Jenaarundhati 1991

Inspirational


4.7  

Jenaarundhati 1991

Inspirational


ବିଶ୍ୱ ମହାମାରୀ କରୋନା

ବିଶ୍ୱ ମହାମାରୀ କରୋନା

3 mins 39 3 mins 39

ଅଫିସରୁ ଫେରିବା ସମୟରେ ଅଟୋରେ ବସି ଦୁଇ ବୁନ୍ଦା ସାନିଟାଇଜରରୁ ହାତରେ ଲଗେଇ ସାରିବା ପରେ କାଳେ ହମ୍ପସ୍ ଯୋଗୁଁ ପଡିଯିବା ଭୟରେ ପୁଣି ଥରେ ଅଟୋ ରଡକୁ ଧରି ଭାବିଲି ଏଥିରେ କରୋନା ବିଷାଣୁ ନାହିଁ ତ ? ପୁଣି ଥରେ ମନ ବୁଝିବା ପାଇଁ ସାନିଟାଇଜରର ବ୍ୟବହାର ଯୋଗୁଁ ମୋ ପାଖରେ ବସିଥିବା ଭଉଣୀ ଜଣକ କହିଲେ ଜୀବନକୁ ଏତେ ଲୋଭ ? ମୁଁ ନ ଶୁଣିଲା ପରି କହିଲି ଆଜ୍ଞା କ'ଣ କିଛି କହିଲେ କି ?  


   ଉତ୍ତରଟି ଥିଲା ମୁହଁରେ ତ ମାସ୍କ୍ ବାନ୍ଧିଛନ୍ତି ଏବଂ ହାତରେ ବାରମ୍ବାର ସାନିଟାଇଜରର ପ୍ରୟୋଗ କରୁଛନ୍ତି, ତେଣୁ ମୁଁ କହିବା ଛଳରେ କହିଲି ଜୀବନକୁ ଏତେ ଲୋଭ ? ତା' ପରେ ଦୀର୍ଘ ନିଃଶ୍ୱାସ ପକାଇ ମୁଁ କହିଲି ଏ ଦୁନିଆରେ କାହାର ଜୀବନକୁ ଲୋଭ ନାହିଁ ଆଜ୍ଞା ? ସେ କହିଲେ ମୋର ନାହିଁ ? ହେଇ ଦେଖନ୍ତୁ ମୁଁ ଆପଣଙ୍କ ପରି ତୁଣ୍ଡି ବାନ୍ଧି ନାହିଁ କି ସାନିଟାଇଜର୍ରେ ହାତକୁ ସାନିଟାଇଜ୍ କରୁନି ? ମୁଁ କହିଲି ଏସବୁ ନିଜି ମାମଲା ନୁହେଁ ଆଜ୍ଞା । ସାମାଜିକ ପ୍ରାଣୀ ହିସାବରେ ଆମକୁ ଏହି ବିଶ୍ୱ ଲଢେଇରେ ସାଥ୍ ଦେବାର ଅଛି। ଏସବୁ ବିଷାଣୁ ବହୁ ମାତ୍ରାରେ ହାତ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ। ଏଣୁ ବହୁ ଲୋକ ଧରୁଥିବା ଜିନିଷକୁ ଛୁଇଁବା ଦ୍ୱାରା କାଳେ ସେଥିରେ ଥିବା କରୋନା ଭାଇରସ୍ ଆମ ହାତ ମାଧ୍ୟମରେ ଶରୀରକୁ ଆସିବ ତେଣୁ ହାତକୁ ସାନିଟାଇଜ୍ କରିବାର ଆବଶ୍ୟକତା ରହିଛି । ବାରମ୍ବାର ହାତକୁ ସାବୁନରେ ଧୋଇବାର ଆବଶ୍ୟକତା ଅଛି । ଆଉ ଯାତ୍ରା ସମୟରେ ହାତତ ବାରମ୍ବାର ଧୋଇପାରିବାନି ଏଣୁ ସାନିଟାଇଜରର ପ୍ରୟୋଗ କରିବା ନିହାତି ଆବଶ୍ୟକ। ଆଖି, ନାକ ଏବଂ କାନରେ ହାତ ମାରିବା ନାହିଁ। ଏସବୁର ସଚେତନତା ନିଜ ଏବଂ ଅନ୍ୟ ଭିତରେ ସ୍ରୁଷ୍ଟି କରିବା କାରଣ ଆମ ନିଜର ଭୁଲ୍ ପାଇଁ ଆଉ କାହାର ଜୀବନ ନଯାଉ। ଡାକ୍ତର, ନର୍ସ ଏବଂ ହସପିଟାଲ୍ର ସଦସ୍ଯ ମାନେ ସାରା ରାତ୍ରି ଜାଗ୍ରତ ରୋଗୀଙ୍କୁ ଭଲ କରିବା ପାଇଁ। ସେମାନେ ନିଜ ପରିବାର ଏବଂ ନିଜର ଚିନ୍ତା ନକରି ବିଶ୍ୱ କଲ୍ୟାଣରେ ଲାଗି ପଡିଛନ୍ତି। ଏତେ ସହଜ ନୁହେଁ ଏସବୁ। 


  ସେମାନଙ୍କର ପରାମର୍ଶ ଗ୍ରହଣ କରିବା ଆମ ଜୀବନ ରକ୍ଷା କରିବାର ଏକ ମାତ୍ର ସୁରକ୍ଷା କବଚ। ସୁସ୍ଥ ଲୋକର ମାସ୍କର ଆବଶ୍ୟକତା ନାହିଁ, ହେଲେ ଯଦି ଥଣ୍ଡା, କାଶ, ଛିଙ୍କ ହେଉଛି ତେବେ ମାସ୍କ୍ ବ୍ୟବହାରର ଆବଶ୍ୟକତା ନିହାତି ଭାବେ ରହିଛି । ଏହା ଏବେ ବିଶ୍ୱ ମହାମାରୀ ଭାବେ ୧୦,୦୦୦ରୁ ଅଧିକ ମୁଣ୍ଡ ନେଇଗଲାଣି । ଚାଇନାରେ ସୃଷ୍ଟି ହେଇଥିବା ଏହି ଭାଇରସ୍ ଇଟାଲିକୁ ନିଜ ମୃତ୍ୟୁର ଜାଲରେ ଫସେଇ ହଇଚଇ ସ୍ରୁଷ୍ଟି କରିଛି। ନିଜ ଲୋକକୁ ହରେଇ ଦେବାର ସେ ଭୟ ଆଉ କୋହରେ ମନ ମୋର ପ୍ରତି ସମୟରେ ଆଘାତପ୍ରାପ୍ତ। ସାମାଜିକ ଦୂରତା ରଖିବାର ଆବଶ୍ୟକତା ରହିଛି। ଏହି ୨ ମିଟରର ଦୂରତା ଚଳିବ ନହେଲେ ସବୁଦିନର ନିଜ ଲୋକ ପାଖରୁ ଦୂରେଇବା ହୃଦୟ ବିଦାରକ। ଏସବୁ ଭାବିବା ବେଳକୁ ମନରେ ଏକ ଅଜଣା ଭୟ ଆସି ଯାଉଛି। 


   ଏତେ ସବୁ ଶୁଣି ଭଉଣୀ ଜଣକ କହିଲେ ତା'ତ ସତ। ହେଲେ କେତେ ମାନିବ ଏ ସବୁକୁ । ମୁଁ କହିଲି ଯେତିକି ଆମ ଦ୍ୱାରା ସମ୍ଭବ । ତା' ବୋଲି ହେଳା କରିବା ନା କ'ଣ ? ସେ କହିଲେ ଭଉଣୀ ତୁମେ ଛୁଟିରେ କେତେ ଦିନ ରହିଯାଉନ ? ମୁଁ କହିଲି ଏହି ସେଲ୍ଫ୍ କ୍ୱାରେଣ୍ଟାଇନରେ ରହିବାର ଆବଶ୍ୟକତା ପଡିଲେ ରହିବି ନିଶ୍ଚୟ । ହେଲେ ସରକାରୀ ଚାକିରି ଯୋଗୁଁ କିଛି କାମର ଅରଜେନ୍ସିକୁ ପ୍ରାଧାନ୍ୟ ଦେଇ ମୋତେ ଯିବାକୁ ପଡୁଛି। ନହେଲେ ଅଫିସ୍ ଚାଲିବ କେମିତି ? ନିଜର ସୁରକ୍ଷାକୁ ସର୍ବପ୍ରଥମେ ଧ୍ୟାନରେ ରଖି ସବୁ କାମ ତ କରିବାର ଅଛି । ଯଦି ଅତି ଆବଶ୍ୟକ ପଡିଲା ତେବେ ଜୀବନ ସବୁଠୁ ଆଗରେ । ଏହା କହି ଚୁପ୍ ହେବାକୁ ମୁଁ ବେଶ୍ ଉଚିତ୍ ମନେ 

କଲି । 


    ସେହି ଭଉଣୀ ଜଣକ କହିଲେ ଆଗରୁ କେଉଁଠି ପଢଉଥିଲେ କି ? ଆଇ ମିନ୍ ଟୁ ସେ ଟିଚର ? ମୁଁ ମନେ ମନେ ଭାବିଲି ଓଡ଼ିଆରେ ପଚାରିବାରେ ମୁଁ କ'ଣ ବୁଝି ପାରିଲିନି କି ? ଇଂରାଜୀର ପ୍ରୟୋଗ ? ସ୍ମିତ ହସଟିଏ ହସି କହିଲି ଆଜ୍ଞା। ସେ କହିଲେ ବୁଝେଇବାର ଶୈଳୀରୁ ଜଣାପଡୁଛି। ମୁଁ କହିଲି ଆପଣ ପଚାରବାରୁ ମୁଁ କହିଲି କାରଣ ଏଇଟି ମୋର ସୋସିଆଲ ରେସପନସିବିଲିଟି । ସେ କହିଲେ ଇଟସ୍ କମ୍ପଲିଟିଲି ଓକେ ଟୁ ମି। ଡୋଣ୍ଟ ଓରି ? ମୁଁ କହିଲି ଆଜ୍ଞା ମୁଁ ବିଲକୁଲ୍ ବି ବ୍ୟସ୍ତ ନୁହେଁ। ଏହା କହି ମୋବାଇଲ୍ରେ ଇଅରକର୍ଡକୁ ସାନିଟାଇଜର୍ରେ ପୋଛି ନିଉଜ୍ ଦେଖିବାରେ ଲାଗିଲି, ଏକ୍ରେ ମୋତେ କରୋନା ସମ୍ବଦ୍ଧୀୟ ଅପଡେଟେଡ୍ ତଥ୍ଯ ଜାଣିବାର ଅଛି କରୋନାର ମୁଖପାତ୍ର ସୁବ୍ରତ ବାଗଚୀ ସାରଙ୍କ ମୁହଁରୁ ଆଉ ଏହି ଭଉଣୀଙ୍କ ଓଲଟା ସିଧା ପ୍ରଶ୍ନର ଉତ୍ତର ଦେବାରୁ ବଞ୍ଚିବା ପାଇଁ । ଆଇଡିଆଟା କିଛି ମନ୍ଦ ନଥିଲା। 


  ଏଥରକ ବାଗଚୀ ସାର୍ କହୁଥିଲେ ସାତ ଜଣରୁ ଅଧିକ ଲୋକ ଏକାଠି ହୁଅନ୍ତୁ ନାହିଁ । ସାମାଜିକ ଦୂରତା ରଖନ୍ତୁ। ଅତି ଆବଶ୍ୟକ ପଡିଲେ ବାହାରକୁ ବାହାରନ୍ତୁ।ଓଡ଼ିଶାରେ ପ୍ରଥମ କରୋନା ପଜିଟିଭକୁ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଏବଂ ସ୍ଥିର ଅଛି। ଓଡ଼ିଶାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ। ଯିଏ ଏବେ ଏମସ୍ , ଭୁବନେଶ୍ୱରରେ ଚିକିତ୍ସାଧୀନ। ତାଙ୍କର ସଂସ୍ପର୍ଶରେ ୪୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪୩ ଜଣ ଚିହ୍ନଟ। ୩ ଜଣକୁ ଏବେ ବି ଖୋଜା ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ୨୨ ତାରିଖର ଜନତା କର୍ଫ୍ୟୁକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ସଫଳ କରିବା ନେଇ ଆହ୍ୱାନ । ଭୟଭୀତ ହୁଅନ୍ତୁ ନାହିଁ। ଏହି ଲଢେଇ ସାରା ବିଶ୍ୱର ଲଢେଇ। କରୋନା ହାରିବ, ବିଶ୍ୱ ଜିତିବ। ଏହି ବିଶ୍ୱାସ ଆଉ ସତର୍କତା ଏବଂ ସଚେତନତା ଅବଲମ୍ବନ କରିବାର ଅଛି। 


   ତା ପରେ ଇଟାଲୀର ସେ ମର୍ମନ୍ତୁଦ ଦୃଶ୍ୟ, ଏତେଗୁଡାଏ ଶବ ମିଲିଟାରୀ ଗାଡିରେ ବୁହା ଯିବାର ଦେଖି ମୋ ହୃଦୟ ଫାଟି ପଡୁଥିଲା। ମୋ ଆଖିର ସେ ଅମାନିଆ ଲୁହ ସବୁ ବୋଲ ମାନୁନଥିଲା । ମୁଁ ଆଖି ବନ୍ଦ କରି ବିଶ୍ୱ ଦରବାରରେ ପରିଚିତ ସେଇ କାଳିଆ ଠାକୁରକୁ ମନେ ମନେ ପଚାରୁଥିଲି କାଳିଆରେ ଆଉ କେତେ ଦିନ, କରୋନାର ମରଣ ଯନ୍ତାରେ ମଣିଷ ଛଟପଟ ହେବ । ମୁକ୍ତି ଆମ ଭାଗ୍ୟରେ ଲେଖିଛୁ ନା ? ଧ୍ୱଂସ ?  



Rate this content
Log in

More oriya story from Jenaarundhati 1991

Similar oriya story from Inspirational