STORYMIRROR

Sagar Kumar Parida

Abstract Others

3  

Sagar Kumar Parida

Abstract Others

ଭଲକଥା ଶିଖି ପ୍ରିୟ ଚରିତ୍ରଙ୍କଠୁ

ଭଲକଥା ଶିଖି ପ୍ରିୟ ଚରିତ୍ରଙ୍କଠୁ

2 mins
187

ରାକେଶ ଏବଂ ମୁକେଶ ଦୁଇ ସାଙ୍ଗ ଥିଲେ । କଟକ ସହରରେ ରହୁଥିଲେ । ଆମେ ସମସ୍ତେ ଜାଣିଛେ କଟକ ସହର, ଧବଳ ଟଗର । କଟକ ସହରରେ ବାଉନ ବଜାର ତେପନ ଗଳି। ଯେହେତୁ ମୁକେଶ ଏବଂ ରାକେଶ ଗାଁରୁ ଯାଇ କଟକରେ ରହି ପାଠ ପଢୁଥାନ୍ତି, ସହରରେ ବୁଲିବାକୁ ତାଙ୍କୁ ଭାରି ମଜା ଲାଗୁଥାଏ। ରବିବାର ହେଲେ ତାଙ୍କୁ ଆଉ କେହି ମେସରେ ଦେଖନ୍ତିନି। ଫିଲ୍ମ ଦେଖିବାକୁ ତାଙ୍କର ଭାରି ଆଗ୍ରହ। ତେଣୁ ରବିବାର ଦିନ ସେମାନେ ସମ୍ରାଟ ହଲରେ ଯାଇ ଟିକେଟ କରି ଫିଲ୍ମ ଦେଖିବାକୁ ବସି ଯାଆନ୍ତି ଆଉ ମେସରେ ଯାଇ ଫିଲ୍ମରୁ ଦେଖିଥିବା ଡ଼ାଇଲଗ କହି ମେସକୁ ଉଠାନ୍ତି- ପକାନ୍ତି। ସବୁ ରବିବାର ପରି ସେଦିନ ମଧ୍ୟ ସେମାନେ ହଲକୁ ଯାଇ ଥାଆନ୍ତି। ମୁନା ଭାଇ ଏମ.ବି. ବି.ଏସ ଫିଲ୍ମ ହଲରେ ପଡି ଥାଏ। ଜବର ଦସ୍ତ ଫିଲ୍ମ ସଞ୍ଜୟ ଦତ୍ତ ମୁନା ଭାଇ ଚାରିତ୍ରରେ

ଅଭିନୟ କରିଥାନ୍ତି। ରୋଗୀମାନଙ୍କୁ ଏ ଭାଇ, ଏ ସର୍କିଟ କହି ଡାକୁଥାନ୍ତି। ରୋଗୀ ମାନଙ୍କୁ ସାହାଯ୍ୟ ସହଯୋଗ କରୁଥାନ୍ତି। ତେଣୁ ତାଙ୍କୁ ସମସ୍ତେ ଭଲ ପାଉଥାନ୍ତି। ଏ ଦୁଇ ସାଙ୍ଗ ଫିଲ୍ମ ଦେଖି ତା ପର ଦିନ ଗାଁକୁ ବାହାରିଲେ।


  ଗାଁରେ ଯାଇ ପହଂଚି ଏ ଭାଇ, ଏ ସର୍କିଟ କହି ଡକା ଡକି

ହେଲେ । ଲୋକମାନେ ଆଶ୍ଚର୍ଯ୍ୟ ଆରେ ଏ ଦୁହେଁ ତ ପଢିବାକୁ କଟକ ଯାଇଥିଲେ । ଏଠି ଆସି ଏମିତି କଣ ହେଉଛନ୍ତି। ଏହି ସମୟରେ ରାକେଶର ଦାଦା ସେହିବାଟ ଦେଇ ଯାଉଥିଲେ । ସେ ସମସ୍ତଙ୍କ ଠାରୁ ରାକେଶ ଏବଂ ମୁକେଶଙ୍କ ବିଷୟରେ ଶୁଣିଲେ। ତାପର ଦିନ ସେ ଦୁହିଁଙ୍କୁ ପାଖକୁ ଡାକିଲେ ଏବଂ କହିଲେ ଫିଲ୍ମ ଦେଖ ମନା ନାହିଁ।

କିନ୍ତୁ ସେହି ଚରିତରେ ମଜ୍ଜି ଗଲେ ତାହା ଆମ ସମାଜ

କେତେ ଗ୍ରହଣ କରିବ ତାହା ଭାବିବାର ବିଷୟ। କାରଣ

ଫିଲ୍ମ ଚରିତ ଏବଂ ବାସ୍ତବ ଜୀବନ ମଧ୍ୟରେ ବହୁତ ପାର୍ଥକ୍ୟ। ତେଣୁ ଫିଲ୍ମର କିଛି କଥାକୁ ଆମେ ଅନୁସରଣ କଲେ ଆମ ଜୀବନ ବିପଥ ଗାମୀ ହେବାର ସମ୍ଭାବନା ଥାଏ।


  ତେଣୁ ତୁମେ ମାନେ କିଶୋର ଅବସ୍ଥା ଦେଇ ଯେ ହେତୁ ଗତି କରୁଛ, ଏହି ଅବସ୍ଥା ତୁମ ପାଇଁ ବହୁତ ମୂଲ୍ୟବାନ। ତେଣୁ ତୁମେ କିପରି ଜୀବନରେ ବଡ଼ ମଣିଷ ହେବ କେବଳ ସେହି ଚରିତ ଥିବା ଫିଲ୍ମ ଦେଖିବା ଭଲ।

  

ଏଥର ଦୁଇ ସାଙ୍ଗ ଦାଦାଙ୍କ ପାଖରେ ବସି ଦାଦାଙ୍କୁ କହିଲେ, ଦାଦା ଆଜି ଆପଣ ଆମର ଜୀବନର ପ୍ରକୃତ ଉଦ୍ଦେଶ୍ୟ କହି ଥିବାରୁ ଆପଣଙ୍କୁ ଶତ ଶତ ପ୍ରଣାମ। ପିଲା ଦୁହିଁଙ୍କର ଏପରି ବ୍ୟବହାର ଦେଖି ଦାଦା ବହୁତ ଖୁସି

ଅନୁଭବ କରୁଥିଲେ ଆଉ ଦୁଇ ସାଙ୍ଗ କଟକ ଯିବାକୁ

ବାହାରି ପଡିଲେ ନିଜର ପାଠ ପଢିବା ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract