Suresh chandra Padhy

Classics

3  

Suresh chandra Padhy

Classics

ବିପ୍ଲବୀ ସୁବାସ ବୋଷ

ବିପ୍ଲବୀ ସୁବାସ ବୋଷ

2 mins
174



ଆଜି ଆମ ପ୍ରିୟ ସ୍ଵାଧିନତା ସଂଗ୍ରାମୀ ସୁବାଷ ବୋଷ ଙ୍କ ଜନ୍ମ ଜୟନ୍ତୀ।ଯାହା କଥା ରେ ମେଘାସନ ରେ ମେଘ ଗର୍ଜୁ ଥିଲା,ମହା ନଦୀ ରେ ରକ୍ତ ର ଢେଉଉଠୁଥିଲା,ସେ ଥିଲେ ସୁବାସ ବୋଷ।ଯାହାର ଜନ୍ମ ଅଛି ମୁତ୍ଯୁ ନାହିଁ।

    ୧୮୯୭ ଜାନୁୟାରି ତେଇସି ତାରିଖ।କଟକର ଓଡ଼ିଆ ବଜାର ରେ ଜନ୍ମ।ବାପା ସୁନାମ ଧନ୍ୟ ଓକିଲ ଜାନକୀ ନାଥ ବୋଷ।ମା ପ୍ରଭା ବତୀ ଦେବି।ନିଜ ଗାଁ ପଶ୍ଚିମ ବଙ୍ଗର କାଜ ଲିଆ ହେଲେ ମଧ୍ୟ ରହୁଥିଲେ କଟକ ର ଓଡ଼ିଆ ବଜାର ରେ।ଓଡ଼ିଆ ବଜାର ରେ ତାଙ୍କର ନିଜସ୍ୱ ଘର ଥିଲା।କେନ୍ଦ୍ରାପଡ଼ା ଅଞ୍ଚଳରେ ଜମିଦାରୀ ଥିଲା।ସୁବାସ ରେଭେନ୍ସା କଲେଜିଏଟ ରୁ ମାଟ୍ରିକ ପାସ୍ କରିଥିଲେ।ସମଗ୍ର ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।ତାପରେ କଲିକତାର ପ୍ରେସିଡେନ୍ସି କଲେଜରେପାଠ ପଢା।ବି .ଏ ପାସ୍ ପରେ ଆଇ.ସି.ଏସ୍ ଦେଇ ସୁବାସ୍ ଚତୁର୍ଥସ୍ଥାନ ଅଧିକାର କଲେ।ପିଲା ଦିନର

ସାଙ୍ଗ ଥିଲେ ମହାନଦୀ ର ପାଣି, ମହାନଦୀ ର ବାଲି ,ଓଡ଼ିଆ ବଜାର ରେ ହିନ୍ଦୁ ମୁସଲିମ ସାଙ୍ଗ।ପ୍ରଧାନ ଶିକ୍ଷକ ବେଣୀ ମାଧବ ଦାସ ଥିଲେ ସୁବାସ ବୋଷ ଙ୍କ ଦିଗ୍ ଦର୍ଶକ।

  ଇଂଲଣ୍ଡ ରୁ ଫେରିବା ପରେ ସୁବାସ ବୋଷ ଅସହ ଯୋଗ ଆନ୍ଦୋଳନ ରେ ଝାସ ଦେଲେ।ବଙ୍ଗଳା ର ଗାଁ ଗଣ୍ଡା ବୁଲି ଛାତ୍ର ଶିକ୍ଷକ ,କୃଷକ ଓ ଶ୍ରମିକ ମାନଙ୍କୁ

ଅସହଯୋଗ ରେ ଯୋଗ ଦେବାକୁଆହ୍ୱାନ ଦେଲେ।ଉଗ୍ର ଜାତୀୟବୀର ଦେଶ ବନ୍ଧୁ ଚିତ୍ତ ରଞ୍ଜନ୍ ଦାସ ଙ୍କ ଡାହାଣ ହାତ ଥିଲେ ସୁବାସ ବୋଷ।ତାଙ୍କ ଜ୍ଵାଳା ମୟୀ ଅଗ୍ନି ବର୍ଷି ଭାଷଣ ରେ ବିଶ୍ୱ ବାସି ଉଦ ବୁଦ୍ଧହେଲେ।ମନ ଛୁଆଁ କଥା ରକ୍ତ ତତା

ଗୀତ ସମସ୍ତଙ୍କୁ ଆକୃଷ୍ଟ କଲା।ସେଥି ପାଇଁ ସୁବାସ ଦୁଇ ଦୁଇ ଥର ଜାତୀୟ କଂଗ୍ରେସର ଅପ୍ରତି ଦ୍ଵନ୍ଦି ସଭାପତି ହେଲେ।

   ଯେଉଁ ଦିନ ଆଇ.ଏନ୍.ଏ. ରେଡ଼ିଓ ରୁ ସୁବାସ ବୋଷ ଗର୍ଜି ଉଠିଲେ,ଆମି ସୁବାସ ବୋଲ ଛେନ୍ ସେ ଦିନ ସେ ଦିନ ସାରା ବିଶ୍ୱରେ ଭୂ କମ୍ପନ ହେଲା।ସାଗର ରେ ସୁନାମି ଉଠିଲା।ଆଜଦ୍ ହିନ୍ଦ ଫୌଜ ଗଢ଼ା ହେଲା।ଫୋଜୀ ମାନଙ୍କ ଭିତରେ ଥିଲେ ଅନେକ ଓଡ଼ିଆ।

  ୧୯୪୨ର ଅଗଷ୍ଟ ବିପ୍ଳବ ପରେ ୧୯୪୪ ମସିହା ରେ ନେତାଜୀ ଙ୍କ ନବ ଗଠିତ ଆଜାତ୍ ହିନ୍ଦ୍ ଫୌଜ୍ 

ଇଂରେଜ୍ ସୈନ୍ଯକୁ ଅନେକ ଯୁଦ୍ଧକ୍ଷେତ୍ରରେ ପରାସ୍ତ କରିଥିଲେ।ସୁବାସ ବୋଷ ଦିଲ୍ଲୀ ଚଲୋ ଡାକରା ଦେଇ ଥିଲେ।ସୁବାସ ବୋଷ ଙ୍କ ଆହ୍ୱାନ ରେ ଚାଳିସ କୋଟି ଭାରତୀୟ ବୁଝି ସୁଝି ମରଣ କୁ ବରଣ କଲେ।ନିଆଁ କୁ ଡେଇଲେ। 

ସେ ନିଆଁ ଇଂରେଜ୍ ଶାସନ କୁ ଭସ୍ମ କରିଦେଇ ଥାନ୍ତା।କିନ୍ତୁ ଅକାଳ ରେ ବଜ୍ର ପାତ ହେଲା।ତାଇହୋକ୍ ବିମାନ ଘାଟି ରେ ସୁବାସ ବୋଷ ଙ୍କ ଦେହାନ୍ତ ହେଲା ।କିନ୍ତୁ କେତେକ କହୁଛନ୍ତି,ନେତାଜୀ ଜୀବିତ।  ଆଜିର ପବିତ୍ର ଦିବସ୍ ରେ ସେହି ମହା ପୁରୁଷ ଙ୍କୁ କୋଟି ପ୍ରଣାମ।



Rate this content
Log in

Similar oriya story from Classics