ଭୋକ
ଭୋକ


ଉଦର ମଧ୍ୟରେ ଯନ୍ତ୍ରଣା ଆଜି ଅଗ୍ନି ସମ ଜଳିବାକୁ ଲାଗିଛି । କେତେ ବା ଆଉ ମୁଁ ଦୁଇ ଟୋପା ଜଳରେ ନିଜର ପେଟର ଭୋକକୁ ମେଣ୍ଟେଇ ପାରିବି । ବଞ୍ଚିବା ପାଇଁ ଆଉ ମୋ ଦେହରେ ବଳ ନାହିଁ । ହଳଦୀରଙ୍ଗର ମୋ ଦେହଟା ମଉଳି ଗଲାଣି , ମୁଠେ ଖାଇବା ବିନା । ଭୋ ଭୋ ହୋଇ କାନ୍ଦୁଥାଏ ମୁଁ(ସୁନନ୍ଦା )ହଷ୍ଟେଲର ଖଟ ଉପରେ ଶୋଇରହି । ବେଳେ ବେଳେ ଆଖିର ଲୁହ ଧାର ଓଠ ପିଇ ଦେଉ ଥାଏ । ଛଟପଟ ହୋଇ କେତେ ବା ଏପଟ ସେପଟ ହେବି । ଦୀର୍ଘ ତିନି ଦିନ ହେଲା ସଂଘର୍ଷ କରୁଛି ଜୀବନ ସହ କେବଳ ମୁଠେ ଖାଦ୍ୟ ପାଇଁ । କେହି ବି ମତେ ଦାନା ମୁଠେ ଦେବା ପାଇଁ ଇଛୁକ ନାହଁନ୍ତି । କୌଣସି ମତେ ସୀତା ଅପା ଏ ମାସର ହଷ୍ଟେଲ ଭଡା ଧାର ଦେଇଛନ୍ତି । ଆଉ ପୁଣି ଏକ ମାସ ଭିତରେ ତିନି ହଜାର ଟଙ୍କା ସୁଜିବା ପାଇଁ ତାଗିଦ ବି କରିଛନ୍ତି । କଥାରେ ଅଛି ମଣିଷ ଅସୁବିଧାରେ ଯେତେ ବେଳେ ପଡିଥାଏ ,ସେତେବେଳେ ସବୁ କିଛି ଘଟଣା ଦୁର୍ଘଟଣା ହୋଇଯାଏ । ମୋ ପୋଡା ଭାଗ୍ୟ ବି ଠିକ ସେମିତି ! କାହିଁକି ଜିଦି କରୁଥିଲି ସହର ଆସି ପାଠ ପଢିବାକୁ ।
ବାପା ବୋଉ ଦୁଇ ଜଣ ଟଙ୍କା ଖର୍ଚ୍ଚ କରି ପାରିବେନି କହୁଥିଲେ ।ଶେଷରେ ମୋ ଜିଦ ସାମ୍ନାରେ ନତ ମସ୍ତକ ହୋଇ, ସରକାରୀ ଇଞ୍ଜିନିୟରିଂ କଲେଜ୍ରେ ଆଡମିସନ କରେଇ ଦେଲେ । ମାସକୁ ହଷ୍ଟେଲ ଆଉ କଲେଜ ଖର୍ଚ ତିନି ହଜାର ଟଙ୍କା । ବାପା ଗାଁରେ ଫସଲ ଚାଷ କରି ହାଟରେ ବିକ୍ରି କଲେ ପରିବାର ଚଳେ । ସେଥିରେ ମୋ ଭବିଷ୍ୟତ ପାଇଁ ସେ ସାହସ କରି ପାରୁ ନ ଥିଲେ । ଝିଅକୁଆଡେ ଘର ପାଇଁ ବୋଝ । ସେଥିପାଇଁ ତାଙ୍କର ବୋଝ ହାଲକା କରିବା ପାଇଁ , ସେ ମତେ ୨ ବିଜ୍ଞାନ ଗାଁ ପାଖ କଲେଜରେ ପଢିବାକୁ କହିଥିଲେ , ପଢା ଶେଷ ହେବା ପରେ ବାହାଘର କରେଇ ଦେବି । ଦଶମ ଶ୍ରେଣୀରେ ମୋର 85% ମାର୍କ ଥିବାରୁ ,ମୁଁ ଚାହୁଁ ଥିଲି ଇଂଜିନିୟର୍ ହେବାକୁ । ମୋ ପିଲା ଦିନର ସପ୍ନ ଥିଲା , ଇଂଜିନିୟର ହେବା ପାଇଁ । ମୋ ମାର୍କ ଭଲ ଥିବାରୁ ବାପା ଟଙ୍କା ପାଇଁ ମନ ଊଣା କରୁଥିଲେ ବି ଶେଷରେରାଜି ହେଲେ । ଆଡମିସନ କରେଇ ଦେଲେ ଆଉ ପ୍ରଥମ ବର୍ଷ ମୋର ସେମିତି କିଛି ବିଶେଷ ଅସୁବିଧା ହୋଇ ନ ଥିଲା । ଘରୁ ବାପା ମାସିକ ଟଙ୍କା ଠିକ ସମୟରେ କଲେଜରେ ଡିପୋଜିଟ କରି ଦେଉଥିଲେ । ଆଉ ମୁଁ ମନ ଦେଇ ପାଠ ମଧ୍ୟ ପଡୁଥିଲି ।
କିନ୍ତୁ ବିଧାତାର ଯୋଜନା ଥିଲା ଅନ୍ୟ କିଛି । ଭଲ ଫସଲ ହେବା ପାଇଁ ଯେଉଁ ଟଙ୍କା ବ୍ୟାଙ୍କରୁ କରଜ ଆଣିଥିଲେ , ଗତ ଫାଇଲିନ୍ ସମୟରେ ସବୁ ନଷ୍ଟ ହୋଇଗଲା । ବାକି ଯାହା ଆଉ ଟିକେ ଥିଲା ଯଉ ପୋକ ଆଉ ବର୍ଷା ପାଣି ମାଡରେ ସବୁ ନଷ୍ଟ ହୋଇଗଲା ।
ଆଖି ସାମ୍ନାରେ ନଷ୍ଟ ଫସଲ ଦେଖି ବାପା ବିବ୍ରତ ହୋଇ ଯାଇଥିଲେ । ଘରର ଗୁଜୁରାଣ ମେଣ୍ଟଇବା ପାଇଁ ଆଉ କିଛି ମାଧ୍ୟମ ନ ଥିଲା । ତା ଛଡା ମୋ ପାଇଁ ବେଶି ଚିନ୍ତା କରୁଥିଲେ । କେମିତି ଟଙ୍କା କାହାଠାରୁ ଧାରରେ ଆଣି ପଠେଇବେ । ଦୁଇ ମାସ ହରି କଣ୍ଟ୍ରାକ୍ଟର ପାଖରୁ ଧାର ଆଣି ପଠେଇ ଥିଲେ । କିନ୍ତୁ ସେତିକି ଯଥେଷ୍ଟ ନ ଥିଲା । ଅଭାବ ଅନଟନରେ ପଡି ଆଜି ଗରିବ ମଧ୍ୟବିତ୍ତ ପରିବାର ଟି ,ତା ପେଟର ଭୋକ ପାଇଁ କଲବଲ ହୋଉଥାଏ । ଏମିତି ଚିନ୍ତା ଭିତରେ , ବାବା ଙ୍କରରକ୍ତ ଚାପ ବାହାରି ପଡିଲା । ଡାକ୍ତର ଅଧିକ ଚିନ୍ତା ନ କରିବା ସହ ମାନସିକ ସନ୍ତୁଳନ ଠିକ୍ ସେରଖିବାକୁ ତାଗିଦ କରିଥିଲେ ।
ସମସ୍ତ କଥା ଜାଣିଲା ପରେ ବାପାଙ୍କୁ ଅଧିକ ଟେନସନ୍ ଦେବାକୁ ଆଉ ଇଛୁକ ନ ଥାଏ ।
ନିଜ ଗୋଡରେ ଠିଆ ହେବା ପାଇଁ ମନେ ମନେ ପଣ କଲି । ଏବେ ତ ମୁଁ ପାଠ ପଢୁଛି । କେଉଁଠି ବା ଚାକିରି କରିବି । କେଉଁ ମାନ ପତ୍ର ବଦଳରେ କିଏ ବା ଚାକିରି ଦେବ ।ପାର୍ଟ ଟାଇମ ଚାକିରି କେଉଁଠି ପାଇଗଲେ ଭଲ ହେବ , ଏମିତି ଭାବିଲା ଭିତରେ , ହଠାତ୍ ମନେ ପଡେ ସୀତା ଅପା କଥା । ସୀତା ଅପା କଲେଜରେ ସବୁଠୁ ସିନିୟର ଆଉ ସମସ୍ତେ ତାଙ୍କ କଥା ବି ଶୁଣନ୍ତି । ସେ ଚାହିଁଲେ କେଉଁ ଠି ପାର୍ଟ ଟାଇମ୍ ଚାକିରି ଟେ ବୁଝି ଦେବେ ।
ବହୁତ ଚିନ୍ତା କଲା ପରେ ,ରୁମ ନଂ 210ର କଲ୍ଙି ବେଲ ପାଖକୁ ହାତ ଆପେ ଚାଲିଗଲା ।
ବାହାରକୁ କେହି ଜଣେ ଆସି କହିଲା କଣ ଦରକାର ! କାହାକୁ ଖୋଜୁଛ ?
ସୀତା ଅପା ଙ୍କ ସହ କଥା ଥିଲା ।
ମୁଁ ,ସୁନନ୍ଦା ଦିତୀୟ ବର୍ଷର ଛାତ୍ରୀ ।
ହଉ ଅପେକ୍ଷା କର । ମୁଁ ପଚାରି କି ଆସୁଛି !
ହଁ ,
କିଛି ସମୟ ପରେ ଆଜଣା ଝିଅ ଟି ମୋ ହାତକୁ ଭିଡି ନେଇରୁମ ଭିତରକୁ ଟାଣି ନିଏ ।
କେବେ ଆଗରୁ ସେରୁମ ଭିତରକୁ ଆସି ନ ଥିଲି ।
ରଙ୍ଗୀନ ସାଜ ସଜ୍ଜା ସହ ବିଭିନ୍ନ ଆଲୋକ ମାଳା ଆଉ ଧିମା ଆଲୋକ ମଧ୍ୟରେ ଅନେକ ମୋ ପରି ତରୁଣି ମାନେ ,ସେଠି ବସିରହିଛନ୍ତି ।
ସମସ୍ତେ ଦେଖି ବାକୁ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।
ସୀତା ଅପା ଙ୍କ ପାଖକୁ ଲାଗି ଜଣେ ସୁନ୍ଦରୀ କାହାକୁ କଣ ବୁଝେଇ ଦେଉଥାନ୍ତି ।
ଆରେ ମାୟା ତୋର ଆଜି ପାଇଁ କେତେ ନେବୁ ?
ମୁଁ ଚାରି ହଜାର ନେବି।
ତା ପରେ ତୁମେ ଯାହା ଡିଷକାଉଣ୍ଟ ଦେଇପାର ।
କିନ୍ତୁ କଷ୍ଟମରର ସର୍ତ୍ତ୍ ଅଛି ସୀତା ଅପା କହିଲେ ।
କିଛି ଚିନ୍ତା କରନି ।
କଣ ମୋ ଉପରେ ଭରଷା ନାହିଁ?
ହଁ ଅଛି ।
ହଉ ଯା ବେଗି ,
ସଜ ହୋଇ ଯା ! ସୁନ୍ଦରୀ .......
ଆଜିରରଜନୀର ସାଥି ଅଉ ଟିକେ ପରେ ନେବାକୁ ଆସିବ ।
ମାୟା ଗଲା ପରେ,
ସୀତା ଅପା ମତେ ହାତ ଠାରି ଡାକିଲେ ।
କଣ କାମ ଅଛି ,କହୁନୁ ଲାଜ କଣ ପାଇଁ
କରୁଛୁ ।
ନାଇଁ ମାନେ ମତେ କିଛି ଟଙ୍କା ଦରକାର ଥିଲା ।
କେତେ ନେବୁ କହୁନୁ !ତିନି ହଜାର ଟଙ୍କା ।
କଣ କରିବୁ ସୁନନ୍ଦା ?
ଘରେ ଟିକେ ଅସୁବିଧା ଚାଲିଛି । ମୁଁ ଆପଣଙ୍କୁ ସୁଧ ସହ ଶୁଝିଦେବି । ମୋ ପାଇଁ ଗୋଟେ କେଉଁଠି ପାର୍ଟ ଟାଇମ ଚାକିରି ଯୋଗାଡ କରିଦେଲେ ଭଲ ହୁଅନ୍ତା ଅପା । ଘର ସମସ୍ୟା ପାଇଁ ଟିକେ ପଇସା ମାସକୁ ମାସ ଆସିବାରେ ଅସୁବିଧା ହେଉଛି ।
ଆଲୋ ବୋକି,
ସେମିତି ପାର୍ଟ ଟାଇମ୍ ଚାକିରି ଟେ ମିଳିବା ବହୁତ କଷ୍ଟ ! କେହି ବି ବିନା ସ୍ୱାର୍ଥରେ କାମରେରଖିବେନି । ଅଧିକ ସମୟ କାମ କରାଇବେ ଆଉ ଟଙ୍କା ବି କମ ଦେବେ ।
ମୋ ପାଖରେ ଗୋଟେ ଆଇଡିଆ ଅଛି ।
ଯଦିରାଜି ହେବୁ ,ତା ହେଲେ କହିବି !
କଣ କହୁ ନାହାଁନ୍ତି !
ମୋ ଦ୍ୱାରା ହୋଇ ପାରିଲେ ,ନିଶ୍ଚିତ କରିବି ।
ତୁ ଚାହିଁଲେ ତିନି ହଜାର କଣ ,ମାସକୁ ଦଶ ହଜାରରୁ କୋଡିଏ ହଜାରରୋଜଗାର କରି ପାରିବୁ ।
ହେଲେ କେମିତି ଆପା , ଗଭୀର ଆଗ୍ରହ ସହ ମୁଁ ପଚାରିଲି !
ଅଛା ମତେ କହ ସୁନନ୍ଦା ,ତୋର ଟଙ୍କା କଣ ପାଇଁ ଦରକାର । ପେଟର ଭୋକ ମାରିବା ପାଇଁ ଆଉ ନିଜର ଇଛା ପୂର୍ତ୍ତି କରିବା ପାଇଁ ।
ଯେମିତି ତୋ ପେଟର ଭୋକ ,ତତେ ମୋ ପାଖକୁ ଟାଣି ଆଣିଛି ଟିକେ ସାହାଯ୍ୟ ପାଇଁ ।
ସେମିତି ଆଉ କାହାର ଭୋକ ,ତୁ ମଧ୍ୟ ଚାହିଁଲେ ମେଣ୍ଟଇ ପାରିବୁ ।କେବଳ ତୋର ଟିକେ ତ୍ୟାଗ ଦେଇ !
ସେ ଭୋକର ନାଁ ହେଉଛି , "ଦେହର ଭୋକ" ।
ମୁଁ ବୁଝି ସାରିଥିଲା ସୀତା ଅପା କଣ ଚାହୁଁଥିଲେ କହିବାକୁ।
ନାଇଁ ଅପା ମୁଁ ପାରିବିନି , ଏ ପାପ ଖେଳ ଖେଳି!
ରୁମ ଭିତରେ ଉପସ୍ଥିତ ସମସ୍ତ ଝିଅ ଜୋରରେ ହସି ବାକୁ ଲାଗିଲେ ।
ପାପ କାହାକୁ କହୁଛୁ ! ଯେଉଁ ଠି ମୁଠେ ଖାଇବା ପାଇଁ ହାତ ପତେଇ ଭିକ ମଗା ଯାଇପାରେ । ଖରା ବର୍ଷା ଶୀତରେ ହାଡ ଭଙ୍ଗା ପରିଶ୍ରମ କଲା ପରେ ବି ,ଗୁଜୁରାଣ ନ ମେଣ୍ଟେ ।
ସେମିତି ପରିଶ୍ରମ କରି କି ଲାଭ କହ ମତେ!
ତୋ ପାଖରେ ଯେଉଁ ଖାଦାନ ଆଛି, ସେଥିରୁ ତୁ ଟିକେ ଦାନ କରିଦେଲେ ,କଣ ଅସୁବିଧା ହୋଇଯିବ ।
ଟଙ୍କାରୋଜଗାର ସହ ,ଯୌବନର ଉପଭୋଗର ଆନନ୍ଦ ଅନୁଭବ ହୋଇ ଥାଏ ।
ହେଲେ ଏହା କେବଳ ତୋ ଉପରେ ନିର୍ଭର କରେ ।
ଥରେ ଭଲ ସେ ଭାବେ ! ତୋ ଆବଶ୍ୟକତାକୁ ବୁଝିବା ପାଇଁ ଚେଷ୍ଟା କର । ଜାଣି ପାରିବୁ ସେ ପେଟ ଭୋକର ମୂଲ୍ୟ କେତେ।
ତୋ ପରି ମୁଁ ବି ଦିନେ ଭାବିଥିଲି , ସୌନ୍ଦର୍ଯ୍ୟର ମହତ୍ତ୍ଵ ଆଉ ନାରୀତ୍ୱର ମୂଲ୍ୟ କେତେ ।
ହେଲେ ପଥ ହରା ହୋଇ ଗଲି ନିଜକୁ ବଞ୍ଚେଇବାକୁ ଯାଇ । ଯେଉଁଠିକି ଗଲି ଚାକିରି ପାଇଁ, ସମସ୍ତ ଙ୍କ ନଜର ମୋ ଭରା ଯୌବନର ଉଷ୍ମତା ଉପରେ ଥିଲା ।
ଆଖିରେ ଆଖିରେ ସେମାନେ ମତେ ଯେମିତି ଶୋଷଣ କରି ଚାଲୁଥିଲେ । ଶେଷରେ ଭୋକର ଅଗ୍ନିରୋକି ନ ପାରି , ମୁଁ ହୋଇଯାଇଥିଲି ଉପଭୋଗର ବସ୍ତୁ ଟିଏ । ଆଜି ଦେଖେ ଏମାନଙ୍କୁ, ସେଇ ଗୋଟେ ପେଟର ଭୋକ ପାଇଁ, କେମିତି ଏମାନେ କେତେ ଭଦ୍ର ମୁଖା ଥିବା ସାମାଜିକ ଜଲାଧ ମାନଙ୍କର ଉପଭୋଗର ପାତ୍ରି ହୋଇ ଯାଇଛନ୍ତି ।
ମୁଁ ଜାଣେ ତୋର ପାଠ ପଢା ବହୁତ ଭଲ , ଗରୀବ ପରିବାର ହେଲେ ବି ତୋର ଇଛା ଶକ୍ତି ଦୃଢ ,କିନ୍ତୁ କହ ବିନା ଟଙ୍କାରେ ଏଠି କିଏ କଣ ଆଗେଇ ପାରୁଛି ନା ପାରିବ!
ସୀତା ଅପା ଙ୍କ ଯୁକ୍ତିକୁ ଖଣ୍ଡନ କରି ଫେରି ଆସିଲା ବେଳେରୁମକୁ, ଅପା ପଛରୁ ଡାକି କହୁଥିଲେ । ପ୍ରଥହରା ହେଲେ ,ତୋ ଅପାରରୁମ ସବୁ ବେଳେ ଖୋଲା ଅଛି ।
ଆଶା କରେ ଦୁଇ ମାସ ମଧ୍ୟରେ ମୋ ଟଙ୍କା ତୁ ସୁଝିଦେଇ ପାରିବୁ !
ଅପା କହିଲା ପରି ମୁଁ ଯେତେ ଜାଗା ଯାଇଛି ଚାକିରି ପାଇଁ, ସମସ୍ତ ଙ୍କର ଅଶ୍ଲୀଳ ନଜର ଦେଖି ଫେରି ଆସୁଥାଏ ।
ଶେଷରେ ଗୋଟେ ଲାଇବ୍ରେରୀରେ କାମ ଦଶ ଦିନ କଲା ପରେ , ଭାବିଥିଲି ମୁଁରକ୍ଷା ପାଇ ଯାଇଛି । ହେଲେ ଯେଉଁ ମାଲିକ ପାଞ୍ଚ ହଜାର ଟଙ୍କା ବିନା କୌଣସି ପ୍ରଶ୍ନରେ ଦେବାକୁରାଜି ଥିଲା । କେମିତି ଜାଣି ପାରିଲିନି ମୁଁ ,ସେ ବି ନର ମାଂସ ଖିଆରାକ୍ଷାସ ମଧ୍ୟରେ ଜଣେ ଥିଲା ।
ସେ ଦିନ ଫେରିବାକୁ ଲେଟ୍ ହେବାରୁ , ଏକାନ୍ତ ମୂହୁର୍ତ୍ତ ପାଇଁ ଇଛା କରିଥିଲା ମୋର ଦେହର ଭୋକର କାମନା କରି ତା ଭୋକର ଉପଶମ ପାଇଁ ନିବେଦନ ।
କୌଶଳ ବଶତଃ ମୁଁ ଖସି ଆସିଥିଲି ।ରାତିରେ ଅନେକ କାନ୍ଦିଛି, ନିଜକୁ ଧିକାର ମଧ୍ୟ କରିଛି ।
ଆଉ କେଉଁଠି ଯାଇ କାମ ମାଗିବନି ମନେ ମନେ ପଣ କରିଛି , ଯେତେ ଦିନ ପାରିବ ପାଣି ପିଇ ପିଇ ବଞ୍ଚିବି ସିନା, ହେଲେ ଇଜତ ନିଲାମ କରିବି ନାହିଁ ।
ଏଇ ଦୃଢ ଇଛା ଶକ୍ତି ଆଜି ତିନି ଦିନ ପାଣି ପିଇ ପିଇ ବଞ୍ଚିବାକୁ ବାଧ କରିଦେଇଛି । ନିଜକୁ ଦୁର୍ବଳତା ଆଉ କ୍ଷୀଣ ଦେଖି ଆଖିରେ ଲୁହର ବାରିଧାରା ଖଟ ଉପରେ ବୋହି ଯାଉଛି।
କଣ ବା କରିବି! ଭବିଷ୍ୟତ ଆଉ ଘର ଲୋକଙ୍କ କଥା ଭାବି ଜୀବନ ହାରିବି ପାରୁନି !
ଅସହ୍ୟ ଯନ୍ତ୍ରଣା ଉଦର ମଧ୍ୟରେ ଧିରେ ଧିରେ ବଢିବାକୁ ଲାଗିଛି । ଦେହରେ ଜର ବି ଆସିଗଲାଣି । ଲାଗୁଛି ଯେମିତି ଏଇ ମୂହୁର୍ତ୍ତରେ ପ୍ରାଣ ବାୟୁ ଛାଡି ଚାଲିଯିବ ।
ସମସ୍ତ କଳ୍ପନାରୁ ଫେରି ବାସ୍ତବତାରେ ବଞ୍ଚିବା ପାଇଁ ଶେଷରେ ମନସ୍ଥ କଲି।
ଧର୍ଯ୍ୟହରା ନ ହୋଇ , ଜୀବନ ସହ ସଂଘର୍ଷ କରିବା ପାଇଁ ମୋ ସୌନ୍ଦର୍ଯ୍ୟ ଆଉ ଭରା ଯୌବନର ନିଲାମ ବାଟକୁ ଶେଷରେ ଉପାୟ ଶୂନ୍ୟ ହୋଇ ଅଦରି ନେଲି ।
ଫୋନ ଖୋଜି ସୀତା ଅପା ଙ୍କୁ କଲ ଲଗେଇଲି ।
ହଲୋ ଅପା, ମୋର ଆଜିର ଦାମ୍ ପାଞ୍ଚ ହଜାର ଟଙ୍କା !
କଣ କେହି ମିଳି ପାରିବେ ଧୀର କଣ୍ଠରେ କହିଲି ।
ସୀତା ଅପା କହିଲେ ହଁ" ।
ତୋ ପାଇଁ ସବୁ ଅଛି ମୋ ବୋକି ।
କିଛି ସମୟ ପରେ ତୋ ପାଖକୁ ଗୋଟେ କଲ ଆସିବ ।
ସେ ମହାଶୟ ଯେଉଁଠିକୁ ଯିବାକୁ କହିବେ , ତୁମେ ଯିବ ।
ହେଲା ,ତୋ କହିବା ଟଙ୍କା ସେ ତତେ ଦେଇ ଦେବେ ।
ଆଉ ଗୋଟେ କଥା ଯଦି ତୁ ତୋର ଆକର୍ଷଣରେ ତାଙ୍କୁ କାବୁ କରି ପାରିଲୁ ,ରେଟ ବି ବଢେଇପାରୁ ।
ସେ ଟଙ୍କା ଆମକୁ ଦେବା ଦରକାର ନାହିଁ ।
""" ସ୍ୱାଗତମ ଟୁ ହଙ୍ଗର ୱାର୍ଲଡ଼ ""
ଏତିକି କହି ଫୋନ କାଟି ଦେଲେ ସୀତା ଅପା ।
ଜୀବନରେ ଅଲୋଡା ହେବାକୁ ଯାଉଥିବା ବାପାମାଆ ଙ୍କର ଅଲିଅଳି କଣ୍ଡେଇ ଆଜି ଆଖିରେ ଆଖିଏ ସପ୍ନକୁ ଲୁହର ସାଗର ମଧ୍ୟରେ ଭସେଇ ଦେଇଯାଉଛି । ଆକର୍ଷଣର ଉପଭୋଗ ଦୁନିଆଁକୁ ନିଲାମ କରିବ ପେଟର ଭୋକକୁ ।
ଥରି ଥରି ବେଡ୍ରୁ ଉଠି ନିଜକୁ ସଜେଇ ନେଲି ।
ଅପା କହିବା ମୁତାବକ , ଫୋନ କଲ ଆସିଲା ।
ହଲୋ , ଆର ୟୁ ସୁନନ୍ଦା !
ୟସ ସାର ।
ଓକେ ,
ତୁମେ ହଷ୍ଟେଲର ଗେଟ ବାହାରକୁ ଆସ , ସେଠି ନୂଆରେନଲଟ ଡଷ୍ଟର୍ କାର ନଂ ଓଡି 05A 8143ରେ ଆସି ବସିଯିବ!
ନୂଆରୂପରେ ମତେ(ସୁନନ୍ଦା) ଦେଖି ସିକ୍ୟୁରୀଟି ବି ଗେଟ ଖୋଲି ଦେଇଥିଲା ବିନା କୌଣସି ପ୍ରଶ୍ନରେ । ସେ ବି ସାମିଲ ଥିଲା ବୋଧ ହୁଏ ଏ ଖେଳରେ ।
ଧିରେ ଧିରେ ମୁଁ ଅଗ୍ରସର ହୋଇ କାରର ଡୋର ଖୋଲି ସିଟରେ ବସି ପଡ଼ିଲି ।
ଭୋକ ଆଉ ଲୁହରେ ଭିଜି ମୋ ଆଖିର ଦୃଷ୍ଟି ଶକ୍ତି କମ୍ ହୋଇଯାଇଛି । ହେଲେ ବି କାର ଭିତରର ମଣିଷ ଅଚିହ୍ନା ହେଲେ ବି ଚିହ୍ନା ଥିଲା ସୁନନ୍ଦା ପାଇଁ ।
କାହିଁକି ନା କିଛି ସମୟ ପାଇଁ ହେଉ ପଛେ ମୋ ହୃଦୟରେ ସେହି ଅଚିହ୍ନା ଯୁବକର ସ୍ଥାନ କ୍ଷଣ ଟିଏ ପାଇଁ ଥିଲା । ଧିରେ ଧିରେ କାର ଟି ଆଗକୁ ଗତି କରିବାକୁ ଲାଗିଲା । କିଛି ସମୟର ନିରବତା ଆଉ ଅନ୍ଧାରରାତିର ଘନ କଳା ଦୁନିଆଁରେ ହଜିଗଲା ।
ହଠାତ୍ କାର ହର୍ନ ଶୁଣି ନିଦ ଭାଙ୍ଗି ଗଲା ।
ଆଇ ଆମ ସରି ! କ୍ଲାନ୍ତ ପାଇଁ ଟିକେ ଆଖି ଲାଗିଯାଇଥିଲା ।
ଆର ୟୁ ସିଓର! ତୁମେରାଜି ଅଛ ତ , ନା ବାଧ୍ୟ ହୋଇ ଆସିଛ । ଦେଖ ମତେ କ୍ଲାନ୍ତ ଝିଅ ପସନ୍ଦ ନୁହେଁ ।
ଆପଣଙ୍କ ମନ ଉଣା କରିବାକୁ ଦେବି ନାହିଁ ସାର୍ ।
ଅପରିଚିତ ଚେହରା ନିର୍ଦେଶ ଅନୁସାରେ କାରର ବାହାରକୁ ଆସିଲି ।
ଦେହରେ ବଳ ନାହିଁ । ଚାଲିବା ପାଇଁ ବି ଶକ୍ତି ନାହିଁ ।
ଥରି ଥରି ଯିବାର ଦେଖି ,ଅପରିଚିତ ବ୍ୟକ୍ତି ଟି ହଠାତ୍ ନିଜ ହାତରେ ଟେକି ନେବାକୁ ମତେ ଉଦ୍ୟମ କରିବାରୁ ।
ମୁଁ ପ୍ରତିରୋଧ କଲି।
ମୁଁ ଯାଇ ପାରିବି !
ହଁ, ମୁଁ ଜାଣେ କିନ୍ତୁ ତୁମେ ଗୋଟେ କଥା ବୋଧ ହୁଏ ଭୂଲି ଯାଇଛ । ମୋ ପାଇଁ ତୁମେ ଆସିଛ ।
ସେଥିପାଇଁ ମୁଁ ଯାହା କହିବି, ତୁମକୁ କରିବାକୁ ପଡିବ । ତା"ନ ହେଲେ ତୁମେ ଆସି ପାର , ତୁମକୁ କୌଣସି ବାଧ୍ୟବାଧକତା ନାହିଁ ।
ନାଇଁ ସାର୍, ମୁଁ ଆପଣଙ୍କର ସବୁ କଥାରେରାଜି ।
କାହାରି ବାହୁର ଆଲିଙ୍ଗନ ପାଇ ନ ଥିବା ଶରୀର ଆଜି ଅନେକ ଅସରନ୍ତି ଆକର୍ଷଣର ଉର୍ଜାରେ ଭରିବାକୁ ଲାଗିଛି ।
ଘର ଭିତରେ ବିଭିନ୍ନ ପ୍ରକାର ଉପକରଣ ମାନ ସହ ନାନାଦି ଘର ଉପକରଣ ଯୁକ୍ତ ବସ୍ତୁ ଦେଖି ମୁଁ ଖୁସି ହୋଇଗଲି ।
ବେଡରୁମରେ ମତେ ଶୋଇବା ପାଇଁ କହି ଫେରି ଆସେ ସେଇ ଅପରିଚିତ ବ୍ୟକ୍ତି ଜଣଙ୍କ।
ନିଜକୁ କିଛି ସମୟ ପାଇଁ ହାଲକା ଲାଗିଲା । ଅପରିଚିତ ହେଲେ ବି ଯୁବକର କୌଣସି ଆକର୍ଷଣ ପ୍ରତି ଆଗ୍ରହ ମୁଁ ଅନୁଭବ କରି ପାରୁ ନ ଥିଲି।
ତଥାପି ସେ କଣ ମତେ ବିନା ମୂଲ୍ୟ ପାଇଁ ତ ଆଣି ନାହାନ୍ତି ।
ଏ ଦୁନିଆଁ ବହୁତ ସ୍ୱାର୍ଥପର। ତାଙ୍କର ବି କିଛି ସ୍ୱାର୍ଥ ଥିବ!
ବେଡ ଉପରେ ସେମିତି ବସିରହିଥାଏ ମୁଁ।
ହଠାତ ହାତରେ ଅନେକ ସୁ -ସ୍ୱାଦୁ ଖାଦ୍ୟ ଧରି ଯୁବକ ଟି ମତେ ଖାଇବା ପାଇଁ କହିଲେ ।
ମୁଠେ ଭାତକୁ ଦେଖି ମୋ ଆଖିରେ ଲୁହ ଆସି ଯାଇଥାଏ । ନାଇଁ ସାର୍ ଭୋକ ନାହିଁ !
ମୁଁ ଖାଇ କି ଆସିଛି । ଧନ୍ୟବାଦ ଆପଣଙ୍କର ଚର୍ଚା ପାଇଁ ।
କିନ୍ତୁ ମୁଁ କାହାକୁ ଖାଇବା ନ ଦେଇ କୌଣସି ସଂପର୍କରଖେ ନାହିଁ !
ଯଦି ତୁମେ ଏ ଖାଦ୍ୟକୁ ପ୍ରତ୍ୟାଖାନ କରିବ , ତେବେ ମୁଁ ଭାବିବି ତୁମ ମନରେ ଭୋକ ପ୍ରତି ସମ୍ମାନ ନାହିଁ !
ଆଉ ମୋର ତୁମ ସହ ଏରାତି କାଟିବା ସମ୍ଭବ ହେବ ନାହିଁ।
ଏଣିକି ତୁମ ଇଛା !
କଣ କହିବି ଭାବିପାରୁ ନ ଥିଲି କି ଭୋକକୁରୋକିପାରୁ ନ ଥାଏ । ଲାଜ ପାଇଁ କେତେ ବା ଆଉ ସହିବି ।ଶେଷରେ ଯେଉଁ ଟଙ୍କା ପାଇଁ ଆସିଛି , କେମିତି ନ ନେଇ ଯିବି!
ଖାଦ୍ୟ ଥାଳି ଟି ପାଖକୁ ନେଇ ମୁଁ ଖାଇବା ଆରମ୍ଭ କରେ । କିଛି ସମୟ ପରେ ଯୁବକ ଟି ଔଷଧ ଆଣି କିଛି ଖାଇବାକୁ କହିଲେ।
ମୁଁ ଠିକ ଅଛି !
ଆପଣ ଅଯଥା ଚିନ୍ତା କରନ୍ତୁ ନାହିଁ ସାର୍ !
ଔଷଧ ଖାଇ ଟିକେ ବିଶ୍ରାମ ନିଅ । କିଛି ଚିନ୍ତା କର ନି ସୁନନ୍ଦା ।
ମତେ, ତୁମର ପ୍ରସ୍ତାବ ମୁତାବକ ଟଙ୍କା ଦେବାକୁ ହେଲେ , ତମକୁ ,ତା ବଦଳରେ ଏ ଔଷଧ ଖାଇବାକୁ ପଡିବ ।
ନ ହେଲେ ମୁଁ , ମୋ କଥାରୁ ଓହରି ଯିବି ।
ଉପାୟ ଶୂନ୍ୟ ହୋଇପଡ଼ିଲି , କଣ କରିବ କିଛି ବୁଝି ପାରୁ ନ ଥାଏ ?
ଶେଷରେ ଔଷଧ ନେଇ ସେବନ କଲି।
ଏବେ ତୁମେ ବିଶ୍ରାମ କର ।ମୁଁ ଆସୁଛି !
ଏହା କହି ଯୁବକ ଟି ଘରର କବାଟ ବନ୍ଦ କରି ଚାଲିଗଲା ।
ମୁଁ ଚିନ୍ତିତ ହୋଇପଡ଼ିଲି , କଣ ସେ ମୋ ଉପରେ ଖୁସି ନୁହନ୍ତି!
ତା ନ ହେଲେ ମୁଁ କେମିତି ମୋ ପ୍ରାପୟ ପାଇବି ।
ଔଷଧ ଖାଇବାର କିଛି ସମୟ ପରେ ଦେହରୁ ଜର ଟିକେ କମି ଆସୁଥାଏ ।
କ୍ଲାନ୍ତ ଭରା ଦେହକୁ ଖାଦ୍ୟ ଆଉ ଔଷଧ ଟିକେ ଶକ୍ତି ଦେଲା ପରେ କେତେ ବେଳେ ମୁଁ ଶୋଇ ଯାଇଛି ଜାଣେନା।
ସକାଳ ସୂର୍ଯ୍ୟର ପହିଲି କିରଣରେ ମୋ ନିଦ ଭାଙ୍ଗିଲା ପରେ , ଚମକି ଉଠିଲି, ପାଖରେ ଟଙ୍କାର ଏକ ବଣ୍ଡେଲ ଦେଖି ।
ନିଜକୁ ପରଖି ନେଲି।କୌଣସି ପ୍ରକାର କ୍ଷତି ଦେହର ହୋଇ ନ ଥିବାର ଅନୁଭବ ହେଲା । ଦେହରେ ନୂତନ ଉର୍ଜା ଭରିଲା ପରି ଅନୁଭବ କଲି । କଣ ମୁଁ କାଲି କିଛି କରିନି ତାଙ୍କ ସହ । ତା ହେଲେ ସେ କଣ ପାଇଁ ମତେ ଟଙ୍କା ଦେଲେ ବିନା କିଛି ଆକର୍ଷଣ ଆଉ ଉପଭୋଗରେ !
କଣ ଚାହୁଁ ଥିଲେ ସେ ମୋର ! କିଛି ଅଶ୍ରିଳ ମୋର ଫଟୋ ଉଠେଇ ନାହାନ୍ତି ତ ?
ହେଲେ ଦେହର ପୋଷାକ ଆଉ ଯୌବନରୁ ସେମିତି କିଛି ଜଣା ପଡୁ ନାହିଁ ।
କବାଟ ଖୋଲି ବାହାରକୁ ଯାଇ ଦେଖିଲା ବେଳକୁ , ଡାଇନିଂରୁମରେ ସୀତା ଅପା ମତେ ଦେଖି ହସୁଛନ୍ତି ।
କଣ କାଲିରାତି କେମିତି କଟିଲା ?ପାଉଣା ମିଳିଲା ନା ନାହିଁ!
ପାଖକୁ ଦୌଡି ଯାଇ ସୀତା ଅପାଙ୍କ ପାଖରେ କହିବାକୁ ଆରମ୍ଭ କରେ ତ । ମୁଁ ସବୁ ଜାଣେ , ତୁ କଣ ପାଇଁ ଚିନ୍ତା କରୁଛୁ!
ତତେ ଟଙ୍କା ଦରକାର ଥିଲା ତୋ ପେଟର ଭୋକକୁ ଲାଘବ ପାଇଁ। ସବୁ ତ କାଲି ତୁ ପାଇ ସାରିଛୁ ।
ଏବେ ଖୁସି ହେବା କଥା ।କିନ୍ତୁ କଣ ପାଇଁ ମନ ଉଣା କରିଛୁ!
ମୁଁ ବୁଝି ପାରୁ ନାହିଁ ଅପା ସେ ବିନା କୌଣସି ମୂଲ୍ୟରେ ,କେମିତି ମତେ ଟଙ୍କା ଦେଇ ପାରିଲେ ?
ଆରେ ଅଭି, ତୋ" ଖାଇବାରେଡି ହେଲା କି ?
ଭୋକ ଲାଗିଲାଣିରେ । ହଁ ଆସୁଛି ଅପା !
ଶେଷରେ ମୁଁ ସେହି ଅପରିଚିତ ବ୍ୟକ୍ତିର ପରିଚୟ ଅଭି ଜାଣିବାକୁ ପାଏ । ତୋର ସମସ୍ତ ପ୍ରଶ୍ନର ଉତ୍ତର କହୁଛି, ବସ ଏଠି ।
ଅଭିଷେକ , ଦିନେ ଚାହିଁ ଥିଲା ମୋ ଜୀବନକୁ ବଦଳେଇ ବା ପାଇଁ ।
ଅତୀତରେ ଥରେ ଅଭିଷେକ ମତେ ବୁକ୍ କରିଥିଲା । ଆଜି ତୁ ଯେମିତି ଖୁସି ଅଛୁ , ଗୋଟେରାତି ପରେ । ଦିନେ ମୁଁ ବି ଥିଲି ।
ବିନା କୌଣସି ପ୍ରଶ୍ନରେ ସେ ମୋ ପ୍ରତି ଆକୃଷ୍ଟ ନ ଥିଲା । କେବଳ ମତେ ସେ ଚାହୁଁ ଥିଲା ଏ ପାପ ସମାଜରୁ ଉଦ୍ଧାର କରିବା ପାଇଁ , ତାର ବହୁ ମୂଲ୍ୟ ସ୍ୱାର୍ଥକୁ ମୁଁ ସ୍ୱୀକାର କରି ପାରିଲିନି ।
ବହୁତ ମତେ ବୁଝେଇ ଥିଲା ସେ ଏ କର୍ମରୁ ନିବୃତ୍ତ ହେବା ପାଇଁ ।
ମୋର ପ୍ରତି ଟି ଖର୍ଚ୍ଚ ବହନ କରିବା ପାଇଁ ବିରାଜି ଥିଲା ।କିନ୍ତୁ ମୁଁ ଆଉ ସେ ଖୁସିର ଦୁନିଆଁକୁ ବାଛି ପାରିଲିନି । ବିନା ମୂଲ୍ୟରେ ସେ ଦିନ ସେ ମୋ ପରସ୍ ଭରି ଦେଇଥିଲା ତା ଉପାର୍ଜିତ ଧନରେ ।
ଏଭଳି ଜଣେ ସୁନ୍ଦର ଯୁବକ ପାଇଁ ମୁଁ ଗର୍ବ କରୁଥିଲି । ତାର ସ୍ନେହ ଆଉ ଭଲପାଇବା ମୋ ପାଇଁ ଅଯୋଗ୍ୟ ମଣିଥିଲି ।
ସବୁ ତକ ଟଙ୍କା ମୁଁ ଫେରେଇ ଦେଇଥିଲି । ତାର ସରାଗର ଭଉଣୀ ଡାକ ମୋ ପାଇଁ ଯନ୍ତ୍ରଣା ଜୀବନର ଆଲୋକ ସାଜି ଥିଲା ।
ପିତା ମାତା ଶୂନ୍ୟ ଅଭିଷେକ ଜୀବନରେ ଚାହୁଁ ଥିଲା ପରିବର୍ତ୍ତନ । ତା ପୁଣି କାହାରି ମୁଖରେ ହସ ଦେଇ ।
ମୁଁ ତାକୁ କଥା ଦେଇଥିଲି , ନିଶ୍ଚିତ ଦିନେ ତା ବଳିଦାନ ଆଉ ସମାଜ ପ୍ରତି ଭଲପାଇବାର ମୂଲ୍ୟ ମିଳିବ ।
ସେଦିନ ତତେ ସେ ଲାଇବ୍ରେରୀରେ ଦେଖି ,ଜାଣି ସାରିଥିଲା ତୋ ଭିତରେ ଥିବା ପରିସ୍ଥିତିକୁ । ତା ମନରେ ଥିବା ସମସ୍ତ କଥାକୁ ସେ ମତେ ଫୋନ ମାଧ୍ୟମରେ କହିଥିଲା । କୌଣସି ମତେ ଲାଇବ୍ରେରୀରୁ ତୋର ନାଁ ଆଉ ଆଡରେସ କହିଲା ପରେ ମୁଁ ଜାଣି ପାରିଲି ।
ତୋ ପ୍ରତି ତାର ଭଲପାଇବା ଥିଲା । ଭଲ କ୍ୟାରିୟର ଆଉ ସୁନ୍ଦର ଦେଖା ଯିବା ସହ , ତୋ ବ୍ୟବହାର ତା ମନରେ ଏକ ସଂପର୍କର ସେତୁଟେ ଗଢି ସାରିଥିଲା ।
ସେଥିପାଇଁ ତୋ ପରିସ୍ଥିତି ବୁଝିଲା ପରେ , ମୁଁ ପ୍ରଥମେ ତାକୁ କଲ କରି ସବୁ କହିଲି । ଆଉ କାହାର ଶୀକାର ହେବାକୁ ଦେବା ପାଇଁ ସେ ମନା କଲା ।
ଯେତେ ଟଙ୍କା ଦରକାର ,ମୁଁ ସବୁ ଦେବି କହିଲା ।
ସେଥିପାଇଁ ମୁଁ ଚାହୁଁ ନ ଥିଲି , ମୋ ପରି ତୋ ଜୀବନ ବି ନଷ୍ଟ କରିବାକୁ ।
ଅଭିଷେକ ହିଁ ତୋ ପାଇଁ ଉପଯୁକ୍ତ ହେବ ବୋଲି ମୁଁ ତା ପାଖକୁ ପଠେଇଥିଲି ।
ଏବେ କହ ଆମେ କଣ ଭୂଲ କରିଛୁ ।ଜୀବନକୁ ଏମିତି ସଳିତା ହୋଇ ଜାଳିବାକୁ ଦେବାକୁ କେହି ଭଲ ପାଏ ନାହିଁ । ପରିସ୍ଥିତି ଆଉ ପରିବେଶ ବାଧ୍ୟ କରେ ଠିକ ମଣିଷକୁ ଭୂଲ ବାଟରେ ଯିବା ପାଇଁ ।
ତୋ ପକ୍ଷେ ବି ସେହି ପରିସ୍ଥିତି ଥିଲା । କିନ୍ତୁ ତୋ ହାତରେ ସେ ପରିସ୍ଥିତି ବଦଳି ଯାଇନି । ବଡ ଭଉଣୀ ହିସାବରେ ମୋର ତତେ ଗୋଟେ ଉପଦେଶ, ଜୀବନ ଚିହ୍ନିବାକୁ ଆରମ୍ଭ କର !
ଆଉ ସେ ଜୀବନ କେବଳ ତୁ ଚାହିଁଲେ ଅଭିଷେକ ସହ ବିତେଇ ପାରିବୁ ।
ବିନା କୌଣସି କିନ୍ତୁ ଆଉ ପ୍ରଶ୍ନରେ ?ଅଭିଷେକ ତତେ ଆପଣେଇ ବାକୁ ଅପେକ୍ଷା କରିଛି !
-----ତୁ ଚାହିଁ ଲେ ତାହା ସମ୍ଭବ ।
---- ଅପା ଖାଇବାରେଡି ।
ସୁନନ୍ଦା ତୁମେ ପ୍ରେସ୍ ହୋଇ ଆସ ,ଗରମ ଗରମ ପୁରି ଡାଲମା ଖାଇବ ।
ହସ ହସ ମୁହଁ ଦେଖି ଅଭିଷେକର , ମୁଁ ଲାଜେଇ ଗଲି ।
ବୁଝିଲୁ ଅଭି ! ମୁଁ , ସୁନନ୍ଦାକୁ ସବୁ ବୁଝେଇ ଦେଇଛି ।
ଖାଲି ତାର ଯାହା ମତାମତ ବାକି ।ହେଲେ ଅପା ମୋର କୌଣସି ଅସୁବିଧା ନାହିଁ ।ସେ ଯେତେ ଦିନ ଚାହିଁବେରହି ପାରିବେ ।ତାଙ୍କର ସମସ୍ତ ଖର୍ଚ୍ଚ ମୁଁ ଭରଣ କରି ପାରିବି ।
କେବଳ ମତେ ଭଲ ଖାଇବା ଟିକେ ବନେଇ ଦେବାକୁ ପଡିବ ।
ତୁମ ଉପସ୍ଥିତିରେ ଗୋଟେ କଥା ଦେଇପାରେ ।ମୁଁ ତାଙ୍କର କାମନା କି ବାସନା ଚାହେଁ ନାହିଁ ।ଜଣେ ଭଲ ବନ୍ଧୁ ହୋଇରହିଲେ ବି ଖୁସି ହେବି !ଆଖି ସମ୍ନାରେ ଦୁଇ ଦୁଇ ଟି ଭିନ୍ନ ଚିନ୍ତା ଧାରା ଲୋକ ଆଉ ତାଙ୍କର ବନ୍ଧୁତା ମଧ୍ୟରେ ମୋ ନିଜକୁ ଆସ୍ୱସ୍ତି ଅନୁଭବ କଲି ।
ନିଜର ସମ୍ମତିରହିବା ପାଇଁ ଜଣାଏ କିନ୍ତୁ ହଷ୍ଟେଲରେ ଜିନିଷ ଥିବା କଥା କହି , ଯାଇକି ଆଣି ବା ପାଇଁ ଅନୁରୋଧ କରେ । ତୋର କିଛି ଚିନ୍ତା କରିବା ଦରକାର ନାହିଁ ।
ଉପରରୁମରେ ସବୁ ଅଛି ତୋ ଜିନିଷ ।ଯାଇକି ଚେକ କରିଦେ!
ଅଭିଷେକ ତୋ ପାଇଁ ଆଗରୁ ପ୍ରସ୍ତୁତ ଥିଲା । ସେଥିପାଇଁ ତୋର ସମସ୍ତ ସାମଗ୍ରୀ ହଷ୍ଟେଲରୁ ମତେ ନେଇ ଆସିବା ପାଇଁ ଅନୁରୋଧ କରିଥିଲା ।
------ ସରି ସୁନନ୍ଦା ତୁମକୁ ନ କହି ଆଣିଥିବାରୁ ।
-----ଲାଜେଇ ଯାଇ ମୁଣ୍ଡ ତଳକୁ କରି ସମ୍ମତି ଜଣାଇଲି।
----- ବୁଝିଲୁ ଅଭି ତୁ ମତେ ହରେଇ ଦେଲୁ ଶେଷରେ ।
ମୋ ଠାରୁ ମୋର ଗୋଟେ ମୂଲ୍ୟ ବା ନ ହୀରାକୁ ଛଡେଇ ନେଲୁ ।
ମୁଁ ଚାହେଁ ଅପା ଭୋକ ପେଟ ପାଇଁ ହେଲେ ଭଲ କିନ୍ତୁ ସେହି ଭୋକ ଯଦି ଦେହ ପାଇଁ ହୁଏ ,ତାର ଦହନର ଅଗ୍ନିରେ ଜୀବନକୁ ନଷ୍ଟ କରିଦେବ ।
ଅଭିଷେକ କହୁଥିଲେ, ଆଉ ମୁଁ କେବେ ବି ଚାହିଁ ବିନି ମୋ ଆଖି ସମ୍ନାରେ କାହାକୁ ଏ ଭୋକ ପାଇଁ ନଷ୍ଟ ହେବାର ଦେଖି । ମୋ ସଂଗ୍ରାମ ଏମିତି ଜାରିରହିବ ।
-------ହେଉ ମୁଁ ଆସୁଛି ସୁନନ୍ଦା ଆଉ ଅଭି ।ତୁମ ଦୁହେଁ ଭଲରେରୁହ ।
------ହେଲେ ଅପା ଆପଣଙ୍କର ଟଙ୍କା ।ପାଗେଳି ଅଭି ମୋ ଭାଇ ପରି ।ମୁଁ କଣ ତା ମନକୁ ଟଙ୍କାରେ କିଣି ପାରିବି ।ସେ ଟଙ୍କା ମତେ ଅଭି ଦେଇଥିଲା , ତତେ ଦେବା ପାଇଁ ।
ଏବେ ତୁମେ ଦୁହେଁ ଚିନ୍ତା କର କିଏ କାହାର ମୂଲ୍ୟ ସୁଝିବ ।
ମୁଁ ଆସୁଛି !
ମୁଁ, ଅଭିକୁ ହୃଦୟରୁ କୃତଜ୍ଞତା ଜଣାଇଲି।
ଅଭି ମଧ୍ୟ ମୋ ଆଖିର ଲୁହକୁ ପୋଛି ଦେଇ ଭବିଷ୍ୟତ ପାଇଁ ନିଜ କ୍ୟାରିୟର ପ୍ରତି ବଢିବାକୁ ଉପଦେଶ ଦେଇ , ନିଜର କର୍ମ ମୟ ଜୀବନ ଆଡକୁ ଚାଲିଗଲେ।
ମୁଁ ଏବେ ଥିଲି ଭୋକ ଶୂନ୍ୟ ଆଉ ଆଖିରେ ଧରି ଅସରନ୍ତି ସପ୍ନକୁ ଭବିଷ୍ୟତ ପାଇଁ ।