STORYMIRROR

Sukanti Hotta

Inspirational

2.5  

Sukanti Hotta

Inspirational

ଭାଇ

ଭାଇ

2 mins
1K


ମାନୀ ଗଣେଶ ମୂର୍ତ୍ତି ପାଖରେ ବସି କାନ୍ଦିକାନ୍ଦି କହୁଛି ମୋର ଭାଇଟିଏ କାହିଁକି ନାହିଁ, ମୁଁ କାହା ହାତରେ ରାକ୍ଷୀ ବାନ୍ଧିବି, ମୋର ସବୁ ସାଙ୍ଗ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଭାଇମାନେ ମିଠା, ଉପହାର ଦେଉଛନ୍ତି lମୋ ମାଆ ମୋତେ କହିଥିଲା ଗୋପାଳ ଭାଇ ଡାକିଲେ ତୁ ମୁରଲୀ ଧରି ମୋ ପାଖକୁ ଆସିବୁ ମୋତେ ଉପହାର ଦେବୁ l ତୁ କାହିଁକି ଆସୁନୁ?

ଓଃ ମୁଁ କୃଷ୍ଣ ଭଗବାନଙ୍କୁ ଡାକୁନି ବୋଲି ଗୋପାଳ ଭାଇ ଆସୁନି....... ମୁଁ ଗଣେଶଙ୍କ ପୂଜା କରୁଛି ବୋଲି ତମେ ଆସୁନ? ମୋ ମାଆ କହିଥିଲା ସବୁ ଭଗବାନ ଗୋଟିଏ, ରୂପ ଖାଲି ଭିନ୍ନ......

ମୋ ମାଆବାପା ନାହିଁ ଛୋଟବେଳୁ ତମ ପାଖକୁ ଚାଲିଯାଇଛନ୍ତି, ମୁଁ ମାଡାମ ଘରେ ରହି କାମ କରୁଛି lମୁନାବାବୁ ଭାରିଭଲ ସେ ସପ୍ତମରେ ପଢୁଛନ୍ତି lମୋତେ କହନ୍ତି ତୁ ମୋତେ ଭାଇ ଡାକେ କିନ୍ତୁ ମାଡାମ ମୋତେ ରାଗନ୍ତି, ଗାଳି ଦିଅନ୍ତି ଓ କହନ୍ତି ତୁ ବାବୁ ଡାକିବୁ lତୁ ଆମର ଚାକରାଣୀ ପରା......

ଧକେଇ ଧକେଇ କାନ୍ଦୁଛି ମାନୀ ଗଣେଶଙ୍କ ପାଖରେ ବସି l

ମାନୀ ଚମକିଗଲା ମୁନାବାବୁ ଆସି ମାନୀର ହାତରେ ଉପହାର ଦେବାରୁ lମାନୀ କାନ୍ଦିକାନ୍ଦି କହିଲା ବାବୁ......

ମୁନା କହିଲା ମୁଁ ଆଜିଠୁ ତୋର ବାବୁ ନୁହେଁ ତୋର ଭାଇ.......

ମାନୀ କହିଲା ସତରେ ମୁଁ ଆଜି ତମ ହାତରେ ରାକ୍ଷୀ ବାନ୍ଧିବି.......

ମାନୀ ଗଣେଶଙ୍କ ହାତରୁ ଡୋରିଟା ବାହାର କରି ମୁନା ହାତରେ ବାନ୍ଧିଦେଲା ଆଉ କାନ୍ଦିକାନ୍ଦି କହିଲା ସତରେ ଭଗବାନ ଅଛନ୍ତି ମୋ ମାଆ କଥା ସତ ହୋଇଗଲା ମୋତେ ଭାଇ ମିଳିଗଲା l

ଦୂରରେ ମାଡାମ କମଳା ଦେବୀ ଠିଆ ହୋଇ ଦେଖୁଥିଲେ lମାତୃ ହୃଦୟ ତରଳି ଯାଇଥିଲା ମାନୀ ପରି ଶାନ୍ତ, ଶିଷ୍ଟ ସରଳ ମାଆବାପା ଛେଉଣ୍ଡ ଝିଅଟି ପାଇଁ lସତରେ କେତେ ଅନ୍ୟାୟ କରିଛନ୍ତି, କେତେ କାମ କରାଇଛନ୍ତି,ଭଲରେ ଖାଇବାକୁ ଦେଇ ନାହାନ୍ତି l

ଆଖିରୁ ଲୁହ ବହିଯାଉଥିଲା......

ମୁନା ଡାକିଲା ମାଆ ତୋର କଣ ହେଲା?

କମଳା ଦେବୀ କହିଲେ ତୁ ମୋର ଆଖି ଖୋଲିଦେଲୁ ଆଜିଠୁ ମାନୀ ତୋର ଭଉଣୀ ମୁଁ ତାର ମାଆ.........

ମାନୀ ଭେଁ ଭେଁ କାନ୍ଦି ମାଡାମ ମାଡାମ କହି ଗୋଡ଼ ତଳେ ପଡିଗଲା lକମଳା ଦେବୀ କହିଲେ ମୁଁ ତୋର ମାଡାମ ନୁହେଁ ଆଜିଠୁ ମୋତେ ମାଆ ଡାକିବୁ, କାଲିଠୁ ସ୍କୁଲ ଯିବୁ ଆଉ ପାଠପଢି ଚାକିରୀ କରିବୁ

କମଳା ଦେବୀ ଗଣେଶଙ୍କ ପାଖରେ ମୁଣ୍ଡିଆ ମାରି କହୁଥିଲେ

(କରି କରାଉ ଥାଉ ତୁହି, ତୋ ବିନୁ ଅନ୍ୟ ଗତି ନାହିଁ...... )

ରିମା ମାଆମାଆ ଡାକି ମାଡାମକୁ ଭିଡିଧରି କାନ୍ଦୁଥିଲା lମୁନା କହୁଥିଲା କାନ୍ଦ ବନ୍ଦ କର ବଜାର ଯାଇ ବହିଖାତା ଆଣିବା କାଲିଠୁ ପରା ପାଠ ପଢ଼ିବୁ l

ସୁକାନ୍ତି ହୋତା

ତାଳଚେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational