ବିଶ୍ୱାସ ମୂଳେ ଭଗବାନ
ବିଶ୍ୱାସ ମୂଳେ ଭଗବାନ
ଆରପାରି ଦୁନିଆଁ ରାସ୍ତାରେ ସମସ୍ତେ ଦିନେ ଚାଲି ସେପାରିରେ ପହଁଚିବେ ନିଶ୍ଚୟ କିନ୍ତୁ ରାସ୍ତା ଭିର୍ନ୍ନ ଭିର୍ନ୍ନ. କାହାପାଇଁ ରାସ୍ତା କଣ୍ଟକିତ ତ କାହା ପାଇଁ ସୁକୁମୋଳ. କଣ୍ଟକିତ ଏଇଥି ପାଇଁ ଯେ ବୁଢ଼ାଟା ବା ବୁଢ଼ୀଟା ଯାଉନି କାହିଁକି ବୋଲି ନିଜ ରକ୍ତ ଓ ଅନ୍ତ ଫାଡି ଜନ୍ମ କରିଥିବା ସନ୍ତାନମାନେ କାମନା କରିବେ. ଯୋଉମାନେ ବସିଥାଉ ଥାଉ ହୃଦଘାତରେ ଟଳିପଡ଼ୁଛନ୍ତି ସେମାନଙ୍କ ପାଇଁ ଆରପାରିକୁ ରାସ୍ତା ସୁକୁମୋଳ ନୁହେଁ ତ ଆଉ କଣ?? କଷ୍ଟ ଯନ୍ତ୍ରଣା ଉର୍ଦ୍ଧରେ ଚାଲିଗଲେ ଝୁରିବେ ସମସ୍ତେ, ନହେଲେ କହିବେ ଯାହା ହେଉ ପାରି ହେଇଗଲା. ଏହି ତ ଚିରନ୍ତନ ସତ୍ୟ ଜୀବନରେ.
ପୁଣି ବୟସ ହୋଇନଥିବା ଆଗରୁ, ଦୁର୍ଘଟଣା, ଦୈଵଦୁର୍ବିପାକ, ପ୍ରାକୃତିକ ବିପର୍ଯୟ ଯଥା ବନ୍ୟା, ବାତ୍ୟା, ସୁନାମୀ, ଭୂମିକମ୍ପ ଆଦିରେ ଗଲେ ତ ମାଆ ବାପା କାନ୍ଦୁଥିବେ ଚାଲିଯିବାର ଯୁଗାନ୍ତର. ମିନତୀଙ୍କର ଏଣିକି ଗୋଟିଏ ଚିନ୍ତା. ସ୍ୱାମୀ, ପୁଅ,ଝିଅ, ଜୋଇଁ, ବୋହୁ, ନାତୁଣୀ, ନାତି, ଆୟୁଷ ଆଶିଷ ନିରୋଗ ରହିଥାଆନ୍ତୁ ଯିଏ ଯୋଉଠି ଥାଆନ୍ତୁ ପଛକେ, ତାଙ୍କର କାହାରି କାଣୀ ଆଙ୍ଗୁଠି ବଙ୍କା ନହେଉ ପ୍ରଭୁ.ଥରେ କବିତା ଆସରରେ ଯୋଗ ଦେଇ ଦର୍ଶନ କରିଥିଲେ ପୀର ଯାହାନିଆଁ ପୀଠ, ଅତ୍ୟନ୍ତ ଆଧ୍ୟତ୍ମିକ ପରିବେଶ ଓ ନିକଟରେ ଝାଉଁବଣ ପରିହିତ, ନିର୍ଜ୍ଜନ ସମୁଦ୍ରକୂଳର ଦୃଶ୍ୟ ନିଆରା, ପାର୍ଶ୍ୱ ପ୍ରତିଛବି ଓ ଚାରୁଚିତ୍ରପଟ ଅତୀବ ମନୋହର. ସେଠି ବୁଲାବୁଲି ପରେ ପୀର ଯାହାନିଆଁଙ୍କୁ ମାଗିଥିଲେ ଉତ୍ତରାଧିକାରୀ. ଆଜି ପୁଅର ପୁଅ ନାତିଟିଏ ହୋଇ ପ୍ରାପ୍ତିରେ ତୃପ୍ତି ଆଣିଦେବା ଭିତରେ ଛୁଟିରେ ଘରକୁ ଆସିଥିବା ଝିଅ ଜୋଇଁ ପୁଅ ବୋହୁ ନାତି ନାତୁଣୀ ଓ ସ୍ୱାମୀଙ୍କ ସହ ଯାଇଥିଲେ ମିନତୀ ପୀର ଯାହାନିଆଁ ପୀଠ. ଅପୂର୍ବ ଭାଇଚାରାର ନିଦର୍ଶନ, ଜନଗହଳି ଶୁନ୍ୟ ସେହି ପୀଠରେ ଯାହା ମାଗିବ ମିଳିଯିବ କହି ପୁଅ, ଝିଅ, ଜୋଇଁଙ୍କୁ ମନ ଆନୁଯାଇ କିଛି ଜାଚଜ୍ଞା କରିବାକୁ କହି ନିଜେ କଣ ମାଗିବି ଭାବୁଥିଲେ.
ମିନତୀ ମାଗିଥିଲେ ଆରପାରିକୁ ରାସ୍ତା ସୁଗମ ହେଉ ପ୍ରଭୁ. ମୁଣ୍ଡରେ ଓଢଣା ଟାଣି, ପୀର ଯାହାନିଆଁଙ୍କୁ ଚାଦର ସେବା ସହ ମଥାରେ ସିନ୍ଦୁର ନାଇ, ଚାରିପଟେ ପୁଅ ବୋହୁ ନାତି ନାତୁଣୀ ଓ ସ୍ୱାମୀଙ୍କୁ ବସାଇ, ସୁଗମ ରାସ୍ତା ଦେଇ ଚାଲିଯାଏ ଅହ୍ୟ ଡେଙ୍ଗୁରା ପିଟି ବୋଲି କହୁଥିଲେ ମନେ ମନେ . ଝିଅ ପଚାରୁଥିଲା କଣ ମାଗିଲୁ ମାଆ ତ ସତ କଥା କହିଥିଲେ ମିନତୀ, ସେ କହୁଥିଲା ସ୍ୱାର୍ଥପର ହୁଅନା. ତା ମୁହଁକୁ ଚାହିଁ ତୁନି ତୁନି କହିଥିଲେ , ଜୀବନରେ ସବୁ ପାଇଲି ମାଆ, ଏତିକି ଯଦି ପାଇବିନି ମୋ ଜୀବନର ମୂଲ୍ୟ ତୁମ ମାନଙ୍କ ପାଖରେ କଡାକରେ ଦିକଡା ହୋଇଯିବ. କଣ ସେସବୁ ବାଜେ କଥା କହୁଛୁ କହୁଥିଲା ଝିଅ ତ ମିନତୀ ତା କାନରେ ଚୁପି ଚୁପି କହିଥିଲେ ମୋ ଇଛା ପୁରଣ ହେଲେ ତୁ ସଭିଙ୍କୁ ଧରି ଆସିବୁ ମାଆ, ତୋର ଓ ଅନ୍ୟମାନଙ୍କ କାମନା ମଧ୍ୟ ପୁରଣ କରିଥିବେ ବାବା ପୀର ଯାହାନିଆଁ ଠାକୁର.ଦେଖୁବୁନି ମୋ ଅଙ୍ଗେ ଲିଭାକଥା ପୁଣି କେମିତି ସତ ହେବ ।