Parameswar Ojha

Inspirational


3  

Parameswar Ojha

Inspirational


ଭଲ ମଣିଷ

ଭଲ ମଣିଷ

4 mins 148 4 mins 148


ନିଧି ସେଦିନ ଏମିତି ହଇରାଣ ହୋଇଯିବ ବୋଲି କେବେବି ଭାବିନଥିଲା । ଅଫିସ୍ ରୁ କାମ ସାରି ଫେରୁ ଫେରୁ ଟିକେ ଲେଟ୍ ହୋଇଗଲା , ତାପରେ ଠିକ୍ ଅଳାଶୁଣି ଛକ ପାଖରେ ହିଁ ତା ସ୍କୁଟି ହଠାତ୍ ଖରାପ ହୋଇଗଲା । ସେ ଯେମିତି ନିଛାଟିଆ ଯାଗା ତା ସାଙ୍ଗ କୁ ବାଦ କଲାପରି ଆକାଶ ଅନ୍ଧାର କରି ଆସିଲା ଆଉ ବର୍ଷା ବି ଝିପ୍ ଝିପ୍ ବର୍ଷିଲା । ସେ କଣ କରିବି କିଛି ବୁଝି ପାରିଲିନି । ସେଇ ପାଖରେ ଥିବା ଗୋଟେ ରେଷ୍ଟସେଡ୍ ପାଖରେ ଯାଇ ଛିଡା ହୋଇଗଲା । ଗୋଟେ ପରେ ଗୋଟେ ଗାଡ଼ି ଚାଲି ଯାଉଥାଏ ହେଲେ କେହି ବି ଟିକିଏ ଅଟକି ସାହାଯ୍ୟ କରିବା ର ସାମାନ୍ୟତମ ଆଭାସ ସେ ପାଉନଥାଏ । ପ୍ରାୟ ଦେଢ଼ ଘଣ୍ଟା ସେ ବର୍ଷା ଅନ୍ଧାର ରାତିରେ ଶୁନଶାନ୍ ଯାଗାରେ ଏକା ଭୟରେ ଛିଡାହେବା ପରେ ମନକୁ ତାର ପାପ ଛୁଇଁ ବାକୁ ଲାଗିଲା । କାଳେ ତା ସହ କିଛି ଅଘଟଣ ଘଟି ଯିବନି ତ ? ଫୋନ୍ ବି ଲାଗୁନି କୋଉଠିକି ବି ନେଟୱର୍କ ପ୍ରୋବଲେମ ଯୋଗୁଁ । କଣ ଆଉ କରିବ କିଛି ବି ଉପାୟ ନାହିଁ ତା ପାଖେ ।ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥାଏ , ହେ ପ୍ରଭୁ ଯାହାବି ହେଉ ମୋ ସହ ଭଲ ହିଁ ହେଉ ।କିଛି ସମୟ ପରେ ଗୋଟେ ଟର୍ଚ୍ଚ ଆଲୋକ ପରି ଗୋଟେ କିଛି ତା ଆଡକୁ ଆସୁଥିବାର ସେ ଜାଣି ପାରିଲା ।  ଭୟରେ ଗୋଟା ପଣେ ଶିହରି ଗଲା ନିଧି । ସେ ଗୋଟେ କଣ କୁ ଚାଲିଗଲା । ଟର୍ଚ୍ଚ ଧରିଥିବା ଗୋଟେ ମଧ୍ୟ ବୟସ୍କ ଲୋକ ତା ପାଖକୁ ଆସି ତାକୁ ପଚାରିଲା , ଝିଅ ଏଠି କ'ଣ କରୁଛୁ ଏ ଝଡ଼ ବର୍ଷା ଅନ୍ଧାର ରାତିରେ ? ମୁଁ ଦୋକାନ ଭିତରୁ କେତେବେଳୁ ଦେଖୁଛି ତୁ ଏମିତି ଏକଲା ଠିଆ ହେଇଚୁ , କିଛି ଅସୁବିଧା ଅଛି କି ?ନିଧି ସବୁ କଥା ଖୋଲି କହିଲା , ତା ଗାଡ଼ି ହଠାତ୍ ଖରାପ ହୋଇଯିବା ଯୋଗୁଁ ସେ ଏମିତି ହଇରାଣ ହୋଇଛି । ତାପରେ ସେ ଲୋକଟି ନିଧିକୁ କହିଲା , ଆ ମାଆ ଆମ ଦୋକାନ ଭିତରକୁ , ଏଠି ଏକଲା ଏମିତି ଛିଡା ହଅନା ଏ ଯାଗା ବିଲକୁଲ ବି ସୁରକ୍ଷିତ ନୁହେଁ । କିଛି ଦିନ ତଳେ ଗୋଟେ ଝିଅ ସହ କିଛି ଖଳ ପ୍ରକୃତି ର ଲୋକ .....ଛାଡ୍ ସେ କଥା ତୁ ଆ ଆମ ଦୋକାନ ଭିତରକୁ ଏଠି ଜମା ଛିଡା ହଅନି । ନିଧି କୁ ସେ ଅଜଣା ଲୋକଟି ପ୍ରତି ଭରସା ପାଉନଥିଲେ ବି , ଭାସି ଯାଉଥିବା ଲୋକ କୁଟା ଖିଅ କୁ ଆଶ୍ରା କଲା ପରି ସେ ସେ ଲୋକଟି ସହ ଯିବାକୁ ପ୍ରସ୍ତୁତ ହେଲା ।" ମଉସା ଗାଡ଼ିଟା କଣ ଏଇଟି ରହିବ ?"

" ତୁ କାଇଁ ବ୍ୟସ୍ତ ହଉଛୁ ମୁଁ ତା ବ୍ୟବସ୍ଥା କରୁଛି ।"

ଏତିକି କହିବା ପରେ ସେ ଲୋକ ଆଉ ନିଧି ଗୋଟିଏ ଛତା ତଳେ ଚାଲି ଚାଲି ଯାଇ ରାସ୍ତା ଆରପଟ କୁ ଗଲେ । ତାପରେ ସେ ଲୋକ ତା ଦୋକାନ ସଟର୍ କୁ ଟେକିଲା , ନିଧି ମନରେ ଏବେ ଛନକା ତା ପ୍ରତି କିଛି ଅଘଟଣ ଘଟିବନି ତ ? ତା ପରେ ସେ ଲୋକ ନିଧି କୁ କହିଲା , ଯାଆ ଭିତରକୁ ଯାଆ । ନିଧି ଡରି ଡରି ଦୋକାନ ଭିତରେ ପଶିଲା । ବେଶି ବଡ଼ ନହେଲେ ବି ମଧ୍ୟମ କାଟର ଲୁଗା ଦୋକାନ ଟିଏ । ନିଧି ଥରେ ଆଖି ବୁଲେଇ ଆଣିଲା ଛୋଟ ପିଲାଙ୍କ ଡ୍ରେସ୍ ପାଖରୁ ପଡ ପିଲାଙ୍କ ଡ୍ରେସ୍ କପଡା ସହ ଶାଢୀ ସବୁ ଭେରାଇଟି ର ଜିନିଷ ଅଛି ଦୋକାନଟାରେ । ତାପରେ ଲୋକଟି ନିଧିକୁ ଗାଡ଼ି ଚାବି ମାଗିଲା , ନିଧି ଡରି କି ପଚାରିଲା କ'ଣ କରିବ ? କିଛି ଉତ୍ତର ପାଇଲାନି ତଥାପି ଗାଡ଼ି ଚାବି ସେ ଲୋକଟା ହାତକୁ ବଢେଇ ଦେଲା । କିଛି ସମୟ ପରେ ସେ ଲୋକଟି ସ୍କୁଟି ଆଣି ତା ଦୋକାନ ଭିତରେ ପୁରେଇ ଦେଲା , ଆଉ ତାପରେ ସଟର୍ ପକେଇ ଦେଲା । " ଡରିବାର କିଛି ନାହିଁ ଝିଅ । ଆରାମ୍ ସେ ରହ । କାଲି ସକାଳୁ ସକାଳୁ ପଳେଇ ଯିବୁ ଘରକୁ "ତାପରେ ଲୋକଟି ସବୁ କଥା ନିଧିକୁ ପଚାରିଲା , ଘର କୋଉଠି  ? ୟାଡେ କଣ କରୁ ?କେତେ ଭାଇ ଭଉଣୀ ?ସବୁ କଥାର ଗୋଟି ଗୋଟି କରି ଉତ୍ତର ଦେଉଥାଏ ନିଧି ତାପରେ ନିଧି ବି ପଚାରିଲା ସେ ଲୋକ ବିଷୟରେ ସେ ଲୋକଟି ବି ସବୁ କଥା କହିଲା । ତାର ଦୁଇଟା ଝିଅ ଆଉ ଗୋଟେ ପୁଅ । ନିଧି ପଚାରିଲା , ଆପଣ କଣ ସବୁଦିନ ରାତିରେ ଏ ଦୋକାନରେ ଶୁଅନ୍ତି ?" ନାଇଁ ରେ ମା , ଏଇ ଝଡ଼ ବର୍ଷା ରାତି କି କିଛି ଅସୁବିଧା ହେଲେ ରହିଯାଏ , ସେଥିପାଇଁ ଷ୍ଟୋଭ୍ ବି ପାଖରେ ରଖିଛି ‌। ଆ ସେପଟ ଘରକୁ ଆ , ଆଜି ପାଇଁ କଣ ରୋଷେଇ ବନେଇବା । ନିଧି ପରଦା ଆଡେଇ ସେପଟ ରୁମ୍ କୁ ଗଲା ତ ଦେଖିଲା ,ଏପଟ ଲୁଗା ଦୋକାନ ଯେତେ ପରିସ୍କାର ତା ଠୁଁ ଅଧିକ ଏପଟ ରୁମ୍ ଅପରିଷ୍କାର । ଦୁହେଁ ସାଙ୍ଗହୋଇ ଭାତ ଡାଲମା ବନେଇ ଦେଲେ ‌। ତାପରେ ଦୁହେଁ ଖାଇଲେ । ଏଥର ରାତି ସାରା ଖାଲି ଗପ ଆଉ ଗପ । ଲୋକଟି କହିଲା , ତୁ ଆଜି ଠୁଁ ମୋର ବଡ଼ ଝିଅ ହେଲୁ ।ନିଧି ହସିଦେଲା । ତାପରେ ରାତି ବାର ସାଢ଼େ ବାର ରେ ଝଡ଼ ବର୍ଷା ପୁରାପୁରି ଥମି ଯାଇଥିଲା ଆଉ ମୋବାଇଲ଼୍ ନେଟୱର୍କ ବି ଠିକ୍ ଥିଲା । ନିଧି ଆଗ ଫୋନ୍ କରି ବାପାଙ୍କୁ ଜଣେଇ ଦେଲା ବ୍ୟସ୍ତ ନହେବା ପାଇଁ ଆଜି ରାତିଟା ଏଠି କଟେଇ ଦେଲା ପରେ ଅତି ସକାଳୁ ହିଁ ସେ ବାହାରି ଯିବ ।ତା ପରେ ନିଧିକୁ ନିଦ ଆସିଗଲା । ସକାଳୁ ଉଠିଲା ବେଳକୁ ସମୟ ସାଢ଼େ ଛଅ ।  ସେତେବେଳେକୁ ଗାଡ଼ି ମେକାନିକ୍ ଆସି ସ୍କୁଟି ସଜଡା କାମ ସାରିବା ଉପରେ । ନିଧି ସେ ଲୋକଟି ପ୍ରତି ବହୁତ ଖୁସି ହୋଇଗଲା । ତାପରେ ଗାଡ଼ି ସଜଡା ସରିବା ପରେ ନିଧିକୁ କହିଲା , ଯାଆ ମାଆ ଏଥର ଘରକୁ ଯାଆ ଗାଡ଼ି ତୋର ଠିକ୍ ହୋଇଗଲା । ଏବେ ନିଧି ପଚାରିଲା ମେକାନିକ୍ କେତେ ପଇସା ନେଲା ? ଏଥର ଲୋକଟି ଅଧିକାର ସାବ୍ୟସ୍ତ କରି କହିଲା, ତୋର କ'ଣ ଅଛି ? ତୁ ଯାଆ ଘରକୁ ଯାଆ ।ତ ଲୋକଟି ପଇସା ନେଲାନି , ନିଧି କିନ୍ତୁ ଭଲସେ ଦେଖିଥିଲା ସେ ଲୋକ ମେକାନିକ୍ କୁ ଗୋଟେ ଦୁଇହଜାର ଟଙ୍କା ନୋଟ ଦେଲା ଆଉ ମେକାନିକ୍ କିଛି ରେଜା ପଇସା ତାଙ୍କୁ ଫେରେଇଲା । ନିଧି କହିଲା , ମୁଁ ଆପଣଙ୍କ ପାଖରେ ଋଣି ରହିଗଲି ।ଲୋକଟି କହିଲା , ପାଗିଳୀଟା ମାଡ ଖାଇବୁ କି ? ସେମିତି କୁହନ୍ତି ସବୁ ? ଆଉ କେବେ ଆସିବୁ ଘର ଆଡେ ବୁଲି ଯିବା ।ନିଧି ବି କହିଲା , ଆପଣ ବି ନିଶ୍ଚୟ ଆମ ଆସିବେ ଆମ ଘରକୁ ।

ଆଗେ ତ ପ୍ରାୟ ଦିନ ସେ ଲୋକଟି ଦୋକାନରେ ତାଙ୍କୁ ଦେଖା କରିବାକୁ ଯାଏ ନିଧି । ଏବେ ଯିବାକୁ ଭଲ ଲାଗୁନି ।କାହିଁକି ନା ଯେତେଥର ସେ ତାଙ୍କ ଦୋକାନକୁ ଯାଏ ସେ ଲୋକ କିଛି ନା କିଛି ତାକୁ ଧରେଇ ଦିଅନ୍ତି । ଶାଢ଼ୀ ଟେ ହେଉ କି ଚୁଡିଦାର ଟେ ହେଉ ‌। ପଇସା ଦେଲା ବେଳକୁ ଫେରେଇ ଦେଇ କୁହନ୍ତି , ଚୋପ୍ ଝିଅଠୁ ବାପ ସବୁ ପଇସା ରଖନ୍ତି ?

ନିଧି କିନ୍ତୁ ସେ ଝଡ଼ ବର୍ଷା ରାତିର ସାହାଯ୍ୟ କୁ କେବେ ଭୁଲି ପାରିନି । ଗୋଟେ କଥା ପାଇଁ ତ ସେ ନିଶ୍ଚିତ ହୋଇ ଯାଇଛି , ସବୁ ଅଚିହ୍ନା ମଣିଷ ଅମଣିଷ ହୋଇ ନଥାନ୍ତି ସେମାନଙ୍କ ଭିତରେ କିଛି ଭଲ ମଣିଷ ବି ଥାଆନ୍ତି ଯେଉଁ ମାନେ ସ୍ବଚ୍ଛ ନିର୍ମଳ ହୃଦୟ ର ବ୍ୟକ୍ତି ହୋଇଥାନ୍ତି ‌।



Rate this content
Log in

More oriya story from Parameswar Ojha

Similar oriya story from Inspirational