ଭୟ ହିଁ ଭୁତ
ଭୟ ହିଁ ଭୁତ
ସେଦିନ ରାତିରେ ଖାଇ ସାରି ଗ୍ରାମ ଦେବତୀ ପୀଠ ପାଖରେ ଅବସ୍ଥିତ ପରିବେଶ ମଧ୍ଯ ରେ ଥିବା ନଟା ବୁଦା ବେଷ୍ଟିତ ଭୟଙ୍କର ପରିବେଶ ମଧ୍ୟ ଦେଇ ପାଇଖାନା ପାଇ ଯିବା ବେଳେ ନୀତିଶ ଏକ ଧଳା ରଙ୍ଗର ଶାଢ଼ୀ ପିନ୍ଧା ଲୋକ ଟି ଖୁବ୍ ଜୋର୍ ଜୋରରେ ଦୌଡ଼ି ବୁଲୁ ଥିବା ସହିତ ଗଛ ଲତା ଆଢୁୁଆଳ ରେ ଥର କୁ ଥର ଲୁଚି ଯାଇ ଛପି ଯାଉଛି ଦେଖି ଚକିତ ହୋଇ ଉଠିଲା ବେଳକୁ ବେଳ ଖୁବ୍ ଭୟ ରେ ଅସମ୍ଭାଳ ହୋଇ ଉଠିଲା । ଏ ଦୃଶ୍ୟ ଦେଖି ସେ ଆଉ ଘରକୁ ଫେରି ଯିବାକୁ ମନ କରୁ ଥିଲେ ସୁଦ୍ଧା , ସେ ପଟେ , ଖୁବ୍ ତଲବ୍ ଲାଗି ପୁଣି ଖୁବ୍ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବା ସହିତ , ହଠାତ ନୀତିଶ ର ଦେହ ହାତ , ସହିତ ସାରା ଶରୀର କ୍ରମଶଃ ଶୀତେଇ ଉଠିଲା ଲୁଙ୍ଗି ଭିତରେ ଦୁଇ କରି ଦେଲା ।
ଭୟ , ଭ୍ରାନ୍ତି, ଭ୍ରମ, ଉଦବେଗ, ଆଶଙ୍କା ଜଡିତ ଥିବା ମନ ପ୍ରାଣରେ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଘରକୁ ଫେରି ଆସି ଧୁଆ ଧୋଇ ହୋଇ ସାରି ଶୋଇବା ବେଳକୁ ତାର ଶରୀର କ୍ରମଶଃ କମ୍ପ ଘନ ଘନ ବଢି ଚାଲିଛି , ସଙ୍ଗେ ସଙ୍ଗେ ଜ୍ଵର ରେ ପଡ଼ିଲା । ସେ ଆଉ ସମ୍ଭାଳି ପାରୁନି । ଶୋଇବ ବା କଣ ? ବିଛଣା ବିଛେଇବା ରେ ଗଡ ପଡ ହେବା ର ବହୁତ ସମୟ ପରେ ବି ନିଦ ହେଉନି । ଥର କୁ ଥର ଥର ଓ କମ୍ପ ର ପ୍ରକୋପ ବୃଦ୍ଧି ପାଇଛି । ସେ ଗଡ ପଡ ହେବା ବେଳେ ବୋଉ ଆସି ଡାକିଲା ଆରେ କଣ ହେଲା , ତୁ ଏତେ ଯାଏଁ ଶୋଇ ନାହୁଁ ? କଣ ହେଲା କି ? କିଛି କହୁ ନାହୁଁ କାହିଁକି ? ପାଇଖନା ଯାଉଛୁ କହି ଯାଇଥିଲୁ, ସଙ୍ଗେସଙ୍ଗେ ଫେରି ଆସିଲୁ। କଣ ହେଲା , କିଏ ତୋର ଗୁଣ କଲା କି ?
ଏତେ କହି ତାର ଶରୀର ଉପରେ ହାତ ବୁଲେଇ ଆଣିଲା ପରେ କହିଲେ , ଏ .... ବାବା । ଏ ମାଆ ଲୋ .....
ଏତେ ଜୋର ରେ ଜର ଆସିଲା । କରିବା କିପରି ?
କଣ ହେଲା କହିଲେ ସିନା , ଜାଣିବା , ବୁଝିବା , ବେବସ୍ଥା
କରିବା ।
ସେ , ସଙ୍ଗେ ସଙ୍ଗେ ଚିଲ୍ଲେଇ ଉଠିଲା !!!!
ମା , ମୁଁ , ଭୁତ ଦେଖିଲି ...
ମୋତେ ଖାଇ ଦେଇ ଥାନ୍ତା । ଡରି ପଳାଇ ଆସିଥିବା ବେଳେ ଅଜାଣତରେ ଜର ଆସିଲା ।
ତାର ମାଆ ପୁଅ ର ଦୁଃଖ କଷ୍ଟ ରେ ଭାଙ୍ଗି ପଡିଛନ୍ତି ।
କହିଲେ ଆରେ , ବେଟା ଏମିତି କରିବା, ଭଲ , ହେଲେ , ସେ ଯାହା ବି ହେଉ ନା , କାହିଁକି ସେଥିକି ଡରିବାର କିଛି ନାହିଁ । ତୋର ହାତ ରେ ତ , ଟ୍ରାଚ ଲାଇଟୀ ଥିଲା , ଭଲ ଭାବରେ ଦେଖିଲୁ ନାହିଁ ।
ପିଲାଟି କହିଲା , ସେଇଟା ଥିଲା ବୋଲି ତ ମୁଁ , ଦେଖି ପାରିଲି । ଏବେ ବଞ୍ଚି ଗଲି । ଏହା ପରେ ସେ ଗୁଣିଆ ଡକାଇ ଝଡ଼ା ଫୁଙ୍କା ରେ ଲାଗି ପଡିଛନ୍ତି । ଅନେକ ଦିନ ଧରି ଜର ଲାଗି ରହି ବା ପରେ ସେ ସୁସ୍ଥ ହୋଇଛି ।
ପିଲା ଦିନରୁ ପ୍ରଚଳିତ ପରମ୍ପରା ଅନୁସାରେ ଗବେଷଣା ଇତ୍ୟାଦି ଜାରି ରଖିଛି ଆଜି ଯେବେ ଏ ପିଲା ଦିନର ଘଟଣା ଟି ତାର ମନେପଡେ , ଦେହ ଭୟ ରେ ଜଡ଼ ସଡ ହୋଇ ଶୀତେଇ ଯାଏ । ଅନେକ ଭାବ, ଭାବନା, ଶଙ୍କା ଓ ଆଶଙ୍କାରେ ମନ ବେଶ୍ ରୋମାଞ୍ଚକର ଅନୁଭୂତି ପ୍ରାପ୍ତ ହୋଇ ଥାଏ ।

