STORYMIRROR

Sucharita Sena

Inspirational

3  

Sucharita Sena

Inspirational

ଭିନ୍ନ ଅନୁଭବ

ଭିନ୍ନ ଅନୁଭବ

4 mins
172


ମୁଁ ଚିନ୍ମୟ | ସାଙ୍ଗିଆରେ କଣ ଅଛି? | କେଉଁ ମୋ ପାଇଁ ବିବାହ ପ୍ରସ୍ତାବ ପଡୁଛି ଯେ ସାଙ୍ଗିଆଟା ଶୁଣିବା ଅପରିହାର୍ଯ୍ୟ | କିନ୍ତୁ କହିଦିଏ ମୁଁ ଏ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନି | ଅବଶ୍ୟ ମୋ ବାପା ଙ୍କ ଠାରୁ ମୋ ମାମା ଅଧିକ ମୋ ପଛରେ ପଡିଛି ବିବାହ କୁ ନେଇ | ସବୁ ସମୟରେ ଟୁଁ ଟୁଁ ହୋଇ ହ୍ୱାଟ୍ସଅପ୍ ମେସେଜ ଆସୁଛି | ଖୋଲି ଦେଖିବି ତ ଗୋଟେ ଝିଅର ଫୋଟୋ ନିଶ୍ଚୟ ଥିବ | ଆଜି କାଲି ଏ ଏଡିଟିଂ ଯୁଗରେ ଏ ଫୋଟୋ ଦେଖିବା କିଛିବି ମାଇନେ ରଖେନି | ଯିଏ ନିଜକୁ ଯେପରି ଚାହିଁବ ତା ମନ ପସନ୍ଦର ବନେଇ ପାରିବ | ଫୋଟୋ କଣ ସାମ୍ନାରେ କୋଉ ଜାଣିହେବ କିଏ କିପରି ? | ଆଜିକାଲିର ମେକ୍ଅପ୍ ଛାଡ଼ନ୍ତୁ, କାହାକୁ କଣ କହିବାର ଅଧିକାର ମୋର ନାହିଁ | କ୍ଷମାକରିବେ | କିନ୍ତୁ ଏହି ସବୁ କଥା ମୋ ମାମାଙ୍କୁ ବୁଝାଇ ପାରେନି | ମାମାକୁ ବୁଝାଇ ପାରେନି ମୋ ମନର ଭୟ କଣ? | ତାକୁ କହି ପାରେନି ଦେଖେ ତୁ ଏବେ ଶାନ୍ତିର ଜୀବନ ଅତିବାହିତ କରୁଛୁ | କାଲିକି ଘରକୁ ପର ଝିଅ ଆସିଲେ, ତୋ ଘରେ ତତେହିଁ ପର କରିଦେବ | ଯାହାକୁ ଶୁଖ ବୋଲି ଭାବୁଛୁ ତାହା ପହେଳିକା |

ବୟସକୁ ଫଗୁଣ ହିସାବରେ ଗଣନାକଲେ ମୁଁ ତେତିଶ ଫଗୁଣ ପାର କରି ସାରିଲିଣି | ଏଥିପାଇଁ ମୋ ମାମା ଟିକେ ଅଧିକ ଵ୍ୟସ୍ତ | କିଛି ନାହିଁ ମୋ ବାପା ମାମା ଖୁସି ରହିଲେ ମୋର ତାହା ଆତ୍ମସନ୍ତୋଷ |

ସେଦିନ ମୋ ସାଙ୍ଗ ଅଶ୍ୱନିର କଲ୍ ଆସିଲା | ତା ଦୁଇ ବର୍ଷର ଝିଅ "ମାଲଭ୍ୟା " ର ଜନ୍ମଦିନ | ସେ ଏଥର ଯୋଜନା କରିଥିଲା ପାଖରେ ଥିବା ଅନନ୍ତଶାନ୍ତି ଆଶ୍ରମ ଯାଇ କେକ୍ କାଟିବ | ମତେ ଵି ନିମଂତ୍ରଣ ଦେଲା ସେଠାରେ ପହଂଚିବାକୁ | ଅଶ୍ୱନି ତା ବାପା ମାଆଙ୍କୁ ଗୋଟେ ସଡ଼କ ଦୃଘଟଣାରେ ହରାଇ ବସିଥିଲା | ମୁଁ ଦେଖିଛି ତା ମନରେ ଯେପରି ବାପା ମାଆ ଙ୍କ ପାଇଁ କିଛି ନକରି ପରିବାର ଅବଶୋଶ୍ ରହି ଯାଇଛି | ତେଣୁ ତା ମନର ସେ ଆକାଂକ୍ଷାକୁ ପୁରା କରିବା ପାଇଁ ସର୍ବଦା ତତ୍ପର | ମତେ ଲାଗେ ଦୁନିଆରେ ସବୁ ବାପା ମାଆ ଙ୍କୁ ସେ ନିଜର ବାପା ମାଆ ହିଁ ଭାବେ | ଆଉ ସବୁଠି ବଡ଼ କଥା ନିତୁ ଭାଉଜ, ଅଶ୍ୱନି ର ସ୍ତ୍ରୀ | ଭଗବାନ ଯେପରି ବାଛିକି ଯୋଡି ବନାଇଛନ୍ତି ନା ନା ମୁଁ ଦେଖା ସୁନ୍ଦର କଥା କହୁନି | ଯୋଡି ସୁନ୍ଦର ଏଥିପାଇଁ କହିଲି ନିତୁ ଭାଉଜ ସବୁ ବେଳେ ଅଶ୍ୱନୀ ପାଖରେ ଠିଆ ହୋଇଛନ୍ତି | ତା ସବୁ କଥାକୁ ସଂମାନ ଦିଅନ୍ତି | ଯେହେତୁ ଅଶ୍ୱନି ମୋର ଲେଙ୍ଗୁଟି ବେଳର ସାଙ୍ଗ ଥିଲା ମୁଁ ତାର କୌଣସି କଥାକୁ ମନା କରି ପାରେନି | ତାକୁ କେବଳ ଏତିକି କହିଲି "କେତେବେଳେ ଓ କେଉଁଦିନ ପହଂଚିବାକୁ ପଡିବ କହ? " |

ମୁଁ ତା ପରଦିନ ୧ ୧ :00 ଟାରେ ପହଂଚି ଗଲି | ମୋ ପୂର୍ବରୁ ସେମାନେ ସେଠାରେ ଉପସ୍ଥିତ ଥିଲେ | ଝିଅ ହାତକୁ ଉପହାର ଟା ବଢ଼ାଇ ଦେଲି | ଅଶ୍ୱିନି ଓ ଭାଉଜଙ୍କ ସହ କଥା ହୋଇ ଆଶ୍ରମ ବାହରେ ବିଚରଣ କରୁଥାଏ | ମୋ ଦୃଷ୍ଟି ଭିନ୍ନ ଭିନ୍ନ ଲୋକଙ୍କ ଉପରକୁ ଯାଉଥାଏ | କିଏ ଫୁଲ ଗଛକୁ ଅତି ଶ୍ରଦ୍ଧାରେ ଯତ୍ନ ନେଉଥିଲେ, କିଏ ସିମେଣ୍ଟ ଚଟାଣ ଉପରେ ବସି ଅନୁଲୋମ ଵିଲୋମ ରେ ଲାଗିଥିଲେ, କିଏ ନିଜ ନିଜ ଭିତରେ କଥା ହୋଇ ହସି ହସି ଲୋଟି ପଡୁଥିଲେ, କିଏ ପାଇପି ଧରି ପାଣି ଦେଉଥିଲେ | ଲାଗୁଥିଲା ସମସ୍ତେ ଯେପରି ନିଜ କାମରେ ଵ୍ୟସ୍ତ ଓ ସେ କାମକୁ ଅତି ଯତ୍ନ, ଶ୍ରଦ୍ଧା ଓ ଆନନ୍ଦରେ କରୁଛନ୍ତି | ମୋ ମନକୁ ଆସିଲା ସତରେ ଏମାନେ ଖୁସି ଅଛନ୍ତି ଅଥବା ଖୁସି ରହିବାର ଅଭିନୟ କରୁଛନ୍ତି |

ଆଖ ପାଖକୁ ଚାହିଁଲି |ଅଦୂରରେ ଜଣେ ବୃଦ୍ଧ ଯିଏ କି ମୋ ଜେଜେବାପାଙ୍କ ବୟସରେ ହେବେ, ସେ ସିମେଣ୍ଟ ଚଉତରା ଉପରେ ବସି ହାତରେ ମାନନୀୟ ଶ୍ରୀଯୁକ୍ତ ମନୋଜ ଦାସଙ୍କ "ପ୍ରଭଞ୍ଜନ " ପୁସ୍ତକ ଟିକୁ ପଢୁଥାନ୍ତି | ଯଦି କାହର ପସନ୍ଦ ହଟାତ ନିଜ ପସନ୍ଦ ସହିତ ମେଳ ଖାଏ, ତାହେଲେ ଅଚିନ୍ହା ହେଇକି ଵି ଭାରି ଚିହ୍ନା ଚିହ୍ନା ଲାଗେ | ଏ ପରିସ୍ଥିତି ମୋ ପାଇଁ ସେପରି ଥିଲା ବୃଦ୍ଧ ଜଣକ ମୋ ଜେଜେବାପାଙ୍କ ବୟସରେ ଥିଲେ ଓ ହାତରେ ମୋ ପସନ୍ଦର ପୁସ୍ତକଵି | ନିଜକୁ ଅଧିକ ସମୟ ଅଟକାଇ ପାରିଲିନି ଯାଇ ବସି ପଡିଲି ତାଙ୍କ ପାଖରେ | ଓ ଏକଥା ଵି ମୁଁ ହୃଦୟଙ୍ଗମ କରେ କିଛି ପଢ଼ୀଲା ବେଳେ କାହର ହସ୍ତକ୍ଷପ ମତେ ଜମା ପସନ୍ଦ ନୁହେଁ | ଠିକ୍ ସେହିପରି ବୃଦ୍ଧଙ୍କ ପାଇଁ ଅନୁଭବ ହେଉଥିଲା | ଟିକେ ପରେ ଟିକେ ତାଙ୍କୁ ଚାହୁଁଥିଲି ସେ କିନ୍ତୁ ନିଜକୁ ହଜାଇ ସାରିଥିଲେ ଗଳ୍ପ ଭିତରେ | ମୁଁ ଟିକେ ଯୋର କରି କାଶି ଦେଲି, ତାଙ୍କୁ ବାଧ୍ୟ କଲି ମୋ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ | ମୋ ଯୋଜନା ସଫଳ ହେଲା | ସେ ମତେ ବୁଲି ଚାହିଁଲେ |

ମୁଁ ଭାବୁଥିଲି ମଥାରେ ରେଖା କୁଞ୍ଚିତ କରି, ଆଖିକୁ ଛୋଟ କରି, ମୁଖରେ ରାଗ ନେଇ ଚାହିଁବେ | କିନ୍ତୁ ସେପରି କିଛି ନଥିଲା ସେ ମତେ ହସିକି ଚାହିଁଲେ | ମୋ ମନର ଦ୍ୱନ୍ଦ ଦୂର ହୋଇଗଲା | କିପରି ଗୋଟେ ଖୁସି ସଂଚାର ହେଲା ମନରେ | ମୁଁ କୌତୁହଳ ହୋଇ ପଚାରି ବସିଲି "ଆଜ୍ଞା ମୋ ମନରେ କିଛି ପ୍ରଶ୍ନ ଅଛି | କୁହନ୍ତୁତ ଏ ଚତୁପାର୍ଶ୍ଵ ଯେଉଁଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଏହା କଣ ସତ୍ୟ ଅଥବା ଆନନ୍ଦ ଓ ଖୁସିର ମୁଖା ପିନ୍ଧା ମୁହଁ | କାହିଁକିନା ନିଜର ପ୍ରିୟଜନ, ନିଜର ପରିବାର, ଓ ନିଜର ଆତ୍ମୀୟ ସ୍ୱଜନ ଠାରୁ ଦୂରରେ ରହି କିଏ କଣ ଖୁସି ରହିପାରେ? |

ହସିଦେଲେ ବୃଦ୍ଧା ଜଣଙ୍କ ଓ ଚଷମା ଟିକୁ ଆଖିରୁ କାଢି ଆଣି କହିଲେ " ଜୀବନ ବିଚିତ୍ର, ତାକୁ ଯେତେ ମୋର ମୋର କହିବ ତୁମକୁ ସେତେ କଷ୍ଟ ଦେବ | ମୁଁ ଯେତେବେଳେ ମୋ ପୁଅ ବୋହୁଙ୍କ ସହ ରହୁଥିଲି,ମୋ ମନରେ ସବୁ ସମୟରେ ଡର ରହୁଥିଲା | କାଳେ ମୁଁ ଏପରି କିଛି କରି ଦେଵି, ସେମାନେ ରାଗିକି ବାର କଥା କହିବେ | ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଦିନସାରା ଶାନ୍ତି ନାହିଁ | ଲାଗେ ସେମାନଙ୍କର ନାଇଁ ଖାଲି ସେମାନଙ୍କର କଣ ଏ ଦୁନିଆରେ ଯଦି କାହାର କିଛି ଅସୁବିଧା ହେଉଛି ସବୁ ମୋ ପାଇଁ | ନା କହି ହେଉଥିଲା ନା ସହି ହେଉଥିଲା | ମୁଁ ଯେପରି ନିଜକୁ ବୋଝ ଭାବୁଥିଲି ଖାଲି ମୁଁ ନୁହେଁ, ସେମାନେ ଵି ମତେ ଭାବୁଥିଲେ |

ମୋର ଏଠାକୁ ଆସିବା ଅଠ ମାସ ହୋଇଗଲାଣି | ଏବେ ଲାଗେ ଯେପରି ମୁଁ ସ୍ୱଧୀନ | ଏବେ ଲାଗେ ମୁଁ ନୂଆ ଜୀବନ ପାଇଛି, ଏବେ ଲାଗେ ମୁଁ ନିଜ ପାଇଁ ବଞ୍ଚୁଛି, ଏବେ ଲାଗେ ମୋ ପାଖରେ କୌଣସି ଲକ୍ଷ୍ମଣରେଖା ନାହିଁ, ଏବେ ଲାଗେ ମୁଁ ମୁକ୍ତ ବିହଙ୍ଗ |

ମୁଁ ଚାହିଁଲେ ମୋ ଗପ ବହିକୁ ଦିନ ସାରା ବସି ପଢି ପାରିବି, କେହିଁ କହିବେନି ଆ ପାଖରେ ବୋଧେ କାମ ନାହିଁ, ମୁଁ ଚାଲିଲେ ଘଣ୍ଟା ଘଣ୍ଟା ନୀଳ ଆକାଶକୁ ଚାହିଁ ରହିବି କେହି କହିବେନି ମୁଁ ପାଗଳଟା | ନା କାହାକୁ ଡର ଅଛି, ନା କିଛି ହରାଇବାର ଭୟ |ଆମେ ସମସ୍ତେ ବହୁତ ଖୁସି, ବହୁତ ଆନନ୍ଦରେ ଅଛୁ |

ମୁଁ ଚାହିଁ ରହିଥିଲି ବୃଦ୍ଧାଙ୍କ ମୁହଁକୁ, ଯେପରି କଥା କହିଲା ବେଳେ ଉଜ୍ୱଳ ହୋଇ ଉଠିଥିଲା ତାଙ୍କ ମୁହଁ |ମୁଁ ସେମାନଙ୍କ ଖୁସିକୁ ହୃଦୟରୁ ଅନୁଭବ କରୁଥିଲି |


Rate this content
Log in

Similar oriya story from Inspirational