Nibedita Mishra

Inspirational Others

5.0  

Nibedita Mishra

Inspirational Others

ଭିକାରୀ

ଭିକାରୀ

1 min
7.3K


ସକାଳୁ ସକାଳୁ ଗେଟ୍ ପାଖେ “ମା ଗୋ ଭିକ ମୁଠେ ଦିଅ” ବୋଲି ଡାକ ଶୁଣି ଚମକି ପଡିଲା ମାନିନୀ।

ଘର ଭିତରକୁ ଦୌଡିଗଲା ।ମା'ଙ୍କୁ କହିଲା-"ମା' କିଏ ଜଣେ ଆସିଛନ୍ତି ଓ କଣ ଗୋଟେ ମାଗୁଛନ୍ତି।"

ତା'କଥା ଶୁଣି ମା' କହିଲେ-ସେ ଭିକାରୀ ଟିଏ।

ମାନିନୀ-ଭିକାରୀ ମାନେ କ'ଣ?

ମା'-ଯିଏ ନିଜର ଆବଶ୍ୟକ ଜିନିଷ ଅନ୍ୟ ଠାରୁ ମାଗି ଚଳେ।

ତା'ପରେ ମା' ମାନିନୀ ହାତରେ କିଛି ଚାଉଳ ଓ ପନିପରିବା ଦେଇ ପଠାଇ ଦେଲେ । ଭିକାରୀଟିକୁ ଦେଇ ଆସିବାକୁ କହିଲେ । ମାନିନୀକୁ କିନ୍ତୁ ଭିକାରୀ କଥାଟା ଭାରି ଅଡୁଆ ଲାଗିଲା।

.............

କିଛି ଦିନ ପରେ ମାନିନୀ ଦିନେ ମା'ଙ୍କ ସହିତ ମନ୍ଦିର ଯାଇଥାଏ । ପୂଜାପୂଜି ସାରିବା ପରେ ମାନିନୀର ମା'ହାତ ଯୋଡି ଆଖି ବନ୍ଦ କରି ଗୁଣୁଗୁଣୁ ହେଇ ଭଗବାନଙ୍କୁ କିଛି କହିଲେ ।

ଏହା ଦେଖି ମାନିନୀ ପଚାରିଲା-ମା'ତୁମେ ଭଗବାନଙ୍କୁ କ'ଣ କହିଲ?

ମା'କହିଲେ-ମୁଁ ଠାକୁରଙ୍କୁ କହିଲି ଯେ "ଆମ ସମସ୍ତଙ୍କ ଦେହ ଭଲ ରଖନ୍ତୁ । ତୋତେ ଭଲ ପାଠ ଦିଅନ୍ତୁ । ବଡ ମଣିଷ କରନ୍ତୁ"।

ଏହା ଶୁଣି ମାନିନୀ ସାଙ୍ଗେ ସାଙ୍ଗେ ପଚାରିଲା-"ମା',ତାହେଲେ ତୁମେ ବି କ'ଣ ଜଣେ ଭିକାରୀ?"

ମା' ଉତ୍ତର ଦେଲେ-"ହଁରେ ମା,ଦୁନିଆରେ ସମସ୍ତେ ଜଣେ ଜଣେ ଭିକାରୀ । କିଏ ମନ୍ଦିର ଭିତରେ ମାଗେ ଆଉ କିଏ ମନ୍ଦିର ବାହାରେ ମାଗେ।"

ମାନିନୀ କିଛି ବୁଝୁ କି ନବୁଝୁ । ହସିଦେଲା।

.............

ସତରେ ନା ଆମେ ସମସ୍ତେ ଜଣେ ଜଣେ ଭିକାରୀ???

ନିବେଦିତା ମିଶ୍ର


Rate this content
Log in

Similar oriya story from Inspirational