Soumya Shubhadarshinee

Drama Tragedy

3  

Soumya Shubhadarshinee

Drama Tragedy

ବ୍ଲାକ ବକ୍ସ

ବ୍ଲାକ ବକ୍ସ

4 mins
7.8K


ସୁନ୍ଦରୀ ସ୍ତ୍ରୀ ହଜିଗଲେ କେମିତି ଲାଗେ ??

ହଜିଯିବ ମାନେ !!

ଅରୁଣ ସମସ୍ତଙ୍କୁ ବଖାଣୁଛନ୍ତି କେମିତି ମିଳିଲା ତାଙ୍କର ହଜିଲା ସ୍ତ୍ରୀ।

ହଳଦୀ ଶାଢ଼ୀ ଓ ଲାଲ ବିନ୍ଦି କରୁଛି ରୀନାକୁ ସୁନ୍ଦରୀ । ଲାଜ ଲାଜ ରୂପରେ ସ୍ନିଗ୍ଧ ଶିତଳତା । ସତରେ ହଜି ଯାଇଥିଲା ସେ !!

କେତେ ଜଣ ଥିଲେ କହିଲୁ , ବଡ଼ ବଡ଼ ଆଖିରେ ଶାଶୁଙ୍କ ପ୍ରଶ୍ନ । ରୀନାର ନୀରିହ ଉତ୍ତର କେବଳ ଗୋଟେ ଲୋକ । ସାନ ନଣନ୍ଦ ସୋନି ବି ସେମିତି ବ୍ୟସ୍ତ ସ୍ୱରରେ ବୁଝୁଥାଏ ରୀନାର ଅଭିସାର କଥା । କେମିତି ଗୋଟେ ଲୋକ ଏମିତି ଇଞ୍ଜିନିୟର ଭାଉଜଙ୍କ ଇଞ୍ଜିନ ବିଗାଡି ଦେଲା ଓଃ !!

ଅରୁଣ ହସି କି କହୁଛନ୍ତି " ତୋ ବୋହୁ ଯାଇଥିଲା ମୁର୍ଖ ଅଭିସାରରେ , ବୁଝିଲୁ ବୋଉ" ହେଲେ ମୋ ବେଳା ଖରାପ ,ଲୋକଟା ଛାଡିଦେଲା ତୋ ବୋହୁକୁ । ନେଇକି ପଳେଇ ଥାନ୍ତା ଭଲା ମୁକ୍ତି ମିଳିଯାଇଥାନ୍ତା ....

ରୀନା କହିଲା , " ବୋଉ ସେଇଟା ଟଙ୍କା ଚୋର , ମଣିଷ ଚୋର ନୁହେଁ ପା , ନହେଲେ କି ଆଉ ଫେରି ପାରିଥାନ୍ତି ।"

ଘରେ ଗହଳି ପୁରା , କଲୋନୀ ସାରା ସବୁ ଏକାଠି । ଦେଖିବାକୁ ରୀନାକୁ ।

ଅରୁଣ ବଡ଼ ଭାଗ୍ୟବାନ , ନହେଲେ ଏମିତି ସ୍ତ୍ରୀ ହଜି କି ପୁଣି ମିଳିଯିବ । ମୁସ୍କିଲ ହଁ !!

ରୀନାକୁ ମିସେସ୍ ନନ୍ଦଙ୍କ ପୁରା ପୋଲିସ ଢଙ୍ଗରେ ପ୍ରଶ୍ନ" ତମେ କେମିତି ବୋକା ହେଇଗଲ , ଏମିତି ଫେକ କଲ୍ ରେ ?? ଏତେ ମୂର୍ଖ ତ ଗୋଟେ ଇଞ୍ଜିନିୟର ନୁହେଁ କେବେ !!!

ରୀନା କହିଲା ଅପା , "ତାଙ୍କ ଫୋନ୍ କଲ୍ ସ୍ୱରରେ ଆକ୍ସିଡେଣ୍ଟର ପ୍ରବଳ ଯନ୍ତ୍ରଣା , ସତ ମୁଣ୍ଡ ମୋର କାମ କଲାନି ।"

ରୁବି ଅପାର ବି ସଙ୍ଗୀନ ପ୍ରଶ୍ନ " ହେଲେ ସବୁ ଗହଣା ନେଇକି କିଆଁ ଗଲୁ" ?

ରୀନା କଣ ଆଉ କହିବ , ଦୁର୍ଭାଗ୍ୟ ବୁଝିଲ ଅପା , ଗହଣା ସବୁ ସେଇ ବ୍ୟାଗରେ ରାତିରୁ ରଖିଥିଲା ସିଏ ସକାଳେ ଲକରରେ ରଖିବ ବୋଲି । ତରବରରେ ସେଇ ବ୍ୟାଗ ଧରି ପଳେଇ ଗଲା । ନେଇଗଲା ଲୋକଟା ପୁରା ବ୍ୟାଗ ।

ଶାଶୁ କିନ୍ତୁ ମଞ୍ଜ କଥା କହିଲେ " ତୁ ଗାଡି ନେଇକି ଗଲୁନି କିଆଁ ?''

ବିନା ଗାଡିରେ ଛକ ଯାଏଁ ଯିବା ଝିଅ ସେ ନୁହେଁ । ଗାଡି ନୁହେଁ ତ ଡେଣା । ବସିକି ଉଡିବ ସବୁବେଳେ । ସ୍ୱାଧୀନ କରିଛି ଗାଡି ତାକୁ।

ରୀନା କାନ୍ଦୁରା ମୁହଁରେ କହିଲା ଚଲେଇ କି ଯିବାର ସାହସ ହେଲାନି , ଯାଇଥିଲେ ନିଜେ ଆକ୍ସିଡେଣ୍ଟ କରିଥାନ୍ତା ପକ୍କା । ଆଉ ବି ଅରୁଣକୁ କାରରେ ନେଇ ହସ୍ପିଟାଲ ଯିବାର ବି ତ ଥିଲା ସେଥିପାଇଁ କାରଟା ନେଇଥିଲା ।

ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧିକି ବସିଛି ରୀନା । ଗୋଟେ ଫେକ କଲ୍ ରେ ବ୍ୟସ୍ତ ହେଇ ସନ୍ଧ୍ୟାରେ ଘରୁ ଯାଇ ଅସମାଜିକ ଲୋକଟା ହାବୁଡ଼ରେ ପଡିଥିଲା । ଭଗବାନଙ୍କ ଦୟାରୁ ଲୋକଟା କେବଳ ଟଙ୍କା ସୁନା ନେଇ ପଳେଇଲା । ଜୀଵନଟା ରହିଯାଇଛି ତାର ।

ଫୋନ୍ , ବ୍ୟାଗ , ଗହଣା ସବୁ ନେଇକି ଲୋକଟା ଫେରାର । ମୁଖ୍ୟ ରାସ୍ତା କଡ଼କୁ ପଡିଥିଲା ଲୋକଟା । ସେ ରାସ୍ତାରୁ ଗଡ଼ିକି ଯାଇ ଦେଖିଲା ବେଳକୁ ଅରୁଣ ନୁହେଁ , କିଏ ଗୋଟେ !!

ଆଉ ଆଖି ପିଛୁଳାକେ ଲୋକଟା ଧକ୍କା ଦେଇ ବ୍ୟାଗ ଆଉ ଫୋନ୍ ଛଡେଇ ଦଉଡି ପଳେଇଗଲା ।

ଧକ୍କା ଖାଇ ପଡ଼ିଗଲା ରୀନା ଆଉ ମୁଣ୍ଡ ମାଡ ହେଇଗଲା । ଭଗବାନଙ୍କ ଦୟାରୁ ସେ କାର ଡ୍ରାଇଭର ଆସିକି ତାକୁ ଖୋଜିଲା । ପଇସା ପାଇ ନଥିଲା ନା । ଆଉ ତାକୁ ଉଠେଇ କି ମେଡ଼ିକାଲ ଗଲା । ଏଣେ ଘରେ ସଭିଏଁ ଖୋଜୁଛନ୍ତି ତାକୁ । କିଛି ନଜଣେଇ କୁଆଡେ ଗଲା । ରାତିର ବଢୁଥିବା ବୟସ ମଣିଷ ମନରେ ଭୟର ଘର କରିଦିଏ । ସମୟ ଯେମିତି ଖରାପ । କିଛି ବି ଘଟିପାରେ । ଅରୁଣ ତ ପୋଲିସ ପାଖରେ ପହଂଚି ଯାଇଥିଲେ । ଫୋନ୍ ଲାଗୁନି କି କୌଣସି ଖବର ନାହିଁ ।

ବେହୋସ ରୀନା ହସ୍ପିଟାଲରେ ସୁସ୍ଥ ହେଇ ଅଧ ରାତିକୁ ଅରୁଣକୁ ଫୋନ୍ କରି ଡକେଇଲା । ଆଉ ଅରୁଣ ଯାଇ ନେଇକି ଆସିଲା ଘରକୁ । ଘରେ ସକାଳୁ ତାକୁ ନେଇ ହଜାରେ ପ୍ରଶ୍ନ ଆଉ ନାନାଦି କଳ୍ପନା । ଟିକେ ବୁଦ୍ଧି ଖର୍ଚ୍ଚ କରିବାକୁ ଉପଦେଶ । ଆଉ ଅରୁଣକୁ ଶୁଭେଚ୍ଛା । ସ୍ତ୍ରୀ ଫେରି ପାଇଛି ବୋଲି । ଛୋଟ କାଟିଆ ବନ୍ଧୁ ମିଳନ ପର୍ଵ ପରି ପରିବେଶ । ଅରୁଣ ବି ସମସ୍ତଙ୍କୁ ଖୁଏଇଲା ବିରିୟାନି ଆଉ କଚମ୍ବର ରେଷ୍ଟୁରାଣ୍ଟରୁ ମଗେଇ ।

ଶାଶୁ ତା ପାଇଁ ମାନସିକ କରିଥିଲେ , ଜଣେଇ ଦେଲେ ପୂଜା କରିବାକୁ । ତା ବୋଉ ଫୋନ୍ କରି ଭଲ ମନ୍ଦ ବୁଝିଲା । ବହେ କାନ୍ଦିଲେ ମା ଆଉ ଝିଅ ।

ସ୍ଵାଗତ ସଭା ସାରି ସବୁ ଫେରି ଗଲେ ନିଜ ନିଜ ପୃଥିବୀକୁ । ନିଜ ରୁମକୁ ଆସି ରୀନା ଦେଖିଲା ବ୍ଲାକବକ୍ସର ଲାଷ୍ଟ ମେସେଜ ........

ରଖିଛି ରାଜୀବ ଟେବୁଲ ଉପରେ ଵବ୍ଲୁର ଚିଠି ଆଉ ସାଥିରେ ଗୋଟେ ଗିଫ୍ଟ । ଗିଫ୍ଟ ପ୍ୟାକ ଭିତରେ ତାଙ୍କ ବାହାଘର କାର୍ଡ଼। ଵବ୍ଲୁର ଚିଠିଟା ସେ ତର ବରରେ କଉଠି ଗୋଟେ ଥୋଇ ଦେଇ ପଳେଇ ଥିଲା । ଚିଠି ଲେଖିବାକୁ ସେ ହିଁ କହିଥିଲା । କି ମସ୍ତ ବଡ଼ ଭୁଲ କଲା ସେ !

***********

ନିଜ ପୁରୁଣା ପ୍ରେମ ସହ ଫେରାର ହେଇଯିବାର ସବୁ ବନ୍ଦୋବସ୍ତ କରିକି ଯାଇଥିଲା ରୀନା । କିନ୍ତୁ ଠକି ଦେଲା ଵବ୍ଲୁ । ତାକୁ ଏୟାର ପୋର୍ଟରେ ବସେଇକି ପଳେଇଗଲା । ସୁନା ଗୁଡା ନେଇକି ପଳେଇଥିଲା ରୀନା ନିଜ ସାଥିରେ । ସେତକ ବି ନେଇଗଲା ପ୍ରେମ । ତା ପରେ ଆଉ କଣ !! ସବୁ ନାଟକ କରିବାକୁ ହେଲା ।

କିନ୍ତୁ ଅରୁଣ ସବୁ ଜାଣିଥିଲେ ଆଉ ତଥାପି ଏତେ ସୁନ୍ଦର ଅଭିନୟ କଲେ !! ଅଶ୍ଵର୍ଯ୍ୟ ହେଉଛି ରୀନା । ଏଇ ଲଷ୍ଟ ମେସେଜର କି ପ୍ରଭାବ ପଡିବ ଆଗାମୀ ଦିନ ଉପରେ । ରୀନା ରହିଗଲା ଗୋଟେ ବିରାଟ ପ୍ରଶ୍ନ ସାମ୍ନାରେ ........

ସୌମ୍ୟା


Rate this content
Log in

Similar oriya story from Drama