STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ବିଷାକ୍ତ ସହର

ବିଷାକ୍ତ ସହର

2 mins
322

  ଅଳଙ୍କାର ଛିଣ୍ଡି ଯାଇଥିଲେ ଝିଅ ବୋହୁ ପକେଇ ଦେଇଯାନ୍ତି ମୋ ପାଖେ, ମୋ ନିଜର ବି କିଛି ଛୋଟ ମୋଟ ଗହଣା ଝାଳେଇବା ପାଇଁ ସେଦିନ ବଣିଆ ଦୋକାନରେ ବସିଥାଏ ମୁଁ, ବଣିଆ ନାରାୟଣବାବୁ ଜଣେ ଉତ୍ତମ ଚରିତ୍ରର ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ମଣିଷ, ହେଲେ କଣ କରାଯିବ, ମୋ କାମ କରିବା ଆରମ୍ଭ ହେବା ମାତ୍ରେ କିଏ କୁଆଡେ ଥାନ୍ତି, ଆସିଯିବେ ଗରାଖ, କାହାର ନାକଫୁଲ, କାହାର କାନ ଫୋଡେ଼ଇବା ପାଇଁ ଫାସିଆ କାହାର ପାଉଁଜି ତ କାହାର ଝୁଣ୍ଟିଆ,ସେମାନଙ୍କୁ ବିଦାକରି ହସିଦେଇ, ନାରାୟଣ ବାବୁ କୁହନ୍ତି, ଆପଣ ଯେତେବେଳେ ଆସନ୍ତି ଗୁରୁମା, ମୋ ଦୋକାନ ଗହଳି, କଣ କରିବା, କାମ ଡେରି ହେବ, କିଛି କଥା ନାହିଁ, ଡେରି ହେଉ, ମୁଁ ଅପେକ୍ଷା କରୁଛି କହି, ଚାହେଁ ବାହାରକୁ l

    ଆଗରେ ଜଳଖିଆ ଦୋକାନ ଟିଏ, କିଏ କେତେ ଗରାଖ ଖାଇଦେଇ ପତ୍ର ଫିଙ୍ଗି ଯାଉଛନ୍ତି, ବୁଲା କୁକୁରମାନେ ଚାହିଁଛନ୍ତି, କେବେ କିଏ ଟିକେ ଦେଲା ଅବା ନଦେଲା, ପତ୍ର ଶୁଙ୍ଘି ଭୋକ ର ଅରମାନ ମେଣ୍ଟାଉଛନ୍ତି ବିଚରା, ବାସି ରୁଟି ବିସ୍କୁଟ ତ କେବେ କେବେ ଆମିଷ ଆସୁଥିବା ବାରି ଦିନ, ବଳକା ଭାତ ଗୋଳେଇ ସେଇଥିପାଇଁ ଏହି ଜନ୍ତୁ ଗୁଡ଼ାଙ୍କ ଉଦେଶ୍ୟ ରେ ଥୋଇଦିଏ ଘରେ, ଯେ କେବେ ଖାଆନ୍ତି କେବେ ପରସ୍ପର ଭିତରେ ବାଡିଆବାଡ଼ି ହୋଇ ନଷ୍ଟ କରନ୍ତି, ବିଚରା ଜନ୍ତୁ ଗୁଡାକୁ ଦେଖିଲେ ଦୟା ଲାଗେ, କ୍ଲାସ ରେ ଉଦାହରଣ ଛଳରେ ପିଲାଙ୍କୁ ଖାଇବା ଜିନିଷ ନଷ୍ଟ ନକରି ଗୋଟେ ଭଲ ଜାଗା ଦେଖି କୁକୁରଙ୍କ ଖାଇବା ନିମନ୍ତେ ରଖିଦେବାକୁ କୁହେ, କଥା ଛଳରେ କୁକୁରଙ୍କ ପାଇଁ ଭଗବାନ ଖାଦ୍ୟ ରଖିନଥିବା କଥା କହି ମଧ୍ୟ ପିଲାଙ୍କୁ, ଅଯଥା କୁକୁର ମାନଙ୍କୁ ଶାରୀରିକ ପୀଡ଼ା ନଦେବାକୁ କହିଥାଏ, ଦେଖୁ ଦେଖୁ ଜଳଖିଆ ଦୋକାନୀ ଟା ଗରମ ପାଣି ଗୁଡା ଛତିଦେଲା କୁକୁରଟିଏ ଉପରେ, ଛି ଛି କି ଅବିଚାର, ପଶୁଟା କୁଉଁ କୁଉଁ ହୋଇ ଚାଲିଗଲା, ଦେଲେ ଦେବୁ ନଦେଲେ ନାହିଁ, ଆଘାତ କରିବା କଣ ଦରକାର ଥିଲା?? ଶୀତ ଦିନ ଘା ହେଲେ ବିଚରା ଜଂତୁଟା କି କଷ୍ଟ ପାଇବ, ପେଟ ଭୋକର ଦାଉ ସହ ଶରୀର ଯନ୍ତ୍ରଣା, ହେ ପ୍ରଭୁ, ଏ ମଣିଷ କୁ ସଦବୁଦ୍ଧି ଟିକେ ଦିଅ, ନାରାୟଣ ବାବୁ ବି ଦୋକାନୀ ଟିକୁ କହିବାକୁ ଭୁଲି ନଥିଲେ, କୁକୁର ଟି ଉପରେ ଗରମ ପାଣି ପକେଇ କୋଉ ପୂଣ୍ୟ ଅର୍ଜ୍ଜନ କଲ ଭାଇନା, ହେଲେ ସେ ଆହୁରି ଯୁକ୍ତି କରୁଥିଲା l

   ଠିକ ତା ଆରପାଖ ଦୋକାନ ବନ୍ଦ ଥିଲା ଆଉ, ବାରଣ୍ଡାରେ କୁଙ୍କୁରି କାଙ୍କୁରି ଅର୍ଥାତ ଶୀତରେ ଜାକି ଜୁକି ହୋଇ ପାଗଳ ଟିଏ ଶୋଇଥିଲା, ତ ଦୋକାନୀ ଆସି ପାଗଳ କୁ ଡାକି ଦେଇଥିଲେ କଣ ହୋଇନଥାନ୍ତା, ପଡୋଶୀ, ଜଳଖିଆ ଦୋକାନରୁ ପାଣି ବାଲଟିଏ ଆଣି ତା ଉପରେ ଏ ଶୀତ ରେ ଢଳିଦେବା କଣ ନିଶ୍ଚୟ ଆବଶ୍ୟକ ଥିଲା, ଛି ଛି, ମଣିଷ ପଣିଆ ହଜିଗଲାଣି ଏ ବିଷାକ୍ତ ସହରରୁ କହି ନାରାୟଣ ବାବୁ ଦୁଃଖ କରୁଥିଲେ, ମୁଁ ତାଙ୍କ ହାତରେ କିଛି ଜଳଖିଆ ମଗେଇ ପାଗଳ କୁ ଦେଇ କୁକୁର କୁ ଖୋଜୁଥିଲି, କୁକୁର ଦୃଷ୍ଟି ବାହାରକୁ କୁଆଡେ ଚାଲିଯାଇଥିଲା, ଆଉ ପାଗଳ ଟି ବି ଥରୁଥିଲା, ଶୀତରେ, ନାରାୟଣ ବାବୁ ମୋ ସହ ଦୁଃଖିତ ହୋଇ କହୁଥିଲେ ବିଷାକ୍ତ ମଣିଷ ଯୋଗୁଁ ସହର ଟା ବିଷାକ୍ତ ହୋଇଯାଇଛି l


Rate this content
Log in

Similar oriya story from Tragedy