STORYMIRROR

Pallabi Das

Inspirational

3  

Pallabi Das

Inspirational

ଭାଗ୍ୟ ସାଥେ ପରିଶ୍ରମ

ଭାଗ୍ୟ ସାଥେ ପରିଶ୍ରମ

2 mins
1.4K


ମାଷ୍ଟର୍ ଡିଗ୍ରୀ ହାତରେ ଧରି ସୁମନ୍ତ ନୀତି ଚାକିରି ଅନ୍ୱେଷଣରେ ବାହାରି ଯାଉଥିଲା, ବୁଲି ବୁଲି ରାତି ଅଧରେ ଘରକୁ ଫେରୁଥିଲା ଖାଲି ହାତରେ । ବାପା ମାଆ ଦିଟା ବୋହୁତ୍ ଆଶା ବାନ୍ଧି ରଖିଥିଲେ ପୁଅର ଉଜ୍ୱଳ ଭବିଷ୍ୟତ ପାଇଁ । ବାପାଙ୍କ ଅବସର ନବା ସମୟ ଯେତିକି ପାଖେଇ ଆସୁଥିଲା, ପୁଅକୁ ସେତେ ଅଧିକା ଚିନ୍ତା ମାଡ଼ି ବସୁଥିଲା । ବାପା ପୁଅର ଭାଗ୍ୟକୁ ନିନ୍ଦିବା ଆରମ୍ଭ କରିଦେଇଥିଲେ । ସୁମନ୍ତ ନିଜକୁ ଧିତକାରି ଚାଲିଥିଲା ଅଯୋଗ୍ୟ ସନ୍ତାନ ପରି । ବୋଧହୁଏ ସୁମନ୍ତ ଦଶରୁ ଅଧିକ ଇଣ୍ଟରଭିଉ ଦେଇ ସାରିଥିଲା କୋଉଠି କିଛି ଆଶାର କିରଣ ତାକୁ ମିଳିନଥିଲା ।

ସୁମନ୍ତ ନିଷ୍ପତ୍ତି ନେଲା, ବିଦେଶରେ ଚାକିରୀ ଖୋଜିବାକୁ । ସୁମନ୍ତ ବିଦେଶ ଗଲା, ସେଠିକାର ଚାଲିଚଳନ ଆଉ ଖାଦ୍ୟ ପାନୀୟ ସହ ଖାପ ଖୁଆଇ ବେଶ୍ ଆରାମ ରେ ନିଜକୁ ଚଳେଇ ପାରିଥିଲା । ଯେତେ କଷ୍ଟ ପଡ଼ିଲେ ବି ଥକିବାର ନାଁ ନଉନଥିଲା । ମାଆ ନୀତି ପୁଅର ମଙ୍ଗଳ ମନାସୁଥାନ୍ତି । ବେଶ୍ କିଛି ଦିନ ଭିତରେ ସୁମନ୍ତକୁ ବିଦେଶରେ ଗୋଟେ ଭଲ ଚାକିରି ମିଳିଯାଇଥିଲା । ସମସ୍ତେ ଭାବିଥିଲେ ଏଥର ସୁମନ୍ତର ସବୁ ପରିଶ୍ରମ ସରିଲା କିନ୍ତୁ ସୁମନ୍ତ ସେଠି ରହି ନିଜ ରାଜ୍ୟ ପାଇଁ ଯାହା ସବୁ ସରକାରୀ ଚାକିରୀ ବାହାରୁଥିଲା ସବୁ ପକେଇ ପରୀକ୍ଷା ଦବାକୁ ଓଡି଼ଶା ଆସୁଥିଲା । ବ୍ୟସ୍ତ ବହୁଳ ଚାକିରି ଜୀବନ ସହ ସରକାରୀ ଚାକିରି ପାଇଁ ପାଠ ପଢ଼ା ତାକୁ ବୋହୁତ୍ କଷ୍ଟ ଦଉଥିଲା, ତଥାବି ଖୁସି ଖୁସି ନିଜକୁ ସବୁ ପାଇଁ ପ୍ରସ୍ତୁତ କରି ଚାଲିଥିଲା ।

ସୁମନ୍ତ ସବୁବେଳେ ସମାଜ ପାଇଁ କିଛି ଭଲ କାମ କରିବାକୁ ଚେଷ୍ଟା କରେ । ସବୁବେଳେ ସୁଯୋଗ ଖୋଜି ନିଜକୁ ସମାଜ ର ହିତ କାମରେ ଲଗେଇ ଦିଏ ।

ଏମିତି କିଛି ଦିନ ଭିତରେ ଦିନେ ହଠାତ୍ ତା ଭାଗ୍ଯ ପରିବର୍ତ୍ତନ ହେଲା ତା କଠିନ ପରିଶ୍ରମ ବଳରେ ସେ IAS ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଚାକିରିରେ ଯୋଗ ଦେଇଥିଲା ।ତା କାମ ଆଉ ଉତ୍ତମ ସ୍ଵଭାବ ଯୋଗୁ ଖୁବ୍ କମ୍ ସମୟ ଭିତରେ ତା ଖ୍ୟାତି ବଢିବାକୁ ଲାଗିଲା ତଥାବି ସୁମନ୍ତ ନିଜକୁ କୌଣସି ଜାଗାରେ ରୋକି ଦେଇ ନଥିଲା ସେ ଆହୁରି ପଢୁଥିଲା, ନିଜକୁ ଆଉ ତା ସମାଜକୁ ମାର୍ଜିତ କରିବାକୁ ଚେଷ୍ଟା କରୁଥିଲା । ଘର ଆଗରେ ପୁଅ ନାମ ଥିବା ନେମ୍ ପ୍ଲେଟ ଟାକୁ ଟିକେ ପୋଛିଦେଇ ବାପା ତାର କହୁଥିଲେ ଦେଖ ପୁଅ ଭାଗ୍ୟ ତତେ କୁଆଡୁ ବୁଲେଇ ଦେଇ ପୁଣି ଆଣି ତତେ ତୋ ସ୍ଥାନରେ ପହଁଞ୍ଚେଇ ଦେଲା, ଯାହା ତୋ ଭାଗ୍ୟରେ ଲେଖା ଥିଲା । ମାଆ କହୁଥିଲେ ସବୁ ମୋ ପୁଅର ପରିଶ୍ରମର ଫଳ । ସୁମନ୍ତ ଟିକେ ହସିଦେଇ କହିଲା - "ଭାଗ୍ୟ ସହ ପରିଶ୍ରମର ଫଳ ସତରେ ବୋହୁତ ମିଠା " ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational