ଭାଗ୍ୟ ଏବଂ ସ୍ରଷ୍ଟା
ଭାଗ୍ୟ ଏବଂ ସ୍ରଷ୍ଟା
ପାଶ୍ଚାତ୍ୟ ଦେଶର ମହାନ ଶିଳ୍ପୀ michelangelo ଙ୍କର ଜୀବନର ଏକ କାହାଣୀ। ଦିନେ ସେ ଏକ ଦୋକାନୀ ପାଖରେ ପହଞ୍ଚି କହିଲେ ଆପଣଙ୍କ ଦୋକାନ ସାମ୍ନାରେ ଥିବା ବିଶାଳ ପଥରକୁ ଅନେକ ବର୍ଷ ହେଲା ଦେଖୁଛି। କଣ ଏହାକୁ ବିକ୍ରୀ କରିବେ?
ଦୋକାନିଟି କହିଲା ଏହାକୁ କେହି ନେବାକୁ ପ୍ରସ୍ତୁତ ନୁହଁନ୍ତି। ଅନେକ ବର୍ଷ ହେବ ଏମିତି ପଡି ରହିଛି। ମୁଁ ଅଦରକାରୀ ଭାବି ଗୋଟେ ପଟକୁ ରଖିଦେଇଛି। ଯଦି କିଏ ନେଇ ଯାଆନ୍ତା ମୋ ଜାଗା ଖାଲି ହୋଇ ଯାଆନ୍ତା। ମୋର ଏକ ବିରାଟ ଚିନ୍ତା ଚାଲିଯାଅନ୍ତା। ସେ ଜାଗାରେ ମୁଁ ଅନ୍ୟ କିଛି କରି ପାରନ୍ତି। ଶିଳ୍ପୀ ଜଣଙ୍କ କହିଲେ ମୁଁ ନେଇ ଯିବି।
ଦୋକାନି ଜଣଙ୍କ ବହୁତ ଖୁସି ହେଲେ ଏବଂ କହିଲେ, ମୋର ଟଙ୍କା ପଇସା ଲୋଡ଼ା ନାହିଁ। ପଥରଟିର ନେବା ଖର୍ଚ୍ଚ ମଧ୍ୟ ମୁଁ ବହନ କରିବି, ଆପଣ ନେଇ ଯାଆନ୍ତୁ। ମୋର ଏକ ବିରାଟ ଚିନ୍ତା ଯିବ, ଏବଂ ମୋ ଜାଗା ମଧ୍ୟ ଖାଲି ହେବ। ଶିଳ୍ପୀ ଜଣଙ୍କ ପଥର ନେଇ ଚାଲିଗଲେ।
କିଛି ବର୍ଷ ପରେ ଶିଳ୍ପୀ ଜଣଙ୍କ ସେ ଦୋକାନକୁ ଆସି ଦୋକାନିକୁ କହିଲେ "ମୋ ଘରକୁ ଆସ, ତୁମକୁ କିଛି ଦେଖାଇବାର ଅଛି"। ଦୋକାନିଟି ସାଥିରେ ଗଲେ। ଘରେ ପଶୁ ପଶୁ ଏକ ଅଦ୍ଭୁତ ବସ୍ତୁ ଦେଖିଲା ପରି ଆଶ୍ଚର୍ଯ୍ୟରେ ଆବାକ୍ ହୋଇଗଲେ। କାରଣ ଜୀବନରେ ସେ ଅନେକ ମୂର୍ତ୍ତି ଦେଖିଥିଲେ ହେଲେ ଏପରି ଅଦ୍ଭୁତ ପ୍ରତିମା କେବେ ଦେଖି ନ ଥିଲେ। ସତେ ଯେପରି ଜୀବନ୍ତ ପ୍ରତିମା। ତାଙ୍କୁ ବିଶ୍ୱାସ ହେଲାନି ଏ ହେଉଛି ସେହି ପଥର ଯାହା ଅନେକ ବର୍ଷ ପର୍ଯ୍ୟନ୍ତ ଦୋକାନ ଆଗରେ ପଡିଥିଲା। ଯାହାକୁ କେହି ନେବାକୁ ରାଜି ହେଉ ନ ଥିଲେ। ଶେଷରେ ମାଗଣାରେ ଦେବାକୁ ପଡିଲା।
Michelangelo ଏହି ପଥରରୁ ପୃଥିବୀ ପ୍ରସିଦ୍ଧ pieta jesus ଏବଂ virgin mary ଙ୍କ ମୂର୍ତ୍ତି ତିଆରି କରିଥିଲେ। ଶୁଳି ଉପରୁ jesus ଙ୍କ ମୃତ ଶରୀରକୁ ଆଣି mary ନିଜ ହାତରେ ଧରି ବସିଛନ୍ତି। କୁହାଯାଏ କି ଏପରି ଅଦ୍ଭୁତ ପ୍ରତିମା ଦୁନିଆରେ ନାହିଁ।
ଆମ ଜୀବନଟା ବି ଏହି ପଥର ପରି।ଏହାକୁ ଦେଖି କେହି ଖୁସି ହେଉନାହାନ୍ତି। କେହି ପସନ୍ଦ କରୁ ନାହାନ୍ତି, ଏହି ଜୀବନ ଆମକୁ ସୁଖ ଶାନ୍ତି ଦେଉନି। ଆମେ ଏହାକୁ ସବୁବେଳେ ମୂଲ୍ୟହୀନ ଭାବୁ।
ଭଗବାନ ସମସ୍ତଙ୍କୁ ଦୁର୍ଲଭ ମଣିଷ ଜୀବନ ଦେଇଛନ୍ତି। ଯେଉଁ ମାନେ ନିଜେ ନିଜର ଶିଳ୍ପୀ ହୋଇ ଅନ୍ତରାତ୍ମାର ପ୍ରତିମାରେ ରହିଥିବା ଅନାବଶ୍ୟକ ବସ୍ତୁକୁ ଦୂର କରିପାରନ୍ତି ସେ ବିଶ୍ୱବନ୍ଧନୀୟ ହୋଇ ପାରନ୍ତି, କାଳଜୟୀ ହୋଇ ପାରନ୍ତି। michelangelo ଅଦରକାରୀ ପଥରକୁ ପ୍ରାଣ ଦେଇଥିଲେ ଯାହାକୁ ଦେଖି ମଣିଷର ମନରେ ଭାବାବେଗ ସୃଷ୍ଟି ହେଉଛି, ପାଷାଣରେ ପ୍ରାଣ ଭରି ଯାଇଛି। ଆମ୍ଭେମାନେ ବି ଆମ ପାଷାଣ ପରି ଜୀବନରେ ସୌନ୍ଦର୍ଯ୍ୟ, ଦିବ୍ୟତା ଏବଂ କୋମଲତା ଭରି ପାରିବା କାରଣ ଆମ୍ଭେମାନେ ନିଜେ ନିଜ ଭାଗ୍ୟର ସ୍ରଷ୍ଟା।( ଅନୁବାଦ ଗଳ୍ପ)