ଭୂତ କୋଠି
ଭୂତ କୋଠି
ରାତିର ନିଶବ୍ଦ ପ୍ରହରରେ ଜଣେ ଝିଅ ର କରୁଣ କ୍ରନ୍ଦନ ଶୁଣି ନିଦରୁ ଉଠିଯାନ୍ତି ଅନିମା । ଏତେ ରାତିରେ କିଏ କଣ ପାଇଁ କାନ୍ଦୁଛି ? ହେଲେ ସେ ଖାତିର ନକରି ଶୋଇପଡନ୍ତି।
ଅନିମା ଜଣେ ଶିକ୍ଷୟିତ୍ରୀ, କୌଣସି କାମ ପାଇଁ ରାମ ପୁର ଗାଆଁ କୁ ୪ ଦିନ ପାଇଁ ଆସିଥାନ୍ତି। ରାମପୁର ଗାଆଁ ଟି ଖୁବ୍ ଛୋଟ। ୧୦/୧୨ ଖଣ୍ଡ ପରିବାର ବାସ କରୁଥାନ୍ତି। ଅଧିକାଂଶ ଲୋକ ଚାଷୀ। ଗୋଟେ ମାତ୍ର ଜମିଦାର ଘରଟି ସେଇଟା କୋଉ କାଳୁ ପରିତ୍ୟକ୍ତ ହୋଇପଡ଼ିଥାଏ। କିନ୍ତୁ ଗୋଟିଏ ବୁଢ଼ୀ ସେଇ ଘର ର ରକ୍ଷଣାବେକ୍ଷଣ କରୁଥାଏ। ତଥାପି ଜମିଦାର ର ସେଇ ଘରେ ଭୂତ ଅଛି ବୋଲି ଡରି କେହି ସେଇ ଘର ଟି ପାଖକୁ ଯିବାକୁ ସାହସ କରନ୍ତି ନାହିଁ। ସେଇ ପରିତ୍ୟକ୍ତ ଘରଟି ପାଖରେ ଆଉ ଏକ ଘର ଅଛି ଯୋଉଟା ସଫା ଓ ସୁନ୍ଦର ଅଛି, ତଥାପି ଦୁଇଟି ଘର ପାଖକୁ ଯିବା ପାଇଁ କାହାର ସାହସ ହୋଇନି।
ତଥାପି ଅନୀମା ଙ୍କୁ ଭୂତ ପ୍ରେତ ଉପରେ କିଛି ବିଶ୍ୱାସ ନଥାଏ, ସେ ଭାବନ୍ତି ଏସବୁ ମନର ଭ୍ରମ। ଭୂତ ପ୍ରେତ ବୋଲି ଦୁନିଆରେ କିଛି ନାହାନ୍ତି। ଖୁବ୍ ସାହସୀ ସେ । ଅନେକ ଲୋକ ମନା କରିବା ସତ୍ତ୍ବେ ସେ ସେଇ ପରିତ୍ୟକ୍ତ ଘର ପାଖେ ଥିବା ଘରେ ରହିଲେ।
ରାତି ପ୍ରାୟ ୧୨ ଟା ହବ । ଅନିମା ସୋଇଥାନ୍ତି, ହଠାତ୍ କେହି ଜଣେ ସେଇ ପରିତ୍ୟକ୍ତ ଭୂତ କୋଠୀ ରୁ କାନ୍ଦିବାର ଶବଦ ଶୁଣନ୍ତି । ଗତକାଲି ତ ସେ କିଛି ନ ଭାବି ସୋଇ ପଡ଼ିଥିଲେ, ପୁଣି ଆଜି ?? କବାଟ ଖୋଲି ବାହାର ସାରା ଆଖି ବୁଲେଇ ଦେଖି ନିଅନ୍ତି କେହି କୁଆଡେ ନାହିଁ । ହେଲେ ସେଇ ଭୂତ କୋଠୀ ପାଖେ ଗୋଟେ ବୁଢ଼ୀ ଲଣ୍ଠନ ଧରି ଯାଉଥିବାର ଦେଖନ୍ତି । ଏହାପରେ ସେ ସକାଳୁ ଉଠି ସେ ବୁଢ଼ୀ କୁ ପଚାରିବେ ଭାବି କବାଟ ଦେଇ ଆସି ଶୋଇପଡନ୍ତି । ସେଇ କାନ୍ଦ କେତେବେଳେ ବନ୍ଦ ହେଲା ଜାଣି ପାରନ୍ତି ନାହିଁ ।
ସେଦିନ ଥାଏ ତାଙ୍କର ରାମପୁର ରେ ତୃତୀୟ ଦିନ । ସକାଳୁ ଉଠି ଚା କପେ ଧରି ଘର ବାହାରେ ବସିଥାନ୍ତି ଅନିମା । ନଜର ଥାଏ ସେଇ ପରିତ୍ୟକ୍ତ ଭୂତ କୋଠୀ ଉପରେ, ଗତକାଲି ରାତି ର କାହା କାନ୍ଦ ପାଇଁ କିଛିଟା ଭୟ ସଞ୍ଚାର ହଉଥାଏ । ଇଚ୍ଛା ହଉଥାଏ ସେଇ ବୁଢ଼ୀ ପାଖକୁ ଯାଇ କିଛି ପଚାରି ବାକୁ କିଏ କଣ ପାଇଁ ରାତିରେ କାନ୍ଦୁଛି
ସେ ଭୂତକୋଠି ପାଖକୁ ଯାଇ ଦେଖିଲେ ସେଇ ବୁଢ଼ୀ କୁ, ବୁଢ଼ୀ ଟି ଗୋଟେ କଳା ବିରାଡ଼ି କୁ ଘଉଡଉ ଥିଲା । ଅନିମା ଭାବନ୍ତି, ଲୋକ ମାନେ ଏହି କୋଠୀ କୁ ଡରି ଡରି ରହୁଛନ୍ତି ହେଲେ ସେ ବୁଢ଼ୀ ଟି ଡରୁନି କିପରି
ବୁଢ଼ୀ ଠାରୁ ସବୁକିଛି ଜାଣିବାର ଇଚ୍ଛା ହୁଏ ସେଇ ଭୂତ କୋଠୀ ଟି ଉପରେ, ରାତିର କ୍ରନ୍ଦନ ଟି ତାଙ୍କ ନିଦ ହଜେଇ ସାରି ଥାଏ ।
ଆନିମା ବୁଢ଼ୀ ଟିର ପାଖକୁ ଯାଇ କୁହନ୍ତି _ "ମାଉସୀ"
ବୁଢୀଟି ଅନିମାଙ୍କୁ ଦେଖି ଭାବେ, ମଣିଷ ଆସୁନଥିବା ଏହି ଘର ପାଖକୁ ଏହି ମହିଳା ଜଣଙ୍କର ଆସିବାକୁ ସାହସ ହେଲା କିପରି ?
ବୁଢୀଟି ଅନିମା ଙ୍କୁ କୁହେ _ "ତୁ କିଏ ମା ? ଏଠାକୁ କାହିଁକି ଆସିଛୁ ?"
ଅନିମା _ ମାଉସୀ ଆପଣ ଏଠାରେ ଏକା କେବେଠୁ ରହୁଛନ୍ତି ?
କଣ ଆପଣଙ୍କ ନିଜର କେହି ନାହାନ୍ତି?
ବୁଢ଼ୀ _ ନା ମୋର କେହି ନାହାନ୍ତି!!! ହେଲେ ତୁ କାହିଁ ପଚାରୁଛୁ ମା ?
ଅନିମା _ ଲୋକମାନେ କହୁଛନ୍ତି, ଏହି ଘରେ କୁଆଡେ ଭୂତ ଅଛି । ମୁଁ ମଧ୍ୟ ଦୁଇ ଦିନ ହେଲାଣି ଗୋଟେ ଝିଅର କାନ୍ଦିବାର ଶବ୍ଦ ଶୁଣୁଛି । ତଥାପି ଆପଣ କିପରି ଭୟ ନକରି ରହୁଛନ୍ତି ।
ବୁଢ଼ୀ _ "ମୁଁ ଆଜି ନୁହେଁ । ପ୍ରାୟ ପଚାଶ ବର୍ଷ ହେଲା ଏଠି ରହୁଛି ଲୋ ମା!!"
ଅନିମା _ (ଆଶ୍ଚର୍ଯ୍ୟ ହୋଇଯାଏ) ହେଲେ ମାଉସି ଆପଣକଂ ନିଜ ଲୋକ ମାନେ ଗଲେ କୁଆଡେ ?
ବୁଢ଼ୀ _ କହୁଛି ମା, ସବୁ କହୁଛି ।
ବୁଢ଼ୀ କହିବାକୁ ଆରମ୍ଭ କରେ_
୫୦ ବର୍ଷ ତଳର କଥା, ଏଇ କୋଠିଟିରେ ଜମିଦାର ଶରତ ରଞ୍ଜନ ତାଙ୍କ ମା, ପତ୍ନୀ ଓ ଝିଅ କୁ ନେଇ ରହୁଥିଲେ । ଅମାପ ସମ୍ପତ୍ତି ର ମାଲିକ ସେ, ବହୁତ୍ ହସଖୁସିର ସଂସାର ଥିଲା ତାଙ୍କର । ମୋ ବାପା ଏଇ ଘରେ କାମ କରୁଥିଲେ, ସେଥିପାଇଁ ଏଇ ଘର ସହ ମୋର ବହୁତ ଦିନରୁ ସମ୍ପର୍କ ଅଛି । ଆମର ଏଇ ଗାଆଁ ରେ ଘର ଥିଲା । ଓ ଆମେ ଆସି ଏହି ଘରେ କାମ କରୁଥିଲୁ । ହେଲେ ଖୁସିର ସଂସାର ଟି ସବୁଦିନ ପାଇଁ ରହିଲା ନାହିଁ । ଜମିଦାର ଙ୍କ ମା ମଲା ପରେ ମୋ ବାପା ମଧ୍ୟ କୋଉ ରୋଗ ରେ ପଡି ଆରପାରି କୁ ଚାଲି ଗଲେ । ସେବେଠୁ ମୁଁ ଆଉ ଗାଆଁ ରେ ରୁହେନି । ମୋ କାମରେ ଖୁସି ହୋଇ ଜମିଦାର ବାବୁ ମୋତେ ସେଇ ଘର ଟି ଦେଇଥିଲେ, ଯେଉଁଠି ଆପଣ ଅଛନ୍ତି । ମୁଁ ବିବାହିତ ନୁହେଁ ମା, ବାପା ମଲା ପରେ ବିବାହ କରିବାକୁ ତିଳେ ମାତ୍ର ଇଚ୍ଛା ହେଲାନି ।
ଜମିଦାର ଙ୍କ ଝିଅଟି ସରିତା, ଖୁବ୍ ସୁନ୍ଦରୀ ସେ । ଗୋଟିଏ ଚାଉଳରେ ଗଢା ଝିଅଟିଏ ସେ । ଜମିଦାର ଘର ର ଝିଅ ହୋଇ ମଧ୍ୟ ମନରେ ଗର୍ବ ଓ ଅହଙ୍କାର କିଛି ବି ନଥାଏ । ସମସ୍ତଙ୍କୁ ସାହାଯ୍ୟ କରେ ସେ, ସେଥିପାଇଁ ତାକୁ ସମସ୍ତେ ଭଲ ପାଆନ୍ତି । ତା ସହ ମୋର ସବୁଦିନେ ଖୁସି ଗପରେ ଦିନ ଗୁଡ଼ିକ କଟି ଯାଏ । ଆମେ ନିଜେ ଦୁଇ ଭଉଣୀ ପରି ଥିଲୁ ।
ତଥାପି ଖୁସି ବେଶୀଦିନ ରୁହେନି । ସରିତା ର ରୂପରେ ମୁଗ୍ଧ ହୋଇ ଅନେକ ପୁଅ ତା ପଛରେ ପଡିଥାନ୍ତି । ତଥାପି ସରିତା ସେସବୁକୁ ଖାତିର କରେନି । ଖୁବ୍ ଭଲ ଝିଅ ଥିଲା ସେ, "ହେଲେ କିଏ ଜାଣିଥିଲା ତା ଉପରକୁ ଦୁଃଖ ର କଳା ବାଦଲ ମାଡ଼ି ଆସିବ ବୋଲି!!"
ଦିନେ ରାତିରେ ଆମେ ସବୁ ଖାଇପିଇ ଶୋଇଥାଉ । ଏତିକି ବେଳେ କିଏ କବାଟ ଠକ୍ ଠକ୍ କରିବାର ଶବ୍ଦ ହୁଏ । ମୁଁ କିଏ କବାଟ ବାଡଉଛି ଯାଇ ଦେଖିବା ବେଳକୁ ୪ ଜଣ ଚୋର ଘର ଭିତରକୁ ପଶି ଆସନ୍ତି । ମୁଁ ପାଟି କରି ଡାକ ପକେଇଲା ବେଳକୁ ଜମିଦାର ତାଙ୍କ ସ୍ତ୍ରୀ ଓ ସରିତା ଉଠିକି ଆସି ଯାଇଥାନ୍ତି । ଚୋର ମାନେ ଚୋରି କରିବାକୁ ଲାଗି ଥାଆନ୍ତି । ସମସ୍ତଙ୍କୁ ଦେଖି ବାନ୍ଧି ଦିଅନ୍ତି, ହେଲେ ସରିତା କୁ ଛାଡ଼ିଲେନି ଲୋ ମା । ନର ପିଶାଚ ଗୁଡ଼ିକ ଝୁଣି ଖାଇଗଲେ ତାକୁ । କେତେ ସେ ଚିତ୍କାର କରୁଥାଏ । ମୁଁ କୌଣସି ମତେ ଖସି ଆସି ଦୋୖଡି ଦୋୖଡି ଗାଆଁ ଭିତରକୁ ଯାଇଥାଏ ଲୋକଙ୍କୁ ଡାକିବାକୁ । ଲୋକ ଙ୍କ ସହ ଆସି ଦେଖେତ, ସବୁ ଶେଷ ଲୋ ମା । ସରିତାର ରକ୍ତ ଜୁଡୁବୁଡୁ ଶରୀର ଚଟାଣ ରେ ପଡ଼ିଥାଏ, ଦେହସାରା ଅନେକ କ୍ଷତ ଚିହ୍ନ ଥାଏ । କେତେ ନିରୀହ ଝିଅ ଟି, କଣ ହୋଇଗଲା ତା ସହ କହି ବୁଢୀଟି କାନ୍ଦି ପକେଇଲା ।
ଏମିତି ତା ବାପା, ମା ଝିଅକୁ ଝୁରି ଝୁରି ପ୍ରାଣତ୍ୟାଗ କଲେ । ଶେଷରେ ମୋତେ ଗାଆଁ ଲୋକ ସନ୍ଦେହ ଚକ୍ଷୁ ରେ ଦେଖି, ମୋତେ ଡାହାଣୀ ଭାବି ତୋ ଯୋଗୁ ସବୁ ମଲେ ବୋଲି ଅନ୍ଧ ବିଶ୍ବାସ ରେ ଛନ୍ଦି ହୋଇ ଗାଆଁ ରୁ ମୋତେ ବାସନ୍ଦ କଲେ । ଗାଆଁ ରେ ଥିବା ମୋର ଘର ଟିକୁ ଜଳାଇ ଦେଲେ । ଆଖି ଆଗରେ ଏତେ କଷ୍ଟ ଦୁଃଖ ଦେଖି ଆସି ଏଇ ଘରେ ଶୋଇଥାଏ । ମୋତେ ମଧ୍ୟ କିଏ କାନ୍ଦିବାର ଶବ୍ଦ ଶୁଣାଯାଏ । ଖୋଜି ଖୋଜି ଛାତ ଉପରକୁ ଯାଇ ଦେଖେ ସରିତା ମୋତେ ଅନେଇ କାନ୍ଦୁଛି । ଡର ରେ ମୋ ଦେହରୁ ଗମ୍ ଗମ୍ ଝାଳ ବାହାରୁଥାଏ ।
ସରିତା ପାଖକୁ ଆସି କୁହେ _ "ତୁ କାନ୍ଦେନା, ମୁଁ ତୋର କିଛିବି କ୍ଷତି କରିବିନି । ଆଜିଠୁ ଏ ଘରେ ତୁ ହିଁ ରହିବୁ । ମୁଁ ତୋ ପାଖ ପାଖେ ଅଛି । ମୁଁ ମରିଯାଉଛି ସତ, ଲୁହ ମୋ ସହ ସବୁଦିନ ରହିଯାଇଛି କେବେ ଶେଷ ହବନି ।" ଏହା କହି ସରିତା କୁଆଡେ ଉଭେଇ ଯାଏ । ସରିତା କୁ ନ୍ୟାୟ ମିଳିବା ପାଇଁ କେତେ ନା କେତେ କଷ୍ଟ କରିଛି ତଥାପି କିଛି ବି ହୋଇନି । ସେବଠୁ ମୁଁ ଏଇ ଘରେ ଅଛି । ହେଲେ ସରିତା ମୋତେ ଦେଖା ଦେଇ ପ୍ରତିଦିନ କାନ୍ଦୁଛି ।
ଅନିମା ଏହା ଶୁଣି ଟିକେ ଭୟ କରନ୍ତି । ହାତ ଘଡି କୁ ଅନେଇ ଦେଖନ୍ତି ତ ରାତି ୧୧.୩୦ ହେଇଛି । ସେ ଯେ ସକାଳୁ ଆସି ଏ ବୁଢ଼ୀ ପାଖରେ ଅଛନ୍ତି, ତଥାପି ୟା ଭିତରେ ଏତେ ସମୟ ହୋଇଗଲା ଭାବି ବୁଢ଼ୀ ଠୁ ବିଦାୟ ନିଅନ୍ତି ।
ହେଲେ ସେଦିନ ରାତିରେ ତାଙ୍କୁ ନିଦ ହୁଏନି । ବୁଢ଼ୀ କଥା ସବୁ କାନ ପାଖରେ ବାଜୁଥାଏ । ଏହି ସମୟରେ ସେ ପୁଣି ସରିତାର କାନ୍ଦ ଶୁଣିବାକୁ ପାଆନ୍ତି ।
ସେଦିନ ରାମପୁର ରେ ତାଙ୍କର ଶେଷ ଦିନ ଥିଲା । ସକାଳୁ ଉଠି ଯିବାକୁ ବାହାରନ୍ତି ଅନିମା । ସେ ଘର ଟି ପାଖକୁ ଯାଇ ବୁଢ଼ୀ କୁ ଖୋଜନ୍ତି, ହେଲେ ପାଆନ୍ତି ନାହିଁ ଫେରି ଆସନ୍ତି । ଗାଆଁ ଲୋକ ଙ୍କ ଠୁ ବିଦାୟ ନେଇ ସେଇ ଭୂତ କୋଠୀ ବାଟେ ଗାଡ଼ିରେ ଗଲା ବେଳେ ଦେଖନ୍ତି ବୁଢୀଟି ତାଙ୍କୁ ନିରୀହ ଆଖିରେ ଚାହିଁଥିଲା ।