Soumya Shubhadarshinee

Drama

2  

Soumya Shubhadarshinee

Drama

ବ୍ଲାକ ବକ୍ସ

ବ୍ଲାକ ବକ୍ସ

4 mins
7K


ସୁନ୍ଦରୀ ସ୍ତ୍ରୀ ହଜିଗଲେ କେମିତି ଲାଗେ ????

ହଜିଯିବ ମାନେ!!!!

*******

ଅରୁଣ ସମସ୍ତଙ୍କୁ ବଖାଣୁ ଛନ୍ତି କେମିତି ମିଳିଲା ତାଙ୍କର ହଜିଲା ସ୍ତ୍ରୀ।

ହଳଦୀ ଶାଢ଼ୀ ଓ ଲାଲ ବିନ୍ଦି କରୁଛି ରୀନାକୁ ସୁନ୍ଦରୀ। ଲାଜ ଲାଜ ରୂପରେ ସ୍ନିଗ୍ଧ ଶିତଳତା। ସତରେ ହଜି ଯାଇଥିଲା ସେ!!

କେତେ ଜଣ ଥିଲେ କହିଲୁ , ବଡ଼ ବଡ଼ ଆଖିରେ ଶାଶୁଙ୍କ ପ୍ରଶ୍ନ। ରୀନାର ନୀରିହ ଉତ୍ତର କେବଳ ଗୋଟେ ଲୋକ ।ସାନ ନଣନ୍ଦ ସୋନି ବି ସେମିତି ବ୍ୟସ୍ତ ସ୍ୱରରେ ବୁଝୁଥାଏ ରୀନାର ଅଭିସାର କଥା । କେମିତି ଗୋଟେ ଲୋକ ଏମିତି ଇଞ୍ଜିନିୟର ଭାଉଜଙ୍କ ଇଞ୍ଜିନ ବିଗାଡି ଦେଲା ଓଃ !!

ଅରୁଣ ହସି କି କହୁଛନ୍ତି ,

" ତୋ ବୋହୂ ଯାଇଥିଲା ମୁର୍ଖ ଅଭିସାରରେ , ବୁଝିଲୁ ବୋଉ" ହେଲେ ମୋ ବେଳା ଖରାପ ,ଲୋକଟା ଛାଡିଦେଲା ତୋ ବୋହୂକୁ । ନେଇକି ପଳେଇ ଥାନ୍ତା ଭଲା ମୁକ୍ତି ମିଳିଯାଇଥାନ୍ତା ....

ରୀନା କହିଲା , " ବୋଉ ସେଇଟା ଟଙ୍କା ଚୋର , ମଣିଷ ଚୋର ନୁହେଁ ପା , ନହେଲେ କି ଆଉ ଫେରି ପାରିଥାନ୍ତି ।"

ଘରେ ଗହଳି ପୁରା , କଲୋନୀ ସାରା ସବୁ ଏକାଠି। ଦେଖିବାକୁ ରୀନାକୁ। ଅରୁଣ ବଡ଼ ଭାଗ୍ୟବାନ , ନହେଲେ ଏମିତି ସ୍ତ୍ରୀ ହଜି କି ପୁଣି ମିଳିଯିବ । ମୁସ୍କିଲ ହଁ !!

ରୀନାକୁ ମିସେସ୍ ନନ୍ଦଙ୍କ ପୁରା ପୋଲିସ ଢଙ୍ଗରେ ପ୍ରଶ୍ନ" ତମେ କେମିତି ବୋକା ହେଇଗଲ , ଏମିତି ଫେକ କଲ୍ ରେ ?? ଏତେ ମୂର୍ଖ ତ ଗୋଟେ ଇଞ୍ଜିନିୟର ନୁହେଁ କେବେ!!

ରୀନା କହିଲା ଅପା ,"ତାଙ୍କ ଫୋନ୍ କଲ୍ ସ୍ୱରରେ ଆକ୍ସିଡେଣ୍ଟର ପ୍ରବଳ ଯନ୍ତ୍ରଣା, ସତ ମୁଣ୍ଡ ମୋର କାମ କଲାନି।"

ରୁବି ଅପାର ବି ସଙ୍ଗୀନ ପ୍ରଶ୍ନ " ହେଲେ ସବୁ ଗହଣା ନେଇକି କିଆଁ ଗଲୁ" ?

ରୀନା କଣ ଆଉ କହିବ , ଦୁର୍ଭାଗ୍ୟ ବୁଝିଲ ଅପା , ଗହଣା ସବୁ ସେଇ ବ୍ୟାଗରେ ରାତିରୁ ରଖିଥିଲା ସିଏ ସକାଳେ ଲକରରେ ରଖିବ ବୋଲି। ତରବରରେ ସେଇ ବ୍ୟାଗ ଧରି ପଳେଇ ଗଲା। ନେଇଗଲା ଲୋକଟା ପୁରା ବ୍ୟାଗ ।

ଶାଶୁ କିନ୍ତୁ ମଞ୍ଜ କଥା କହିଲେ " ତୁ ଗାଡି ନେଇକି ଗଲୁନି କିଆଁ ?''

ବିନା ଗାଡିରେ ଛକ ଯାଏଁ ଯିବା ଝିଅ ସେ ନୁହେଁ। ଗାଡି ନୁହେଁ ତ ଡେଣା । ବସିକି ଉଡିବ ସବୁବେଳେ । ସ୍ୱାଧୀନ କରିଛି ଗାଡି ତାକୁ।

ରୀନା କାନ୍ଦୁରା ମୁହଁରେ କହିଲା ଚଲେଇ କି ଯିବାର ସାହସ ହେଲାନି , ଯାଇଥିଲେ ନିଜେ ଆକ୍ସିଡେଣ୍ଟ କରିଥାନ୍ତା ପକ୍କା। ଆଉ ବି ଅରୁଣକୁ କାରରେ ନେଇ ହସ୍ପିଟାଲ ଯିବାର ବି ତ ଥିଲା ସେଥିପାଇଁ କାରଟା ନେଇଥିଲା ।

ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧିକି ବସିଛି ରୀନା । ଗୋଟେ ଫେକ କଲ୍ ରେ ବ୍ୟସ୍ତ ହେଇ ସନ୍ଧ୍ୟାରେ ଘରୁ ଯାଇ ଅସମାଜିକ ଲୋକଟା ହାବୁଡ଼ରେ ପଡିଥିଲା । ଭଗବାନଙ୍କ ଦୟାରୁ ଲୋକଟା କେବଳ ଟଙ୍କା ସୁନା ନେଇ ପଳେଇଲା। ଜୀଵନଟା ରହିଯାଇଛି ତାର।

ଫୋନ୍ , ବ୍ୟାଗ , ଗହଣା ସବୁ ନେଇକି ଲୋକଟା ଫେରାର । ମୁଖ୍ୟ ରାସ୍ତା କଡ଼କୁ ପଡିଥିଲା ଲୋକଟା । ସେ ରାସ୍ତାରୁ ଗଡ଼ିକି ଯାଇ ଦେଖିଲା ବେଳକୁ ଅରୁଣ ନୁହେଁ , କିଏ ଗୋଟେ !!

ଆଉ ଆଖି ପିଛୁଳାକେ ଲୋକଟା ଧକ୍କା ଦେଇ ବ୍ୟାଗ ଆଉ ଫୋନ୍ ଛଡେଇ ଦଉଡି ପଳେଇଗଲା।

ଧକ୍କା ଖାଇ ପଡ଼ିଗଲା ରୀନା ଆଉ ମୁଣ୍ଡ ମାଡ ହେଇଗଲା। ଭଗବାନଙ୍କ ଦୟାରୁ ସେ କାର ଡ୍ରାଇଭର ଆସିକି ତାକୁ ଖୋଜିଲା । ପଇସା ପାଇ ନଥିଲା ନା। ଆଉ ତାକୁ ଉଠେଇ କି ମେଡ଼ିକାଲ ଗଲା।

ଏଣେ ଘରେ ସଭିଏଁ ଖୋଜୁଛନ୍ତି ତାକୁ । କିଛି ନଜଣେଇ କୁଆଡେ ଗଲା । ରାତିର ବଢୁଥିବା ବୟସ ମଣିଷ ମନରେ ଭୟର ଘର କରିଦିଏ । ସମୟ ଯେମିତି ଖରାପ । କିଛି ବି ଘଟିପାରେ। ଅରୁଣ ତ ପୋଲିସ ପାଖରେ ପହଂଚି ଯାଇଥିଲେ । ଫୋନ୍ ଲାଗୁନି କି କୌଣସି ଖବର ନାହିଁ ।

ବେହୋସ ରୀନା ହସ୍ପିଟାଲରେ ସୁସ୍ଥ ହେଇ ଅଧ ରାତିକୁ ଅରୁଣକୁ ଫୋନ୍ କରି ଡକେଇଲା । ଆଉ ଅରୁଣ ଯାଇ ନେଇକି ଆସିଲା ଘରକୁ।

ଘରେ ସକାଳୁ ତା'କୁ ନେଇ ହଜାରେ ପ୍ରଶ୍ନ ଆଉ ନାନାଦି କଳ୍ପନା । ଟିକେ ବୁଦ୍ଧି ଖର୍ଚ୍ଚ କରିବାକୁ ଉପଦେଶ । ଆଉ ଅରୁଣକୁ ଶୁଭେଚ୍ଛା । ସ୍ତ୍ରୀ ଫେରି ପାଇଛି ବୋଲି ।

ଛୋଟ କାଟିଆ ବନ୍ଧୁ ମିଳନ ପର୍ଵ ପରି ପରିବେଶ। ଅରୁଣ ବି ସମସ୍ତଙ୍କୁ ଖୁଏଇଲା ବିରିୟାନି ଆଉ କଚମ୍ବର ରେଷ୍ଟୁରାଣ୍ଟରୁ ମଗେଇ।

ଶାଶୁ ତା ପାଇଁ ମାନସିକ କରିଥିଲେ , ଜଣେଇ ଦେଲେ ପୂଜା କରିବାକୁ । ତା ବୋଉ ଫୋନ୍ କରି ଭଲ ମନ୍ଦ ବୁଝିଲା। ବହେ କାନ୍ଦିଲେ ମା ଆଉ ଝିଅ।

ସ୍ଵାଗତ ସଭା ସାରି ସବୁ ଫେରି ଗଲେ ନିଜ ନିଜ ପୃଥିବୀକୁ।

*********

ନିଜ ରୁମକୁ ଆସି ରୀନା ଦେଖିଲା ବ୍ଲାକବକ୍ସର ଲାଷ୍ଟ

ମେସେଜ ........

ରଖିଛି ରାଜୀବ ଟେବୁଲ ଉପରେ ଵବ୍ଲୁର ଚିଠି ଆଉ ସାଥିରେ ଗୋଟେ ଗିଫ୍ଟ । ଗିଫ୍ଟ ପ୍ୟାକ ଭିତରେ ତାଙ୍କ ବାହାଘର କାର୍ଡ଼। ଵବ୍ଲୁର ଚିଠିଟା ସେ ତର ବରରେ କଉଠି ଗୋଟେ ଥୋଇ ଦେଇ ପଳେଇ ଥିଲା। ଚିଠି ଲେଖିବାକୁ ସେହିଁ କହିଥିଲା । କି ମସ୍ତ ବଡ଼ ଭୁଲ କଲା ସେ !!!

***********

ନିଜ ପୁରୁଣା ପ୍ରେମ ସହ ଫେରାର ହେଇଯିବାର ସବୁ ବନ୍ଦୋବସ୍ତ କରିକି ଯାଇଥିଲା ରୀନା । କିନ୍ତୁ ଠକି ଦେଲା ଵବ୍ଲୁ । ତାକୁ ଏୟାର ପୋର୍ଟରେ ବସେଇକି ପଳେଇଗଲା। ସୁନା ଗୁଡା ନେଇକି ପଳେଇଥିଲା ରୀନା ନିଜ ସାଥିରେ । ସେତକ ବି ନେଇଗଲା ପ୍ରେମ। ତା ପରେ ଆଉ କଣ !! ସବୁ ନାଟକ କରିବାକୁ ହେଲା।

କିନ୍ତୁ ଅରୁଣ ସବୁ ଜାଣିଥିଲେ ଆଉ ତଥାପି ଏତେ ସୁନ୍ଦର ଅଭିନୟ କଲେ !!! ଅଶ୍ଵର୍ଯ୍ୟ ହେଉଛି ରୀନା।

ଏଇ ଲାଷ୍ଟ ମେସେଜର କି ପ୍ରଭାବ ପଡିବ ଆଗାମୀ ଦିନ ଉପରେ । ରୀନା ରହିଗଲା ଗୋଟେ ବିରାଟ ପ୍ରଶ୍ନ ସାମ୍ନାରେ ........

ସୌମ୍ୟା ଶୁଭଦର୍ଶିନୀ


Rate this content
Log in

Similar oriya story from Drama