STORYMIRROR

Akshayakumar Dash

Inspirational Others Children

2  

Akshayakumar Dash

Inspirational Others Children

ଭକ୍ତର ଈଶ୍ୱର

ଭକ୍ତର ଈଶ୍ୱର

1 min
117

ବିମଳ ବୁଝିପାରୁ ନାହିଁ ଈଶ୍ୱରଙ୍କ ସତ୍ତା କୁ। କେବେ କେମିତି ମନରେ ଉଁକି ମାରେ ଏତେ ବଡ଼ ଦୁନିଆକୁ ସମ୍ଭାଳିବା ଵାଲା ଆଉ କିଏ ହେବେ। ଫୁଲର ରଙ୍ଗ ଓ ସୁବାସ ପରି ଏହି ଦୁନିଆ। କେତେ ଜାତି ପଶୁପକ୍ଷୀ ନିର୍ମଳ ଆକାଶ ଜହ୍ନ ତ ଦିନନାଥଙ୍କ ରୂପ।ସାରା ଜଗତକୁ ଆଚ୍ଛାଦିତ କରିରହିଛନ୍ତି।ଫଳରେ ରସ ପରି ତାଙ୍କର ଏହି ବିଶ୍ୱ। ନିତିଦିନିଆ ଜୀବନରେ ସମୟ ମିଳେନି ଏମଣିଷକୁ ଦିନବନ୍ଧୁଙ୍କ କଥା ଭାବିବାକୁ। ବେଳେ ବେଳେ କଷ୍ଟ ଲାଗିଲେ ବା ବିପଦ ପଡିଲେ ତାଙ୍କ କଥା ମନେପଡେ।

ଦୁଇଦିନ ତଳେ ଜଣେ ସାଧୁ ଦେଖାହେଲେ। ସାଧୁ କହୁଥିଲେ ଭାବରେ ବନ୍ଧା ଈଶ୍ୱର। ଭାବ କହିଲେ ଯିଏ ଯେତେବେଳେ ଯେମିତି ଭାବରେ ଯେଉଁ ନାମରେ ଡାକିବ ଈଶ୍ୱର ଶୁଣନ୍ତି। ଚୋର ବି ଡାକେ ସାଧୁବି ଡାକେ। ଚୋରକୁ ସାହାଯ୍ୟ କରନ୍ତି ବି ସାଧୁକୁ। ପୁରାଣର କଥା। ଦେବତା ଓ ଅସୁର ଉଭୟ ଭଗବାନଙ୍କୁ ଡାକନ୍ତି ।ଈଶ୍ୱର ଉଭୟଙ୍କୁ ବର ଦିଅନ୍ତି।ତେବେ ସାଧୁ ଈଶ୍ୱରଙ୍କ ପାଇଁ  ଜଣେ ଈଶ୍ୱରଙ୍କ ନିକଟ ତର ଭକ୍ତ ଅଟନ୍ତି। ବିମଳ ସାଧୁଙ୍କ ଆଶ୍ରମ ଯାଇ ସେଠାରେ ସାଧୁଙ୍କ ପ୍ରବଚନ ସନ୍ଧ୍ୟାକୁ ଯାଇଁ ଶୁଣିଆସେ । କିଛି ବୁଝିଯାଏ କିନ୍ତୁ ସବୁ ଭୁଲିଯାଏ।ବୁଝିବାକୁ ପଡେ ସାଧୁଙ୍କ ବାଣୀକୁ। କେତେ କେତେ କଥା ତାର ମୁଣ୍ଡରେ ପସେନା,ହେଲେ ଯାହା ପଶେ ତାହା କର୍ମ ଅଟେ ଧର୍ମ ଓ ସମସ୍ତଙ୍କୁ ନେଇ ଚାଲିବା ପରିବାର, ପଡୋଶୀ, ସାଙ୍ଗ ଗଛଳତା ପଶୁପକ୍ଷୀ ସମସ୍ତଙ୍କୁ ନେଇ ଭଲପାଇବା ଓ ଦୁଃଖ ବେଳେ ସହଯୋଗ କରିବା ମଣିଷ ତ ଏମିତି ବି ଜଳ, ବାୟୁ, ଅଗ୍ନି, ଓ ମାଟି ମାଆ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ମାନବ ଧର୍ମ ଅଟେ। ବିମଳ ଯେତେବେଳେ କାମ କରେ ଭୁଲିଯାଏ ଈଶ୍ୱରଙ୍କୁ। ଯେତେବେଳେ କାମ ସରିଯାଏ ସେତେବେଳେ ମନେ ପଡେ ,ପାଟିରୁ ବହାରି ପଡ଼େ ହାଏ ରାମ। ଘରେ ବିଶ୍ରାମ ନେଲେ ମନେପଡେ ଦଣ୍ଡବତ ଟିଏ ଦେଇ ସୋଇପଡ଼େ ସେଜଉପରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational