.
ସେଦିନ ଥିଲା ପ୍ରଥମାଷ୍ଟମୀ. ସ୍ୱାମୀ ସ୍ତ୍ରୀ ଦୁହେଁ ଥିଲେ ଯିଏ ଯାହା ପରିବାରର ଜେଷ୍ଠ ପୁତ୍ର ବା କନ୍ୟା. ପିଠା କରି ଆଜି ସ୍ୱାମୀଙ୍କ ସଙ୍ଗେ ମଙ୍ଗଳା ମନ୍ଦିରକୁ ଯାଇ ବା୍ୟାଣୀ ଓ ସେଇ ଯୁବକ ଦ୍ବୟଙ୍କୁ ପିଠା ମିଠା ସହିତ ଶୀତ ବସ୍ତ୍ର ଦେବାକୁ ଯିବାକୁ ମନ କରି ସ୍ୱାମୀଙ୍କ ଫେରନ୍ତି ପଥକୁ ଚାହିଁ ଚାହିଁ ସ୍ୱାମୀ ଫେରିଥିଲେ ଖୁବ ଡେରିରେ. କାରଣ ପଚାରି ଶ୍ରେୟା ଜାଣିବାକୁ ପାଇଲେ ଆଜି ସ୍ୱାମୀ ତାଙ୍କ ସଂଘର ସମସ୍ତ ବରିଷ୍ଠ, ଜ୍ୟେଷ୍ଠ,ବିଜ୍ଞ, ପ୍ରାଜ୍ଞ ଵ୍ୟକ୍ତି ବିଶେଷ ମଙ୍ଗଳା ମାଆ ମନ୍ଦିରକୁ ଯାଇ ସେଠାରେ ଆଶ୍ରୟ ନେଇଥିବା ବିଧବା ବା୍ୟାଣୀ ସହିତ ସେହି ନିଷ୍ପେସିତ ଯୁବକର ବିବାହ କରାଇଛନ୍ତି. ଖାଲି ସେତିକି ନୁଁହଁ!ସ୍ୱାମୀ ତାଙ୍କ ନିଜ ଲୁଗା ଦୋକାନରେ ଯୁବକ ଙ୍କୁ ଚାକିରୀ ଦେଇ ଭଡା ଘରେ ଛାଡ଼ି ଆସିଛନ୍ତି. ବୟୋଜ୍ୟେଷ୍ଠ ଡାକ୍ତର ବା୍ୟାଣୀ ସହିତ ସବୁ ନିଃସହାୟ ବୁକ୍ଷୁବୁ ଜନତାଙ୍କର ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବାକୁ ସ୍ଥିର କରିଛନ୍ତି. କେଜାଣି କାହିଁକି ଅମାନିଆଁ ଲୁହ ଗୁଡାକ ବୋଲ ମାନୁନଥିଲା ଦୁଇ ଆଖିରେ ଶ୍ରେୟାଙ୍କର. ତା ଆରଦିନ ତାଙ୍କ ଚାରିସାଙ୍ଗ କହୁଥିଲେ ବୁଝିଲୁ ଶ୍ରେୟା ଏ ବୁଲା ଷଣ୍ଢ ଓ ବୁଲାକୁକୁରମାନଙ୍କ ଥଇଥାନ କରିବାକୁ ଏଥର ଆମକୁ କିଛି କରିବାକୁ ହେବ. ଏକଥା କାହିଁକି ମନକୁ ଆସିଲା ତୁମମାନଙ୍କର ବୋଲି ଶ୍ରେୟା ପଚାରିବାରୁ ସୀମା କହୁଥିଲେ କାଲି ତାଙ୍କ ସ୍ୱାମୀଙ୍କୁ ଷଣ୍ଢ କେଞ୍ଚି ଦେଇଛି. ଆଉ ଆନିଙ୍କ ପୁଅକୁ କୁକୁର କାମୁଡିଛି ପରା. ତେବେ ତ ସେମାନଙ୍କୁ ମାରି ଦେବାକୁ ଭାବିବା କଥା. ସମସ୍ତେ କହୁଥିଲେ ଆରେ ନାହିଁ ନାହିଁ କଥବାଚିକା ପ୍ରବଚନ ରେ କହୁନଥିଲେ ସୃଷ୍ଟିରେ ସମସ୍ତ ପଶୁ ପକ୍ଷଙ୍କ କଥା ମଣିଷକୁ ବୁଝିବାକୁ ପ୍ରଥମରୁ ଭଗବାନ ମଣିଷକୁ ସବୁ ସୌନ୍ଦର୍ଯ୍ୟ, ବଳ, ଵୁଦ୍ଧି, ବିଦ୍ୟା, କଳ, ବଳ, କୌଶଳ ସହିତ କଥା ବୁଝି, ଶୁଣି କହିପାରୁଥିବାର ଆଶୀର୍ବାଦ ଦେଇଛନ୍ତି. ଶ୍ରେୟା ଏଥର ହସୁଥିଲେ କାରଣ ତାଙ୍କ ସବୁ ସାଙ୍ଗ ଙ୍କ ଭିତରେ ସେ ବିଶ୍ୱକୁ ଅନୁଭବ କରିପାରୁଥିଲେ.
ଭାବୁଥିଲେ ଶ୍ରେୟା. ସେଦିନ ପ୍ରବଚନରେ କଥାବାଚିକା କହୁଥିବା କେଇପଦ କଥା. କାହାର ନିନ୍ଦା କରନାହିଁ. ପରଚର୍ଚ୍ଚା କରିବା ମହାପାପ.. ରାତିରେ ଦେଖିବ ନାଗସାପ. ପରଚର୍ଚ୍ଚା ନକରିବାକୁ ଶପଥ ନେଇ ଶ୍ରେୟା ସକାଳ ଫର୍ଚ୍ଚା ହେଲେ ବାଟ ଚାଲୁ ଚାଲୁ ଭେଟନ୍ତି ସୀମା, ଯୁଗ୍ମା, ଚିକି, ଆନି ଙ୍କ ସହ. ତାଙ୍କୁ ଚୁପଚାପ ଦେଖି ଥଟ୍ଟା କରନ୍ତି ସହ ସାଥିମାନେ. ମୌନବ୍ରତ ସ୍ୱାସ୍ଥ୍ୟ ପ୍ରତି ହିତ ଅଟେ କହନ୍ତି. ପୁଣି ଗାଉଥାଆନ୍ତି ନିଜ ବଡ଼ିମା ତ କରୁଥାନ୍ତି ପର ଝିଅ ବୋହୁଙ୍କ ଚର୍ଚ୍ଚା. ପ୍ରତିବାଦ କଲେ ଶ୍ରେୟାଙ୍କୁ ଶୁଣିବାକୁ ପଡେ ଅନେକ କିଛି. ପୁଣି ସେମାନେ ବାଢୁଥାନ୍ତି ମହାନ୍ତି ବାବୁ ଘର କଥା. ଝିଅ ତାଙ୍କର କାହା ସଙ୍ଗେ ପଳେଇଲା ତ ମିଶ୍ର ବାବୁଙ୍କ ପୁଅ ନିଜ ବୟସଠୁ ବଡ଼ ଝିଅକୁ ପ୍ରେମ କରି ବାହାହେଲା. ପୁଣି କେବେ ରାଉତ ବାବୁ ବୁଢା ବୟସରେ ନାତୁଣୀ ପରି ଝିଅକୁ ବାହା ହେବାକୁ ଆଗ୍ରହୀ ତ ପୁଣି କେତେବେଳେ ବିଧବା କେତକୀ ର ପୁନ୍ନବିବାହ କରିବା କଥା. ନିଜ ଗୋଡ଼କୁ ନଚାହିଁ ଅନ୍ୟ ଗୋଡ଼ ଗୋଦର କହିବା ଅଭ୍ୟାସ ଏମାନଙ୍କର ତ ଶ୍ରେୟା ଚୁପ ରହି ଭାବୁଥାଆନ୍ତି କିଏ ବଦଳେଇବାକୁ ଅଛି ମଣିଷ ପ୍ରକୃତିକି!ବିଶେଷ କରି ଏ ନାରୀଙ୍କ ପେଟରୁ ଟକଟକ ଫୁଟୁଥିବା କଥା ସବୁକୁ. ସତରେ ଆଜି ଏ କଳି ଯୁଗରେ ମା'ର ପୁତ୍ର ପ୍ରତି ଅଭିଶାପ ଫଳୁ ନଫଳୁ କିନ୍ତୁ ପୁତ୍ର ଯୁଦ୍ଧିଷ୍ଠିର ମା'ଆ କୁନ୍ତିଙ୍କୁ ଦେଇଥିବା ଅଭିଶାପ ନିଶ୍ଚୟ ଫଳବତୀ ହୋଇଛି. ସେଦିନ କର୍ଣ୍ଣ ଙ୍କ ମୃତ ଶରୀର କୁ ଧରି କୁନ୍ତି କାନ୍ଦୁଥିବାର ଦେଖି ଯୁଦ୍ଧିଷ୍ଠିର ମା'ଙ୍କୁ କହିଥିଲେ ତୁମ ପଞ୍ଚୁ ପାଣ୍ଡବ ଜୀବିତ ମାତେ ତୁମେ ଏ ଦୁର୍ଯ୍ୟୋଧନ ବନ୍ଧୁ ଙ୍କ ମୃତ ଶରୀର କୁ ଆଲିଙ୍ଗନ କରି କାହିଁକି କାନ୍ଦୁଛ ମାଆ?ମାଆ ସେଇଠି କଥାଟା ଦେଇଥିଲେ ଫିଟାଇ ଯେ ଏ ଖାଲି ଦୁର୍ଯ୍ୟୋଧନ ଙ୍କ ବନ୍ଧୁ ନୁଁହଁନ୍ତି ବରଂ ତୁମ ସମସ୍ତଙ୍କ ଅଗ୍ରଜ, ଜ୍ୟେଷ୍ଠ ପାଣ୍ଡବ. ଅର୍ଜ୍ଜୁନ ମନେପକାଉଥିଲେ ସେ ଏତେ ଶର ନିକ୍ଷେପ କରୁଥିଲା ବେଳେ ଶ୍ରୀକୃଷ୍ଣ କିନ୍ତୁ କାହିଁକି କର୍ଣ୍ଣ ଙ୍କ ବାଣ ବା ତୀର ମାରିବା କୁ ଶ୍ରେୟ ଦେଉଥିଲେ?କେବଳ ବନ୍ଧୁଙ୍କୁ ସାହାଯ୍ୟ ସହଯୋଗ କରିବାର କଥା ଦେଇ ଓ କଥା ରଖି ନିଜେ ଵୀରହନୁମାନ ଓ ଅର୍ଜ୍ଜୁନ ଙ୍କ ସାରଥୀ ଶ୍ରୀକୃଷ୍ଣ ଥିବା ରଥକୁ ମଧ୍ୟ ଯୋଦ୍ଧା, ଜ୍ଞାନୀ, ଦାନୀ ଓ ଅଭିମାନୀ କର୍ଣ୍ଣ ଦୁଇପାଦ ପଛକୁ ହଟେଇ ନେବା କମ କଥା ନଥିଲା. ଠିକ ସେତିକି ବେଳେ ଅର୍ଜ୍ଜ୍ୱନ ଙ୍କ ସହ ଯୁଦ୍ଧିଷ୍ଠିର ମ୍ରିୟମାଣ ହୋଇ ମାଆ ଗନ୍ଧାରୀ ଙ୍କୁ ଶାପ ଦେଇ କହିଥିଲେ ଏଣିକି କୌଣସି ସ୍ତ୍ରୀ ଜାତିଙ୍କ ପେଟର କଥା ପେଟରେ ନରହି ମୁଖରୁ ନିସ୍କୃତି ପାଇ ସ୍ଫୁରଣ ହେବ.
ଶ୍ରେୟାଙ୍କ ଭାବନାରେ ପୂର୍ଣ୍ଣଛେଦ ପକେଇ ସୀମା କହୁଥିଲେ ତୁ ଆଜି ଆଉ ଏତେ ସତୀ ସାବିତ୍ରୀ କି ଐଶ୍ବର୍ଗୀକ ଭାବନାର ଶୀକାର ହୋଇଯାଅନା. ସୀମା ସହ ମିଶି ଯୁଗ୍ମା କହୁଥିଲା ତୁ ପରା ନିଜେ କହୁଥିଲୁ ମହାନ୍ତି ବାବୁ କୋଉ ଗୁଣିଆ ଡାକି ପୁଅ ହେବାକୁ ଚେଷ୍ଟା କରି ବଳି ଦେଇଥିଲେ ମଧ୍ୟ ତାଙ୍କର ପୁଅ ବଦଳେ ଝିଅ ହିଁ ହୋଇଥିଲା. ଚିକି କଥା ଛଡେଇ କହୁଥିଲା ତୁତ ନିଜେ ପାଟି ଖୋଲି ଆମକୁ କହିଥିଲୁ କି ମିଶ୍ରବାବୁ କଣ ସହଜେ ରାଜି ହୋଇଥାନ୍ତେ ସେ ଝିଅକୁ ବୋହୁ କରିବାକୁ. ଝିଅର ମାଆ ସିନା ଏବେ ଜୀବିତ ନାହିଁ କିନ୍ତୁ ତାଙ୍କ ବୋହୁ ମିତାଲି ର ମାଆ କୁଆଡେ ଦିନେ କଲେଜରେ ଏକାଠି ମିଶ୍ର ବାବୁଙ୍କ ସଙ୍ଗେ ପାଠ ପଢିଲା ବେଳୁ ଦୁହିଁଙ୍କ ଭିତରେ ଭାବ ଥିଲା କିନ୍ତୁ ଭାଗ୍ୟ ତ ତା ବାଟରେ ଯିବ ନା!ଏଥର ଶ୍ରେୟା କହିଲେ ହଁ ମୁଁ କହୁଥିଲି କିନ୍ତୁ ଦେଖିବ ଆସ କହି ଗୋଟେ ମନ୍ଦିରର ପାହାଚ ଉପରେ ବସିଥିବା ବା୍ୟାଣୀ କୁ ଦେଖାଇ ସେ କହୁଥିଲେ ଦେଖ.ଭଲ ଘର ଭଲ ବର ପାଇଥିବା ଏ ବା୍ୟାଣୀର ଦିନେ ସମସ୍ତେ ଥିଲେ. ଆଜି କିନ୍ତୁ ସେ ବେସା୍ହାରା ହୋଇ ମାତୃତ୍ବ ଲଭିବା କଷ୍ଟରେ ପୀଡିତା. କିଏ କହିବ କାହାକୁ ଭାଗ୍ୟ ନାମରେ କର୍ମ ଫଳ କେତେବେଳେ କୁଆଡେ ନେଇଯିବ!ଏହା କହି ଶ୍ରେୟା ପୁଣି ମଙ୍ଗଳା ମନ୍ଦିର ବେଢାରେ କତରାଲାଗି ହୋଇ ଶୋଇଥିବା ଯୁବକ କୁ ଦେଖାଇ କହିଲେ ଦେଖ ଦିନେ ଏ ଵ୍ୟକ୍ତି ଜଣକ ଖୁବ ମେଧାଵୀ ଥିଲେ ମଧ୍ୟ ଚାକିରୀ ନପାଇ, ପରିବାର ରେ ସାବତ ମାଆ ଓ ସାବତ ଭାଇଙ୍କ ଅନାଦାର ର ଶୀକାର ହୋଇ ଓ ଶେଷକୁ ପେଟ ପୋଷ ନାହିଁ ଦୋଷ ନ୍ୟାୟ ରେ ହୋଟେରେ ଅଇଁଠା ବାସନ ମାଜି ଚଳି ଯାଉଥିଲା ବେଳେ ମାଲିକ ଆଙ୍କୁ ବ୍ରାହ୍ମଣ ବୋଲି ଜାଣି ପାରି କାମରୁ ବାହାର କରିଦେଲା. ଏବେ ମାଆ ମଙ୍ଗଳା ଙ୍କ ଶରଣରେ ଏଠି ପଡ଼ିରହିଛି ବିଚରା.ତେବେ ଏମାନଙ୍କ କଥା ନଭାବି, ଏଭଳି ଅସହାୟ ଦୁଃସହାୟ ଲୋକଙ୍କ ପାଇଁ କିଛି କରିନପାରି ଖାଲି ପରଚର୍ଚ୍ଚାରେ ବୁଡି କଣ ଲାଭ? ଶ୍ରେୟାଙ୍କ ସାଙ୍ଗ ଚାରିଜଣ କହିଲେ ତୁଚ୍ଛାକୁ ଏତେ ଗୋଡ଼ ମୁଦି ନାହିଁ କଚାଡୁ କେତେ? ତୁ କଣ କରିଛୁ ଏ ବା୍ୟାଣୀ ପାଇଁ?ଏ ପରା ତୋ ବାପଘର ଗାଁର? କଣ କରିଛନ୍ତି ତୋ ସ୍ୱାମୀ ଏ ଯୁବକ ପାଇଁ!ସେ ପରା ଗୁରୁ ଥିଲେ ଏ ଯୁବକର!ଶ୍ରେୟାଙ୍କ ପାଟିରୁ ସେଦିନ ବଚନ ବାହାରୁ ନଥିଲା.ଆଜି କିନ୍ତୁ ସ୍ୱାମୀଙ୍କ ଠାରୁ ସବୁ ଶୁଣି ତାଙ୍କୁ ସବୁଠି ବିଶ୍ୱମୟ ଅନୁଭବ ହେଉଥିଲା.