Basanti Pattnaik

Inspirational

3  

Basanti Pattnaik

Inspirational

" ବିଶ୍ଵାସ"

" ବିଶ୍ଵାସ"

1 min
244


ସକାଳୁ ପେପର୍ ଓ ଚା କପେ ଧରି ମୁଁ ଏକ ପ୍ରକାର ଖବରକାଗଜ ଉପରେ ମଜ୍ଜି ଯାଇଥିଲି । ହଠାତ୍ ଏକ ଖବର‌ ଉପରେ ଆଖି ରହିଗଲା, କୋରୋନାରେ ସମାଜ ସେବୀକା ବିନୀତା ଦେବୀ ଚାଲିଗଲେ। ଆଚମ୍ବିତ ହେଲି କାରଣ ତିନି ମାସେ ତଳେ, ଏକ ବାହାଘରରେ ଦେଖଥିଲି । ଦୁଇ ଜଣଙ୍କ ଭିତରେ ବହୁତ କଥା ବାର୍ତ୍ତା ହୋଇଥିଲା। ବହୁତ ସୁନ୍ଦର ଆକର୍ଷଣ ‌‌‌ଚେହେରା ଢଳ ଢଳ‌ ଆଖି ସହିତ ମଧୁର ବଚନ ମୋହର ମନକୁ ଛୁଇଁଥିଲା । ପ୍ରକୃତରେ ତାଙ୍କର ସାନ ଭଉଣୀ ମୋର ଘନିଷ୍ଟ ବନ୍ଧୁ ଅଟେ । ତାଙ୍କ ମାଧ୍ୟମରେ ସେ ମୋ ସହିତ ବନ୍ଧୁତ୍ଵର ଡୋରିରେ ଯୋଡି ହୋଇଥିଲେ ।


ଅଧୁନା କରୋନା ତାଣ୍ଡବଲୀଳା କରୁଛି । ଏହି କରୋନାରେ କେତେ ଚିହ୍ନା ମୁହଁ ଟଳି ପଡିଲେଣି। ପ୍ରତିଦିନ ଏହି ଭଳି ଖବର ଶୁଣିବାକୁ ମିଳୁଛି । ଯେଉଁମାନେ ଏହି କୋରୋନାକୁ ସହଜ ଭାବରେ ଗ୍ରହଣ କରୁଛନ୍ତି ଦୁଃଖ ବୋଧ କରୁଛି । କେବେ ଏହାର ପ୍ରକୋପ ହ୍ରାସ ପାଇବ ଓ ସମସ୍ତଙ୍କର ଜୀବନଶୈଳୀ ସହଜ ହେବ ଚିନ୍ତା ଘାରୁଛି । ଚା'କପ୍  ମୋର ଚିନ୍ତାରେ ଅଧିକ ବଢିଯାଇଛି, ପେପରଟି ପୁରା ପଢି ଟେବୁଲ୍ ଉପରେ ଥୋଇଦେଇ ଛାତ ଉପରକୁ ଗଛରେ ପାଣି ଦେବାକୁ ଗଲି। ଗଛର ଫୁଲ ସତେ ଯେପରି ମୋତେ ଅପେକ୍ଷା କରିଥିଲା । ସବୁ ଫୁଲ ଏକାଠି ହୋଇ ଏକ ସ୍ଵରରେ ଯେମିତି ଏକ ସ୍ଵାଗତମ୍ ଗୀତ ଗାନ କଲେ, ସେମାନଙ୍କର ଖୋଲା ମହକଭରା ହସ ମୋର ଚିନ୍ତା ଗ୍ରସ୍ତ ମନକୁ ହାଲୁକା କରିଦେଲା ।

       

ସବୁ ଝଡ଼-ଝଞାକୁ ନେଇ ଚାଲିବାକୁ ପଡିବ। ଜୀବନର ପ୍ରତି ପାଦେ ବିପଦ ରହିଛି । ତେଣୁ ଏହାକୁ ମଧ୍ୟ ଆଧାର କରି ଚାଲିବା ହେଉଛି ଜୀବନ । ଏହି ନୀତିଵାଣୀ ଫୁଲମାନେ ସତେ ଯେମିତି ହଲି ହଲି ଗୀତ ଗାନ କରି ମୋତେ ବୁଝାଉଥିଲେ।    


Rate this content
Log in

Similar oriya story from Inspirational