STORYMIRROR

Sunanda Mohanty

Horror Tragedy Thriller

3  

Sunanda Mohanty

Horror Tragedy Thriller

ଭୟ

ଭୟ

1 min
340


ସେଦିନ ଅନାମ ର ଏତାଦୃଶ କାର୍ଯ୍ୟକଳାପ ସାନ୍ତନୁଙ୍କୁ ସ୍ତଂଵିଭୂତ କରିଦେଲା, ବାଲଟିଏ ପାଣି ଟେକିବାକୁ ବଳ ନଥିବା ଅନାମ ନିଜ ଦାନ୍ତ ରେ ଗରା ଭର୍ତ୍ତି ପାଣି କାମୁଡି ପୁଣି ଦୁଇ ହାତରେ ଦୁଇ ବାଲଟି ପୂର୍ଣ୍ଣ ପାଣି ବୋହି ନେଇଯିବା ଦୃଶ୍ୟ ସହ ଗୁଣିଆ ର ତା ଉପରେ ଝାଡୁ ପ୍ରହାର ସାନ୍ତନୁଙ୍କୁ ଦୁଃଖ ଓ ଆଶ୍ଚର୍ଯ୍ୟ ଦରିଆ କୁ ଠେଲି ଦେଲାବେଳେ ସେ ବିଜ୍ଞାନ ଶତଦଳ ସାଉଁଟାଉ ଥିଲେ, ଆଉ ଥଳକୂଳ ନପାଇ ଗୁଣିଆ କଥା ଶୁଣୁଥିଲେ ଦାର୍ଶନିକଟିଏ ଭଳି l

ଗୁଣିଆ ପଚାରୁଥାଏ କହ କିଏ ତୁ, କାହିଁକି ଆସିଛୁ? ତ ଅନାମ କହୁଥାଏ ମୁଁ ପ୍ରଭା, ମତେ ଘନିଆ ମାରିଛି, ମୁଁ ତା ବଂଶ ଲୋପ କରିବି, ଘନିଆ ରକ୍ତ ପିଇଲେ ମୋ ଆତ୍ମା ଶାନ୍ତି ପାଇବ. ଗୁଣିଆ ପଚାରୁଥାଏ ତୁ କଣ ପାଇଲେ ଅନାମ କୁ ଛାଡି ଦେବୁ କହ ତ ଅନାମ ଦେହରେ ସବାର ଭୂତ ଖାଲି ମତେ ରକ୍ତ ମତେ ରକ୍ତ ବୋଲି ଚିତ୍କାର କରୁଥାଏ l

   ପ୍ରଭା ମରିଛି ଏକଥା ସତ, ତା ଶବ ମିଳିବା ପରେ ପୋଲିସ ଅନୁସନ୍ଧାନ କରୁଛି, ହେଲେ ପ୍ରଭାର ଭୂତ ଯଦି ଅନାମ ଦେହରେ ପ୍ରବେଶ କରି କୋଉ ଘନିଆ ମାରିଛି ତାକୁ ବୋଲି କହି ପାରୁଛି, ତେବେ ମାରିବା ଲୋକର ଭୂତ କିଛି କରିପାରୁନି କେମିତି, ଏହା ଅନାମ ର ମନସ୍ତାତ୍ଵିକ ପୂର୍ଣ୍ଣ କାଳ୍ପନିକ ଘଟଣା ପ୍ରବାହ ର ପରିସ୍ଫୁଟନ ନା ଅନ୍ୟ କିଛି ବୋଲି ଭାବୁଥିଲେ ଶାନ୍ତନୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror