Kalpana Kumari Pradhan

Horror

4.7  

Kalpana Kumari Pradhan

Horror

ଭୟ

ଭୟ

3 mins
449


୧୯୯୭ମସିହା ର କଥା l ମୁଁ ଦଶମ ଶ୍ରେଣୀ ରେ ପଢୁଥାଏ ମୋର ଟେଷ୍ଟ ପରୀକ୍ଷା ସରିଯାଇଥାଏ l ବୋର୍ଡ ପରୀକ୍ଷା କୁ ଆଉ ତିନି ମାସ ଥାଏ l ବାପା ମୋର ଭାରି ରାଗି l ପାଠ ପଢ଼ା ରେ ଏପଟ ସେପଟ ହେଲେ ସେ ଜମା ପସନ୍ଦ କରନ୍ତି ନାହିଁ l ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା, କିନ୍ତୁ ତା ପ୍ରତି ମୋର ଖାତର ନ ଥାଏ l ତେଣୁ ବାପା ମୋତେ ଦଣ୍ଡ ଦେଲା ପରି ଭିଣୋଇଙ୍କ ହଷ୍ଟେଲରେ ଛାଡି ଦେଲେ ସେହି ତିନି ମାସ ପାଇଁ l ଆମେ ରହୁଥିଲୁ ସହରରେ l ହଷ୍ଟେଲ ଟି ଵୋରିପଦରସ୍କୁଲର,ଗାଁ ର ଶେଷ ମୁଣ୍ଡ ରେ ଅବସ୍ଥିତ l ତାର ଚତୁଃ ପାର୍ଶ୍ୱ ରେ ଘଞ୍ଚ ବୃକ୍ଷ ରାଜି l ଦିନ ବେଳେ ବି ସୂର୍ଯ୍ୟ ଙ୍କ କିରଣ ଠିକ ସେ ପଡ଼େନି ତା ଅଗଣାରେ l

ପ୍ରଥମେ ପ୍ରଥମେ ଟିକେ କଷ୍ଟ ହେଲା କିନ୍ତୁ ପରେ ସାଙ୍ଗ ସାଥୀ ଙ୍କ ସହ ମିଶି ଧୀରେ ଧୀରେ ନିଜକୁ ସମ୍ଭାଳି ନେଲି ଜୀବନର ଏକ ନୂତନ ପରିସ୍ଥିତି ରେ l ହଷ୍ଟେଲ ର ନୀତି ନିୟମ ମାନି ଚାଲିବାକୁ ପଡେ l ସମୟରେ ଧାର୍ଯ୍ୟ କାର୍ଯ୍ୟସୂଚୀ ରେ ତାଳ ଦେଇ ଚାଲିବାକୁ ପଡିବ l ନ ହେଲେ ପଛରେ ପଡ଼ିଯିବ l

ସେଠା ରେ ପହଂଚିବାର ଦୁଇ ତିନି ଦିନ ହୋଇଥିବ, ସାଙ୍ଗ ଠାରୁ ଏପରି ଏକ କଥା ଶୁଣିଲି ମୋ ଭଳି ପିଲା ବି ଭୟ ରେ ଥରିବାକୁ ଲାଗିଲି l ମୁଁ କୌଣସି କଥା କୁ ସହଜରେ ଭୟ କରେନାହିଁ l ସେଠି ସ୍କୁଲ ଆଗରେ ଏକ ବିରାଟ ଆମ୍ବ ଗଛ ଅଛି l ତା ପଛକୁ ଛୋଟ ସାହି ଟିଏ l ସ୍କୁଲ ଗେଟର ଦକ୍ଷିଣ ପାର୍ଶ୍ଵ ରେ ଏକ ଝଙ୍କାଳିଆ ବରଗଛ ଟିଏ l ତା ଆଗକୁ ମା ସାକମ୍ବରି ଙ୍କ ମନ୍ଦିର l ତା କହିବା ଅନୁସାରେ ପ୍ରତିଦିନ ରାତି ଏକ ବିରାଟ ଛାୟା ମୂର୍ତ୍ତି ଏଇ ସ୍କୁଲ ର ଆଗରେ ନିର୍ଦ୍ଧିଷ୍ଟ କେତେ ଜାଗା କୁ ପରିକ୍ରମା କରେ l ଠିକ ସେହି କଥା ସ୍କୁଲ ଆଗରେ ଥିବା ଦୋକାନ ର ମଉସା ବି କହିଲେ l ସେ କହିଲେ ମୁଁ ବି ତାକୁ ବହୁ ବାର ଦେଖିଲିଣି, କିନ୍ତୁ ସେ କାହାର କିଛି କ୍ଷତି କରେନାହିଁ l ଏଇ ଆମ୍ବ ଗଛ, ସେ ପଥର ଗଦା ଆଉ ସେ ଭଙ୍ଗା ଦୁଇମହଲା ଘର ହୋଇ ସେ ସାକମ୍ବରି ମନ୍ଦିର କଡ଼ ରେ ଥିବା ବରଗଛ ଏହି ନିର୍ଦ୍ଧିଷ୍ଟ ଜାଗା କୁ ବୁଲେ l ତୁମେ ପିଲା ଲୋକ ଆଖିରେ ପଡିଲେ ଡରିଯିବ, ତେଣୁ ସନ୍ଧ୍ୟା ପରେ ବାହାରକୁ ବାହାରିବନି ବୋଲି ଚେତେଇ ଦେଲେ l

ସେତେବେଳେ ଏବେ ପରି ସ୍କୁଲ ରେ ବା ହଷ୍ଟେଲ ସବୁପ୍ରକାର ସୁବିଧା ନଥିଲା l ଶୌଚାଳୟ ନଥିଲା ତେଣୁ ଆମକୁ ବାହାରକୁ ଯିବାକୁ ପଡେ l ତେଣୁ ଆମେ କିପରି ସନ୍ଧ୍ୟା ସୁଦ୍ଧା ସେ କାର୍ଯ୍ୟ ସାରିବୁ ଧ୍ୟାନ ଦେଉଥିଲୁ l

ପୂର୍ଣ୍ଣମୀ ଆଉ ଦୁଇ ଦିନ ଥିବ ବୋଧେ l ରାତି ପ୍ରାୟ ଦଶଟା ହେବଣି ହଠାତ ମୋର ପେଟ ମୋଡି ଦେଲା ମୋର ଆଉ ଦୁଇ ଜଣ ସାଙ୍ଗ କୁ ଉଠାଇଲି l ମନ ଦମ୍ଭ କରି ତନିହେଁ ବାହାରିଲୁ l ମୁଁ ଓ ମୋ ସାଙ୍ଗ ଆମର ଗେଟ ବାହାରକୁ ଯାଇ ଥାଉ ବିପିନ ବାଲ୍ଟି ଧରି ପାଣି ଆଣୁଥାଏ l

ଆମେ ଦୁହେଁ ଦେଖିଲୁ ସେଇ ବିରାଟ ଛାୟା ମୂର୍ତ୍ତି l ଆଜିବି ଭ ମୋ ଲୋମ ଟାଙ୍କୁରୀ ଯାଏ ସେଇ ଦୃଶ୍ୟ ମନେ ପଡିଲେ l ତାର ଆକାର ଦୁଇମାହଲା ହୋଇଥିବା ଘର ଠୁଁ ବି ବଡ଼ ଦେଖା ଯାଉ ଥାଏ l ଏକ ଲମ୍ବ ଶୁଭ୍ର ଖମ୍ବ ସଦୃଶ l ଆମେ ଦେଖିଲା ବେଳେ ସେ ସେଇ ଘର ଆଡେ ମୁହଁ କରିଥିଲା l ତାକୁ ଦେଖି ମୋ ର ସବୁ ବନ୍ଦ ହୋଇ ଯାଇଥିଲା କିନ୍ତୁ ସେ ଯେତେବେଳେ ସେଇ ପଥର ଗଦା ପାଖକୁ ଆସୁଥିଲା ମୋ ଡହରା ସାଙ୍ଗ "ଆ ବଳଦ ମୋତେ ବିନ୍ଧ ଭଳି "କାର୍ଯ୍ୟ ଟିଏ କଲା l ସେ କହିଲା -ଆରେ ଆକୁ କଣ ଡରୁଛୁ ମୋ ବା' କହୁଥିଲା ପରିସ୍ରା କରି ସେଇ ବାଲି ତାକୁ ଫୋପାଡ଼ିଲେ ଏ ଧାଇଁବ l ବାସ ଏତିକି କଥା ସରିଲା ଏତେ କ୍ଷିପ୍ର ଗତିରେ ସେ ଆମ ଆଡ଼କୁ ମାଡି ଆସିଲା ଶବ୍ଦ ରେ ଅବିର୍ଣ୍ଣନୀୟ l ପଡି ଉଠି ଧାଇଁ ଲୁ ସେପଟେ ବିପିନ ପାଣି ଧରି ଆସିଲା ବେଳେ ଗେଟ ପାଖରେ ଏ ଦୃଶ୍ୟ ଦେଖି ବାଲଟି ଫୋପାଡ଼ି ଧାଇଁଲା l କିପରି ଆମେ ଆମ ରୁମ ରେ ପହଞ୍ଚିଛୁ ଜଣାନାହିଁ l ହେ ପ୍ରଭୁ ତୁମେହିଁ ଆମକୁ ରକ୍ଷା କଲ l

ସେହି ଦିନ ଠାରୁ ଆଉ କେବେ ବି ସନ୍ଧ୍ୟା ପରେ ବାହାରକୁ ଯାଇନି l ଯାହାବି ଖାଇ ସନ୍ଧ୍ୟା ପୂର୍ଵ ରୁ କାମ ଟି ସାରି ଦିଏ l



Rate this content
Log in

Similar oriya story from Horror