STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ଭାରସାମ୍ୟ

ଭାରସାମ୍ୟ

1 min
76

 ନାନା ବା ପୂଜାରୀ ବା ବ୍ରାହ୍ମଣ ମାନେ "ଦେ ତାଳି ଉଠା ଥାଳି" ନ୍ୟାୟରେ ପୂଜା ସାରି ଦକ୍ଷିଣା ଓ ଚଣ୍ଡଭୋଗ ଧରି ଛୁ ମାରନ୍ତି ଘରକୁ। ପୁରୀ ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର, ବଲାଙ୍ଗୀର ଆଦି ବହୁ ଅଞ୍ଚଳର ପୂଜା ପଦ୍ଧତି ଦେଖିଛି ହେଲେ କୋରାପୁଟରେ ଆଜି ସାବିତ୍ରୀ ଅମାବାସ୍ୟାରେ ପୂଜା ପ୍ରଣାଳୀଟା ସନ୍ତୋଷଜନକ ଲାଗିଲା।

କଲୋନୀର ସବୁ ସ୍ତ୍ରୀ ଲୋକମାନେ ରୁଣ୍ଡ ହୋଇଥାନ୍ତି, ମୁଁ ଯାଇ ଗୋଟେ ଖାଲି ପଡ଼ିଥିବା ଆସନରେ ବସିଗଲି ତ ନାନା ବାରଣ କରୁଥିଲେ ମାଆ ଖଟକୁ ଛାଡି ବସ, ତା ପରେ ଜଣ ଜଣ କରି ସ୍ତ୍ରୀ ଲୋକମାନଙ୍କୁ ଶୁଦ୍ଧ ପୁତ ପବିତ୍ର କରାଇ, ସମସ୍ତଙ୍କୁ ଜଣ ଜଣ କରି ନାମ ଗୋତ୍ର ସ୍ଵାମୀଙ୍କ ନାମ ସହ ନିଜ ନାମ ପଚାରି ଭୋଗ ଓ ନଡ଼ିଆ ସୁଚାରୁ ରୂପେ ବାଡେଇ, ମନ୍ତ୍ର ବୋଲି ଭୋଗ ପଞ୍ଚାମୃତ ଦେଇ ଆଶୀର୍ବାଦ ଦେବାର ପ୍ରଣାଳୀ ମତେ ଖୁବ ମନୋମୁଗ୍ଧକର ଲାଗିଲା l

ବାରଣ ଭିତରେ ଷ୍ଟିଲ ଧୂପଦାନିରେ ଧୂପକାଠି ନାଲାଗାଇବାକୁ କହି କେବଳ ଶନିଦେବଙ୍କ ପୂଜା ସମୟରେ ଷ୍ଟିଲ ଧୂପଦାନିରେ ଧୂପ ଦେବାକୁ ପରାମର୍ଶ ଦେଇଥିଲେ। ଶେଷକୁ ଥିଲା ନଡ଼ିଆ ଭାଙ୍ଗିବା କଥା ତ ଜଣେ ପଥର ଖଣ୍ଡେ ଆଣିଦେଲେ, ପ୍ଲେଟ ଘର ଖରାପ ହୋଇ ଯିବ କାଳେ ବୋଲି କହିବାରେ ଆସନ ଚଉତି ଭାରସାମ୍ୟ ରଖି ସାବଧାନ ସହକାରେ ନାନା ନଡ଼ିଆ ଭଙ୍ଗୁଥିବା ଦୃଶ୍ୟ ମତେ ବିମୋହିତ କଲା, କାରଣ କୋଉ ନାନା କାହିଁକି ଏତେ ସାବଧାନତା ଅବଲମ୍ବନ କରି ନଡ଼ିଆ ଭାଙ୍ଗିବା ସହ, ପ୍ରତ୍ୟେକଙ୍କର ନାମ ରାଶି, ସ୍ଵାମୀଙ୍କ ନାମ ସହ ତାଙ୍କ ଗୋତ୍ର ପଚାରି ସୁନ୍ଦର ଶୈଳୀରେ ଭାରସାମ୍ୟ ରଖି ପୂଜର୍ଚ୍ଚନା ଦେଖି ସାବିତ୍ରୀରେ ସନ୍ତୋଷ ଲାଭ କରିଥିଲି। ସନ୍ତୁଷ୍ଟି ଏକ ଅନୁଭବ ହେଲେ ବି ସନ୍ତୋଷ ପାଇବା ଏକ ସାମୟିକ ଆବେଗ। ଭଲମନ୍ଦ ଦିନରେ ତାହା ପାଇଗଲେ ମନ ଖୁସି ଓ ମନ ମୁନ ଚୈତନ୍ୟ ଭିତରେ ଭାରସାମ୍ୟ ରହେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational