STORYMIRROR

Sunanda Mohanty

Tragedy Crime Thriller

3  

Sunanda Mohanty

Tragedy Crime Thriller

ବନ୍ଧୁକ ମୁନରେ ଜୀବନ

ବନ୍ଧୁକ ମୁନରେ ଜୀବନ

2 mins
151


,

ଚିଲିକା ଓ ସମୁଦ୍ରର ମିଳନ ସ୍ଥଳ ମୁହାଣ କୁ ତଣ୍ଡା ବୋଲି କୁହାଯାଏ ସେ ଅଞ୍ଚଳରେ, ଆଉ ଡ଼ଙ୍ଗା ନେଇ ଯାଇ ତଣ୍ଡାରେ ଫିସ୍ଟ କରି ବୁଲାବୁଲି କରି ଫେରିବା ବେଳେ ରାଜହଂସ ଦେଖିବା ପ୍ରସ୍ତାବ ସେଦିନ ମଞ୍ଜୁରୀ ପ୍ରାପ୍ତ ହେଲାପରେ କିଏ କୋଉ ଯୋଗାଡ଼ ରେ ରହିବା ଭିତରେ ମୋ ମନ ଉଡୁଥିଲା ରାଜହଂସ ଦେଖିବାକୁ l

   ନିର୍ଦ୍ଦିଷ୍ଟ ଦିନ ଦଙ୍ଗା ଦୁଇଟିରେ ଚାରି ପରିବାର ର ସଦସ୍ୟ ମାନେ ତଣ୍ଡାରେ ଅବତରଣ କରି ବାଲି ପାହାଡ଼ ଟପି ଝାଉଁବଣ ଭିତରେ ରୋଷେଇ ସରଞ୍ଜାମ ସହ ଆୟୋଜନ ରେ କେତେଜଣ ବ୍ୟସ୍ତ ଥିଲା ବେଳେ ଅନ୍ୟ ମାନେ ନିର୍ଜ୍ଜନ ସମୁଦ୍ର ବେଳା ରେ କିଏ ଶାମୁକା ଗୋଟାଉଥିଲା ତ କିଏ ନିଜ ନାମ ଲେଖି ଢେଉରେ ଧୋଇଯିବା ପୁର୍ବରୁ ଫୋଟ ଉଠାଇ ରଖୁଥିଲା ତ କିଏ ଗାଧେଇବାର ମଜ୍ଜା ଭିତରେ ମୁଁ କିନ୍ତୁ ଖୋଜୁଥିଲି ରାଜହଂସ, ଆଉ ବେଳା ତଟେ ତ ଟେ ଯାଇ ପହଂଚିଗଲି ଗୋଟିଏ ଡାକବଙ୍ଗଳାରେ, ତ ଭିତରେ କେହି ବି ନଥିଲେ, ଆଉ ଭିତରେ କିଏ ଥାଇପାରେ ଭାବି ଆଗକୁ ଯିବାରେ ଚମକି ପଡିଲି, ଜଣେ ଲୋକr ପାଟି ହାତ ଗୋଡ଼ ବନ୍ଧା ହୋଇ ପଡିବା ଦୃଶ୍ୟ ମତେ ବିଚଳିତ କଲା ତ ମୁଁ ଅବିଳମ୍ବେ ତାକୁ ଖୋଲିବାକୁ ଯାଉଛି ପଛରୁ ଶୁଭିଲା, "ହାଣ୍ଡସ ଅପ ", ବୁଲିପଡ଼ି ଦେଖେ ବନ୍ଧୁକଧାରୀ ଜଣେ, ମୋ ଆଡକୁ ଉଦ୍ୟତ ହେଉଛି, କିଛି ଭାବିବା ପୂର୍ବରୁ ଆଖି ମୁଜି ହେଇଆସୁଥିଲା l

   ନିଜକୁ ଆବିଷ୍କାର କଲି ଆମ ଡଙ୍ଗାରେ ଆଉ ବନ୍ଧା ହୋଇ ପଡିଥାଏ ସେ ଗୋଟେ କଣରେ, ମତେ ଆମ ଲୋକମାନେ ଉଦ୍ଧାର କରି ଏହି ବନ୍ଧୁକଧାରୀ କୁ କାବୁ କରିଛନ୍ତି ସତ ହେଲେ ତାର ପରିଚୟ ନଜାଣି ତାକୁ ପୋଲିସ କୁ ହସ୍ତାନ୍ତର କରିବା ପୁର୍ବରୁ ମୁଁ ଖାଇବା ସହ ତାକୁ ମଧ୍ୟ ଆଗ ଖାଦ୍ୟ ଦିଆଯାଉ କହିଥିଲି ତ ସେ ଭୋ ଭୋ କାନ୍ଦି ସବୁ କହିଥିଲା, ଆପଗାନିସ୍ଥାନ ରୁ ପଳାଇଆସି ତଣ୍ଡା ରେ ଚୌକିଦାର କୁ ବାନ୍ଧି ସେ ରାଜହଂସ ରେ ଆତ୍ମଗୋପନ କରି ରହିବାର କାହାଣୀ ଯେତିକି ରୋମାଞ୍ଚକର, ତା ଠାରୁ ଅଧିକ ରୋମାଞ୍ଚ ମୋ ପାଇଁ ଥିଲା ଡ଼ାକବଙ୍ଗଳା ର ନାମ ରାଜହଂସ ଶୁଣି, ତା ପରେ ସେ ଲୋକ କୁ ଥାନାରେ ଦିଆଯିବ କି ତାର ଥଇଥାନ କରାଯିବ, ତାହା ଭାବିବାର କଥା ଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy