Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ବିକାଶ

ବିକାଶ

3 mins
218



ତୁମେ ବିକାଶକୁ ଚିହ୍ନିଚ ?


ହଁ, ମୁଁ ଆମ ଗାଁ ବିକାଶ କଥା କହୁଛି । ସୁନ୍ଦର , ଖୁବ୍ ଡଉଲଡାଉଲ ଚେହେରା । ଟିକିଏ ଲାଜକୁଳା ପ୍ରକୃତି ତାର । ଆଗରୁ ସ୍କୁଲକୁ ପଢି ଯାଉଥିଲା ବେଳେ ନିତି ଦେଖା ହେଉଥିଲା । ଏବେ ତ ମହାମାରୀ ବ୍ୟାପିଛି । ତାକୁ ବହୁତ ଦିନ ହେଲାଣି ଆଉ ବାହାରେ ଦେଖିବାକୁ ମିଳୁନି । କଣ ନେଟରେ ବୋଧେ ତାର କ୍ଲାସ ଚାଲୁଛି ।ତେଣୁ ଗଣ୍ଡେ କଣ ଖାଇ ପାଠରେ ମନ ଦେଉଥିବ ବୋଧେ ।

ହଁ, ଆମ ଗାଁ ପିଲା ହେଲେ ବି ବିକାଶର ସାଜ୍ଞା ମୁଁ ଠିକଭାବେ ଜାଣିନି । କାରଣ ତା ବାପା ଅନ୍ୟ ଗାଁ ରୁ ଏଠାକୁ ପୁଅ ହୋଇ ଆସିଥିଲେ । ତାଙ୍କ ପୁରୁଣା ଏବଂ ନୂଆ ସାଜ୍ଞା ବହୁ ସମୟରେ ମୁଣ୍ଡକୁ ଅଯଥା ଗୋଳମାଳ କରିପକାଏ । ଏଣୁ କେବଳ ବିକାଶ ନାମ କହିଦେଲେ ହିଁ ଠିକ୍ ବିକାଶକୁ ଚିହ୍ନିବାରେ ଅସୁବିଧା ନଥାଏ ।

ବିକାଶର ଚିନ୍ତା ପୁରାପୂରି ନିଆରା । ସେ ପାଠଶାଠ ପଢି ସାରିଲେ ନିଜ ଗାଁ ପାଇଁ କିଛି ଭଲ କାମ କରିବ ବୋଲି ଲକ୍ଷ୍ୟ ରଖିଛି । ତା ସହିତ କଥା ହେଲେ,କେମିତି ମନ ଭିତରେ ନୂଆ ଆଶାର ଆଲୋକ ଟିଏ ସୃଷ୍ଟି ହୁଏ । ମନେମନେ ମୁଁ ଈଶ୍ୱରଙ୍କୁ ଡାକେ, ପ୍ରଭୁ ଏଇ ପରି ସବୁ ପିଲାମାନଙ୍କୁ ସୁନ୍ଦର ମନଦେଇ ଗଢି ଦେଇଥିଲେ, ଖୁବ୍ ଭଲ ହୋଇଥାଆନ୍ତା ।

ଗାଁ ଗଣ୍ଡା ଏବେ ଆଉ ଆଗ ପରି ନାହିଁ ।ଘର ପରିବାର ମଧ୍ୟରେ ସହଯୋଗ ସହାନୁଭୂତି ର ଘୋର ଅଭାବ ।ଭାଇ ଭାଇ ମଧ୍ୟରେ ଅହି ନକୁଳର ସମ୍ପର୍କ । ବୃଦ୍ଧ ମାତାପିତାଙ୍କୁ ଅବହେଳା । ଯେନତେନ ପ୍ରକାରେ ଆଗକୁ ବଢିଯିବାର ପ୍ରଖର ନିଶା ।ବିନା ପରିଶ୍ରମରେ ଶୀଘ୍ର ଅଧିକ ଅର୍ଥ ରୋଜଗାର ପାଇଁ ଲାଳସା ।ଏସବୁ ମଣିଷକୁ ଆଉ ମଣିଷ ହୋଇ ରହିବାକୁ ସୁଯୋଗ ଦେଉନାହିଁ । ଅତ୍ୟାଧୁନିକ ପାଶ୍ଚାତ୍ୟ ଜୀବନ ଶୈଳୀ ପ୍ରତି ଆକୃଷ୍ଟ ହୋଇ ତାର ଅବସ୍ଥା ଆଜି ନିଆଁରେ ଜଳିପୋଡି ହୋଇ ମରୁଥିବା ପତଙ୍ଗ ଟିଏ ପରି । ସେ ପ୍ରକୃତ ପକ୍ଷେ ସୁଖ ଶାନ୍ତି ଠାରୁ ନିଜ ଅଜାଣତରେ ଦୂରେଇ ଯାଉଛି । ଜୀବନ ଦିନକୁ ଦିନ ବଡ଼ ଅସହାୟ ବୋଧ ହେଉଛି। ସମସ୍ତଙ୍କ ମୁଣ୍ଡରେ ଯେମିତି ତେନ୍ତୁଳିଆ ବିଛାର ଦଂଶନ, କିନ୍ତୁ ଏପରି ବିଚିତ୍ର ପରିସ୍ଥିତିରୁ ମୁକୁଳିଯିବାକୁ କାହାର କୌଣସି ଯୁ ନାହିଁ ।


ବିକାଶ କିନ୍ତୁ ଅବିଚଳ । ସେ କହେ ସବୁ ସମସ୍ୟାର ସମାଧାନ ଅଛି । ଏକତା ଓ ସହଯୋଗ ହିଁ ହେଉଛି ସଫଳତାର ମୂଳ ଭିତ୍ତି । ଗାଁ ରେ ସାହି ବସ୍ତି ମାନଙ୍କରେ ପୂର୍ବରୁ ଚଳି ଆସୁଥିବା କୈ।ଳିକ ପେଶା ବା ବୃତ୍ତି କୁ ନୂତନ ଜ୍ଞାନ କୈ।ଶଳରେ ଉନ୍ନତ ସ୍ତରକୁ ଆଣି ଲୋକମାନଙ୍କୁ ସ୍ୱ।ବଲମ୍ବୀ କରାଯାଇ ପାରିବ । ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର କୁଟୀର ଉଦ୍ୟମ ସହାୟତାରେ ଅଧିକ ଉପାର୍ଜନକ୍ଷମ କାର୍ଯ୍ୟ ରେ ନିୟୋଜନ କରାଯାଇ ପାରିବ।

ଗାଁ ର ସୁସ୍ଥ ପରିବେଶ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ।ଏଣୁ ବୃକ୍ଷ ରୋପଣ ଏବଂ ପରିମଳ ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଧ୍ୟାନ ରଖି ପ୍ରୋତ୍ସାହନ ଯୋଗାଇ ଦିଆଯିବା ଉଚିତ୍ । ଗାଁରେ କୃଷି ଉତ୍ପାଦନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ ପାଇଁ ଯଥେଷ୍ଟ ଅନୁକୂଳ ବାତାବରଣ ରହିଛି ।ବିକାଶ କହେ_ସେ ଚାହିଁଲେ ପ୍ରତି ଗାଁରେ ଏତେ ନିଯୁକ୍ତି ସୁବିଧା ସୃଷ୍ଟି ହୋଇପାରିବ ଯେ ଲୋକେ କାମ ଖୋଜି ଗାଁ ଛାଡି ଆଉ ବିଦେଶ ଯିବାକୁ ପଡ଼ିବ ନାହିଁ ।

ଗାଁ ଲୋକେ ସଚେତନ ହେଲେ ଗାଁ ରେ ପରସ୍ପର ମଧ୍ୟରେ ମିଳିମିଶି ଚଳିବେ । ଆପୋଷ ଆଲୋଚନା ଓ ସଦ୍ଭାବ ରକ୍ଷା କରି ନିଜ ମଧ୍ୟରେ ଥିବା ଛୋଟମୋଟ ବିବାଦ ତୁଟାଇ ପାରିବେ । ମାଲିମକଦ୍ଦମାରେ ସର୍ବସ୍ୱାନ୍ତ ହେବେ ନାହିଁ ।

ଅନ୍ୟ କେହି ବାହାର ବ୍ୟକ୍ତି ବିଶେଷଙ୍କ ମିଥ୍ୟା ଏବଂ ଅର୍ଥ ପ୍ରଲୋଭନରେ ନପଡ଼ି ବିବେକାନୁମୋଦିତ ଭାବେ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରି ସାଧୁ , ଯୋଗ୍ୟ ଏବଂ ଉତ୍ତମ ଜନପ୍ରତିନିଧି ନିର୍ବାଚିତ କରିବେ । ନିଶା ସେବନ ଭଳି କ୍ଷତିକାରକ ଅଭ୍ୟାସ ଠାରୁ ଦୂରରେ ରହିବେ । ଗ୍ରାମର କୋମଳମତି ବାଳକ ବାଳିକା ମାନଙ୍କ ଉତ୍ତମ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ର ସୁବ୍ୟବସ୍ଥା ପାଇଁ ଅକୁଣ୍ଠ ସହଯୋଗ ଦେବେ ।

ଜନସଚେତନତା ଏବଂ ସହଯୋଗ ଦ୍ବାରା ହିଁ ବିକାଶର ସ୍ୱପ୍ନ ସାକାର ହୋଇପାରିବ । ଆମ ଗାଁ ହସିଲେ ଆମ ମୂଲକ ଏବଂ ଦେଶ ହସି ଉଠିବ ।

ରାତି ପାହି ଆସୁଥିଲା । ବିକାଶକୁ ଟିକେ ଦୁଇ ଆଖି ପୂରାଇ ଭଲକରି ନିରେଖି ଦେଖିବାକୁ ମନ ଆଉଟି ପାଉଟି ହେଉଥିଲା । ସକାଳର ସୁନେଲି ସୂର୍ଯ୍ୟ କିରଣ ପଡି ଫୁଲ ଗଛ ଗୁଡ଼ିକରେ ବିଭିନ୍ନ ରଙ୍ଗର ଫୁଲସବୁ ପାଖୁଡ଼ା ମେଲିବାକୁ ଯାଉଥିଲେ । ଶୀତଳ, ସୁନ୍ଦର, ସ୍ନିଗ୍ଧ ସୁରଭିରେ ଚଉଦିଗ ମହକି ଉଠୁଥିଲା । ମୁଁ ବିକାଶ ର ସ୍ପର୍ଶ ପାଇବାକୁ ଉତ୍କଣ୍ଠିତ ହୋଇ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁଥିଲି ।

ବିକାଶର ସ୍ୱାଗତ ପାଇଁ ଏକା ମୁଁ ନୁହେଁ ସାରା ଜଗତ ଯେମିତି ଚାତକ ପରି ସତୃଷ୍ଣ ନୟନରେ ଶୂନ୍ୟାକାଶକୁ ଚାହିଁ ରହିଛନ୍ତି ।



Rate this content
Log in

Similar oriya story from Inspirational