Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Dipti lekha Mishra

Inspirational


5.0  

Dipti lekha Mishra

Inspirational


ବିବେକର ବୋଲକରା

ବିବେକର ବୋଲକରା

8 mins 391 8 mins 391

ଶୁନଶାନ ରାତି ।ଚାରିପଟେ ଅନ୍ଧାର ହିଁ ଅନ୍ଧାର । କିଛି ବାଟ ଦିଶୁନାହିଁ କୁଆଡେ ଯିବ କଣ କରିବ କେମିତି ନିଜ ଲକ୍ଷ ସ୍ଥଳରେ ପହଂଚିବ କେହି ଜଣେ ସାହା ଭରସା ବି ନାହିଁ । ଆଲୋକର ସନ୍ଧାନରେ ଆଲୋକ ବେହେରା ଅନ୍ଧାରକୁ ଭାଙ୍ଗିବାର ପ୍ରୟାସ ଜାରି ରଖିଛି । ତଥାପି ସେ ବାଟବଣା । ଦିନେ ଆଲୋକ ତା ମାଆକୁ କହିଲା ବୋଉ ତୁ କହ ଜୀବନରେ କେଉଁ ରାସ୍ତାଟି ବାଛିବା ଉଚିତ ।

ବୋଉ କହିଲା ପୁଅରେ ତୋ ବିବେକ ଯାହା କହିବ ତା କଥା ଅନୁସାରେ ଚାଲ । ଅନ୍ୟମାନେ କୁଆଡେ ଗଲେ ,କଣ କଲେ? କେତେ ଅର୍ଜିଲେ ତୋର ସେଥିରେ କିଛି ଆପତ୍ତି ନ ରହିବା ଦରକାର ଅନ୍ୟର ଖୁସି ହେଉ ଅବା ଦୁଃଖ ତୁ ତାକୁ ମାପ କରିବା ପ୍ରୟାସ କରିବୁନୁ । କେବଳ ଗୋଟିଏ ଜିଦରେ ଚାଲିଲେ.. ବିବେକର ବୋଲକରା ହେଲେ ଯାଇ ତୁ ତୋ ଲକ୍ଷ ସ୍ଥଳରେ ପହଂଚିବୂ ଆଉ ତୋର ଆତ୍ମ ସମ୍ମାନ ଅତୁଟ ରଖିପାରିବୁ ।

ମାଆଙ୍କର ଏ କଥା ଦୁଈପଦ ଖୁବ ଛୁଇଁଥିଲା ଆଲୋକର ଅନ୍ଧାରୁଆ ହୄୄୄୄୄୄୄୄୄୄୄଦୟକୁ । ଏଥର ଲାଗୁଛି ଆଲୋକ ପାଇଁ ଅନ୍ଧାରର ମୂଲ୍ୟ କିଛି ନାହିଁ । ଅନ୍ଧାର ଆପେ ଆପେ ଅପସରିଯିବ । ବହୁତ ସାହାସ ଆସିଗଲା ।

ଆଲୋକ ଦିନେ ଖରାବେଳଟା ରେ ନିଝୂମ ନିଦରେ ଶୋଇଥାଏ । ସ୍ବପ୍ନରେ ଗୋଟିଏ ସୁନ୍ଦର ଝିଅଟି ତା ପ୍ରେମିକ ସହ ଏକ ହୋଟେଲ ରେ ବସି ଖାଉଥାଏ । ପ୍ରେମିକ ର ମନ ଭାରି ଚଂଚଳ । ଟିକେ ଟିକେ ହସୁଥାଏ ଆଉ ପୁଣି ଥରେ କଣ ଭାବି ଭାବି ଗୁମସୁମ ହୋଇଯାଏ । ତାକୁ ଦେଖି ଆଲୋକ ଭାବୁଥାଏ ଏଇଟା ଏକ ପାଗଳ କି ? କିନ୍ତୁ କଥାଟା କିଛି ଅଲଗା ଥିଲା । ସେ ସୁନ୍ଦରୀ ଝିଅ ପାଖରେ ବସି ବି ଅନ୍ୟ ଝିଅଙ୍କୁ ଏକ ନଜରରେ ଦେଖୁଥାଏ ।ଆଖିପତା ପଡୁନଥାଏ ।ବାରମ୍ବାର ତା ପ୍ରେମିକା ,ମାନେ ସୁନ୍ଦରୀ ଝିଅଟି ଅତି ସ୍ନେହରେ ଶ୍ରଦ୍ଧାରେ ତା ପ୍ରେମିକ ସହ କଥା ହେବା ପାଇଁ ଝୁରୁଥାଏ କିନ୍ତୁ ସେ ଶୁଣୂନଥିଲା । ତା ପରେ ତା ପରେ ଆହୁରି ଅନେକ ପ୍ରେମିକ ପ୍ରେମିକା ସେ ହୋଟେଲ କୁ ଆସିଲେ । ହେଲେ ସମସ୍ତେ ସେ ପ୍ରକାରର । ବାପ୍ ରେ ୟେ କି ଘୋର କଳିଯୁଗ । କେଉଁ ଝିଅ ଖରାପ ତ ଆଉ କେଉଁ ପୁଅ ମଲା ମଣିଷ ଏ ନେତ୍ର ଏତିକି ଦେଖିବା ପାଇଁ ବାକି ଥିଲା ଛି..ଛି..ଛି । ଧିକ ଏ ମଣିଷ ଜନମ ଶ୍ରେଷ୍ଠ ସିନା ମଣିଷ ହେଲେ ତାର ସମସ୍ତ କର୍ମ,ଆଚାର,ବ୍ୟବହାର ସବୁ ପଶୁତୂଲ୍ୟ ମନେ ହେଉଛି ।

ଧେତ୍ ତେରିକେ ! ଏ ଆଖି କଣ ନ ଦେଖିଲା ! ରାମ ରାମ ରାମ ରାମ ! ଏମିତି ସବୁ ବି ହୁଏ ? ଆହା ବାପା ମାଆ କେତେ କଷ୍ଟରେ ମଣିଷ କରିବାକୁ ହଜାର ହଜାର ପାଣିଫୋଟକା ଭଳି ଖର୍ଚ୍ଚ କରୁଛନ୍ତି । ହେଲେ ଏ ବାଳୁଙ୍ଗା ଟୋକା ଗୂଡିକ ସବୁ ନାମ ଦେଉଛନ୍ତି ପିତା ମାତା ଙ୍କ ଭଲ ପାଇବା ଠୋକର ମାରି ଏମାନେ ଏମାତି କେମାତି କରିପାରୁଛନ୍ତି ? ଛି.ଛି.ଛି।

ପ୍ରଭୂ ମୁଁ ଏସବୁ ଦେଖିବା ପାଇଁ ଚାହିଁନଥିଲି ହେଲେ

ବାଧ୍ୟ ହୋଇ ଦେଖିବାକୁ ପଡିଲା । ଭାରି କଷ୍ଟ ହେଉଛି ପ୍ରଭୂ । ମୋତେ କ୍ଷମା କର । ଏ ସ୍ଥାନ ଛାଡି ଅନ୍ଯତ୍ର ଯିବାକୁ ହେବ । ଖାଈସାରିବା ପରେ ଭାବିଲା ମନ ଭଲ ଲାଗିବ ଯଦି ପାର୍କ ଆଡେ ଟିକେ ବୁଲିଆସିବି । ଏୟା ଭାବି ଆଲୋକ ଏଥର ପାର୍କ ଆଡେ ମୁହାଁଇଲା । ବହୁତ ସମୟ ବୁଲିବ ଆଉ ବହୁତ ମଜା କରିବ । ଭାବିଲା ବୋଉକୁ ଫୋନ କରି ଏଠିକୁ ଡାକିବ ଆଉ ଫୁଲ ମସ୍ତି କରିବ । ବୋଉ କହିଲା ଆରେ ବାପା ତୁ ଏକା ବୁଲାବୁଲି କରି ଚାଲି ଆସେ । ମୋ ଦେହ ଆଜି ଭଲ ଲାଗୁନି । ଆଉ ଦିନେ ମିଶି କରି ଯିବା । ହଁ ହଉ କହି ଆଲୋକ ଭିତରକୁ ଗଲା । ଏଣ୍ଟ୍ରି ଗେଟ୍ ପାଖରେ ଟିକଟ କଟାଯାଉଥିଲା । ଟିକଟ ଟେ କାଟିଲା ।ଭିତରକୁ ଦୁଇ ପାଦ ଆଗକୁ ଯିବାକୁ ବାହାରିଛି କି ନାହିଁ ତାର ସାଙ୍ଗ ମାନେ ବି ନିଜ ନିଜ ପ୍ରେମିକ ପ୍ରେମିକା ସହ ପାର୍କରେ ଗୋଟେ ଗୋଟେ ଚେୟାର ରେ ବସିଯାଇଛନ୍ତି । ଆଉ କେତେ ସାଙ୍ଗ ଘାସ ଗାଲିଚାରେ ବସିଛନ୍ତି । ଓଃ! ସବୁଠାରେ ସେଇ ଏକା

କଥା । ଏମାନେ ଠିକ ନା ମୁଁ ଠିକ ? ମୋ ଚିନ୍ତାଧାରା ଏତେ ଖରାପ ! ନା ନା! ଏମିତି ହୋଇପାରିବନି । ମନ ପୁଣି ଆଲୋକକୁ କହେ ଆଜିକାଲି ଏମିତି ହୁଏ । ତୁମକୁ ଭଲ ନ ଲାଗିଲେ ବି ଗ୍ରହଣ କରିବାକୁ ପଡିବ । ତୁମେ ଆଉ ତୁମ ଅଜା ଜେଜେଙ୍କ ଭଳି ହେଲେ ଚଳିବନି । ଆଲୋକ ମନକୁ କହିଲା ହଁ ଯେ କିନ୍ତୁ ମୋ ପାଠପଢା ଅଧାରେ ରହିଯିବ ।ମୋ ବାବା ବୋଉ ଙ୍କ ସୁନ୍ଦର ସ୍ବପ୍ନ ଚୁରମାର ହୋଇଯିବ । ଯେମିତି କାଚ ଭାଙ୍ଗିଗଲେ ଆଉ ଯୋଡି ହୂଏନି କି ସୁନ୍ଦର ଦିଶେନି ଆଉ ନିଜ ପ୍ରତିରୂପ କୁ ବି ଠିକ ଭାବେ ଦେଖି ହୁଏନା । ମନ ଆଊ ବିବେକର ଯୁକ୍ତିତର୍କ ଭିତରେ ଅତିଷ୍ଟ ହୋଇପଡି ଆଲୋକ ରାଗ ତମ ତମ ହୋଇ ଉଠିଲା ବେଳକୁ ଏସବୁ ତାର ସ୍ବପ୍ନ ଥିଲା ।

ପୁଣି ଆରଦିନ ଖରାବେଳେ ଶୋଇଥିଲା ଆଲୋକ । ପୁଣି ସେମିତି କିଛି ସ୍ବପ୍ନ । ଓହୋଃ ,ଏଗୂଡାକ କି ସ୍ବପ୍ନ କେଜାଣି ?

ତାର ଏକ ସାଙ୍ଗ ପିର୍କରେ ତା ପ୍ରେମିକା ,ସିଏ ବି ଆଲୋକର ପଡିଶା ଘର ଝିଅ ସହ ବସି ଜୋର୍ ସୋର୍ ରେ ଖିଲି ଖିଲି ହୋଇ ହସୁଛନ୍ତି । କଲେଜ ବ୍ୟାଗ ଦୁହିଁଙ୍କ ପାଖ ପଟେ ରଖି କାନ୍ଧରେ ହାତ ରଖି ଗପସପ ଚାଲିଛି । ଦେଖୁ ଦେଖୁ ହାତର ଆଉ ଆୟତ୍ତ ନାହିଁ । ମୁହଁର ବି ଆୟତ୍ତ ନାହିଁ । ଛି.ଛି.ଛି.ଏତେ ଖରାପ ସଂପର୍କରେ ବନ୍ଧା ହେଲେଣି । ଏମାନେ ଦୁହେଁ ଦୁହିଁଙ୍କୂ ବିବାହ ନ କଲେ ତ ମରିଯିବେ । ପୁଣି ଟିକେ ଆଗକୁ ଯାଏ ତ ଆଲୋକର ମାଉସୀ ଝିଅ ଘାସ ଗାଲିଚାରେ ବସି ପାର୍କର ନିୟମ କାନୂନ ପୁରା ଯେମିତି ଭାଙ୍ଗିଦେଇଛି । ତା ଲଭର କୁ କୁଣ୍ଢେଇ ଏମିତି ଧରିଛି ଯେମିତି ଷ୍ଟେଚ୍ୟୁ । ଛି..ଛି..ଛି। ତାକୁ ଭାଷାରେ କହି ହେବନି।ପବ୍ଲିକ ଜାଗାରେ ଏମାତି ଆଜିକାଲି ହେଉଛନ୍ତି ! ସାନ ସାନ ଛୁଆ ମାନେ ଖେଳିବେ କଣ ଏମାନଙ୍କ ଠାରୁ ଏ ଖରାପ ସଂପର୍କ ବୋଧେ ଶିଖିଯିବେ । କଣ କରିବ ଆଲୋକ ? ଏକାନ୍ତ ରେ ବସି ଭାବିଲା । ଆଲୋକର ବିବେକ ବାରମ୍ବାର ବାଧା ଦେଉଛି ତୋ ବାପା ମାଆ ର ଟଙ୍କା ଟଙ୍କା ର ହିସାବ ଦେବାକୁ ମାନେ ଭଲ ପାଠପଢି ଭଲ ମଣିଷ ଟି ହେବାକୁ । ଏପଟେ ମନ କହୁଛି ହଁ ମ କଣ ହେଇଯିବ ଚାଲେ ଗୋଟେ ଝିଅକୁ ପଟେଇଦେ ଆଉ ତା ସହ ତୁ ବି ଟିକେ ହେଁହେଁ ଫେଁଫେଁ ହବୁ । ଦିନଟା ଆରାମରେ କଟିଯିବ । ମନ ଆଉ ବିବେକ ଦୁହେଁ ଘାଣ୍ଟି ଦେଲେଣି ଆଲୋକକୁ । ମନ୍ଦିରକୁ ଚାଲଗଲା ଆଲୋକ । ଆଉ ପାର୍କର ଅଶୋଭନୀୟ ଦୃୃୃୃୃୃୃୃୃୃୃଶ୍ୟ ଦେଖି ଖରାପ ଚିନ୍ତାର ଶିକାର ହେଇପାରିଲାନି । ବିବେକ ର କଥାକୁ ଗୁରୁତ୍ବ ଦେଲା । ମନ୍ଦିର ରେ ଠାକୁର ଙ୍କୁ କହିଲା ପ୍ରଭୂ ସଂସାର ର ଇଏ କି ମାୟା ରଚନା କରିଛ ? ତୁମେ ତ ସୃୃୃୃୃୃୃୃୃୃୃଷ୍ଟିକର୍ତ୍ତା, ତୁମେ ପୁଣି ବିନାଶ ପାଇଁ କାହିଁକି ଏ କଅଁଳିଆ ହୃୃୃୃୃୃୃୃୃଦୟ ଗୂଡିକୁ ଏମିତି ହରଡଘଣା ରେ ପକାଉଛ ?

ଧ୍ୟାନମଗ୍ନ ହୋଇ ଠାକୂରଙ୍କ ସାମ୍ନାରେ ବସିଗଲା । ଯେତେ ଯାହା ହେଉ ପଛେ ପ୍ରଥମେ ପାଠ ହାଁ ପଢିବି ବୋଲି ଦୃୃୃୃୃୃୃୃୃୃୃୃୃୃୃଢ ନିଷ୍ପତ୍ତି ନେଲା । ବୋଉ ର ଦୁଇ ଧାଡିଆ ପରାମର୍ଶ ବାରମ୍ବାର ମନେ ପକାଈଲା । ଏମିତି ବହୁତ ସମୟ ପରେ ମନ ଶାନ୍ତ ହେଲା ଆଉ ଚୁପଚାପ ରହିଲା । ଯାହା କି ଆଲୋକ କୁ ଟିକେ ଶକ୍ତ କରିପାରିଲା । ସେଠାରୁ ଠାକୁରଙ୍କୁ ପ୍ରଣାମ କରି ଘରକୁ ଫେରିଲା । ଏମିତିରେ ତା ସ୍ବପ୍ନ ଏତିକିରେ ସରିଯାଇଥିଲା । ନିଦ ଭାଙ୍ଗୂ ନ ଭାଙ୍ଗୁଣୂ ବୋଉର ରଡି ଶୁଣି ଚମକି ଉଠିଲା । ବାପରେ ଉଠିଲୁ,ଏ ଦୀର୍ଘ ସ୍ବର ଶୁଣିବାକୁ ଆଲୋକକୁ ଭାରୀ ଭଲ ଲାଗେ । ପୁଣି ଶୁଣିବାକୁ ଇଛା ହେଉଥାଏ । ବୋଉ ବି ସତେ ଯେମିତି ପୁଅର ମନକଥା ଜାଣିପାରିଲା ଭଳି ପୁଣି ଥରେ ରଡି ଛାଡିଲା । ହଁ ହଁ ବୋଉ ଯାଉଛି ଯାଉଛି ...ମୁଁ

ଶୋଈନି ,ଉଠିଗଲିଣି ।

ଆରେ ୟେ କଣ ହେଲା ? ବୋଉ ବୋଉ ଆ ଆ ଦେଖିବୁ କେମିତି ତୋ ଶାକର ଖଜା ଗୂଡିକୁ ଜନ୍ଦା ମାନେ ଚାରିପଟେ ଘେରିଦେଲେଣି । ବୋଉ ଆସିଲା କହିଲା ଆରେ ବାଳୁଙ୍ଗା ଏଇଟା ତ ସେମାନଙ୍କର ଖାଦ୍ୟ । ଖାନ୍ତୁ ନ ହେଲେ ବଂଚିବେ କେମିତି କହୁନୂ । ହଁ ବୋଉ ଠିକ କହିଲୁ । ହେଲେ ବୋଉ ଦେଖେ ଗୋଟିଏ ଅଲଗା କଥା ବି ଏମାନଙ୍କର ଅଛି । ମୁଁ ଶୁଣିଥିଲି ପିମ୍ପୁଡି ଜନ୍ଦା ମାନେ ଧାଡି ଭାଙ୍ଗନ୍ତିନି କିନ୍ତୁ ଦେଖେ ଗୋଟିଏ ଜନ୍ଦା କେମିତି ତାର ଖାଦ୍ଯ ଧରି ଅଲଗା ରାସ୍ତାରେ ଯାଉଛି ।

ବୋଉ କହିଲା ସେ ତ ଠିକ ଚିନ୍ତା କରିଛି କାରଣ ତୁ ଯଦି ଗେମାସିନ ପାଉଡର ପକାଇବୁ ତାହେଲେ ତୁ କେଉଁଠି ପକାଇବୁ ?

ଆଲୋକ କହିଲା ବୋଉ ଯେଉଁଠି ଜନ୍ଦା ଥିବେ ।


ବୋଉ କହିଲା ହଁ ତୁ ଠିକ କହିଲୁ ।ତୋର ଏ ଧାଡିକ ଉତ୍ତରରେ ହିଁ ତୋର ପ୍ରଶ୍ନର ଉତ୍ତର ରହିଛି ।


ଆଲୋକ କହିଲା ବୋଉ ତୁ କଣ କହୁଛୁ ମୁଁ କିଛି ବୁଝିପାରୁନି ।ମୋତେ ତୁ ବୁଝାଇ କହ ।


ବୋଉ କହିଲା ଆରେ ପୁଅ ତୁ ଗେମାସିନ୍ ପାଉଡର ଯେଉଁଠି ଜନ୍ଦା ଦେଖିବୁ ସେଠି ପକାଇବୁ ।ଅଲଗା ରାସ୍ତାରେ ଯାଉଥିବା ଜନ୍ଦାକୁ ପକାଇବୁନୁ ନା । ତ ଏବେ ଚାଲାକି କିଏ କହ ? ସେ ଜନ୍ଦା ଯିଏ ଭାବିଲା ସମସ୍ତେ ଯେଉଁ ରାସ୍ତାରେ ଯାଉଛନ୍ତି ସେ ରାସ୍ତାରେ ଯିବା ନିହାତି ଦରକାର ନୁହଁ ।

ହଁ ହଁ ବୋଉ ଠିକ କଥା । ତୋ ମୁଣ୍ତରେ କେତେ ବୁଦ୍ଧି ସତେ ।


ବହୁତ ଦିନ ପରେ ଛୋଟିଆ ଚାକିରିଟେ ଆଲୋକ ପାଇଲା । ସେ ଚାକିରି ପାଇବା ପରେ ପାଠପଢା ର ମୂଲ୍ଯ ରହିଲା ବୋଲି ଭାବି ଭଲ ମନରେ ଯୋଗ ଦେଲା । ତା ପରେ ପରେ ଏକ ସ୍ବପ୍ନରେ ଦେଖିଥିବା ସୁନ୍ଦରୀ ଝିଅ ଭଳି ଝିଅଟିକୁ ବିବାହ କଲା । ଦୁଇଟି ଜାଆଁଳା ପିଲାର ବାପା ଏବେ ଆଲୋକ । ଚାକିରୀ ର ଏକ ବର୍ଷ ଚାଲିଗଲା ତଥାପି କାହାକୁ କିଛି କହିପାରୁନଥିଲା କାରଣ ଜନବଳ କି ଧନବଳ ନ ଥିଲା । ଆଉ ଏ ଅବସ୍ଥା ଆଗକୁ ହେଲେ ଏମିତି ହିଁ ରହିବ ଜାଣିପାରୁଥିଲା । ତେଣୁ ମନର କଥା ଏଥର ଶୁଣିଲା । ବନ୍ଧୁମାନଙ୍କ ସହ କଥା ହୋଇ ସେ ବି ସେମାନଙ୍କ ଭଳି କିଛି କିଛି ଲାଞ୍ଚ ଖାଇବା ଆରମ୍ଭ କଲା । ଏଥର ଅଭାବି ଅଭାବି ଆଉ ଲାଗିଲାନି । ଦରମା ଟଙ୍କା ସବୁ ସଂଚୟ କରି ରଖିଲା । ଦେଖିଲା ଅନ୍ୟାୟ ବିନା ସଫଳତା ଅସମ୍ଭବ । ଦିନକୁ ଦିନ ଲୋଭ ବଢିଲା ଆଉ ସନ୍ତୋଷ ଲାଭ ବି ହେଲା । ଏକ ପରିବା ଦୋକାନୀ ପାଖକୁ ଗଲା ତାକୁ ଜୋର ଜବରଦସ୍ତ ବାଧ୍ଯ କରି ମୂଲଚାଲ କଲା ଆଉ ପରିବାତକ କିଣି ଆଣିଲା । ପିଲାଙ୍କ ପାଇଁ ଲୁଗା ବେପାରୀ ଠାରୁ ମୂଲଚାଲ କରି କିଣିଲା । ଘରକୁ ଏକ ଚେୟାର,ଟେବୁଲ ନେବା ଆଉ ପରେ କଣ କିଣିବା ଭାବି ଚେୟାର ଦୋକାନୀ ଠାରୁ ବି ମୂଲାମୂଲି କରି କିଣି ଆଣିଲା। ସ୍ତ୍ରୀ ମୁଣ୍ଡର ଖୋସାରେ ଫୁଲ ଲଗାଇବ ବୋଲି ମାଳୀ ଠାରୁ ମୂଲାମୁଲି କରି ଆଣିଲା । ଘରର ସାଜ୍ଜସଜ୍ଜା ଏତେ ସୁନ୍ଦର କରିଦେଲା ଯେ ନିଜ ବନ୍ଧୁମାନଙ୍କୁ ଦେଖିଲେ ଆଉ ତାକୂ ଖରାପ ଲାଗେନି ।ଏଥର ସମସ୍ତଙ୍କ ସହ କମ୍ଫୋରଟେବଲ୍ ମନେ କଲା । ଏମିତି ସୁଖଦୁଃଖରେ ପାଞ୍ଚ ବର୍ଷ ଆରାମରେ ଚାକିରି କଲା ।

ଦିନେ କଣ ହେଲା ତା ଜୀବନ ଠାରୁ ଅଧିକ ଜରୁରୀ ଲାଗୂଥିବା ମୋବାଇଲ ଟି ଟେବୁଲ ଉପରେ ରଖି ଗାଧୋଇବାକୁ ଯାଇଥାଏ ।କିଏ ଚୋରି କରି ନେଇଗଲା । ଅଫିସରେ କିଏ ଜଣେ ଶତ୍ରୄୄୄୄୄୄୄୄୄୄୄତା କଲା ଯେ ତା ପାଇଁ ବହୁତ ଟଙ୍କା ଖର୍ଚ୍ଚ କଲା । ସ୍ତ୍ରୀ ର ଦେହ ଖରାପ ହୋଇ ଆଇ ସି ୟୁ ରେ । ତା ପାଇଁ ଲକ୍ଷ ଲକ୍ଷ ଖର୍ଚ୍ଚ । ଏପଟେ ପିଲାଙ୍କ ପାଠପଢା ପାଇଁ ସ୍କୁଲରେ ନାମ ଲେଖାଇବ ତା ପାଇଁ ପୁଣି ତିରିଶ ହଜାର ଟଙ୍କା ଦରକାର । ସ୍କୁଲର ପ୍ରିନ୍ସିପାଲ ଏକ ଟଙ୍କା ହେଲେ କାଟିଲେନି । ଡାକ୍ତରବାବୁ ଡରାଇଲେ ଟଙ୍କା ଖର୍ଚ୍ଚ ନ କରିପାରିଲେ ଘରକୁ

ନେଇଯାଅ । ସେ ବି ଟଙ୍କାଟି କାଟିଲେନି । ମୋବାଇଲ ଟି କିଣିବା ପାଇଁ ପୁଣି ଟଙ୍କା ଦରକାର । ହେ ଭଗବାନ ମୋତେ ରାସ୍ତା ଦେଖାଅ କହି ମାଆର କୋଳରେ ଶୋଇପଡିଲା । ପୁଣି ଏକ ସ୍ବପ୍ନ ଦେଖିଲା । ସ୍ବପ୍ନରେ ଏକ ମାୟାବିନୀ ଆସି ହାଜର । ଦେବତାଙ୍କର କି ଦାନବର ? ସେ କହିଲା ପୁତ୍ର ତୁମେ ତୁମର ଭୂଲ ଗୂଡିକୁ ଅନୁତାପ କର ଦେଖିବ ସେ ସବୁ ସମସ୍ୟା ସମାଧାନ ଆପେ ଆପେ ହୋଇଯିବ । ତୁ ଯେତେ ସବୁ ମଲ୍ ଯାଉଛୁ ମୂଲେଇପାରୁନୂ,ହସ୍ପିଟାଲ ରେ ବି ନୁହଁ,ଓକିଲ ପାଖରେ ନୂହଁ, ତୁ ଖାଲି ବାହାରେ ବୁଲା ବିକାଳୀ ଠାରୁ ଛଡାଇ ଆଣି ପାରୁଛୁ । ତୁ ଲୋକଙ୍କ ସେବା କରିବା ପାଇଁ ଟଙ୍କା ପାଉଛୁ ହେଲେ ସେମାନଙ୍କ ଟଙ୍କା ବି ଚଳୁ କରି ଦେଉଛୁ । ସେମାନେ ତୋତେ ଯେତେ ଅଭିଶାପ ଦେଉଛନ୍ତି ତୁ କଣ ତାର ହିସାବ କରିଛୁ ? ନା କେବେ ନୁହଁ । ତୁ ଝିଣ୍ଟକା ମାରି ବଣି ପୋଷିବା ଜାଣିଛୁ । କେତେ ନିରୀହ ପଶୁପକ୍ଷୀଙ୍କୁ ଆହାର କରି ଖାଉଛୁ । ତୋତେ ଭଲ ବାଟ ଭଗବାନ ଦେଖାଇବେ କେମିତି ? କେବଳ ପ୍ରାୟଶ୍ଚିତ କରେ ଦେଖିବୁ ସବୁ କିଛି ଠିକଠାକ ହୋଇଯିବ ।

ଆରେ ହଁ ସତ କଥା କହିଲ ତୁମେ । ତୁମକଥା ମୋର ଚିରଦିନ ମନେ ରହିବ । ଆଲୋକ ଏତିକି କହିବା ବେଳକୁ ତାର ନିଦ ଭାଙ୍ଗିଗଲା । ତାର ବୋଉ ପାଖରେ ବସି ମୁଣ୍ଡ ଆଉଁସି ଆଉଁସି କେତେ କାନ୍ଦି ବସିଛି । ବୋଉ ର ଆଖିରେ ଲୂହ ଦେଖି ନିଜକୁ କଷ୍ଟେ ମଷ୍ଟେ ସମ୍ଭାଳିନେଲା ଆଉ ବୋଉକୁ ସାନ୍ତ୍ବନା ଦେଲା ।ଆଲୋକ ଏଥର ନିଜ ଭୂଲ ବୁଝିପାରିଲା ହେଲେ ପୁଣି ଶତ୍ରୄୄୄୄୄୄୄୄୄୄତା ବଢିଲା । ମନ ପୁଣି କହିଲା ଲାଞ୍ଚ ନେବାକୂ କିନ୍ତୁ ନା ଏଥର ଆମ ଆଲୋକ କୁଆଡେ ପୁରାପୁରି ହୀରାଖଣ୍ଡ ହେଇଗଲାଣି । ତା ପରିବାରର ସମସ୍ତ ଅସୁବିଧା ଦୂର ହୋଇଗଲା । ସମସ୍ତେ ଖୁସିରେ ରହିଲେ । ଏମିତିକି ଭଗବାନଙ୍କ ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବନାହିଁ ମୋବାଇଲ ଟି ଗିଫ୍ଟ ଆକାରରେ ଜଣେ ବଦାନ୍ୟ ବ୍ୟକ୍ତି ଦାନ କରିଥିଲେ । ହଜିଯିବା ମୋବାଇଲ ଟି ତା ର ପାପ ଅର୍ଜିତ ଟଙ୍କାରେ ସତେ ଯେମତି ପାଇଥିଲା । ହେଲେ ଏବେ ଆନନ୍ଦ କହିଲେ ନ ସରେ ।

ଅବଶ୍ୟ ଅଳ୍ପ ଧନରେ ଘର ଚଳାଇବା କଷ୍ଟସାଧ୍ୟ ତଥାପି ଅନେକ ପ୍ରକାରର ଯୋଜନା ଚିନ୍ତା କଲା ଆଉ ଛୋଟିଆ ବ୍ୟବସାୟ ଟି ଆରମ୍ଭ କଲା ଏବଂ ନିଜ ସ୍ତ୍ରୀ କୁ ସେଥିରେ ସମୟ ଦେବା ପାଇଁ କହିଲା । ଦୁଇ ଜଣଙ୍କ ପରିଶ୍ରମ ଫଳରେ ଏଥର ଆଉ ଅସୁବିଧା କିଛି ଲାଗୁନଥିଲା । ଅଳ୍ପ ଆୟ ରେ ଖୁସି ଅନେକ ଥିଲା । ସବୁ ସାଙ୍ଗମାନଙ୍କ କଥା ଭାବି ଯଦି ଆଜି ଲାଞ୍ଚ ଖାଉଥାନ୍ତା ହୁଏତ ଏତେ ଭଲ ପାଇବା ଲୋକଙ୍କ ଠାରୁ ମିଳିନଥାନ୍ତା ।

ସେ ଏବେ ପ୍ରତିଜ୍ଞା କରିଛି ସବୁ ଲୋକ ଯେଉଁ ରାସ୍ତା ବାଛିବେ ମୁଁ ତା ଠାରୁ ଭିନ୍ନ ହେବି ,କିଛି ଭିନ୍ନ କରିବି,ଉଚିତ ପଦକ୍ଷେପ ନେବି ଆଉ ଜଗତର କଲ୍ୟାଣ କରିବି ।



Rate this content
Log in

More oriya story from Dipti lekha Mishra

Similar oriya story from Inspirational