STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ବନ୍ଧୁକ ମୁନରେ ଜୀବନ

ବନ୍ଧୁକ ମୁନରେ ଜୀବନ

1 min
409

ବହୁତ ଦିନ ତଳର କଥା । ହରି ଓ ତାର ବନ୍ଧୁ ଅମିତ ଦୁହେଁ ମାଧବ ପୁର ଗାଁ ର ପିଲା।ଗୋଟେ ମନ ହୋଇ ରୁହନ୍ତି। ସୁଖ ଓ

ଦୁଃଖରେ କେହି କାହାକୁ ଛାଡ଼ନ୍ତି ନାହିଁ।ସବୁ ବେଳେ ସାଥିହୋଇ ଖେଳନ୍ତି ଓ ବୁଲନ୍ତି।

ହେଲେ ଗୋଟେ ଦିନ ଦୁହେଁ ବସ ରେ 

ସୁ ଦୂର ଫୁଲବାଣୀ କୁ ଯିବାକୁ ବାହାରିଲେ।

ବହୁତ ଖୁସି ରେ ସବୁ କାମ ସାରି ବୁଲି ବାକୁ ଯାଉଛନ୍ତି। ଶୀତ ଦିନ ତେଣୁ ତରବର ହୋଇ ଯାଉଥାନ୍ତି। ଶୀତ ବସ୍ତ୍ର ଧରି ବଡ଼ ଆନନ୍ଦ ରେ ବାହାରିଲେ। ଗାଡି ଠିକ ସମୟରେ ଆସିଲା।

ସବୁ ଯାତ୍ରୀ ଖୁସି ରେ ବସିଛନ୍ତି।ଗୀତ ବି ବାଜୁଛି।

କଳିଙ୍ଗ ଘାଟି ନିକଟ ରେ ଗାଡି ହଠାତ ଖରାପ ହୋଇ ଗଲା।

ସବୁ ଲୋକ ରାତିରେ ବିଶ୍ରାମ ନେଉ ଥାନ୍ତି। କିଛି ସମୟ ଭଲ ରେ ବିତି ଗଲା। ରାତି ପ୍ରାୟ ଦୁଇ ଟା ହେବ। ଦୁଇ ଜଣ କଳା ମୁଖା ଧାରି ଗାଡି କୁ ଆସି ବନ୍ଧୁକ ଦେଖାଇଲେ।କହିଲେ ଯାହା ଅଛି ଦିଅ ନ ହେଲେ ତୁମ ଜୀବନ ନେଇ ଯିବୁ ।ଯାତ୍ରୀ ମାନେ ସବୁ ଦେଇ ଦେଲେ।ହରି ଓ ଅମିତ ବି ସବୁ ଭୟ ଭିତ ହୋଇ କି ଦେଲେ।କିନ୍ତୁ ଏକ ବୁଢ଼ୀ ମା ତାଙ୍କ ସୁନା ଚେନ୍ କୁ ଲୋଭ ରେ ଦେଲେ ନାହିଁ।ବନ୍ଧୁକ ଧାରି ଧମକ ଦେଲା କିନ୍ତୁ ବୁଢ଼ୀ ମା କିଛି ଦେଲେ ନାହିଁ।ଶେଷରେ ନାସ୍ତିକ ବନ୍ଧୁକ ଧାରି ଗୁଳି ଫୁଟାଇ ଦେଲା ଓ ବୁଢ଼ୀ ମା ଙ୍କ ଜୀବନ ଚାଲି ଗଲା।ସେମାନେ ସବୁ ନେଇ ଚାଲି ଗଲେ।ପରେ ପୁଲିସ ସେମାନଙ୍କ ଠାରୁ ସବୁ ପାଇଲେ,ଗରଫ୍ କଲେ ଦୁଇ ବନ୍ଧୁକ ଧାରି କୁ। ହେଲେ ସୁନା ଲୋଭ ରେ ବନ୍ଧୁକ ଧାରି ହାତରେ ଜୀବନ ଚାଲି ଗଲା।ବୁଢ଼ୀ ମା ଙ୍କରଏମିତି ବି ମୃତୁ ଆସେ।ଏମିତି ଲୋକ ବି ଦୁନିଆ ରେ ଥାନ୍ତି। ଅନ୍ୟକୁ ଧମକେଇ ସବୁ ଲୁଟି ନିଅନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics