Sangeeta Barik

Inspirational

5.0  

Sangeeta Barik

Inspirational

ବିଶ୍ୱାସ

ବିଶ୍ୱାସ

3 mins
388


       

ବୈଶାଖ ମାସର ଡହଡହ ଖରାବେଳଟାରେ ବସ୍ ଷ୍ଟାଣ୍ଡର ଯାତ୍ରୀ ବିଶ୍ରାମଗାରରେ ଆଖି ବୁଜି କାନ୍ଥକୁ ଆଉଜି ଛିଡା ହୋଇଥିଲା ମମତା । ଲାଗୁଥିଲା ଯେପରି ଦୁଃଖ ଓ ଯନ୍ତ୍ରଣାର ସାଗରରେ ବୁଡି ଯାଇଛି । ଆଖି ଖୋଲିବାକୁ ଇଛା ହେଉନଥିଲା ତାର । ତା ମନ ଭିତରେ ଭରିଯାଇଥିଲା ବିଷାଦ ଓ ଘୄଣା ମୁଖ୍ୟତଃ ଏହି ପୁରୁଷ ଜାତିଟି ପ୍ରତି । ଲାଗୁଥିଲା ଯେପରି ତାକୁ ଏପରି ଏକ ଅସ୍ତ୍ର ମିଳନ୍ତାକି ଯେଉଁଥିରେ ସେ ସାରା ବିଶ୍ଵକୁ ପୁରୁଷଶୂନ୍ୟ କରି ଦିଅନ୍ତା । ଗୋଟି ଗୋଟି କରି ତାର ଅତୀତଟି ଏକ ସିନେମାର ଦୄଶ୍ୟ ଭଳି ଆଖି ଆଗରେ ଭାସି ଯାଉଥିଲା ।


ସେ ଛୋଟ ଥିଲାବେଳେ ନିଶାଗ୍ରସ୍ତ ବାପାଙ୍କ ହାତରୁ ମା ଓ ଝିଅ ମିଶି କେମିତି ନିସ୍ତୁକ ମାଡ ଖାଉଥିଲେ । ଆଉ ସେହି ଦୄଶ୍ୟକୁ ମନଭରି ଉପଭୋଗ କରୁଥିଲେ ତାଙ୍କ ବସ୍ତିର ପଡୋଶୀ ମାନେ । ଏମିତି ମଧ୍ୟ ଏକ ଦିନ ଆସିଲା ସେହି ମଦ ପାଇଁ ତା ବାପା ତାକୁ ବିବାହ କରେଇ ଦେଇଥିଲେ ଏକ ଦରବୁଢା ସନିଆ ସାଙ୍ଗରେ କେବଳ ଦଶ ହଜାର ଟଙ୍କା ବିନିମୟରେ । ନିଜର ଇଚ୍ଛାକୁ ସମାଧି ଦେଇ ମମତା ଚାଲି ଆସିଥିଲା ସନିଆ ସହିତ । ମନେ ମନେ ଭାବିଥିଲା କାଳେ ତାର ଭାଗ୍ୟର ଅଳ୍ପ କିଛି ପରିବର୍ତ୍ତନ ଘଟିବ । କିଛି ନହେଲେ ଅନ୍ତତଃ ମାଡରୁ ତ ମୁକ୍ତି ପାଇଯିବ । କାହିଁକି କେଜାଣି ସନିଆକୁ ଦେଖିଲେ ତାକୁ ଆଦୌ ଭଲ ଲାଗୁନଥିଲା । କେବଳ ଯନ୍ତ୍ରବତ୍ ମଣିଷଟି ଭଳି ଦିନ ଗଡେଇ ଚାଲୁଥିଲା । 


ୟା ଭିତରେ ଏକ ବର୍ଷ ବିତିଯାଇଥିଲା ଓ ସନିଆର ମଦନିଶା ମଧ୍ୟ ବହୁ ମାତ୍ରାରେ ବଢି ଯାଇଥିଲା । ନିଜ ଭାଗ୍ୟକୁ ଆଦରି ସବୁ ସହିଯାଉଥିଲା ମମତା । କିନ୍ତୁ ଏହି ଗତ ପାଞ୍ଚ ଦିନର ଯୁଦ୍ଧରେ ସେ ଲଢି ଲଢି ଥକି ଯାଇଥିଲା । କାରଣ ତା ସ୍ଵାମୀ ପଇସା ପାଇଁ ଅନ୍ୟ ପାଖରେ ନିଜର ନାରୀତ୍ଵକୁ ବଳି ଦେବାକୁ ବାଧ୍ୟ କରୁଥିଲା ।ଏଇତ ଗତକାଲିର ରାତିର ଘଟଣା, ଜଳଜଳ କରି ଦେଖା ହେଉଛି ତା ଆଖି ଆଗରେ । ସନିଆ ସହ ଆଉ ଦୁଇ ଜଣ ମଦ୍ୟପଙ୍କ ସାମ୍ନାରେ ସେ କେମିତି ଅସହାୟ ହୋଇ ପଡୁଥିଲା ଦେବୀ ଦ୍ରୌପଦୀଙ୍କ ଭଳି । ତାର କିନ୍ତୁ ମନେ ପଡୁନଥିଲା କୄଷ୍ଣଙ୍କ କଥା । ସେ କେବଳ ଖୋଜି ଥିଲା ପନିଖି ଓ କୁରାଢି ଭଳି ଅସ୍ତ୍ର ।ଆଉ ସେହି ପନିଖିକୁ ଢାଲ କରି କୌଣସି ମତେ ନିଜକୁ ବଞ୍ଚାଇ ଘରୁ ବାହାରି ଆସିଥିଲା ସେହି ନିଶାର୍ଦ୍ଧରେ । ତା ପରେ ସେ ଚାଲିଥିଲା ଯେ ଚାଲିଥିଲା ବିନା ଅଟକି । 


କେତେବେଳୁ ସେ ସେଠାରେ ବସିଛି ତାର ହୋସ୍ ମଧ୍ୟ ନାହିଁ । ଆଖି ଖୋଲିବାକୁ ଇଚ୍ଛା ହେଉ ନଥାଏ ଯେମିତି ସେ ଏ ପୄଥିବୀକୁ ଦେଖିବନି ବୋଲି ଶପଥ ନେଇଛି ।ହଠାତ କାହାର କଣ୍ଠସ୍ଵରରେ ତା ଆଖି ଖୋଲି ଗଲା । ସାମ୍ନାରେ ଏକ ଭଦ୍ରଲୋକ । 


- ତମେ କୁଆଡେ ଯିବ ଭଉଣୀ ?

-ଜାଣେନି ।

-ଖୁବ୍ ଭୋକିଲା ଅଛ ବୋଧେ ?

- ନା ।

- ଏହି ଅଳ୍ପ ଦୂରରେ ମୋର ଘର । ସେଠାରେ ତମ ଭଳି ଅନେକ ଝିଅ ଅଛନ୍ତି । ତେଣୁ ତମେ ଚାହିଁଲେ ଆସିପାର ।

- ନା ଆପଣ ଯାଆନ୍ତୁ । - ଭାଇ କଣ ଭଉଣୀକୁ ଏମିତି ଏକୁଟିଆ ଛାଡି ଯାଇପାରେ । 

କାହିଁକି କେଜାଣି ଏହି କଥା ପଦକ ମମତାର ହୄଦୟକୁ ଛୁଇଁଲା । ସେ ଚୁପଚାପ ନୀରବରେ ଠିଆ ହେଲା ଓ ଭଉଣୀ ସମ୍ବୋଧନ କରିଥିବା ସେହି ବ୍ୟକ୍ତିଙ୍କ ସହ ଚାଲିଲା ।


କିଛି ବାଟ ଗଲାପରେ ସେମାନେ ଏକ ଘରେ ପହଞ୍ଚିଲେ ।ସେତେବେଳେ ସେ ଘର ଭିତରୁ ବାହାରି ଆସିଲେ ଛଅ ସାତ ଜଣ ଝିଅଙ୍କ ସହ ଏକ ଭଦ୍ରମହିଳା । ଭାଇ ଚିହ୍ନେଇ ଦେଇଥିଲେ ଏହି ଝିଅ ମାନେ ତୋର ଭଉଣୀ ଆଉ ସିଏ ତୋର ଭାଉଜ । 

ଭାଉଜ ଆସି ମୁଣ୍ଡ ଆଉଁସେଇ ଅତି ଆଦରରେ କହିଲେ "କାଲି ଠାରୁ କିଛି ଖାଇନ ବୋଧେ। ଗଡିଆରୁ ଗୋଡହାତ ଧୋଇଆସ ଗୁଣ୍ଡାଏ ଭାତ ଖାଇଦେବ । " 


ଝିଅ ମାନଙ୍କ ସହ ମମତା ଗଡିଆକୁ ଗଲା । ଗଡିଆକୁ ଲାଗି ଏକ ବିରାଟ ବାଡିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଜଣେ ଝିଅ ଅତି ଆଗ୍ରହର ସହ କହିଲା ଆମେ ସମସ୍ତେ ମିଶି ଏଠାରେ ଚାଷ କରୁ ।ଏହାକୁ ବିକ୍ରି କରି ଯାହା ଅର୍ଥ ମିଳେ ସେଥିରେ ଆମର ଗୁଜୁରାଣ ମେଣ୍ଟେ । ମମତା ପ୍ରଶ୍ନ କଲା "ଏହି ଭାଇ ଭାଉଜ କଣ ତମ ନିଜର ?" ଝିଅଟି ହସି ଉତ୍ତର ଦେଲା


-ରକ୍ତର ତ ନୁହଁ । ଏହି ସମ୍ପର୍କ ସ୍ନେହ,ଶ୍ରଦ୍ଧା, ମମତାର ଆଉ ଏକ ଗାଢ ବିଶ୍ୱାସର । ତମେ ଚିନ୍ତା କରନି ଭଉଣୀ ! ଭାଇ ଭାଉଜ ବହୁତ ଭଲ । ପିତାମାତା ଭଳି ଆଦର କରନ୍ତି । ସେମାନେ ଆମପାଇଁ ଦେବତା ଓ ଦେବୀ ।


Rate this content
Log in

Similar oriya story from Inspirational