରଙ୍ଗ ବେରଙ୍ଗର କାନ୍ଥର ସାଜସଜ୍ଜା ଆହୁରି ଆକର୍ଷଣୀୟ ଥିଲା ମହେଶ ପାଇଁ । ସ୍ୱର୍ଗର ଆନନ୍ଦ ଅନୁଭବ କରୁଥିଲା ମହେଶ । ବବୁଲୁ କଣ ଏଇ ଘରେ ରହୁଛି । ଥରେ ଆସିଥିଲା ହେଲେ ତଡା ଖାଇ ବାହାରୁ ଯାଇଥିଲା । ଭିତରକୁ ଆସି ନଥିଲା । ହେଲେ ଭିତରର ଦୃଶ୍ୟ ମନମୁଗ୍ଧକର ଥିଲା ମହେଶ ପାଇଁ । 

   ବବୁଲୁ ଡାକ ଛାଡିଲା ମହେଶ..ମହେଶ...କୁଆଡେ ଗଲୁ । ଆ ଖାଇବୁ । 

ମହେଶ ଘର ଭିତରକୁ ଆସିଛି ବୋଲି ପୂଜା ଘରୁ ଜେଜେ ଶୁଣିବାକୁ ପାଇଲେ । ଦଉଡି ଆସିଲେ ଡାକ ଛାଡି ," ବବୁଲୁ ବବୁଲୁ ...କୁଆଡେ ଗଲୁ....ସେ ମେହେନ୍ତରକୁ ଆମ ଘର ଭିତରକୁ ନେଇ ଆସିଛୁ । ପୁରା ଘର ମାରା ହୋଇଗଲା ।"

ବବୁଲୁ," ହଁ ଜେଜେ ସେ ବୁଲିବାକୁ ଆସିଛି । ପଳେଇ ଯିବନି । ତମେ ମହେଶକୁ ମେହେନ୍ତର କାହିଁକି କହୁଛ ଯେ ।"

ଜେଜେ, "ମେହେନ୍ତରକୁ ମେହେନ୍ତର କହିବା ନାହିଁ କଣ ବ୍ରାହ୍ମଣ କହିବା । ତୁ ଅଲକ୍ଷଣା, କୁଳାଙ୍ଗାର କଣ କଳୁରେ ।"

ବବୁଲୁ,"ଜେଜେ ସେ ମୋ ସାଙ୍ଗ ତାକୁ ତମେ କିଛି କୁହ ନାହିଁ । ସେ ଆସୁ ନ ଥିଲା, ମୁଁ ତାକୁ ଜବରଦସ୍ତ ନେଇ ଆସିଛି । ଆଉ ସେ ଆଜି ଏଇଠି ଖାଇକି ଯିବ । ଦେଖ ଜେଜେ କେତେ ଖୁସି ହେଉଛି ମହେଶ । କୋଠା ଘର ଦେଖି କେତେ ଖୁସି ହେଉଛି ସେ । ଜେଜେ ଦୟାକରି କିଛି କୁହନି ତାକୁ ।"

  ଜେଜେ ବହୁତ ରାଗି ଯାଇଥିଲେ ଓ ଜେଜେମା ମଧ୍ୟ ଚିଡି ଯାଇ ଚିତ୍କାର କରିଥିଲେ । ଇତି ମଧ୍ୟରେ ଜେଜେଙ୍କ ହାତକୁ ପଡି ଯାଇଥିଲା ମୋଟା ବେତ ବାଡ଼ି । ପ୍ରବଳ ପିଟିବା ଆରମ୍ଭ କରି ଦେଇଥିଲେ ମହେଶକୁ । ପୁରା ରକ୍ତାକ୍ତ କରି ଦେଇଥିଲେ ଓ କହିଥିଲେ ବଞ୍ଚି ଥିବା ଯାଏ ମୋ ଘର ମାଟି ମାଡ଼ିବୁ ନାହିଁ । ମାଡ଼ କେବଳ ମହେଶ ଉପରେ ହୋଇ ନ ଥିଲା ବବୁଲୁ ଉପରେ ମଧ୍ୟ ହୋଇଥିଲା । 

    ରାମ ଗୋଛାୟତ ପୁଅର ଅବସ୍ଥା ଦେଖି ବହୁତ ଅସ୍ଥିର ହୋଇ ଯାଇଥିଲେ । ଓଲଟା ତୁ କାହିଁକି ସେ ପଣ୍ଡା ଉଆସକୁ ଯାଇଥିଲୁ କହି ବହୁତ ଗାଳି ଗୋଲଜ କରିଥିଲେ । ପୁଅକୁ ଡାକ୍ତର ଦେଖାଇ ଔଷଦ ଆଣି ଖୁଆଇ ଭଲ କରାଇଲେ ।

    ତହିଁଆର ଦିନ ମହେଶ ଓ ବବୁଲୁ ପୁଣି ସେଇ ବିଦ୍ୟାଳୟରେ ଭେଟ ହେଲେ । ମହେଶ କହିଲା ବବୁଲୁ ମୁଁ ମନା କରିବା ସତ୍ତ୍ୱେ ତୁ ମୋତେ ଡାକିନେଲୁ । ଦେଖିଲୁ କେତେ ମାଡ ଦୁଇଜଣ ଖାଇଲେ । ତୁ ଖାଇଲୁ ତା ସହିତ ମୁଁ ବି । କାହିଁକିରେ ଏତେ ମୋ ପାଇଁ ଦରଦ ତୋ ଦେହରେ । ହେଲେ ତମ ଘର କଥା ଭାବି ଭାବି ମୋ ଦେହର ବ୍ୟଥା ଦୂର ହୋଇ ଯାଇଥିଲା । ସେ ଯାହା ବି ହେଉ ମୁଁ ଛୋଟ ଜାତି କହି କେବେ ଭୁଲି ଯିବୁନିରେ । କେବେ ମୋତେ ଛାଡ଼ି ଦେବୁନି ରେ । ହେଲେ ବବୁଲୁ କହିଥିଲା ମୁଁ ଭାବିଲି ତୁ ମାଡ଼ ଖାଇ ଆଉ ମୋ ସାଙ୍ଗ ହେବୁନି ବୋଲି । ହେଲେ ତୁ ତ ଆଗ ଠାରୁ ଆହୁରି ଅଧିକା ଭଲ ପାଉଛୁ ମୋତେ । ଅଧିକା ସ୍ନେହ କରୁଛୁ । କେମିତି ଭୁଲିବି ତୋତେ କହିଲୁ । ତୁ ପରା ମୋ ଜୀବନ ।

   ଏମିତି ପିଲା ଦୁଇଜଣ ବଢ଼ିବାରେ ଲାଗିଲେ । ପଞ୍ଚମରୁ ଷଷ୍ଠ ଓ ଷଷ୍ଠରୁ ସପ୍ତମ ହୋଇ ଚାଲିଲା । ଦୁହେଁ ମନ ଦେଇ ଭଲ ପଢୁଥାନ୍ତି । ପାଠରେ ଦୁହେଁ ସବୁବେଳେ ଶ୍ରେଣୀରେ ପ୍ରଥମ ।

ସଫଳତା ହିଁ ମନୁଷ୍ୟକୁ ନିମ୍ନରୁ ଉଚ୍ଚକୁ ନେଇ ଯାଏ । ସେମିତି ସଫଳତା ପାଇଥିଲେ ମହେଶ ଓ ବବୁଲୁ । ହୃଦୟର ଡାକ ଭଗବାନଙ୍କ ନିକଟକୁ ଯାଇଥାଏ । ସେମିତି ସଫଳତାର ନିକଟସ୍ଥ ହୋଇଥିଲେ ଦୁଇ ସାଙ୍ଗ । ସବୁ ଶ୍ରେଣୀରେ ଭଲ ନମ୍ବର ରଖି ଓଡିଶା ପୋଲିସ ପାଇଁ ଉତ୍ତୀର୍ଣ ହୋଇଥିଲା । ହେଲେ ମହେଶ କୋଟା ଭିତ୍ତିରେ ଉଚ୍ଚ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ବେଳେ ବବୁଲୁ ନିମ୍ନ କର୍ମଚାରୀ ଭାବେ ନିଯୁକ୍ତି ହୋଇଥିଲା । 

    ଏବେ ଆଉ ରାମ ଗୋଛାୟତର ଦୁଃଖ ରହିଲା ନାହିଁ । ପୁଅ ଜଣେ ବଡ ପଦବୀର କର୍ମଚାରୀ ଓ ବାପାଙ୍କର ଛାତି କୁଣ୍ଢେମୋଟ ହୋଇ ଯାଇଥିଲା । ସ୍ୱପ୍ନ ସାକାର ହୋଇଥିଲା । ମହେଶ ବାବୁ ବୋଲି ଲୋକେ ଡାକନ୍ତି । ବବୁଲୁ ମଧ୍ୟ ବାଧ୍ୟ ହୋଇ ମହାଶୟ କୁହେ । ହେଲେ ମହେଶ କୁହେ , ରେ ବବୁଲୁ ତୁ କଣ ପାଗଳ ହେଇ ଗଲୁଣି । ମହାଶୟ କଣ ଯେ । ଏମିତି ଆଉ କେବେ ନ ଶୁଣେ ଯେମିତି । ଆମେ ଯେଉଁଠି ରହିବା ଦୁଇ ସାଙ୍ଗ ରହିବା ।

   ମହେଶ ନିଜ ପାଇଁ ଘର ତିଆରି କଲା ନିଜର ସ୍ୱପ୍ନର ମହଲ । ଦରମା ମୋଟା ମିଳୁଥିବାରୁ ସ୍ୱପ୍ନ ମହଲ ବହୁତ କମ ଦିନରେ ତିଆରି ହୋଇ ଗଲା । ଦେଖିଲା ଭଳି ଘର ଓ ଆକର୍ଷଣୀୟ ମଧ୍ୟ । 

     ଏବେ ରାମ ଗୋଛାୟତ ଘର ସାମନାରେ ଲୋକ ଗହଳି । ବାବୁଙ୍କୁ ଦେଖା କରିବା ପାଇଁ ସରପଞ୍ଚ ଠାରୁ ମନ୍ତ୍ରୀ ରୁଣ୍ଡ ହେଉଥାନ୍ତି । ଆଜି ଛୁଟି ଦିନ ଅଛି । ବବୁଲୁ ଆସିଛି କୌଣସି ଏକ ସରକାରୀ କାମରେ ମହେଶ ପାଖକୁ । ମହେଶ, ବବୁଲୁକୁ ଦେଖି ପାଛୋଟି ନେଲା । ଆଉ କହିଲା ମୋ ବବୁଲୁ ପ୍ରଥମ ଥର ପାଇଁ ଆସିଛି ମୋ ଘରକୁ । ସେତେବେଳେ ଆସେ ନାହିଁ କାରଣ ମୋ ଘର ଥିଲା ଝୁପୁଡି ନଡ଼ା ବାଉଁଶର ଓ ଛୋଟ ଜାତି ବୋଲି ତା ବାପା ମାଆ ବାରଣ କରନ୍ତି । ବବୁଲୁ କୁ ଠାକୁର ଭଳି ନେଇ ବସେଇ ଦେଲା ନିଜ ସୋଫା ଉପରେ । ଥଣ୍ଡା ପାନିୟ ଆଣି ପିଇବାକୁ ଦେଲା ଆଉ କହିଲା ବବୁଲୁ ମୋ ଘର ପାଣି ପୁଇବୁ ନା ଏବେ ମଧ୍ୟ ତୋ ବାପା ମାଆ କିଛି କହିବେ ?

ବବୁଲୁ, "ମୁଁ ଯଦି ସେଇଦିନ ଜାତି ପ୍ରଥା ଧରି ତୋତେ ଛାଡ଼ି ଦେଇ ଥାନ୍ତି ଆଜି ତୁ ମେହେନ୍ତର ହୋଇ ରହିଥାନ୍ତୁ ଓ ମୁଁ ବି ମାଳା ଗଡେଇ ଥାନ୍ତି । ତୋ ହାତର ପାଣି ପିଇବା ପାଇଁତ ମୁଁ ତୋତେ ଫୋନ ନ କରି ତୋ ପାଖକୁ ଆସିଛି ।"

ମହେଶ," ହଉ ଖାଲି ପୁଇବୁ ନା କିଛି ଖାଇବୁ । "

ବବୁଲୁ," ଖାଇବା ପାଇଁ ଓ ତୋ ଘର ବୁଲି ଦେଖିବା ପାଇଁ ତ ମୁଁ ତୋ ପାଖକୁ ଆସିଛି ।"

ମହେଶ," ତୋ ଜାତି ଚାଲିଯିବ, ତୋ ପଇତା ମାରା ହେଇଯିବ ।"

  ବବୁଲୁ ବହୁତ ଦୁଃଖ ପ୍ରକାଶ କରି କହିଲା ମହେଶ ତୁ ଏମିତି ଜାତି ଜାତି କହି ଶର୍ମିନ୍ଦା କର ନା ରେ, ମୁଁ କଣ ଏତେ ହୀନ ସବୁବେଳେ ଆଉ ସବୁକଥାରେ ମୋତେ ଏମିତି କହୁଥିବୁ । ଦୁହେଁ କୁଣ୍ଢା କୁଣ୍ଢି ହୋଇ ଭୋଜନ କରିଥିଲେ ।

    ଆଜି ପୁଣି ଥରେ ବବୁଲୁ ଡକେଇଛି ମହେଶକୁ ତା ଘରକୁ । ମହେଶ ଯିବା ପାଇଁ ରାଜି ହୋଇ ଯାଇଛି । ସେଇ ଜେଜେ ଅଛନ୍ତି, ସେଇ ଜେଜେମା ଅଛନ୍ତି ମଧ୍ୟ ହେଲେ ମହେଶ ଯେତେବେଳେ ନିଜ କାର ନେଇ ବବୁଲୁ ଘରେ ପହଞ୍ଚି ଗଲା । ଦରୱାନ ଗେଟ ଖୋଲି ଦେଲା । ଗାଡି ଥୋଇ ଯେତେବେଳେ ବବୁଲୁ ଯାଇ ଜେଜେ ଓ ଜେଜେମାଙ୍କ ପାଦ ଧୂଳି ନେଲା ସମସ୍ତେ ମହେଶର ବହୁତ ଆଦର କରିଥିଲେ । ଜାତି ପ୍ରଥା ବନ୍ଧୁତ୍ୱରେ ନ ଥାଏ ନିଜ ବୁଝାମଣାରେ ଥାଏ ।



Rate this content
Log in

Similar oriya story from Inspirational