STORYMIRROR

Henarani Senapati

Inspirational Others

3  

Henarani Senapati

Inspirational Others

ବନ୍ଧୁ

ବନ୍ଧୁ

13 mins
345


ସିନ୍ଧୁରାଫାଟି ଆସୁଛି , ହେମନ୍ତର ଆଗମନରେ ରାସ୍ତା କଡ଼ରେ ଥିବା ଦୁବଘାସ ଉପରେ ଶିଶିର ପଡି ସେ ମୋତି ବିନ୍ଦୁ ପରି ଆଖିକି ଆକର୍ଷିତ କରୁଛି । ସୂର୍ଯ୍ୟ ଦେବ କଅଁଳ କିରଣ ନ ଢାଳି ଗୋଟିଏ ବଡ କମଳା ଲେମ୍ବୁ ପରି ନାଲି ଆଉ କମଳାରଙ୍ଗ ବୋଲି ହେଲା ପରି ଦିଶୁଛନ୍ତି । ସତରେ ବହୁତ ସୁନ୍ଦର ଲାଗେ ଶୁଭେନ୍ଦୁ ଙ୍କୁ ଏଇ ସମୟର ଦୃଶ୍ୟ ।


ଝର୍କା ବାହାରେ କାଉ ଟା ବସି କା,କା ବୋବାଉଛି । କାଉ ବୋବାଇଲେକୁଣିଆ ଆସନ୍ତି।ଚାଉଳ ଦୁଇ ମୁଠା ଥୋଇଦେଲେ ନେଇ ଶୁଭେନ୍ଦୁ ।କାଉ ଖାଇ ଉଡିଯିବ ଭାବିଲେ ।ପିଲାବେଳେ ଜେଜେ ମା କହୁଥିଲେ " କାଉକୁ ଚାଉଳ ଦୁଇ ମୁଠା ଦୁଇ ହାତରେ ନେଇ ଦେଇ କହିବ ଗୋଟିଏରେ ବନ୍ଧୁ ଆସିବେ ଆଉ ଗୋଟିଏରେ ଆସିବେନି , କାଉ ଜଦି ବନ୍ଧୁ ଆସିବା ହାତର ଚାଉଳ ଖାଇବ ତେବେ ବନ୍ଧୁ ନିଶ୍ଚୟ ଆସିବେ । ଚାଉଳ ଦୁଇ ମୁଠା ଥୋଇଦେଲା ପରେ ଶୁଭେନ୍ଦୁ ଗ୍ରିଲ ବାଟ ଦେଇ ଅତି କୌତୁହଳ ସହ ଅନାଇଥିଲେ । କାଉ କୋଉଟା ଖାଉଛି ।

ଶୋଭା ପଛପଟୁ ଆସି କହିଲେ " କଣ ଆଉ କିଏ ଅଛନ୍ତି ତୁମର ବନ୍ଧୁ ଆସିବେ ଚାହିଁଚ ? ପିଲା ମାନେତ ସବୁ ଆସିଥିଲେ ଏବେ କାଳି ପୂଜା ଶାରୀ ଯେଝା ଚାକିରି କି ଯିଏ ଗଲେ ! ଆଉ କିଏ ଆସିବେ ମ

ପିଲାଙ୍କ ପରି ଚାଉଳ ଦେଇ ଚାହିଁ ବସିଛନ୍ତି !! ଶୁଭେନ୍ଦୁ ହସି ହସି କହିଲେ ହେଇ ଦେଖ ଦେଖ , ଯୋଉଟାକୁଣିଆ ଆସିବେ ସେଇଟା କାଉ ଖାଇଲା ମ,,,,।

ମୁହଁକୁ ଫୁଲେଇ ଶୋଭା କହିଲେ " ହଁ ତମେ ଆଉ କଣ ଯାଣିଛକି , ଯେବେ ଠାରୁ ଅବସର ନେଲଣି ଖାଲି ସବୁ ବନ୍ଧୁ ମାନଙ୍କୁ ଡାକି ଖୁସିରେ ଖାଇବା , ଗପିବା ତୁମର ଅଭ୍ୟାସ ହେଲାଣି । କାହାକୁ ନ ପାଇଲେ ଏ ସୋସାଇଟି ଭିତରୁ ପ୍ରାତଃ ଭ୍ରମଣରେ ଯାଉଥିବା ସାଙ୍ଗ ମାନଙ୍କ ଭିତରୁ କାହାକୁ ଜଣଙ୍କୁ ଧରିଆଣି ଗପ ପସରା ଖୋଲି ଦବ , ଆଉ ମତେ ଖାଲି ଚା ପରେ ଚା ଆଉ ପାଣି ବରାଦ କରିବ " । କେବେ ବୁଝିଚ ମତେ ବି ଆସି ପଞ୍ଚାବନ ବର୍ଷ ହେଲାଣି, ମୁଁ କେତେ ସେବା ତମର ଆଉ ତୁମ ସାଙ୍ଗଙ୍କର କରିବି । ଆଜି କହିଦେଉଛି କାଉକୁ ଚାଉଳ ଦେଲ ଜଦି କୋଉ ବନ୍ଧୁ ଆସିଲେ ତେବେ ମୁଁ କିଛି ଖାଇବା ବନାଇ ଦେଇ ପାରିବିନି ।

ଶୁଭେନ୍ଦୁ ହସି ହସି କହିଲେ ଆରେ " କାଉକୁ ଖାଇବା ଦେଲେକୁଣିଆ ଆସନ୍ତିନି , କାଉ ଆସି ତୁମ ଘର ଅଗଣାରେ ବୋବାଇଲେକୁଣିଆ ଆସନ୍ତି " ହୁଣ୍ଡୀ ।

ଆଉ ଏ କଥାର ଅର୍ଥ ତୁମେ କେବେ ବୁଝିବ ! ଯାଅ ଯାଅ ଚା ବସାଅ " କହି ଶୁଭେନ୍ଦୁ ସେମିତି ଝର୍କା ପାଖରେ ଥିବା ଚେୟାର ଉପରେ ବସି ବାହାରର ଦୃଶ୍ୟ ଦେଖିବାକୁ ଲାଗିଲେ ।

ଆରେ ଆରେ ଇଏ ତ ମୋ ସ୍କୁଲ ବନ୍ଧୁ ମାଧ ! ଫୁଲ ନାଁଟି କ,ଣ କି ,,,,ହଁ ହଁ ମାଧବାନନ୍ଦ ପତି ।

ଏତେ ସକାଳୁକୁଆଡେ ଆସୁଛି ମ ! ହେ ଶୋଭା ତୁମକୁ ଶୁଭୁଚି,,,,ମୋ ମାଧ ଆସୁଛି । ଆଉ କପ୍ ଟେ ଚା ବସାଅ ମ ,,,, ପ୍ଲୀଜ ,,,ମନ ଉଣା କରନି । ମୁଁ ପିଲା ବେଳେ ତାଙ୍କ ଘରେ ସବୁବେଳେ ଖାଉଥିଲି ଆଉ ତା ବାପା ଭଲ ଅଙ୍କ ଆମକୁ ପଢାଉ ଥିଲେ । ବିନା ଶୁଲ୍କରେ । ମାଧ ବାପା ମାନେ ମଉସା ଶିକ୍ଷକ ଥିଲେ । ଯାଣିଛ ତୁମ ସ୍ବାମୀ ଆଜି ଏତେ ବଡ ଅଫିସର ହେଇ ଏତେ ସମ୍ପତ୍ତି , ଘର, ଗାଡି, ସବୁ ତାଙ୍କରି ପାଇଁ କରିଛି ମ । ଏଇ ଥର ଆମ ସ୍କୁଲ ବନ୍ଧୁ ମିଳନରେ ମୋ ଆଡ୍ରେସ ଦେଇ କହିଥିଲି ଟିକିଏ ଆସିବା ପାଇଁ । ହଉ ହଉ ତୁମେ ଚା କର ,,,ମୁଁ ମୋ ପିଲା ଦିନର ବନ୍ଧୁକୁ ଆଣି କି ଆସେ କହି ଶୁଭେନ୍ଦୁ ବାହାରକୁ ଚାଲି ଗଲେ । ଶୋଭା ଭାବୁଥିଲେ ଶୁଭେନ୍ଦୁ ଜଦି ଏମିତି ବନ୍ଧୁ ପ୍ରିୟ ହେବେ ସେ କଣ କରିବେ !!

ଶୁଭେନ୍ଦୁ ହସି ହସି ଦୌଡ଼ି ଦୌଡ଼ି ଗଲେ ବାହାର ଦରଜା ପାଖକୁ । ଏ କଣ ? ? ମାଧ ମୁହଁ ଶୁଖିଲା କାହିଁକି ? ସେତ ମତେ ଦେଖି ନ ହସିରହି ପାରେନାହିଁ ! ଆଜି କାହିଁକି ମାଧ ଅଲଗା ଲାଗୁଛି !!

ମାଧ ଶୁଭେନ୍ଦୁକୁ ଦେଖି ଶୁଖିଲା ହସ ଟିକିଏ ତା ମୁହଁରେ ଖେଳେଇ ଦେଇ ପାଖକୁ ଆସି କହିଲା "ଆଜି ତୋ କଥା ବହୁତ ମନେ ପଡିଲା ।କଣ କରିବିରହି ପାରିଲି ନାହିଁ ।ସକାଳୁ ସକାଳୁ ତତେ ହଇରାଣ କରିବାକୁ ଆସିଗଲି । ଆଜି ଏଇଠି ବସି କିଛି ତତେ କହିବି ଆସିଛି । ତୋର ଶୁଣିବାକୁ ସମୟ ଅଛି ତ ?

ମାଧର ଏପରି ବ୍ୟବହାରରେ ଶୁଭେନ୍ଦୁ ଆଶ୍ଚର୍ଯ୍ୟ ହେଲେ ଆଉ କହିଲେ "ଆରେ ତୁ ଏତେ ପରିବର୍ତ୍ତନ କେବେ ହେଲୁ ? ଆସିଲୁ ଏତେ ବାଟରୁ ,,,ରାତିରୁ ଆସିଛୁ ନିଶ୍ଚୟ,,,,କିନ୍ତୁ ମୋ ଗଳାରେ ଟିକିଏ ଲାଗିଯା ବନ୍ଧୁ " କହି ଶୁଭେନ୍ଦୁ ମାଧକୁ ତାଙ୍କ ଛାତି ଉପରକୁ ଭିଡି ଆଣିଲେ । ମାଧ ଆଖିରୁ ଅନର୍ଗଳ ଅଶ୍ରୁର ବନ୍ୟା ବୋହି ଚାଲିଛି ଆଉ କହୁଛି ମତେ କ୍ଷମା କର ବନ୍ଧୁ ମୁଁ ବହୁତ ବଡ ଭୁଲ କରିଛି ତୋ ପାଖରେ ।ଗୋଟିଏ ମସ୍ତ ବଡ ଭୁଲ୍ କରି ମୁଁ ଆଜି ଅନୁତପ୍ତ । ଶୁଭେନ୍ଦୁ ଜୋରେ ମାଧକୁ ଭିଡିଧରି କହିଲେ ମୁଁ ସବୁ ଭୁଲି ଯାଇଛି ବନ୍ଧୁ ।

ଚାଲ ଘରକୁ । କହି ଭିଡିନେଲେ ଘରକୁ ।ମାଧ ବଡ ବ୍ୟାଗ ଭର୍ତ୍ତି କରି କଣ ସବୁ ଗାଁରୁ ଆଣି ଥିଲା । ଘର ଭିତରକୁ ଯିବା ସମୟରେ ଶୋଭାଙ୍କୁ ଗୋଟିଏ ନମସ୍କାର ପକାଇ ଯିବା ସମୟରେ ଶୁଭେନ୍ଦୁ ସେ ବ୍ୟାଗ ଟି ଶୋଭା ହାତକୁ ବଢାଇ କହିଲେ ଯାହା ଅଛି ବାହାର କରିଦିଅ ଆଉ ଆମ ଚା ଆଣିକି ଆସ ।

ଦୁଇ ବନ୍ଧୁରୁମରେ ପାଖାପାଖି ଦୁଇ ଟି ଚେୟାର ଉପରେ ବସିଲେ ।ଶୋଭା ଚା ଦେଇ ଫେରୁଥିବା ସମୟରେ ଶୁଭେନ୍ଦୁ କହିଲେ କଣ ଭଲ ଆଇଟମ୍ ଆଜି କରିବ ଦୁଇ ଚାରି ଠା କରିବ, ମାଧ ଆଉ ମୁଁ ସାଙ୍ଗ ହେଇ ଖାଇବୁ । ମାଧ କହିଲା ଭାଉଜ ମୋ ପାଇଁ ଆଉ କିଛି ଟିଫିନ କରିବେନି ।ମୁଁ କିଛି ଖାଇ ବିନି , ଶିଘ୍ର ଘରକୁ ଫେରିଯିବି । ଶୋଭା ଛୋଟ ହସରେଖା ଟିଏ ଟାଣି ଦେଇ କହିଲେ " ସକାଳୁ ଆମ ଘରୁ ନ ଖାଇ ଫେରିଲେ ଆମକୁ ଦୋଷ ଲାଗିବ "।

କହି ଆଉ କାହାରି କଥା ନ ଶୁଣି ଫେରି ଆସି ବନ୍ଧୁ ଙ୍କ ବ୍ୟାଗ ଟି ଖାଲିକଲେ । ବହୁତ ଜିନିଷ ଆଣି ଛନ୍ତି , ହାତୀଘୋଜିଆ ମାଟି ଆଳୁ , ଦେଶୀ ବନ୍ତଳ କଦଳୀ , ଶାରୁ, ଓଉ , ବହେ କାନ୍ଧିଆ ଲେମ୍ବୁ, ,ଆତ, ନଡିଆ, ଏମିତି ବହୁତ ଜିନିଷ ଆଣି ଛନ୍ତି,,,,ଯାହା, ଯାହା ସବୁ ଶୁଭେନ୍ଦୁ ଭଲ ପାନ୍ତି । ହଁ ଏଇ ଟିଫିନରେ କଣ ଅଛି କହି ଖୋଲି ଦେଲେ ।ଥିଲା ଦହି ଛେନା ।ଆଉ ବ୍ୟାଗ ଭିତରେ ଗୋଟିଏ ଜରି ପ୍ୟାକେଟ୍ ବି ଥିଲା ।ତା ଭିତରେ ଗୋଟିଏ ନାଲିରଙ୍ଗର ସୁନ୍ଦରୀଆ ବନାରସୀ ଶାଢି ତା ଭିତରେ ଗୋଟିଏକୁନି ଲଫାପାରେ ଅତି ଜତ୍ନର ସହ ଜରି ଆବୃତ ହେଇ କଣ ଗୋଟିଏ ଅଛି । ଅତି କୌତୁହଳ ସହ ଶୋଭା ଖୋଲି ଦେଲେ,,,,,ଦେଖିଲେ ଗୋଟିଏ ଚିଠି ଅତି ସୁନ୍ଦର ସୁନ୍ଦର ଅକ୍ଷର ମାଳା,,,,,କଣ କରିବେ ସେ ? କେବଳ ଶୁଭ ପାଇଁ ଲେଖା ଅଛି ।

ଶୋଭା ଙ୍କ ମନରେ ସଂଦେହ ବଢିଲା,,,,ସେ ଚିଠିଟି ଖୋଲି ପଢିବାକୁ ଲାଗିଲେ,,,,,,,

ପ୍ରିୟ ଶୁଭ ,

ମୋର ମଥାନତ ପ୍ରଣାମ ନେବ । ତୁମ ଭାଗ୍ୟବତୀ ସ୍ତ୍ରୀ ଙ୍କୁ ମୋର ସାଦର ନମସ୍କାର ।

ପିଲା ମାନଙ୍କୁ ମୋର ସ୍ନେହ ପୂର୍ଣ୍ଣ ଆଶୀର୍ବାଦ ।

ଶୁଭ ଯାଣିବ ଦିଘ୍ର ତିରିଶି ବର୍ଷ ପରେ ଆଜି ସାହାସ କରି ମୁଁ ମୋ ଆଖିର ଲୁହରେ ତୁମ ପାଖକୁ ଚିଠି ଲେଖୁଛି । ତୁମେ ଏକା ପଢିବ । ଆଉ କାହାରି ଙ୍କୁ ଦେଖାଇବ ନାହିଁ ବୋଲି ମୋର ବିଶ୍ୱାସ । ଶୁଭ !! ମୁଁ ତୁମଙ୍କୁ ଯେଉଁ ଧୋକା ଦେଇ ସାର୍ ଙ୍କ ପୁଅ ,ବହୁତ ସୁନ୍ଦର ଆଉ ଜ୍ଞାନୀ ଭାବି ମାଧ ଙ୍କୁ ବିବାହ କଲି,,,,ତାର ଉପଯୁକ୍ତ ଦଣ୍ଡ ମତେ ଭଗବାନ ଦେଲେ ।ପିଲା ବୋଲି ଗୋଟିଏ ପୁଅ ଆଉ ଗୋଟିଏ ଝିଅ ।ପୁଅ ତ ଭଲ ପଢିଲା ନାହିଁ । ଚାକିରି କରି ପାରିଲା ନାହିଁ । ଛୋଟିଆ ଗୋସରି ଦୋକାନ ଟିଏ କରିଛି । ଆଉ ଗୋଟିଏ ଝିଅ,,,,ବହୁତ କଷ୍ଟରେ ବିବାହ ଦେଲୁ ଆମ ଠାରୁ ଭଲଘରେ,,,,କିନ୍ତୁ ଭାଗ୍ୟ ବିଡମ୍ବନା,,,ଝିଅ ଶାଶୁ ଘର ଲୋକେ ପଚାଶ ହଜାର ଡିମାଣ୍ଡ କରିଥିଲେ ,,,,ଆମେ ପରେ ଦେବୁବୋଲି କହି ଥିଲୁ,,,ହେଲେ ଦବାକୁ ଡେରି ହେବାରୁ ସେମାନେ ମୋ ଝିଅକୁ ମାରିଦେଲେ !! ସେ ଦୁଃଖ ସାଙ୍ଗରେ ଏବେ ତୁମ ସାଙ୍ଗ ମାଧଙ୍କର କିଡିନ୍ ରେ ବଡ ବଡ ପଥର ଜମିଛି । ବହୁତ କଷ୍ଟ ପାଉଛନ୍ତି ,,,,

ଡକ୍ଟର କହିଲେ ଦଶ ଲକ୍ଷ ଟଙ୍କାର ବନ୍ଦୋବସ୍ତ କର ଅପରେସନ ଯେତେ ଶିଘ୍ର କରିବା ତାଙ୍କୁ ସେତେ ଶିଘ୍ର କଷ୍ଟରୁ ମୁକ୍ତି ମିଳିବ ।


ଦୁଃଖ ଉପରେ ଦୁଃଖ !! କଣ କରିବି । ତାଙ୍କୁ ଅପରେସନ କରାଇ ନୂତନ ଜୀବନ ଦବା ସମ୍ଭବ ନୁହେଁ ।ବହୁତ ଗୁଡାଏ ଟଙ୍କା କୋଉଠୁ ଆଣିବୁ ସେଇ ଚିନ୍ତାରେ ମୁଁ ପ୍ରତି ମୁହୁର୍ତ୍ତରେ ତୁମ ସାଙ୍ଗ ଙ୍କୁ ହରାଇବାର ଦୁଃଖ ପାଉଛି ।କୋଉ ସମୟରେ ଆଖି ବନ୍ଦ କରି ଦେବେ । ସେ ଆଉ କିଛି ଖାଇ ପାରୁ ନାହାନ୍ତି ।ଖାଲି ଅଳ୍ପ ଟିକିଏ ପତଳା ଫଳରସ ପିଉଛନ୍ତି ଆଉ ଶିଝା ଅମୃତ ଭଣ୍ଡା ଖାଉଛନ୍ତି ।


ତୁମେ ମତେ ବହୁତ ଭଲ ପାଉଥିଲ । ଖାଦ୍ୟ, ବିଦ୍ୟା ସବୁ ଦାନ ଦେଇଛ , ଗୋଟିଏ ଦିନ ମୁଁ ସ୍କୁଲ ନ ଆସିଲେ ତୁମେ ଆମ ଘରକୁ ଆସି ମତେ ଦେଖିବା ପରେ ତୁମ ଘରକୁ ଯାଉଥିଲ । ମତେ ବାରମ୍ବାର କହୁଥିଲ "ଶୁଣ ଭାଗ୍ୟ ଶ୍ରୀ ,,,,ମୁଁ ତୁମକୁ ଆଉ ତୁମ ନାଁକୁ ବହୁତ ଭଲପାଏ ।ତୁମେ ମୋ ଜୀବନରେ ଆସିଲେ ତୁମ ନାଁ ପାଇଁ ମୋ ଭାଗ୍ୟ ବଦଳି ଯିବ "। କିନ୍ତୁ ତୁମେ ବାହାରକୁ ଚାକିରି ପାଇ ଚାଲି ଗଲ । ଆଉ ତୁମ ସାଙ୍ଗରେ ମୋର ଯୋଗାଯୋଗ ହେଇ ପାରିଲାନି । ମୁଁ ତୁମଙ୍କୁ ଛାଡି ମାଧ ପ୍ରତି ଆକୃଷ୍ଟ ହେଇ ବିବାହ କରିନେଲି । ମୋ ବିଭାଘର ହବାର ଠିକ୍ ଦୁଇ ଦିନ ପରେ ତୁମେ ଆସିଲ ଆଉ ଶୁଣିଲ ମୁଁ ଆଉ ତୁମର ନାହିଁ ।ବିଶ୍ୱାସ କରି ପାରିଲନି । ତୁମ ସାଙ୍ଗ ଘର ଭାବି ମୋ ଶାଶୁ ଘରକୁ ଆସିଲ ଆଉ ମତେ ଟିକିଏ ଖାଲି ଦେଖିବ ବୋଲି କହୁଥିଲ । ମୁଁ ମନା କରିଦେଲି ମାଧଙ୍କୁ ତୁମଙ୍କୁ ଦେଖା କରିବାକୁ । ମାଧ ତୁମଙ୍କୁ କହିଲେ ଯେ ଭାଗ୍ୟ ଶୋଇ ଯାଇଛି । ତୁମେ କାନ୍ଦରୋକି ଲୁହ ଛୁପାଇ ଆଖି ନାଲି କରି ଗୋଟିଏ ଭଲ ବନାରସୀ ଶାଢି ମାଧ ହାତକୁ ଦେଲ ଆଉ କହିଲ "ଏଇଟା ମୁଁ ଭାଗ୍ୟ ପାଇଁ ଆଣିଥିଲି ।ଦେଇଦେବୁ "। ବାସ୍ ସେତିକି ! ତୁମ ଆଖିରେ ଅଶ୍ରୁର ବନ୍ୟା ଛୁଟାଇ ତୁମେ କଟକ ଫେରିଗଲ । ତୁମ ଅନ୍ତରର କଥା ଅନ୍ତରରେ ଲିନ ହେଲା । ଆଉ କେବେ ଗାଁକୁ ଆସି ନଥିଲ ।ତୁମେ ମୋ ଅପେକ୍ଷା ତୁମ ସାଙ୍ଗ ଉପରେ ବହୁତ ମନ ଖରାପ କରିଥିଲ ।କିନ୍ତୁ ଯାଣିଛ ଶୁଭ ମାଧ ମତେ ପଚାରିଲା ପରେ ବିବାହର ହାତ ବଢାଇ ଥିଲେ ।ମୁଁ ତୁମ ସାଙ୍ଗରେ ବହୁତ ମିଳାମିଶା କରେ ତୁମକୁ ଭଲ ପାଏନି ତ ? ?


ମୁଁ ସିଧାସଳଖ ମନା କରିଥିଲି ।ଯାହା ଭୁଲ ସବୁ ମୋର ଥିଲା । ତୁମ ସାଙ୍ଗ ବହୁତ ମନ ଖରାପ କରିକୁହନ୍ତି ତୁମେ କିପରି ତାଙ୍କୁ ଭୁଲି ଗଲ ? ? ମୁଁ କିନ୍ତୁ କେବେ ଆମ ଭଲ ପାଇବା କଥା ତାଙ୍କୁ କହି ନଥିଲି । ଆଜି ସେସ ଅବସ୍ଥାରେ ସେ ମୃତ୍ୟୁର ପାଖାପାଖି ହେଲାପରେ ବି ତୁମକୁ ବହୁତ ମନେ ପକାଇ କାନ୍ଦୁଛନ୍ତି । କହୁଛନ୍ତି "ମୁଁ କିଛି ଅପରାଧ ବୋଧେ ଅଜାଣତରେ କରିଛି ମୋ ପିଲା ଦିନର ବନ୍ଧୁ ଶୁଭ ପାଖରେ "। ମୁଁ ସହି ପାରିଲି ନାହିଁ ଶୁଭ । ସବୁ କଥା କହିଦେଲି । ସେ ଶୁଣିଲା ପରେ ମତେ ଖାଲି ଏଡେ ଏଡେ ଆଖିରେ ଚାହିଁଲେ ।କହିଲେ ତୁମ ଅପେକ୍ଷା ମୋର ଅଧିକ ଭୁଲ । ତୁମକୁ ବିଭାହବା ପୂର୍ବରୁ ମୁଁ ଜଦି ଶୁଭ ସାଙ୍ଗରେ ଟିକିଏ କଥା ହେଇ ଥାନ୍ତି ତେବେ ଏପରି ଭୁଲ୍ ହେଇ ନ ଥାନ୍ତା ।ଆଜି ଯାହା ସବୁ ଅସୁବିଧା ସବୁ ମୋ ବନ୍ଧୁତ୍ବର ବିଶ୍ୱାସ ଘାତକତା ପାଇଁ ।


"ହଉ ଯାଅ ଭାଗ୍ୟ ମୋ ସାଙ୍ଗ ପାଇଁ କିଛି ଗାଁ ପନିପରିବାରେଡି କରିଦିଅ ମୁଁ କାଲି ସକାଳେ ଯାଇ ମୋ ଶୁଭକୁ ଦେଖାକରି ଭୁଲମାଗି ମୋ ପାପର ଭାର କିଛି ମାତ୍ରାରେ କମାଇବି" । ସେ କାଲିରାତିରେ ଆଦୌ ଶୋଇ ନାହାନ୍ତି ।ଖାଲି ଏପଟ ସେପଟ ବୁଲୁଛନ୍ତି ।ମୁଁ ତୁମ ଭଲ ପାଇବା କିଛି ପରିବା ଦେଉଛି , ଅଭିମାନରେ ନ ଫୋପାଡି ଖାଇବ ମୁଁ ଟିକିଏ ଶାନ୍ତି ପାଇବି ।

ହଁ ଶୁଣ,,,ଶୁଭ ତୁମେ ପ୍ରଥମ ଚାକିରିର ଦରମା ଟଙ୍କାରେ ଯେଉଁ ବନାରସୀ ଶାଢି ଟି ଆଣି ଦେଇଥିଲ ସେ ଶାଢି ଟି ସେମିତି ଅମଳିନ ଅଛି ।ମୁଁ ଫେରେଇଲି ଭାବିବ ନାହିଁ ।ମୋ ଭାଗ୍ୟ ପୋଡା । ତେଣୁ ସେହି ସୌଭାଗ୍ଯ ବତୀ ନାରୀ ତୁମ ସ୍ତ୍ରୀ .....

ତାଙ୍କୁ ସେ ଶାଢି ପିନ୍ଧିବାକୁ ଦେଇ ମୋର ମନରେ ଟିକିଏ ଶାନ୍ତି ଦବ ବୋଲି ମୋର ଆଶା ।ସେ ଶାଢି ତୁମେ ମୋ ପାଇଁ ଆଣିଥିଲ ,ତୁମ ସ୍ତ୍ରୀ ହେବି ବୋଲି ।କିନ୍ତୁ ତୁମେ ଆସିଲା ବେଳକୁ ମୁଁ ଅନ୍ୟର ହେଇ ସାରିଦିଲି ।

ପ୍ଲିଜ ଶୁଭ !!

ମତେ କ୍ଷମା କରିଦବ ।

ଏ ଚିଠି ବିଷୟରେ ତୁମ ସାଙ୍ଗ କି ତୁମ ସ୍ତ୍ରୀ ଯେମିତି ନ ଯାଣନ୍ତି ।ଦୟାକରି ନିରବରହିବ ।ତୁମ ବନ୍ଧୁ ଙ୍କର ଦେହ ଖରାପ ବିଷୟରେ ସେ ନ କହିବା ତକ ତାଙ୍କୁ କିଛି ଜଣାଇବ ନାହିଁ ।

ରହୁଛି ।

ତୁମ ବନ୍ଧୁ ପତ୍ନୀ ଭାଗ୍ୟ ଶ୍ରୀ ।

ଚିଠିଟି ପଢି ବା ଭିତରେ ଶୋଭା ଆଖିରୁ ଧାର ଧାର ଲୁହ ବୋହି ଚିଠିଟି ଲେଖିବା ବାଲାର ଲୁହ ସାଙ୍ଗରେ ମିସିକି ଚିଠିଟି ଆହୁରି ଅଦୃଶ୍ୟ ହେଇଗଲା ।

ଶାଢ଼ୀ କାନିରେ ମୁହଁ,ଆଖି ପୋଛୁ ପୋଛୁ ଡ୍ରଇଁରୁମ୍ ଦେଇ ଆଖି ପହଁରାଇ ଆଣିଲେ ଦୁଇ ବନ୍ଧୁ ଙ୍କ ଉପରେ। ଦୀର୍ଘ ନିଶ୍ବାସଟିଏ ଛାତି ଭିତରୁ ବାହାରିଗଲା ହେ ଭଗବାନ ଏ ଦୁନିଆରେ ଏମିତି ଲୋକ ଅଛନ୍ତି !!


ମୁଁ ସବୁ ଯାଣିଥିଲି ।ପ୍ରଥମ ଦେଖାରେ ସେ ମତେ ସବୁ କହିଥିଲେ ।ଯେ ସେ ବହୁତ ଭଲ ପାଉଥିଲେ ଭାଗ୍ୟକୁ ।ସେ ଅଲଗା ବିଭା ହେଇଗଲା । ତେଣୁ ମୋର ବିଭାହବା ପାଇଁ ଆଉ ଇଛା ନାହିଁ । ଖାଲି ମା ଆଉ ବସେଇ ଦଉନି, କହୁଛି ବାପା କଂ ଦେହ ଖରାପ ।ସେ ତୋ ବିଭାଘର ଦେଖିବେ ଆଉ ବୋହୂ ହାତରୁ ଟିକିଏ ଖାଇ ପି ଶାନ୍ତିରେ ଶୋଇବେ । କଣ କରିବି ।ମା ତୁମକୁ ଠିକ୍ କଲେ ।ମୁଁ ମନା କରିବା ପରେ ବି ସେ ତୁମକୁ ଦେଖିବାକୁ ମତେ ପଠାଇଛନ୍ତି । ତୁମକୁ ଦେଖିବାକୁ ମୋର ଇଛା ନଥିଲା ।କିନ୍ତୁ ମୋ ବିଷୟରେ ତୁମଙ୍କୁ କହିବା ବହୁତ ଜରୁରୀ ଥିଲା । ଭାବି ଚିନ୍ତି ମୋ ମାଆ ଙ୍କୁ ହଁ କି ନା କହିବ । ମୁଁ ତୁମକୁ ଆପଣେଇବାକୁ ଟିକିଏ ସମୟ ଲାଗିବ । ବାସ୍ ସେତିକି ଶୁଭ କହିଥିଲେ ।ଅଳ୍ପଦିନ ଭିତରେ ବାହାଘର ହୋଇଥିଲା। କେବେ ସେ ଅବହେଳା କରି ନାହାନ୍ତି ।ସବୁ ସମୟରେ ମତେ ଗୋଟିଏ ସାଙ୍ଗ ପରି ସବୁ କଥା ସେକୁହନ୍ତି ।ମୁଁ ତାଙ୍କୁ କଣ କରିଛି !!

ଆଜି ବହୁତ କାନ୍ଦ ଲାଗୁଛି ଭାବିଲେ ,,,,,,,,।

ଅଫିସ୍ ରୁ ଆସିବା ଡେରି ହେଲେ ,,,,ତୁମେ ଭାଗ୍ୟ ପାଖକୁ ଯାଇଥିଲ !!

ଡିୟୁଟିରେ ବାହାରକୁ ଗଲେ ,,,,ତୁମେ ଭାଗ୍ୟ ପାଖକୁ ଯାଇଥିଲ !!

କିଛି ଭାବିଲେ ଏକୁଟିଆ ,,,,ତୁମେ ଭାଗ୍ୟ କଥା ଭାବୁଛ !!

ଖାଇବା କମ ଖାଇ ଲେ,,,, ତୁମେ ଭାଗ୍ୟ ଘରୁ ଖାଇ କି ଆସିଛ !!

କିଛି ଜିନିଷ କିଣିଆଣିଲେ ,,,, ତୁମେ ଭାଗ୍ୟ ପାଇଁ ଜିନିଷ କିଣିବାକୁ ଯାଇଥିଲ,,,,ଆମ ପାଇଁ କିଛି ନେଇ ଆସିଲ !!

ସତରେ ସବୁ କଥାରେ ମୁଁ ତାଙ୍କୁ ଶୁଣାଇ ଶୁଣାଇ ଆସିଛି ।କେବେ ସେ ଚିଡନ୍ତିନି । ଖାଲି ହସି ଦିଅନ୍ତି, ଆଉକୁହନ୍ତି ମୁଁ ତ ଦୋଷ କରିଛି, ଯାହା କହୁଛକୁହ ।

ସବୁ କଥା କହିବାର ଗୋଟିଏ ସିମା ଥାଏ । ବିନା ଦୋଷରେ ସେ କିପରି ସହିଯାନ୍ତି ?

ସତରେ ସେ ବହୁତ ଭଲ ।


ଶୋଭା ତର ତର ହେଇ ଚିଠି ଟି ଶାଢି ଭିତରେ ଯେମିତି ଥିଲା ସେମିତିରଖିଦେଇ କିଛି ନ ଯାଣିବା ପରି ଆଖିର ଲୁହ ପୋଛି ପୋଛିରୋଷେଇ ଘରକୁ ଚାଲିଗଲେ ।

ଶୁଭେନ୍ଦୁ ମାଧ ସାଙ୍ଗରେ କଥା ହେଉ ହେଉ କହିଲେ " ଆରେ ମାଧ ତୁ ମୋର ପିଲା ଦିନର ବନ୍ଧୁ ।ତୁ ଆଜି ଆସି କି ଆମ ଜୀବନରାସ୍ତାର ପ୍ରତିବଦ୍ଧ ତା ଦୂର କରିଦେଲୁ । ଏଥର ମୁଁ ଯିବି ତୁମ ଘରକୁ ଆଉ ତୁ ଆସିବୁ ଏଠି କି ।ଜମା ଆଗ କଥା ଆଉ ମନେ ପକାଇ ଆଉ ଆମେ ଦୁଃଖ ପାଇବା ନାହିଁ ।ଆରେ ଆମର ବୟସ ହେଲାଣି ମ ଆଉ କେହି ଖରାପ ଭାବିବେ ନାହିଁ କଥା ହେଲେ ତୋ ସ୍ତ୍ରୀ ଭାଗ୍ୟ ସାଙ୍ଗରେ ।


ଖାଇ ପି ମାଧ ଘରକୁ ବାହାରିଲା । କିନ୍ତୁ ନିଜ ଦେହ ବିଷୟରେ କିଛି କହିଲା ନାହିଁ । ସେହି ସମୟରେ ଶୋଭାର ଭାଇ ଶ୍ରୀକାନ୍ତ ଆସୁଥିଲେ ।ଗେଟ୍ ପାଖରେ ଭେଟାଭେଟି ହେଇଗଲେ । ଶୁଭେନ୍ଦୁଙ୍କୁ କହିଲେ "ଭାଇ ପ୍ରଣାମ ଏ କିଏ ନୂଆ ଭାଇନା ଜଣେ ?

ହଉ ହେ ନୂଆ ଭାଇନା ତୁମକୁ ବି ନମସ୍କାର" ।

ମାଧ ମୁହଁକୁ ଚାହିଁ ଶ୍ରୀକାନ୍ତ କହିଲେ ମୋ ଗାଡିରେ ବସ। ଶୁଭ କହିଲେ କାହିଁକି ? ତାଙ୍କ ପାଖରେ ମୋର ଭଲକାମ ଅଛି ।ତୁମକୁ ପରେ କହିବି । ନାନୀ ନାନୀ ହେଇ ଘର ଭିତରକୁ ପଳାଇଲେ । ଏପଟେ ମାଧ କିଛି ବୁଝି ନ ପାରି କହିଲେ କି କାମ ମୋ ପାଖରେ ?

ମୁଁ ଯାଉଛି ଡେରି ହେଲାଣି । ଶୁଭେନ୍ଦୁ କହିଲେ ଆରେ ଭାଇ ଇଏ ହେଲା ତୋ ଭାଉଜଙ୍କର ଭାଇ ।ସର୍ଜିକାଲ ଡକ୍ଟର ।ଏଇ ପାଖରେ ତା ନଂର୍ସି ହୋମ ।ରହ ତୁ ବହୁତ ଝଡି ଯାଇଛୁ ସେ ଟିକିଏ ଦେଖି ଦେଲେ ତୁ କାଲି ଯିବୁ । ତା ହସ୍ପିଟାଲରେ ସବୁ ପ୍ରକାର ଡକ୍ଟର ଅଛନ୍ତି ।


ଏ କଥା ଶୁଣି ମାଧ କହିଲା ନା ନା ମୋର କିଛି ହେଇନି ।ତତେ ଭାବି ଭାବି ମୁଁ ଏମିତି ।ଏବେ ତୁ କ୍ଷମା କରି ଦେଇଛୁ ସେଥିପାଇଁ ମୁଁ ସପୂର୍ଣ୍ଣ ସୁସ୍ଥ ହେଇଯିବି । ଠିକ୍ ଏଇ ସମୟରେ ଶୋଭା ଆଉ ଶ୍ରୀକାନ୍ତ ଘର ଭିତରୁ ବାହାରି ଆସିଲେ।ଆଉ ଶୋଭା କହିଲେ" ଭାଇ ଆପଣ ଟିକିଏ ଦେହ ଦେଖାଇ ଚାଲି ଯିବେ ।କଥା ମାନନ୍ତୁ ।ମୋ ଭାଇ କିଛି କରିବନି ମ । ଡରିମରି ମାଧ ଶ୍ରୀକାନ୍ତ ଗାଡିରେ ବସି ଯିବା ବେଳେ ଶୁଖିଲା ମୁହଁରେ ଜୁଳୁଜୁଳୁ କରି ପଛକୁ ଅନାଇ ଅନାଇ ଗଲା ।


ହେଇ ଶୁଣୁଛ ? ଶୁଭେନ୍ଦୁ ଶୋଭାକୁ ଡାକୁଥିଲେ । ଶୋଭା ଶୁଖିଲା ମୁହଁରେ ଆସି କହିଲେ "କଣ ହେଲା ?

ଶୁଭେନ୍ଦୁ " ମୁଁ ଦେଖୁଛି ମାଧ ଆସିବା ପରଠାରୁ ତୁମେ ଆଉ ମତେ କିଛି ଚିଡାଉନ ଯେ ? କଣ ହେଇଛି ତୁମର ?

ପୁରା ନିସ୍ତବ୍ଧ ହେଇ ଯାଇଛ ।ଆରେ ଆଜିକୁ ପନ୍ଦର ଦିନ ହେଲା ମାଧ ଆସିଥିଲା । ମୋର ଫୋନ୍ ନମ୍ବର ନେଲା ।ଗୋଟିଏ ଫୋନ୍ ଆସୁନି କି ତୁମ ଭାଇ ସାବ ଦେଖା ନାହାନ୍ତି ? ତୁମେ ପୁରା ବଦଳି ଯାଇଛ ।ଆରେ ମତେ କିଛି ଭଲ ଲାଗୁନି । ତୁମେ କଣ ଭାଗ୍ୟର ସ୍ବାମୀ ମାଧକୁ ଦେଖି ଖରାପ ଭାବିଲି କି ? ଆରେ ମୁଁ ଖାଲି କହିଲି ମ ଯିବିନି । ତୁମେ କାହିଁକି ମନ ଉଣା କରୁଛ ।

ଯେତେବେଳେ ତାଙ୍କ ଘରକୁ ଯିବି ତୁମ ସାଙ୍ଗରେ ଯିବି ତୁମେ ମନା କଲେ ମୁଁ ଯମା ଯିବିନି ।ହେ ଶୋଭା ତୁମେ ହସ ଆଉ ମତେରାଗିକି କିଛିକୁହ ।ଭଲ ଲାଗୁନାହିଁ ।ତୁମେ ନରାଗିଲେ ।


ଠିକ୍ ଏଇ ସମୟରେ ଫୋନ୍ ବାଜି ଉଠିଲା ।ସେପଟେ ଭାଗ୍ୟ ଶ୍ରୀ ଲେଖା ହେଇଛି ।ଆରେ ଶୋଭା ସତ କହୁଚି ମୁଁ ଭାଗ୍ୟ ନମ୍ବରରଖିନାହି । ତୁମେ ମତେ ଖରାପ ଭାବିବ ନାହିଁ । ମୋ ଉପରେ ଭରସାରଖ ।

ଭରସା ଆଶ୍ୱସନାର ଏକ ନିର୍ଭର ପ୍ରତିଶ୍ରୁତି। ଶୋଭା ଶୁଭକୁ ହଲାଇ ଦେଲେ ଆଉ କହିଲେ ଫୋନ୍ ଉଠେଇ ଶୁଣ ସେ କଣ କହୁଛନ୍ତି ।


ଫୋନ୍ରିସିଭ୍ କଲେ ସେପଟୁ ଭାଗ୍ୟ ଜୋରେ କାନ୍ଦି କାନ୍ଦିରହୁଛି " ହେ ମୋର ପ୍ରିୟ ଦେବତା ବନ୍ଧୁ ଋପରେ ଆସି ମୋ ସଂଖା ସିନ୍ଦୁର ସବୁ ବଞ୍ଚାଇ ଦେଲ ।

ସେ ତ କିଛିକୁହନ୍ତି ନାହିଁ ।ସେଥିପାଇଁ ମୁଁ ତୁମ ପାଖକୁ ଚିଠି ଲେଖିଥିଲି ଟିକିଏ ଭଲଭାବରେ ଦୁଇ ସାଙ୍ଗ କଥା ହବ ଆଉ ମତେ କ୍ଷମା କରିଦବ ବୋଲି ।କିନ୍ତୁ ତୁମେତ ଦଶ ଲକ୍ଷ ଟଙ୍କା ଦେଇ ତାଙ୍କୁ ଅପରେସନ କରି ଆଜି ନିରୋଗି କରି ଦେଇଛ । ମୁଁ ଆଶା ଛାଡି ଦେଇ ଥିଲି ।କିନ୍ତୁ ତୁମେତ ତାଙ୍କୁ ନୂଆ ଜୀବନ ଦେଲ !!


ଏପଟୁ ଶୁଭ କାନ୍ଦି କାନ୍ଦି କହିଲେ ତୁମେ କଣ କହୁଛ ଭାଗ୍ୟ !! ମୋ ବନ୍ଧୁର କଣ ହେଇଛି ?

ଏଇ ସମୟରେ ଫୋନ୍ ଶୁଭ ହାତରୁ ଶୋଭା ନେଇ କହିଲେ ଆରେ ଭଉଣୀ ତାଙ୍କୁ କିଛି ଭଲଭାବରେ ଶୁଭୁ ନାହିଁ ।ନେଟ୍ୱାର୍କ ପ୍ରୋବ୍ଲେମ୍ ଅଛି । ସେପଟୁ ମାଧ ଫୋନ୍ ଧରି କହିଲେ କୋଟି କୋଟି ପ୍ରଣାମ ଭାଉଜ ।ଆପଣମାନେ ମୋ ଜୀବନ ବଞ୍ଚାଇ ଦେଲେ । ମୁଁ ସେହି ଦିନ ଠାରୁ ତୁମ ଭାଇଙ୍କ ହସ୍ପିଟାଲରେ ଅଛି ଆଉ ଭଲ ଅଛି । ଆଜି ତୁମେ ମାନେ ବନ୍ଧୁତ୍ବର ଠିକ୍ ମହାତ୍ମ ଦେଇଛ । ମୋ ବନ୍ଧୁ ସାଙ୍ଗରେ ଆଉ କିଛି ଦିନରହିବାର ଗପିବାର ସୁଯୋଗ ଦେଇ ଥିବାରୁ ମୁଁ ଚିର ଋଣି । ମୋ ଶୁଭକୁ କହିଦେବ ମୁଁ ଡିସ୍ଚାର୍ଜ ହେଲେ ଆଗେ ତାକୁ ଦେଖା କରିବି ।

ଏତେ କଥା ଭିତରେ ଶୋଭା ହାତରୁ ଚିଠିଟି ନେଇ ଶୁଭେନ୍ଦୁ ପଢି ଆଖିରେ ଆଖିଏ ଲୁହ ଭରି ଶ୍ବେତପଦ୍ମା ପରି ସୁନ୍ଦର ଶୋଭା ମୁହଁକୁ ଚାହିଁ ଥିଲେ ।


ଫୋନ୍ ରଖିବା ମାତ୍ରେ ଶୋଭା,,,, ଶୁଭେନ୍ଦୁ ଭିଡି ଆଣିଲେ ଶୋଭାକୁ ତାଙ୍କ ବିଶାଳ ବକ୍ଷ ଉପରକୁ ।

ସ୍ନେହ,ମମତାକୁ ହାତରେ ଛୁଇଁହୁଏ ନାହିଁ , କେବଳ ଅନୁଭବ କରିହୁଏ , ଆବେଗ,କୋହକୁ ଆଖିରେ ଦେଖିହୁଏନି ,ତାକୁ ଅନୁଭଵ କରିହୁଏ । ସେଇ ମୁହୂର୍ତ୍ତରେ ଶୋଭାର ଆଖି ବାମ୍ଫେଇ ଲୁହର ବନ୍ୟା ସୃଷ୍ଟି ହେଲା । ଶୁଭଙ୍କର ଛାତି ଭିଜିଗଲା । ଶୋଭା କାନ୍ଦି କାନ୍ଦି କହୁଥାନ୍ତି ସତରେ ମୁଁ ତୁମ ପରି ଦେବତାଙ୍କ ମନରେ ଦୁଃଖ ଦେଇ ଯେଉଁ ଭୁଲ୍ କରିଥିଲି ଆଜି ସବୁ ସତ୍ୟ ଜାଣିବା ପରେ ନିଜକୁ କ୍ଷମା କରି ପାରୁନି ।


ଆରେ ହେ ଶୋଭା,,,,ମୁଁ ଆଜି ତୁମକୁ ପ୍ରଥମ ଥର ପାଇଁ ଯେମିତି ଛାତି କି ଆଉଜାଇ ଆଣିଛି ।ସତରେ ବହୁତ ଶାନ୍ତି ଲାଗୁଛି ।ତୁମେ ଛାଡନି ମତେ ଏମିତି ସବୁଦିନ ମୋ ଛାତି ଉପରେ ଶୋଇ ଥାଅ ।" ହେ ଛାଡମ ପାଗଳ ପ୍ରେମିକ ମୋର ।ଷାଠିଏ ବର୍ଷରେ ପୁଣି ନୂତନ ପ୍ରେମ ସ୍ପର୍ଶ !! ଚାଲ ତୁମ ବନ୍ଧୁ ଙ୍କୁ ଦେଖି ଆସିବା । ହଁ ଚାଲ ତୁମ ଭାଇ ସାବ ଙ୍କର ଟଙ୍କା ବି ନେଇ କି ଯିବା ।ନା ମୁଁ ମୋ ସାଇତିରଖିଥିବା ଟଙ୍କା ତାକୁ ଦେଇ ଦେଇଛି ।

ଶୁଭ ସକାଳୁ ଦେଖିନ୍ତି ଆଜିକାଲି ଶୋଭା ଚାଉଳ ଦୁଇ ମୁଠା ନେଇ କାଉ ବୋବାଉଥିବା ବାହାର ବାଲକୋନିରେ ଢାଳି ଦିଅନ୍ତି,,,, କା କା କା ଶବ୍ଦରେ

ବାଲକୋନି ପାଖରେ ବସି କାଉ ଖୁଣ୍ଟି, ଖୁଣ୍ଟି ଚାଉଳ ଖାଏ । କା,କା ହୋଇ ବୋବାଏ ,,,ଖୁସିରେ ଭରିଯାଏ ଶୁଭେନ୍ଦୁ ଙ୍କ ମନ।ମୋ ବନ୍ଧୁ ଆସିବ !! ସତରେ କଣ କାଉ ବୋବାଇଲେ କିଏ ବନ୍ଧୁ ଆସନ୍ତି ? ?

      


Rate this content
Log in

Similar oriya story from Inspirational